Jump to content

ହାରଲେକୁଇନ-ଟାଇପ ଇକଥିଓସିସ

ଉଇକିପିଡ଼ିଆ‌ରୁ
(Harlequin-type ichthyosisରୁ ଲେଉଟି ଆସିଛି)
ହାରଲେକୁଇନ-ଟାଇପ ଇକଥିଓସିସ (Harlequin-type ichthyosis)
Harlequin ichthyosis,[] hyosis fetalis, keratosis diffusa fetalis, harlequin fetus,[]:562 ichthyosis congenita gravior[]
ହାରଲେକୁଇନ ଫିଟସ (୧୮୮୬)
ବିଭାଗଚର୍ମ ରୋଗ ବିଜ୍ଞାନ (Dermatology)
ଲକ୍ଷଣମୋଟା ଓ ଫଟା ଚର୍ମ, ଅସାଧାରଣ ମୁଖ ଆକୃତି [][]
ଆକ୍ରାନ୍ତ ସମୟଆଜନ୍ମ []
କାରଣଜେନେଟିକ (Genetic) ଅଟୋସୋମାଲ ରିସିସିଭ (autosomal recessive)[]
ରୋଗ ନିର୍ଣ୍ଣୟ ପଦ୍ଧତିଆକୃତି ଓ ଜେନେଟିକ ଟେଷ୍ଟିଙ୍ଗ (genetic testing[]
ସଠିକ ରୋଗ ନିର୍ଣ୍ଣୟଇକଥିଓସିସ କନ‌ଜେନିଟା (Ichthyosis congenita), ଲାମେଲାର ଇକଥିଓସିସ (Lamellar ichthyosis)[]
ଔଷଧଆଣ୍ଟିବାୟୋଟିକ (Antibiotics), ଇଟ୍ରେଟିନେଟ (etretinate), ରେଟୋନଏଡସ (retinoids)[]
ଚିକିତ୍ସାସ‌ହାୟକ ଯତ୍ନ (Supportive care), ଆର୍ଦ୍ରକାରୀ କ୍ରିମ (moisturizing cream)[]
Prognosisଜନ୍ମର ପ୍ରଥମ ମାସରେ ସାଧାରଣତଃ ମୃତ୍ୟୁ ହୁଏ ।[]
ପୁନଃପୌନିକ୩୦୦,୦୦୦ରେ ଜଣେ[]

ହାରଲେକୁଇନ-ଟାଇପ ଇକଥିଓସିସ (ଇଂରାଜୀ ଭାଷାରେ Harlequin-type ichthyosis) ଏକ ଜେନେଟିକ ବେମାରୀ ଯେଉଁଥିରେ ନବଜାତ ଶିଶୁର ପ୍ରାୟ ସମୁଦାୟ ଦେହର ଚର୍ମ ମୋଟା ଥାଏ ।[] ଏହି ରୋଗରେ ଫାଟ ଥିବା ଏକ ଠିକିରି ଆକାରର ପ୍ଲେଟ ଚମ ତିଆରି କରେ ।[] ଆଖିପତା, ନାକ, ପାଟି ଓ କାନର ଆକୃତି ବଦଳିଯାଏ; ଅବୟବମାନଙ୍କର ଚଳନ ଶକ୍ତି ସୀମିତ ହୋଇଯାଏ ।[] ଛାତିର ଚଳନ ସୀମିତ ହେବା ଯୋଗୁ ଶ୍ୱାସକ୍ରିୟା କଷ୍ଟକର ହୁଏ ।[] କିଛି ସପ୍ତାହ ମଧ୍ୟରେ ଚର୍ମର ପ୍ଲେଟ ବାହାରିଯାଏ ।[] ଅନ୍ୟ ଜଟିଳତା ମଧ୍ୟରେ ଅପରିପକ୍ୱ ଜନ୍ମ (premature birth), ସଂକ୍ରମଣ (infection), ଦେହ ଉତ୍ତାପ ସମସ୍ୟା ଓ ନିର୍ଜଳନ (dehydration) ମୁଖ୍ୟତଃ ଦେଖାଯାଏ । [][]

