କୁସୁମ ଶିକଦାର

ଉଇକିପିଡ଼ିଆ‌ରୁ
(Kusum Sikderରୁ ଲେଉଟି ଆସିଛି)
କୁସୁମ ଶିକଦାର
কুসুম সিকদার
The team of the film 'Shankhachil' being felicitated by the Festival Director, Shri Senthil Rajan and the CEO, ESG, Shri Ameya Abhyankar, at the 47th International Film Festival of India (IFFI-2016), in Panaji, Goa.jpg
୨୦୧୬ ମସିହାରେ ୪୭ତମ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ୍, ଭାରତ‌ରେ କୁସୁମ ଶିକଦାର
ଜାତୀୟତାବଙ୍ଗଳାଦେଶୀ
ବୃତ୍ତି(ସମୂହ)ଅଭିନେତ୍ରୀ, ମଡେଲ୍

କୁସୁମ ଶିକଦାର ଜଣେ ବାଂଲାଦେଶୀ ଅଭିନେତ୍ରୀ, ଗାୟିକା ତଥା ମଡେଲ, ଲେଖିକା ଏବଂ ଜଣେ କବି । ସେ ମୁଖ୍ୟତଃ ବଙ୍ଗଳାଦେଶୀ କଥାଚିତ୍ର ଏବଂ ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରନ୍ତି । ୨୦୦୨ ମସିହାରେ ସେ ବଙ୍ଗଳାଦେଶର ଆନନ୍ଦଧାରା ଫଟୋଜେନିକ୍ ଚମ୍ପିଆନ୍‌ରେ ବିଜୟୀହୋଇ ହୋଇଥିଲେ । ସେ ୨୦୦୪ ମସିହାରେ ବଙ୍ଗଳାଦେଶୀ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଦୂରଦର୍ଶନ କାର୍ଯ୍ୟକ୍ରମ ଥିଲେ ଘାଟେର୍ କୋଠା । ୨୦୧୦ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ କଥାଚିତ୍ର ଥିଲା ଗହିନେ ଶବ୍ଦ । ୨୦୧୬ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ଶଙ୍ଖରଚିଲ୍ ଚଳଚ୍ଚିତ୍ର ପାଇଁ ତାଙ୍କୁ ବାଂଲାଦେଶ ଜାତୀୟ ଚଳଚ୍ଚିତ୍ର ପୁରସ୍କାରରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା ।[୧][୨]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

କୁସୁମ ଛୋଟବେଳୁ ସଙ୍ଗୀତ ଅଭ୍ୟାସ କରୁଥିଲେ । ସେ ନଜରୁଲ ଏକାଡେମୀରୁ ନଜରୁଲ୍ ସଙ୍ଗୀତ ଏବଂ ଶାସ୍ତ୍ରୀୟ ସଙ୍ଗୀତରେ ପାଠ ପଢ଼ିଥିଲେ । ପରେ ସେ ଓସ୍ତାଦ ଗୁଲ ମହମ୍ମଦ ଏବଂ ଓସ୍ତାଦ ମୋରଶେଦଙ୍କଠାରୁ ସଙ୍ଗୀତ ଶିକ୍ଷା କରିଥିଲେ ।

ବୃତ୍ତିଗତ ଜୀବନ[ସମ୍ପାଦନା]

ଶିକଦାର ଜଣେ ଗାୟିକା ଭାବରେ ପ୍ରଥମେ କାମ କରିବା ଆରମ୍ଭ କରିଥିଲେ । ୧୯୯୯ ମସିହାରେ ତାଙ୍କର ପ୍ରଥମ ଏକକ ଆଲବମ୍ ତିମି ଆଜ୍ କତ ଦୂର୍ ମୁକ୍ତିଲାଭ କରିଥିଲା । ଏହାପରେ ୨୦୦୦ ଏବଂ ୨୦୦୧ରେ ତାଙ୍କର ଆଉ ଦୁଇଟି ସୋଲ ଆଲବମ୍ ମୁକ୍ତିଲାଭ କରିଥିଲା ।

ପରବର୍ତ୍ତୀ ସମୟରେ ସେ ଅନେକ ଟେଲିଭିଜନ ନାଟକରେ ଅଭିନୟ କରିଥିଲେ । ୨୦୦୪ ମସିହାରେ ସେ ପ୍ରଥମେ ଦୂରଦର୍ଶନରେ କାମ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ଦୂରଦର୍ଶନ କାର୍ଯ୍ୟକ୍ରମ ଥିଲା ଘାଟେର୍ କୋଠା । ଏହାପରେ ସେ ଯୋଗାଜୋଗ, ବୋଇ ପାଗଲ୍, ଶାରୀ, ଓପାରେତେ ଶର୍ବ ଶୁଖ୍, ବନ୍ଦି, ତ୍ରିଭୁଜ, ସୁପରମାନ୍, ସୁବଲେତ୍ ଗୁବଲେତ୍, ଆସ୍ଥା ଆଦି ଦୂରଦର୍ଶନ କାର୍ଯ୍ୟକ୍ରମରେ ଅଭିନୟ କରିଥିଲେ ।

