ଛଠ ପୂଜା
| Chhath | |
|---|---|
| ଅନ୍ୟ ନାମ | Chhathi Chhath Parv Chhath Puja Dala Chhath Dala Puja Surya Shashthi |
| ପାଳନକାରୀ | Hindu and Jain |
| ପ୍ରକାର | Cultural, Historical, Religious |
| ବିଶେଷତା | To thank Surya for bestowing the bounties of life on earth and fulfilling particular wishes |
| ପର୍ବ ପାଳନ | Prayers and religious rituals, including puja and prasad, bathing in the Ganges, and fasting |
| ଆରମ୍ଭ | 2 days prior to Kartik Shashthi |
| ଶେଷ | The day after Kartik Shashthi |
| ତାରିଖ | Kartik Shukla Shashthi |
| ପୁନଃପୌନିକତା | biannual (including Chaiti Chhath) |
ଆମଦେଶରେ ଛଠ ପୂଜା ବଡ଼ ଧୁମ୍ ଧାମରେ ପାଳନ କରାଯାଇଥାଏ । ଭାରତ ବ୍ୟତୀତ ମରିମସ୍, ତ୍ରିନିଦାଦ, ସୁମାତ୍ରା, ଜାଭା ସମେତ ଅନ୍ୟ ଦ୍ୱୀପମାନଙ୍କରେ ମଧ୍ୟ ଏହି ପର୍ବ ପାଳନ କରାଯାଏ । କାର୍ତ୍ତିକ ଶୁକ୍ଳପକ୍ଷ ଷଷ୍ଠୀରେ ଭଗବାନ୍ ସୂର୍ଯ୍ୟ ଦେବତାଙ୍କୁ ପୂଜା କରିବା ପାଇଁ ପୂର୍ବ, ପୂର୍ବ ଉତ୍ତର ଭାରତୀୟ ନାରୀମାନେ ନଦୀତଟରେ ଏକତ୍ର ହୋଇ ଅର୍ଘ୍ୟଦାନ କରି ଏହି ପରମ୍ପରାକୁ ବଜାୟ ରଖନ୍ତି । ଭୟାଦୂଜ ପରେ ଏହି ଛଠ୍ ଆରମ୍ଭ ହୋଇ ଚାରିଦିନ ଅନୁଷ୍ଠିତ ହୋଇଥାଏ । ପ୍ରଥମ ଦିନରେ ସୈନ୍ଧବ ଲବଣ ଓ ଘିଅରେ ତିଆରି ହୋଇଥିବା ଅରୱା ଅନ୍ନ ଓ କଖାରୁରେ ରୋଷେଇ ହୋଇଥିବା ତରକାରୀକୁ ପ୍ରସାଦ ରୂପେ ଭୋଗ କରାଯାଇଥାଏ । ଦିନସାରା ଉପବାସ ରହି ସନ୍ଧ୍ୟା ସମୟରେ ବ୍ରତୀ ମହିଳାମାନେ ପ୍ରସ୍ତୁତ କରିଥିବା ଖିରିକୁ ଗ୍ରହଣ କରିଥାନ୍ତି । ଚତୁର୍ଥ ଦିନରେ ବ୍ରତଧାରୀଙ୍କ ବ୍ରତ ସମ୍ପନ୍ନ ହେଲା ପରେ ପ୍ରସାଦକୁ ବଣ୍ଟନ କରି ଅନ୍ନ ଗ୍ରହଣ କରିଥାନ୍ତି । ଏହି ପର୍ବର ଉଦ୍ଦେଶ୍ୟ ହେଲା ସ୍ୱାମୀ, ସନ୍ତାନଙ୍କ ଦୀର୍ଘାୟୁ ଓ ପାରିବାରିକ ସୁଖ ଓ ସମୃଦ୍ଧି ପାଇଁ ପାଳନ କରାଯାଇଥାଏ ।
ପୌରାଣିକ ଗାଥା
[ସମ୍ପାଦନା]ମହାଭାରତ ସମୟରେ ଏହି ଛଠ ପୂଜା ପାଳନ କରାଯାଇଥିଲା । ଏହି ପର୍ବର ଆରମ୍ଭ ପ୍ରଥମେ ଅଙ୍ଗ ଦେଶର ରାଜା ତଥା ଆଧୁନିକ ଭାଗଲପୁରର ରାଜା କର୍ଣ୍ଣ କରିଥିଲେ । ସେ ପ୍ରତିଦିନ ପାଣିରେ ଗୋଟିଏ ଘଣ୍ଟା ଧରି ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ କରୁଥିଲେ । ସୂର୍ଯ୍ୟଙ୍କ କୃପାରୁ ସେ ଜଣେ ମହାନ୍ ଯୋଦ୍ଧା ହୋଇଥିଲେ । ଦ୍ରୌପଦୀ ମଧ୍ୟ ପରିଜନଙ୍କ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ କାମନା କରି ସୂର୍ଯ୍ୟଙ୍କୁ ପୂଜା କରିବା କଥା ମଧ୍ୟ ଉଲ୍ଲେଖ ରହିଛି । ଲଙ୍କା ବିଜୟ ପରେ ରାମରାଜ୍ୟ ସ୍ଥାପନା ଦିନ କାର୍ତ୍ତିକ ଶୁକ୍ଳ ପକ୍ଷ ଷଷ୍ଠୀରେ ଭଗବାନ୍ ରାମ ଓ ସୀତା ମଧ୍ୟ ଛଠ ପୂଜା କରିଥିଲେ । [୧]
ଗ୍ୟାଲେରି
[ସମ୍ପାଦନା]- Chhath Puja
- On the second day of Chhat devotees pay tribute to the rising Sun
- View of a ghat in a village near Muzaffarpur, Bihar
ଆଧାର
[ସମ୍ପାଦନା]- ↑ ସମୟ, ପୃଷ୍ଠା-୨, ୯.୧୧.୨୦୧୩
ବାହାର ଲିଙ୍କ
[ସମ୍ପାଦନା]- Get Free Chhath Prasad Online Archived 2013-11-10 at the Wayback Machine.
- Chhath Puja Festival & Celebrations