ଧାନମୋଣ୍ଡି ହ୍ରଦ

Coordinates: 23°44′44″N 90°22′39″E / 23.7455°N 90.3776°E / 23.7455; 90.3776
ଉଇକିପିଡ଼ିଆ‌ରୁ
(Dhanmondi Lakeରୁ ଲେଉଟି ଆସିଛି)
ଧାନମୋଣ୍ଡି ହ୍ରଦ
ଅବସ୍ଥାନଢାକା
ଦିଗବାରେଣି23°44′44″N 90°22′39″E / 23.7455°N 90.3776°E / 23.7455; 90.3776
ନିଷ୍କାସନ କ୍ଷେତ୍ରସ୍ଥ  ଦେଶବଙ୍ଗଳାଦେଶ

ଧାନମୋଣ୍ଡି ହ୍ରଦ ବଙ୍ଗଳାଦେଶର ଏକ ହ୍ରଦ । ଏହି ହ୍ରଦଟି ଢାକା ଅଞ୍ଚଳରେ ଧାନମୋଣ୍ଡିରେ ଅବସ୍ଥିତ ।[୧] ଏହି ହ୍ରଦଟି କରବାନ ବଜାର ଏବଂ ତୁରାଗ ନ‌ଦୀକୁ ସଂଯୋଗ କରୁଥିବା ଏକ କେନାଲରୁ ସୃଷ୍ଟି ହୋଇଥିଲା ।[୨]

ଅବସ୍ଥିତି[ସମ୍ପାଦନା]

ଏହି ହ୍ରଦଟି ବାଂଲାଦେଶର ଢାକାରେ ଏକ ଜନବସତି ଅଞ୍ଚଳରେ ରହିଛି । ଢାକା ମୁଖ୍ୟ ସଦରଠାରୁ ଧାନମୋଣ୍ଡି ମାତ୍ର ୧୧ କିଲୋମିଟର ଦୂରରେ ଅବସ୍ଥିତ ।[୩] ଧାନମୋଣ୍ଡିରୁ ଏହି ହ୍ରଦ ପର୍ଯ୍ୟନ୍ତ ଦୂରତା ମାତ୍ର ୬୦୦ ମିଟର ।[୪]

ଜିଗତୋଳା (ଧାନମୋଣ୍ଡି ୨ୟ ରାସ୍ତା)ଠାରୁ ଏହି ହ୍ରଦଟି ଆରମ୍ଭ ହୋଇଛି ଏଂ ୨୭ ନଂ ରାସ୍ତା ଯାଏଁ ଯାଇଛି । ଏହି ହ୍ରଦଟିକୁ ଉତ୍ତରେ ମହମଦପୁର-ଲାଲମାଟିଆ ଅଞ୍ଚଳ, ପଶ୍ଚିମରେ ସତ୍‌ମସ୍‌ଜିଦ୍ ରାସ୍ତା, ଦକ୍ଷିଣରେ ବାଂଲାଦେଶ ରାଇଫଲ୍‌ସ୍ ଗେଟ୍ ଏବଂ ପୂର୍ବରେ କଳାବାଗନର ଜନବସତି ଅଞ୍ଚଳ ଘେରି ରହିଛି ।[୫] ଏହି ହ୍ରଦଟି ୩ କିଲୋମିଟର ଲମ୍ବ ଏବଂ ୩୫ରୁ ୧୦୦ ମିଟର ଓସାରର । ଏହି ହ୍ରଦଟିର ସର୍ବାଧିନ ଗଭୀରତା ୪.୭୭ ମିଟର । ସୁକ୍ରବାଦ ଅଞ୍ଚଳରେ ଗୋଟିଏ ଜଳ ନିଷ୍କାସନ ଦ୍ୱାର ରହିଛି । ମୁଖ୍ୟତଃ ବର୍ଷାଦିନରେ ଏହି ଦ୍ୱାର ଦେଇ ଜଳ ନିଷ୍କାସନ ହୋଇଥାଏ । ଫଳରେ ସବୁସମୟରେ ଏହି ହ୍ରଦଟିର ଜଳସ୍ତର ସମାନ ରହିଥାଏ ।[୬]

ନିର୍ମାଣ[ସମ୍ପାଦନା]

