କାର୍ତ୍ତିକ ଚନ୍ଦ୍ର ରାଉତ

ଉଇକିପିଡ଼ିଆ‌ରୁ
(Kartik Chandra Routରୁ ଲେଉଟି ଆସିଛି)
କାର୍ତ୍ତିକ ଚନ୍ଦ୍ର ରାଉତ
ବିଧାୟକ: ୭ମ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୧୯୭୭ – ୧୯୮୦
ପୂର୍ବ ଅଧିକାରୀଅରୁଣ ଦେ
ପର ଅଧିକାରୀଅରୁଣ ଦେ
ନିର୍ବାଚନ ମଣ୍ଡଳୀବାଲେଶ୍ୱର
ବ୍ୟକ୍ତିଗତ ସବିଶେଷ
ଜନ୍ମ(1928-01-01)୧ ଜାନୁଆରୀ ୧୯୨୮
ମୃତ୍ୟୁ୫ ଅକ୍ଟୋବର ୧୯୮୫(1985-10-05) (ବୟସ ୫୭)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳଜନତା ପାର୍ଟି
ଜୀବନ ସାଥୀଲକ୍ଷ୍ମୀପ୍ରିୟା ରାଉତ
ସନ୍ତାନ୨ ପୁଅ, ୪ ଝିଅ
ବୃତ୍ତିରାଜନୀତିଜ୍ଞ

କାର୍ତ୍ତିକ ଚନ୍ଦ୍ର ରାଉତ (୧ ଜାନୁଆରୀ ୧୯୨୮ - ୫ ସେପ୍ଟେମ୍ବର ୧୯୮୫) ଜଣେ ଓଡ଼ିଆ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୭ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]

ଜନ୍ମ ପରିବାର ଓ ଶିକ୍ଷା[ସମ୍ପାଦନା]

କାର୍ତ୍ତିକ ଚନ୍ଦ୍ର ରାଉତ ୧୯୨୮ ମସିହାର ଜାନୁଆରୀ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍‌ରୁ କମ୍ ଥିଲା । ତାଙ୍କ ପତ୍ନୀଙ୍କ ନାମ ଲକ୍ଷ୍ମୀପ୍ରିୟା ରାଉତ । ତାଙ୍କର ୨ ପୁଅ ଓ ୪ ଝିଅ ଥିଲେ ।

ରାଜନୈତିକ ଜୀବନ[ସମ୍ପାଦନା]

ସେ ଓଡ଼ିଶା ରାଜନୀତିରେ ଜନତା ପାର୍ଟିର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ୧୯୭୭ ମସିହାର ଓଡ଼ିଶା ବିଧାନ ସଭା ନିର୍ବାଚନରେ ବାଲେଶ୍ୱର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିଥିଲେ । ଏହି ନିର୍ବାଚନରେ ସେ ବିଜୟୀ ହୋଇ ୭ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ । ଏହି ବିଧାନ ସଭାରେ ସେ ୧୯୭୭ ମସିହାରୁ ୧୯୮୦ ମସିହାଯାଏଁ କାର୍ଯ୍ୟ କରିଥିଲେ ।

ମୃତ୍ୟୁ[ସମ୍ପାଦନା]

ସେ ୧୯୮୫ ମସିହାର ଅକ୍ଟୋବର ମାସ ୫ ତାରିଖଦିନ ମୃତ୍ୟୁବରଣ କରିଥିଲେ । ମୃତ୍ୟୁବେଳକୁ ତାଙ୍କୁ ୫୭ ବର୍ଷ ବୟସ ହୋଇଥିଲା ।

ଆଧାର[ସମ୍ପାଦନା]

  1. "Late Kartik Chandra Rout". odishaassembly.nic.in. Odisha Assembly. Retrieved 23 May 2019.