ହାରଲେକୁଇନ-ଟାଇପ ଇକଥିଓସିସ ବେମାରୀ ଏବିସିଏ୧୨ (ABCA12) ଜିନର (genes) ମ୍ୟୁଟେସନ ଯୋଗୁ ହୁଏ ।[] ଉତ୍ତରାଧିକାର (inherited from a person's parents) ସୁତ୍ରରେ ଅଟୋସୋମାଲ ରିସିସିଭ (en:autosomal recessive) ଭାବରେ ଏହି ଅନୁବଂଶିକ ରୋଗ ମିଳେ । [] ଜନ୍ମ ସମୟରେ ଶିଶୁର ଚେହେରା ଦେଖି ଓ ଜେନେଟିକ ଟେଷ୍ଟିଙ୍ଗ (genetic testing) କରି ରୋଗ ନିର୍ଣ୍ଣୟ କରାଯାଏ । [] ଜନ୍ମ ପୂର୍ବରୁ ଆମନିଓସେଣ୍ଟେସିସ (amniocentesis) ବା ଅଲଟ୍ରାସାଉଣ୍ଡ (ultrasound) ପରୀକ୍ଷା କରି ରୋଗ ନିର୍ଣ୍ଣୟ କରାଯାଇପାରେ । []

ଏହି ରୋଗରୁ ମୁକ୍ତି ନାହିଁ ।[] ଜନ୍ମ ଆରମ୍ଭରେ ସ‌ହାୟକ ଯତ୍ନ (Supportive care) ଆବଶ୍ୟକ ହୁଏ ।[] ଆର୍ଦ୍ରକାରୀ କ୍ରିମ (moisturizing cream), ଆଣ୍ଟିବାୟୋଟିକ (Antibiotics), ଇଟ୍ରେଟିନେଟ (etretinate), ରେଟୋନଏଡସ (retinoids) ଦେଇ ଚିକିତ୍ସା କରାଯାଏ । [][] ପ୍ରାୟ ୩ ଲକ୍ଷ ଜନ୍ମରେ ଜଣେ ଏହି ରୋଗକ୍ରାନ୍ତ ହୁଏ ।[] ପୁଅ ଓ ଝିଅ ଉଭୟ ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[] ସାଧାରଣତଃ ଦୀର୍ଘକାଳୀନ ସମସ୍ୟା ଲାଗିରହେ ।[] ଜନ୍ମର ପ୍ରଥମ ମାସ ମଧ୍ୟରେ ସାଧାରଣତଃ ଅଧିକାଂଶ ମୃତ୍ୟୁ ମୁଖରେ ପଡ଼ନ୍ତି ।[] ଏହି ରୋଗ ବିଷୟ ସନ ୧୭୫୦ରେ ପ୍ରଥମେ ଲିପିବଦ୍ଧ ହୋଇଥିଲା ।[]

  1. 1 2 Rapini, Ronald P.; Bolognia, Jean L.; Jorizzo, Joseph L. (2007). Dermatology: 2-Volume Set. St. Louis: Mosby. ISBN 1-4160-2999-0.[page needed]
  2. James, William; Berger, Timothy; Elston, Dirk (2005). Andrews' Diseases of the Skin: Clinical Dermatology. (10th ed.). Saunders. ISBN 0-7216-2921-0.
  3. 1 2 3 4 5 6 7 8 9 10 "Ichthyosis, Harlequin Type - NORD (National Organization for Rare Disorders)". NORD (National Organization for Rare Disorders). 2006. Archived from the original on 26 April 2017. Retrieved 26 April 2017.
  4. 1 2 3 4 5 6 7 8 "Harlequin ichthyosis". Genetics Home Reference (in ଇଂରାଜୀ). November 2008. Archived from the original on 28 July 2017. Retrieved 18 July 2017.
  5. 1 2 3 4 5 6 Glick, JB; Craiglow, BG; Choate, KA; Kato, H; Fleming, RE; Siegfried, E; Glick, SA (January 2017). "Improved Management of Harlequin Ichthyosis With Advances in Neonatal Intensive Care". Pediatrics. 139 (1). doi:10.1542/peds.2016-1003. PMID 27999114.
  6. 1 2 3 Schachner, Lawrence A.; Hansen, Ronald C. (2011). Pediatric Dermatology E-Book (in ଇଂରାଜୀ). Elsevier Health Sciences. p. 598. ISBN 0723436657. Archived from the original on 2017-11-05.
  7. 1 2 Ahmed, H; O'Toole, E (2014). "Recent advances in the genetics and management of Harlequin Ichthyosis". Pediatric Dermatology. 31 (5): 539–46. doi:10.1111/pde.12383.
  8. Shibata, A; Akiyama, M (August 2015). "Epidemiology, medical genetics, diagnosis and treatment of harlequin ichthyosis in Japan". Pediatrics international : official journal of the Japan Pediatric Society. 57 (4): 516–22. doi:10.1111/ped.12638. PMID 25857373.

ବାହ୍ୟ ଲିଙ୍କ

[ସମ୍ପାଦନା]
ଶ୍ରେଣୀବିଭାଗ
ବାହାର ଉତ୍ସ