ଏହି ହ୍ରଦଟି ପ୍ରକୃତରେ କରବାନ ବଜାର ନ‌ଦୀରୁ ବାହାରିଥିବା ଏକ ନାଳ ଅଥବା କେନାଲର ଅଂଶ । ଏହି କେନାଲଟି ସେତେବେଳେ କରବାନ ବଜାର ନ‌ଦୀରୁ ତୁରାଗ ନ‌ଦୀକୁ ସଂଯୋଗ କରୁଥିଲା । ଏହି ହ୍ରଦର ଆଂଶିକ ଭାଗ ବେଗୁନବରି କେନାଲ ସ‌ହ ସଂଯୋଗ ହୋଇଥିଲା । ୧୯୫୬ ମସିହାରେ ଧାନମୋଣ୍ଡି ଏକ ଜନବସତି ଅଞ୍ଚଳ ଭାବରେ ବିକଶିତ ହେଲା । ସେହି ସମୟରେ କେନାଲଟିକୁ ନ‌ଦୀରୁ ଅଲଗା କରିବାକୁ ପଡ଼ିଥିଲା । ତେଣୁ କେନାଲଟିର ବଳକା ଭାଗରେ ଏହି ହ୍ରଦଟି ତିଆରି ହୋଇଥିଲା । ସେହି ଜନବସତି ପାଇଁ ନିର୍ମିତ ଅଞ୍ଚଳରେ ୧୬ ପ୍ରତିଶତ ଜାଗା ଏହି ହ୍ରଦଟି ଅକ୍ତିଆର କରିଛି ।[୭] ଏହି ହ୍ରଦଟି କ୍ରମେ ବିକାଶ କରାଯାଇଥିଲା ଏବଂ ଏକ ପର୍ଯ୍ୟଟନ ସ୍ଥଳୀରେ ପରିଣତ ହୋଇଥିଲା । ଏହା ପାଖରେ ରବିନ୍ଦ୍ର ସରୋବର ଅବସ୍ଥିତ ।[୮]

ଏହି ହ୍ରଦଟିର ଆଉ କିଛି ବଳକା ଭାଗ ଏବେ ମଧ୍ୟ କେନାଲ ଭାବରେ ବ୍ୟବ‌ହୃତ ହେଉଛି । ଏହି ବଳକା ଭାଗଟି ସେହି ଅଞ୍ଚଳରୁ ନିର୍ଗତ ଆବର୍ଜନା ପାଣିକୁ ବାହାର କରିବା କାର୍ଯ୍ୟରେ ଲାଗୁଛି । ଏହି ନାଳ ଦେଇ ବାହାରୁଥିବା ବଳକା ପାଣି ବେଗୁନବାରୀ ଖାଲରେ ପ୍ରବେଶ କରିଥାଏ । ଧାନମୋଣ୍ଡି ସ‌ହ ଆଖପାଖର କିଛି ଅଞ୍ଚଳର ଆବର୍ଜନା ଯୁକ୍ତ ପାଣି ଏହି ନାଳଦ୍ୱାରା ନିଷ୍କାସିତ ହେଉଛି ।[୬]

ପର୍ଯ୍ୟଟନ ସୁବିଧା[ସମ୍ପାଦନା]

ଏହି ହ୍ରଦଟି ସବୁଜ ପରିବେଶ ସାଙ୍ଗକୁ ଶୁଦ୍ଧ ବାତାରଣରେ ରହିଛି । ଏହାର ଆଖପାଖରେ ବିଭିନ୍ନ ପ୍ରକାରର ଫୁଲଗଛ ଲଗାଯାଇଛି । ଫଳରେ ପ୍ରକୃତିପ୍ରେମିଙ୍କୁ ଅଧିକ ଆକର୍ଷିତ କରିଥାଏ । ଏହି ହ୍ରଦର ପାଖରେ ଚଲାପଥ ମଧ୍ୟ ଅଛି ଏବଂ ଏକ ପୋଲ ଅଛି । ଏହି ପୋଲ ଏବଂ ଆଖପାଖ ରାସ୍ତା ଦେଇ ଗତିକଲାବେଳେ ପର୍ଯ୍ୟଟକମାନେ ପ୍ରକୃତି ସୁନ୍ଦରତାକୁ ବ‌ହୁତ ଭଲ ଭାବରେ ଉପଭୋଗ କରିଥାନ୍ତି । ପର୍ଯ୍ୟଟକଙ୍କ ପାଇଁ ଏହି ହ୍ରଦରେ ନୌକାବିହାରର ସୁବିଧା ମଧ୍ୟ ରଖାଯାଇଛି ।[୯]

ଫଟୋ ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. "Homage to Sudhin Das and Karunamaya Goswami". The Daily Star (in ଇଂରାଜୀ). 2017-07-17. Retrieved 2017-08-04.
  2. "7 reasons why we love Saat Masjid Road". The Daily Star (in ଇଂରାଜୀ). 2017-05-19. Retrieved 2017-08-04.
  3. "Travel Distance from Dhaka 1000-1200 To 8 Dhanmondi Lake Rd is:". citymeter. Retrieved 1 November 2017.[permanent dead link]
  4. "Distance between Dhanmondi 4, dhaka and 4 Dhanmondi Lake Road, Dhaka, Dhaka Division, Bangladesh". distance calculator. Retrieved 1 November 2017.
  5. "The Dhanmondi Lake-Dhaka". BanglaView24. Archived from the original on 22 August 2017. Retrieved 1 November 2017.
  6. ୬.୦ ୬.୧ "Dhanmondi Lake". BanglaPedia. Retrieved 1 November 2017.
  7. Sifatul Quader Chowdhury (2012). "Dhanmondi Lake". In Sirajul Islam and Ahmed A. Jamal (ed.). Banglapedia: National Encyclopedia of Bangladesh (Second ed.). Asiatic Society of Bangladesh.
  8. "Dhanmondi Lake". Online-Dhaka. Archived from the original on 22 November 2017. Retrieved 1 November 2017.
  9. "Dhanmondi Lake – Unparalleled Beauty in Rainy Season". Beautiful Bangladesh. Retrieved 1 November 2017.