ଆନ୍ତର୍ଜାତୀୟ ଯୁବ ଦିବସ

ଉଇକିପିଡ଼ିଆ‌ରୁ
(International Youth Dayରୁ ଲେଉଟି ଆସିଛି)
ଆନ୍ତର୍ଜାତୀୟ ଯୁବ ଦିବସ
ଉତ୍ତର କୋରିଆରେ ଆନ୍ତର୍ଜାତୀୟ ଯୁବ ଦିବସ ଉତ୍ସବ ପାଳନ
ତାରିଖ୧୨ ଅଗଷ୍ଟ
ପୁନଃପୌନିକତାବାର୍ଷିକ

ଆନ୍ତର୍ଜାତୀୟ ଯୁବ ଦିବସ ମିଳିତ ଜାତିସଂଘଦ୍ୱାରା ପାଳନ କରାଯାଉଥିବା ଏକ ବାର୍ଷିକ ଉତ୍ସବ । ଯୁବାମାନଙ୍କର ସମସ୍ୟା ପ୍ରତି ଦୃଷ୍ଟି ଆକର୍ଷଣ କରାଇବା ଏଇ ଦିବସର ଉଦ୍ଦେଶ୍ୟ । ପ୍ରଥମ ଯୁବ ଦିବସ ୨୦୦୦ ମସିହାରେ ପାଳିତ ହୋଇଥିଲା । ଏହି ଦିବସରେ ଭାରତ ସରକାରଙ୍କ ତରଫରୁ "ଜାତୀୟ ଯୁବ ସମ୍ମାନ" ପ୍ରଦାନ କରାଯାଇଥାଏ ।[୧][୨]

ଉଦ୍ଦେଶ୍ୟ[ସମ୍ପାଦନା]

ଆନ୍ତର୍ଜାତୀୟ ଯୁବ ଦିବସ ପ୍ରତିବର୍ଷ ଅଗଷ୍ଟ ୧୨ ତାରିଖରେ ପାଳନ କରାଯାଏ । ଏହି ଉତ୍ସବର ପରିକଳ୍ପନା ମିଳିତ ଜାତିସଂଘଦ୍ୱାରା ୧୯୯୯ ମସିହାରେ ଏ/ରେସ୍/୫୪/୧୨୦ ଅଧିନିୟମ ଅନୁଯାୟୀ କରାଯାଇଥିଲା । [୩] ଏହି ଦିବସ ସରକାର ଓ ଅନ୍ୟମାନଙ୍କୁ ଯୁବକମାନଙ୍କର ସମସ୍ୟା ଓ ସଂଘର୍ଷ ବାବଦରେ ଏକ ସାମାଜିକ ଜାଗରଣ ସୃଷ୍ଟିକରିବାର ସୁଯୋଗ ପ୍ରଦାନ କରିଥାଏ । ଏହି ଦିବସରେ ବିଶ୍ୱବ୍ୟାପୀ ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଉତ୍ସବ, କର୍ମଶାଳା ଓ ସମ୍ପାନ ଆଦିର ଆୟୋଜନ କରାଯାଇଥାଏ ।

ବାର୍ତ୍ତା[ସମ୍ପାଦନା]

୨୦୧୪ ମସିହାରେ ଆନ୍ତର୍ଜାତୀୟ ଯୁବ ଦିବସର ବାର୍ତ୍ତା ଥିଲା ଯୁବଗୋଷ୍ଠୀ ଓ ମାନସିକ ସ୍ୱାସ୍ଥ୍ୟ । ୨୦୧୫ର ବାର୍ତ୍ତା ରହିଥିଲା ଯୁବଗୋଷ୍ଠୀ ଓ ସାମାଜିକ ସହଭାଗିତା । ୨୦୧୬ର ବାର୍ତ୍ତା ରହିଥିଲା ୨୦୩୦ ପଥରେ ଗରିବୀ ଦୂରୀକରଣ ଏବଂ ସ୍ଥାୟୀ ବ୍ୟବହାର ଓ ଉତ୍ପାଦନ ହାସଲ[୪] ୨୦୧୭ମସିହାର ବାର୍ତ୍ତ ଥିଲା ଶାନ୍ତି ପ୍ରତିଷ୍ଠା ଦିଗରେ ଯୁବଗୋଷ୍ଠୀ। ୨୦୧୮ର ବାର୍ତ୍ତା ଥିଲା ଯୁବଗୋଷ୍ଠୀଙ୍କ ନିମନ୍ତେ ସୁରକ୍ଷିତ ପୃଥିବୀ[୫] ୨୦୧୯ର ବାର୍ତ୍ତା ଥିଲା ଶିକ୍ଷାରେ ପରିବର୍ତ୍ତନସମସ୍ତଙ୍କ ପାଇଁ ଶିକ୍ଷା ଦିଗରେ କାର୍ଯ୍ୟକରିବା ଏହି ବାର୍ତ୍ତାର ଉଦ୍ୟେଶ୍ୟ ଥିଲା । ୨୦୨୦ ମସିହାରେ ବାର୍ତ୍ତା ଥିଲା ବିଶ୍ୱବ୍ୟାପୀ କାର୍ଯ୍ୟରେ ଯୁବଗୋଷ୍ଠୀର ଯୋଗଦାନ । ୨୦୨୧ ମସିହାର ବାର୍ତ୍ତା ରହିଛି ଖାଦ୍ୟପ୍ରଣାଳୀରେ ପରିବର୍ତ୍ତନ : ଯୁବଗୋଷ୍ଠୀଙ୍କ ପ୍ରୟାସ[୬]

ଆଧାର[ସମ୍ପାଦନା]

  1. "Shri Kiren Rijiju confers the National Youth Awards for excellent work and contribution in different fields of development and social service". www.pib.gov.in. ଭାରତ ସରକାର. Retrieved 12 August 2021.
  2. "International Youth Day being observed today; Anurag Singh Thakur to confer National Youth Awards 2017-18 & 2018-19 in New Delhi today". www.newsonair.com. All India Radio. Archived from the original on 12 August 2021. Retrieved 12 August 2021.
  3. "Youth at the United Nations: 12 August - International Youth Day". Retrieved 2008-08-12.
  4. "International Youth Day, 12 August". www.un.org (in ଇଂରାଜୀ). Retrieved 2017-02-07.
  5. "International Youth Day, 12 August". www.un.org (in ଇଂରାଜୀ). Retrieved 2017-08-06.
  6. "International Youth Day". www.un.org/. United Nations. Archived from the original on 12 August 2021. Retrieved 12 August 2021.

ବାହ୍ୟ ଲିଙ୍କ[ସମ୍ପାଦନା]