ପରେ ସେ ଦୁଇଟି ଚଳଚ୍ଚିତ୍ର ଖାଲିଦ ମହମ୍ମଦ ମିଥୁଙ୍କ ଗହିନେ ଶୋବ୍ଦ ଏବଂ ସ୍ୱପ୍ନ ଅହମ୍ମଦଙ୍କ ଲାଲ ଟିପ୍‌ରେ ଅଭିନୟ କରିଥିଲେ ।[୩] ଲାଲ ଟିପ୍‌ରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ମେରିଲ୍ ପ୍ରଥମ ଆଲୋ ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ମିଳିଥିଲା । ୨୦୧୬ ମସିହାରେ ତାଙ୍କ ଅଭିନୀତ କଥାଚିତ୍ର ଶଙ୍କଚିଲ ପାଇଁ ତାଙ୍କୁ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ଗୌତମ ଘୋଷ ।[୪] ଏହି କଥାଚିତ୍ରଟିରେ ତାଙ୍କ ଅଭିନୟ ପାଇଁ ତାଙ୍କୁ ମେରିଲ୍ ପ୍ରଥମ ଆଲୋ ପୁରସ୍କାର ଉତ୍ସବରେ ସମୀକ୍ଷକଙ୍କ ପସନ୍ଦରେ ଶ୍ରେଷ୍ଠ ଅଭିନେତ୍ରୀ ଭାବରେ ମନୋନୀତ କରାଯାଇଥିଲା ।[୫]

ବିବାଦ[ସମ୍ପାଦନା]

୩ ଅଗଷ୍ଟ ୨୦୦୧୭ରେ ମୁକ୍ତିଲାଭ କରିଥିବା ଶିକଦାରଙ୍କ ମ୍ୟୁଜିକ୍ ଭିଡିଓ "ନେଶା" ୟୁଟ୍ୟୁବ୍‌ରେ ମାତ୍ର ଦୁଇ ସପ୍ତାହ ମଧ୍ୟରେ ଏହା ୧.୩ ମିଲିୟନ୍‌ରୁ ଅଧିକ ଲୋକ ଦେଇଥିଲେ । ଜଣେ ଓକିଲ ଏହି ଗୀତରେ ଦୃଶ୍ୟମାନ କରାଯାଇଥିବା କିଛି ଭିଡିଓ ଏବଂ ଗୀତରେ ଥିବା କିଛି ଶବ୍ଦକୁ ଅଶ୍ଳୀଳ ଦର୍ଶାଇ ଏହାକୁ ୟୁ-ଟ୍ୟୁବ୍‌ରୁ ଡିଲିଟ୍ କରିବାକୁ ଆଇନଗତ ନୋଟିସ୍ ପଠାଇଥିଲେ । ଗୀତ ମଧ୍ୟରେ ଥିବା ଏହି ଅଶ୍ଳୀଳ ଶବ୍ଦଗୁଡ଼ି ବାଂଲା ମ୍ୟୁଜିକ୍ ଇଣ୍ଡଷ୍ଟ୍ରିକୁ ଧ୍ୱଂସ କରୁଥିବା କଥା ଦର୍ଶାଇଥିଲେ ।[୬]

ଆଧାର[ସମ୍ପାଦନା]

  1. "National Film Award winners announced". The Daily Star (in ଇଂରାଜୀ). 2018-04-06. Retrieved 2018-05-30.
  2. "Prosenjit and Kusum in "Sankhochil"". The Daily Star (in ଇଂରାଜୀ). 2015-03-09. Retrieved 2018-05-30.
  3. Sen, Zinia (2 March 2015). "Who is the Bangladeshi actress opposite Prosenjit in Sankhachil?". The Times of India. Retrieved 2015-08-25.
  4. ‘শঙ্খচিল’ ছবির দৃশ্যে প্রসেনজিৎ চট্টোপাধ্যায়ের সঙ্গে কুসুম সিকদার. banglanews24.com (in Bengali). Archived from the original on 2016-03-05. Retrieved 2015-08-25.
  5. প্রসেনজিতের বিপরীতে কুসুম সিকদার. Manab Zamin (in Bengali). Retrieved 2015-08-25.[permanent dead link]
  6. "৭২ ঘণ্টার মধ্যে কুসুমের 'নেশা' গানটি সরানোর নোটিশ". jugantor.com. August 13, 2017. Retrieved August 13, 2017.

ବାହାର ଆଧାର[ସମ୍ପାଦନା]