ଗ୍ରହଣ ଖଣ୍ଡିଆ

ଉଇକିପିଡ଼ିଆ‌ରୁ
(Cleft lip and palateରୁ ଲେଉଟି ଆସିଛି)
ଗ୍ରହଣ ଖଣ୍ଡିଆ
ଶିଶୁର ଗ୍ରହଣ ଖଣ୍ଡିଆ ଓଠରେ ଦେଖାଯାଉଛି ।
ଶ୍ରେଣୀବିଭାଗ ଓ ବାହାର ସ୍ରୋତ
ସ୍ପେଶାଲିଟିOtorhinolaryngology, pediatrics
ଆଇସିଡ଼ି-୧୦Q35.-Q37.
ଆଇସିଡ଼ି-୯-ସିଏମ୍749
ରୋଗ ଡାଟାବେସ29604 29414
ମେଡ଼ିସିନ-ପ୍ଲସ001051
ଇ-ମେଡ଼ିସିନped/2679

ଗ୍ରହଣ ଖଣ୍ଡିଆ, (ଇଂରାଜୀ ଭାଷାରେ କ୍ଳେଫ୍ଟ ଲିପ୍ ବା କ୍ଳେଫ୍ଟ ପ୍ୟାଲେଟ୍ ବା ଓରୋଫେସିଆଲ କ୍ଳେଫ୍ଟ ଯଥାକ୍ରମେ Cleft lip and cleft palate ବା orofacial cleft ବା cleft lip and palate), ଏକ ରୋଗ ସମୂହ ଯେଉଁଥିରେ ଓଠରେ ଫାଙ୍କ (ସି.ଏଲ) ଥାଏ ବା ପ୍ୟାଲେଟରେ (ସି.ପି) ଫାଙ୍କ ଥାଏ ବା ଉଭୟ ଏକାଠି (ସି. ଲ.ପି) ଥାଆନ୍ତି । [୧][୨] ଓଠ ଖଣ୍ଡିଆ ଉପର ଓଠରେ ଦେଖାଯାଏ ଓ ଏହା ନାକକୁ ମଧ୍ୟ ବ୍ୟାପିପାରେ । ଏହି ଖଣ୍ଡିଆ ଏକ ପାର୍ଶ୍ୱରେ ହୁଏ ବା ଉଭୟ ପାର୍ଶ୍ୱରେ ହୁଏ ବା ମଝିରେ ହୁଏ । କ୍ଳେଫ୍ଟ ପ୍ୟାଲେଟ ରୋଗରେ ତାଳୁରେ ଫାଙ୍କ ଥାଇ ନାକ ଓ ପାଟି ଏକାକାର ହୋଇଯାଏ । ଖାଇବା ଅସୁବିଧା, ଶୁଣିବା ଅସୁବିଧା ଓ ବାରମ୍ବାର ମଝିକାନ ସଂକ୍ରମଣ ଏହି ରୋଗ ଯୋଗୁ ହୁଏ । ପ୍ରାୟ ଅଧାରୁ କମ ରୋଗୀଙ୍କର ଏହି ରୋଗ ସହିତ ଅନ୍ୟ ରୋଗ ସହବନ୍ଧିତ ହେବା ଦେଖାଯାଏ । [୧]

ଗର୍ଭାବସ୍ଥାରେ ଶିଶୁର ବିକାଶ ସମୟରେ ମୁଖର ତନ୍ତୁମାନେ ସଂଯୁକ୍ତ ହୋଇ ନ ପାରିବାରୁ ଏହି ରୋଗ ହୁଏ । ଏଗୁଡ଼ିକ ଏକ ପ୍ରକାର ଜନ୍ମଗତ ଦୋଷ ଯୋଗୁ ହୁଏ । ଏହାର କାରଣ ଅଜଣା । [୧] କେତେକ ଅବସ୍ଥା ଏହି ରୋଗ ହେବାର ସହାୟକ ହୁଅନ୍ତି ଯଥା ଗର୍ଭାବସ୍ଥାରେ ଧୂମ୍ରପାନ, ଡାଏବେଟିସ, ବୟସାଧିକ୍ୟ ମାଆ ଓ ବାତ ନିମନ୍ତେ ବ୍ୟବହୃତ କେତେକ ଔଷଧ । [୧][୨] ଅଧିକାଂଶ ସମୟରେ ଗର୍ଭାବସ୍ଥାରେ ଅଲ୍ଟ୍ରାସୋନୋଗ୍ରାଫି ସାହାଯ୍ୟରେ ଏହି ରୋଗ ଧରାପଡ଼େ। [୧]

