ହିପ ଡିସପ୍ଲାସିଆ

ଉଇକିପିଡ଼ିଆ‌ରୁ
(Hip dysplasiaରୁ ଲେଉଟି ଆସିଛି)
ହିପ ଡିସପ୍ଲାସିଆ (Hip dysplasia)
Developmental dysplasia of the hip (DDH),[୧] developmental dislocation of the hip,[୧] congenital dysplasia of the hip (CDH)[୨]
ଜଣେ ବୟସ୍କ ଲୋକର ବାମ ହିପରେ ଜନ୍ମଗତ ଗଣ୍ଠି ବିଚ୍ୟୁତି ଥିବା ଦେଖାଯାଉଛି । ଉପର ତୀର - ଫିମର ମୁଣ୍ଡ ବା ହେଡ, ତଳ ତୀର - ଆସେଟାବୁଲମ
ବିଭାଗଶିଶୁରୋଗ ବିଜ୍ଞାନ (Pediatrics), ଅସ୍ଥିଶଲ୍ୟ ବିଜ୍ଞାନ(orthopedics)
ଲକ୍ଷଣଲକ୍ଷଣହୀନ, ଗୋଟିଏ ଗୋଡ଼ ଛୋଟ, ଛୋଟେଇ ଚାଲିବା [୧]
ବିପଦ କାରକପାରିବାରିକ ଇତିହାସ, ବ୍ରିଚ ଜନ୍ମ (breech birth) ଓ ସ୍ୱାଡଲିଙ୍ଗ (swaddling) [୩]
ରୋଗ ନିର୍ଣ୍ଣୟ ପଦ୍ଧତି(Physical exam), (ultrasound)[୩]
ଚିକିତ୍ସାଅର୍ଥୋଟିକ ବ୍ରେସ (Bracing), ପ୍ଲାସ୍ଟର (casting ଓ ଅପରେଶନ (surgery)[୩]
Prognosisଉତ୍ତମ (ଶୀଘ୍ର ଚିହ୍ନଟ ହୋଇପାରିଲେ)[୧]
ପୁନଃପୌନିକଏକ ହଜାରରେ ଜଣେ (ପୂର୍ଣ୍ଣଗର୍ଭା ଶିଶୁ)[୩]

ହିପ ଡିସପ୍ଲାସିଆ (ଇଂରାଜୀ ଭାଷାରେ Hip dysplasia) ଏକ ଜନ୍ମଗତ ତୃଟି ଯେଉଁଥିରେ ହିପ ଗଣ୍ଠିର (hip joint) ସକେଟ ମଧ୍ୟରେ ପେଣ୍ଡୁ ଆକାରର ଫିମର ଅସ୍ଥିର ମୁଣ୍ଡ ଅଂଶ ନଥାଏ; ଫଳରେ ଗଣ୍ଠି ବିସ୍ଥାପିତ (joint dislocation) ହୋଇଯିବା ସମ୍ଭାବନା ସଙ୍କଟ ରହେ ।[୧] ଏହି ଡିସପ୍ଲାସିଆ ଜନ୍ମରୁ ଥାଇପାରେ ବା ପରେ ବିକଶିତ ହୋଇପାରେ ।[୧] ଏକ ବର୍ଷ ବୟସରୁ କମ ଶିଶୁଙ୍କର କୌଣସି ଲକ୍ଷଣ ନଥାଏ ।[୩] ବେଳେ ବେଳେ ଗୋଟିଏ ଗୋଡ଼ ଛୋଟ ଦେଖାଯାଏ । [୧] ଡାହାଣ ହିପ ଅପେକ୍ଷା ବାମ ହିପ ଅଧିକ ଆକ୍ରାନ୍ତ ହୁଏ ।[୩] ଅଣଚିକିତ୍ସିତ ରହିଲେ ଜଟିଳ ହୋଇ ଆର୍ଥ୍ରାଇଟିସ, ଛୋଟେଇବା ଓ କଟି ଯନ୍ତ୍ରଣା ହୋଇପାରେ ।[୩]

