ମୁଣ୍ଡ ଉକୁଣୀ ସଂକ୍ରମଣ

ଉଇକିପିଡ଼ିଆ‌ରୁ
(Head lice infestationରୁ ଲେଉଟି ଆସିଛି)
Head lice infestation (pediculosis capitis)
Head lice bites on the back of the neck
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିସଂକ୍ରାମକ ରୋଗ[*]
ଆଇସିଡ଼ି-୧୦B85.0
ରୋଗ ଡାଟାବେସ9725
ମେଡ଼ିସିନ-ପ୍ଲସ000840
ଇ-ମେଡ଼ିସିନmed/1769
MeSHD010373

ମୁଣ୍ଡ ଉକୁଣୀ ସଂକ୍ରମଣ (ଇଂରାଜୀରେ Head lice infestation, ଅନ୍ୟ ନାମ ପେଡିକୁଲୋସିସ୍ କ୍ୟାପିଟିସ୍ ଇଂରାଜୀରେ pediculosis capitis,[୧] nits,[୨] କିମ୍ବା cooties[୩]) ଏକ ପରଜୀବୀ ମୁଣ୍ଡ ଉକୁଣୀ ପେଡିକୁଲୋସିସ୍ ହ୍ୟୁମାନସ୍ କ୍ୟାପିଟିସ୍‌ଦ୍ୱାରା (Pediculus humanus capitis) ଖପୁରି ଆବରଣରେ (scalp) ଏକ ପ୍ରକାର ପରଜୀବୀ ସଂକ୍ରାମକ ରୋଗର ନାମ । [୪] ଉକୁଣୀ କାମୁଡ଼ାଦ୍ୱାରା କୁଣ୍ଡେଇ ହେବା ଅତି ସାଧାରଣ କଥା । [୫] ପ୍ରଥମ ଥର ହେଉଥିଲେ ୬ ସପ୍ତାହ ପର୍ଯ୍ୟନ୍ତ ଗଲୁ ନ ହୋଇପାରେ । [୫] ଆଉଥରେ ସଂକ୍ରମଣ ହେଲେ ଶୀଘ୍ର ଲକ୍ଷଣ ଆରମ୍ଭ ହୁଏ । [୫] ଗଲୁ ହେବାଦ୍ୱାରା ଶୋଇବାରେ ବ୍ୟାଘାତ ହୁଏ । [୬] ମୋଟା ମୋଟି ଏହା ଏକ ସାଂଘାତିକ ରୋଗ ନୁହେଁ । [୭] ଆଫ୍ରିକାରେ ମୁଣ୍ଡ ଉକୁଣୀ ଅନ୍ୟ କେତେକ ରୋଗ ସୃଷ୍ଟି କରୁଥିଲେ ମଧ୍ୟ ୟୁରୋପ ଓ ଉତ୍ତର ଆମେରିକାରେ ଏହା ହୁଏ ନାହିଁ । [୪][୬]

ଏହି ରୋଗ ହୋଇଥିବା ଲୋକର ମୁଣ୍ଡ ସଂସ୍ପର୍ଷରେ ଆସିଲେ ଏହି ରୋଗ ହୁଏ । [୬] ଏହି ରୋଗର କାରଣ ପରିଚ୍ଛନ୍ନତା ଉପରେ ନିର୍ଭର କରେନାହିଁ । [୫] ଏହି ରୋଗ ପ୍ରସାରଣରେ ବିଲେଇ ବା କୁକୁର ଭଳି ପଶୁଙ୍କର କୌଣସି ଭୂମିକା ନ ଥାଏ । [୬] ଉକୁଣି କେବଳ ମଣିଷ ରକ୍ତ ପିଇ ବଞ୍ଚନ୍ତି ଓ ମନୁଷ୍ୟ କେଶ ମଧ୍ୟରେ ରହି ପାରନ୍ତି । [୪][୫] ବୟଃପ୍ରାପ୍ତ ହେଲେ ଏହାର ଲମ୍ବ ୨ରୁ ୩ ମି.ମି. ହୁଏ ।[୮] ମାନବଠାରେ ସଂଲଗ୍ନ ନ ହେଲେ ୩ ଦିନଠାରୁ ଅଧିକ ବଞ୍ଚିପାରନ୍ତି ନାହିଁ । [୫] ଦେହ ଉକୁଣୀକଙ୍କଡ଼ା ଉକୁଣୀଦ୍ୱାରା ମାନବ ମଧ୍ୟ ସଂକ୍ରମିତ ହୋଇପାରନ୍ତି । ଜୀବନ୍ତ ଉକୁଣୀ ଦେଖି ରୋଗ ନିର୍ଣ୍ଣୟ କରାଯାଏ । [୫] ପାନିଆ ସାହାଯ୍ୟରେ ମଧ୍ୟ ଖୋଜିଲେ ମିଳନ୍ତି । [୫] ରୋଗ ନିର୍ଣ୍ଣୟ ନିମନ୍ତେ ଖାଲି ଅଣ୍ଡାଖୋଳ ଯଥେଷ୍ଟ ନୁହେଁ । [୫]