ଅପରେସନଦ୍ୱାରା କ୍ଳେଫ୍ଟ ପ୍ୟାଲେଟ୍ ଓ କ୍ଳେଫ୍ଟ ଲିପ୍ ସଫଳତାର ସହିତ ଚିକିତ୍ସା କରାଯାଏ ଜନ୍ମର ଅଳ୍ପ କିଛି ମାସ ମଧ୍ୟରେ କ୍ଳେଫ୍ଟ ଲିପ ଓ ୧୮ମାସ ମଧ୍ୟରେ କ୍ଳେଫ୍ଟ ପ୍ୟାଲେଟ ଅପରେସନ କରାଯାଏ । ବାକ୍ ଚିକିତ୍ସା ଓ ଦାନ୍ତ ଯତ୍ନ ମଧ୍ୟ ଆବଶ୍ୟକ ହୋଇପାରେ । [୧]

ବିକଶିତ ଦେଶରେ ପ୍ରତି ଏକ ହଜାର ନବଜାତ ଶିଶୁଙ୍କ ମଧ୍ୟରୁ ଜଣେ ବା ଦୁଇ ଜଣଙ୍କୁ ଏହି ରୋଗ ହୁଏ । [୨] ସି ଏଲ ରୋଗ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କୁ ଦୁଇଗୁଣ ଅଧିକ ହୁଏ କିନ୍ତୁ କେବଳ ସିପି ମହିଳାଙ୍କୁ ଅଧିକ ହୁଏ । [୨] ସନ ୧୯୯୦ରେ ଏହି ରୋଗ ମୃତ୍ୟୁ ୭,୬୦୦ ଥିବାବେଳେ ଏସଏନ ୨୦୧୩ରେ ଏହା କମିଯାଇ ୩୩୦୦ ହୋଇଥିଲା । [୩] ପୂର୍ବରୁ ଏହାକୁ ଇଂରାଜୀ ଭାଷାରେ ‘“କୁହାଯାଉଥିଲା’” କିନ୍ତୁ ଏହା ଶୃତିକଟୁ ହେବା ଯୋଗୁ ନାମ ପରିବର୍ତ୍ତନ କରିଦିଆଗଲା । [୪]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ "Facts about Cleft Lip and Cleft Palate". October 20, 2014. Retrieved 8 May 2015.
  2. ୨.୦ ୨.୧ ୨.୨ ୨.୩ Watkins, SE; Meyer, RE; Strauss, RP; Aylsworth, AS (April 2014). "Classification, epidemiology, and genetics of orofacial clefts". Clinics in plastic surgery. 41 (2): 149–63. PMID 24607185.
  3. GBD 2013 Mortality and Causes of Death, Collaborators (17 December 2014). "Global, regional, and national age-sex specific all-cause and cause-specific mortality for 240 causes of death, 1990-2013: a systematic analysis for the Global Burden of Disease Study 2013". Lancet. doi:10.1016/S0140-6736(14)61682-2. PMID 25530442. {{cite journal}}: |first1= has generic name (help)CS1 maint: numeric names: authors list (link)
  4. Boklage, Charles E. (2010). How new humans are made cells and embryos, twins and chimeras, left and right, mind/selfsoul, sex, and schizophrenia. Singapore: World Scientific. p. 283. ISBN 9789812835147.