କେତେକ ସଙ୍କଟ ଜନ‌କ ଅବସ୍ଥାରେ ଏହି ଅବସ୍ଥା ସୃଷ୍ଟି ହୁଏ ଯଥା ପାରିବାରିକ ଇତିହାସ, ବ୍ରିଚ ଜନ୍ମ (breech birth) ଓ ଶିଶୁ ଦେହର ନିମ୍ନ ଅଂଶକୁ କମ୍ବଳ ଭଳି ପଦାର୍ଥ ଗୁଡ଼େଇ ବାନ୍ଧି ରଖିବା (swaddling) ।[୩] ଆଇଡେଣ୍ଟିକାଲ ଜମଜ ସନ୍ତାନ (identical twin) ମଧ୍ୟରୁ ଜଣକର ରୋଗ ଥିଲେ ଅନ୍ୟ ଜଣକର ୪୦% ରୋଗ ସମ୍ଭାବନ ରହେ ।[୩] ଜନ୍ମ ହେବା ମାତ୍ରେ ଶିଶୁର ଶରୀରକୁ ଉତ୍ତମ ଭାବରେ ପରୀକ୍ଷା (physical examination) କରି ଦେଖିବା ଆବଶ୍ୟକ ।[୩] ଅଲଟ୍ରାସୋନୋଗ୍ରାଫି (Ultrasonography) ମଧ୍ୟ ଉପ‌ଯୋଗୀ ହୋଇପାରେ । [୩]

ସାମାନ୍ୟ ଧରଣର ବେମାରୀ ଥିଲେ କୌଣସି ନିର୍ଦ୍ଦିଷ୍ଟ ଚିକିତ୍ସା ବିନା ଭଲ ହୋଇଯାଏ ।[୩] ଉଲ୍ଲେଖନୀୟ ବେମାରୀ ଥିଲେ ଓ ଶୀଘ୍ର ଚିହ୍ନଟ ହେଲେ ବ୍ରେସ (bracing) ଦେବା ଆବଶ୍ୟକ ହୁଏ । [୩] ବିଳମ୍ବରେ ରୋଗ ଚିହ୍ନଟ ହେଲେ ଅପରେଶନ ଓ ପ୍ଲାସ୍ଟର (casting) କରିବା ଆବଶ୍ୟକ ହୁଏ ।[୩] ପ୍ରାୟ ୭.୫% ରୋଗୀଙ୍କର ଅଧିକ ସମସ୍ୟା ହେଉଥିବାରୁ ହିପ ରିପ୍ଲେସମେଣ୍ଟ (hip replacements) କରାଯାଏ ।[୩]

ପ୍ରତି ଏକ ହଜାର ଶିଶୁ ମଧ୍ୟରେ ଜଣକର ଏହି ରୋଗ ଥାଏ ।[୩] ଏମାନଙ୍କ ମଧ୍ୟରୁ ପ୍ରାୟ ୧-୨% ଶିଶୁଙ୍କର ହିପ ଅସ୍ଥିରତା ବା ଇନସ୍ଟାବିଲିଟି ଥାଏ ।[୩] ପୁରୁଷଙ୍କ ଅପେକ୍ଷା ମହିଳାମାନେ ଅଧିକ ଆକ୍ରାନ୍ତ ହୁଅନ୍ତି ।[୧] ଖ୍ରୀ:ପୂ: ୩୦୦ରେ ହିପୋକ୍ରେଟସ (Hippocrates) ସମୟରେ ହିପ ଡିସପ୍ଲାସିଆ ବିଷୟର ବର୍ଣ୍ଣନା କରାଯାଇଛି ।[୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ "Your Orthopaedic Connection: Developmental Dysplasia of the Hip". October 2013.
  2. "Definition: congenital dysplasia of the hip from Online Medical Dictionary".
  3. ୩.୦୦ ୩.୦୧ ୩.୦୨ ୩.୦୩ ୩.୦୪ ୩.୦୫ ୩.୦୬ ୩.୦୭ ୩.୦୮ ୩.୦୯ ୩.୧୦ ୩.୧୧ ୩.୧୨ ୩.୧୩ ୩.୧୪ ୩.୧୫ ୩.୧୬ Shaw, BA; Segal, LS; SECTION ON, ORTHOPAEDICS. (December 2016). "Evaluation and Referral for Developmental Dysplasia of the Hip in Infants". Pediatrics. 138 (6). doi:10.1542/peds.2016-3107. PMID 27940740.
  4. Bentley, George (2009). European Instructional Lectures: Volume 9, 2009; 10th EFORT Congress, Vienna, Austria (in ଇଂରାଜୀ). Springer Science & Business Media. p. 40. ISBN 9783642009662.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