ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ

ଉଇକିପିଡ଼ିଆ‌ରୁ
(International Day of Democracyରୁ ଲେଉଟି ଆସିଛି)

ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ପ୍ରତିବର୍ଷ ସେପ୍ଟେମ୍ବର ମାସ ୧୫ ତାରିଖରେ ପାଳିତ ହୁଏ । ଗଣତନ୍ତ୍ରର ମୂଳ ସିଦ୍ଧାନ୍ତ ବଜାୟ ରଖିବା ସହ ଏହି ବିଚାରକୁ ପ୍ରସାର କରାଇବା ଏହାର ଲକ୍ଷ୍ୟ । ବିଶ୍ୱସ୍ତରରେ ଗଣତାନ୍ତ୍ରିକ ମୂଲ୍ୟବୋଧର ଅବକ୍ଷୟ ରୋକିବା ତଥା ପାର୍ଲିଆମେଣ୍ଟର ଏ ସମ୍ପର୍କିତ ଦାୟିତ୍ୱ ସମ୍ପର୍କରେ ଏକ ସଚେତାତା ସୃଷ୍ଟି କରାଇବା ପାଇଁ ଏହି ଅବସରରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ।[୧]

ଇତିହାସ[ସମ୍ପାଦନା]

ସେପ୍ତେମ୍ବର ୧୯୯୭ରେ ଆନ୍ତଃ ପାର୍ଲିଆମେଣ୍ଟାରୀ ୟୁନିୟନ (IPU)ଦ୍ୱାରା ଗଣତନ୍ତ୍ରର ମୌଳିକ ସିଦ୍ଧାନ୍ତ ଉପରେ ଏକ ସାର୍ବଭୌମିକ ଘୋଷଣାନାମା ଗୃହୀତ ହେଲା । [୨]ପରବର୍ତ୍ତୀ ସମୟରେ ଅର୍ଥାତ ୨୦୦୭ ମସିହାରେ ପ୍ରଥମ ଥର ପାଇଁ ମିଳିତ ଜାତିସଂଘର ସାଧାରଣ ପରିଷଦରେ ସେପ୍ଟେମ୍ବର ମାସର ୧୫ ତାରିଖଟି ସମସ୍ତ ସଭ୍ୟ ରାଷ୍ଟ୍ରଙ୍କଦ୍ୱାରା ଅନ୍ତର୍ଜାତୀୟ ଗଣତନ୍ତ୍ର ଦିବସ ରୂପେ ପାଳନ କରିବା ପାଇଁ ଏକ ସଂକଳ୍ପ ପାରିତ ହେଲା । ଏଥି ସହ ସଦସ୍ୟ ରାଷ୍ଟ୍ରଙ୍କୁ ଗଣତନ୍ତ୍ରର ମୌଳିକ ସିଦ୍ଧାନ୍ତ ବଜାୟ ରଖିବା ଦିଗରେ ବିଶ୍ୱ ସ୍ତରରେ ଏକ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଏହି ଦିନଟିକୁ ପାଳନ କରିବାକୁ କୁହାଗଲା ।

ଆଧାର[ସମ୍ପାଦନା]

  1. "International Day of Democracy Reminds Democracy under Strain". abclive.in. Retrieved 20 November 2018.
  2. "Universal Declaration on Democracy". archive.ipu.org. Retrieved 20 November 2018.

ବାହାର ଆଧାର[ସମ୍ପାଦନା]