ମୁଣ୍ଡ ଲଣ୍ଡା କରିଦେବା ଓ ସରୁଦାନ୍ତ ଥିବା ପାନିଆରେ ବାରମ୍ବାର ମୁଣ୍ଡ କୁଣ୍ଡେଇବା ଏହାର ସମ୍ଭାବ୍ୟ ଚିକିତ୍ସା ଅଟେ । ଅନେକ ଗୁଡ଼ିଏ ମୁଣ୍ଡରେ ଲଗାଇବା ନିମନ୍ତେ ଫଳପ୍ରଦ ଔଷଧ ମିଳୁଛି ଯଥା ମାଲାଥିଅନ, ଇନଭରମେକ୍ଟିନଡାଇମେଟିକୋନ[୭] ପାଇରେଥ୍ରଏଡ ଦଳର ପରମେଥ୍ରୀନ ସାଧାରଣତଃ ବ୍ୟବହାର କରାଯାଏ, କିନ୍ତୁ ବୃଦ୍ଧିକାରୀ ପ୍ରତିରୋଧ ଗୁଣ ଯୋଗୁ ଏହା କମ ଫଳପ୍ରଦ ହୁଏ । [୭] ଅନ୍ୟାନ୍ୟ ମେଡିସିନମାନଙ୍କର କାର୍ଯ୍ୟକାରିତାର ପ୍ରମାଣ ମିଳୁନି । [୯]

ମୁଣ୍ଡ ଉକୁଣୀ ଅତି ସାଧାରଣ, ବିଶେଷତଃ ପିଲାମାନଙ୍କଠାରେ ଦେଖାଯାଏ । [୫] ୟୁରୋପରେ ବିଭିନ୍ନ ଦଳ ମଧ୍ୟରୁ ୧ରୁ ୨୦ % ଲୋକଙ୍କୁ ଏହି ସଂକ୍ରମଣ ହୁଏ । [୪] ୟୁରୋପରେ ପ୍ରତିବର୍ଷ ୬ରୁ ୧୨ ନିୟୁତ ପିଲା ଏହି ରୋଗର ଶିକାର ହୁଅନ୍ତି । [୬] ଏହା ପୁଅଙ୍କ ଅପେକ୍ଷା ଝିଅଙ୍କର ଅଧିକ ହୁଏ । [୫] ପୁରାକାଳରୁ ମୁଣ୍ଡ ଉକୁଣୀ ଉପକାରୀ ବୋଲି ଧରାଯାଉଥିଲା, କାରଣ ଏହା ଅଧିକ ବିପଦ ଜନକ ଦେହ ଉକୁଣୀରୁ ରକ୍ଷା କରେ ।[୧୦] ଏହି ରୋଗ ଯୋଗୁ ସାମାଜିକ ବାଛନ୍ଦ ହେବା ସମ୍ଭାବନା ରହେ । [୫]


ଆଧାର[ସମ୍ପାଦନା]

  1. Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 1-4160-2999-0.{{cite book}}: CS1 maint: multiple names: authors list (link)
  2. "How to treat nits". nhs.uk. 2012-09-14. Retrieved 23 October 2014.
  3. "cootie". dictionary.reference.com/. Retrieved 23 October 2014.
  4. ୪.୦ ୪.୧ ୪.୨ ୪.୩ Feldmeier, H (Sep 2012). "Pediculosis capitis: new insights into epidemiology, diagnosis and treatment". European Journal of Clinical Microbiology & Infectious Diseases. 31 (9): 2105–10. doi:10.1007/s10096-012-1575-0. PMID 22382818.
  5. ୫.୦୦ ୫.୦୧ ୫.୦୨ ୫.୦୩ ୫.୦୪ ୫.୦୫ ୫.୦୬ ୫.୦୭ ୫.୦୮ ୫.୦୯ ୫.୧୦ ୫.୧୧ Smith, CH; Goldman, RD (Aug 2012). "An incurable itch: head lice". Canadian family physician Medecin de famille canadien. 58 (8): 839–41. PMID 22893334.
  6. ୬.୦ ୬.୧ ୬.୨ ୬.୩ ୬.୪ "Parasites - Lice - Head Lice Frequently Asked Questions (FAQs)". cdc.gov. September 24, 2013. Retrieved 23 October 2014.
  7. ୭.୦ ୭.୧ ୭.୨ "Head lice. Dimeticone is the pediculicide of choice". Prescrire Int. 151 (23): 187–90. Jul 2014. PMID 25162097.
  8. "Parasites - Lice - Head Lice". cdc.gov. September 24, 2013. Retrieved 23 October 2014.
  9. Takano-Lee M, Edman JD, Mullens BA, Clark JM (December 2004). "Home remedies to control head lice: assessment of home remedies to control the human head louse, Pediculus humanus capitis (Anoplura: Pediculidae)". Journal of Pediatric Nursing. 19 (6): 393–8. doi:10.1016/j.pedn.2004.11.002. PMID 15637580.{{cite journal}}: CS1 maint: multiple names: authors list (link)
  10. Rózsa, L; Apari, P (May 2012). "Why infest the loved ones--inherent human behaviour indicates former mutualism with head lice". Parasitology. 139 (6): 696–700. doi:10.1017/S0031182012000017. PMID 22309598.