ଚାନ୍ସ ଫ୍ରାକଚର

ଉଇକିପିଡ଼ିଆ‌ରୁ
(Chance fractureରୁ ଲେଉଟି ଆସିଛି)
ଚାନ୍ସ ଫ୍ରାକଚର (Chance fracture)
Chance fracture of the spine,[୧] flexion distraction fracture,[୨] lap seat belt fracture[୩]
ଟି ୯ ଓଟି ୧୦ରେ ହୋଇଥିବା ଚାନ୍ସ ଫ୍ରାକଚର
ଲକ୍ଷଣଉଦର ବ୍ରୁଇସିଙ୍ଗ (Abdominal bruising), ଦୁଇ ଗୋଡ଼ର ପକ୍ଷାଘାତ (paralysis of the legs)[୪]
ବିପଦ କାରକସାମନା ସାମନି ଧକ୍କା (motor vehicle collision) ଯେଉଁଥିରେ ଲୋକଟି ଗୋଟିଏ ଲ୍ୟାପ ବେଲ୍ଟ (lap belt) ପିନ୍ଧିବା ଦେଖାଯାଉଛି । [୨]
ରୋଗ ନିର୍ଣ୍ଣୟ ପଦ୍ଧତିମେଡିକାଲ ଇମେଜିଙ୍ଗ (Medical imaging) (X-ray, CT scan)[୧]
ସଠିକ ରୋଗ ନିର୍ଣ୍ଣୟକମ୍ପ୍ରେସନ ଫ୍ରାକଚର (Compression fracture), ବର୍ସ୍ଟ ଫ୍ରାକଚର (burst fracture)[୫]
ଚିକିତ୍ସାବ୍ରେସିଙ୍ଗ (Bracing), ଅପରେଶନ[୧]
ପୁନଃପୌନିକକ୍ୱଚିତ[୬]

ଚାନ୍ସ ଫ୍ରାକଚର ଏକ ପ୍ରକାର ମେରୁଦଣ୍ଡ (spine) ଅସ୍ଥିଭଗ୍ନ‌କୁ ବୁଝାଏ ଯାହା ଅତ୍ୟଧିକ ଫ୍ଲେକ୍ସନ (ସାମନା ଦିଗକୁ ବାଙ୍କିବା) (flexion) ଯୋଗୁ ହୋଇଥାଏ ।[୭] ଲକ୍ଷଣ ମଧ୍ୟରେ ଉଦର ଚର୍ମରେ ବ୍ରୁଇସିଙ୍ଗ ହୁଏ ଯାହାକୁ ସିଟ ବେଲ୍ଟ ସାଇନ (seat belt sign) କୁହାଯାଏ ବା ପକ୍ଷାଘାତ (paralysis of the legs) ହୋଇପାରେ ।[୪][୮] ଏହା ସ‌ହିତ ଅନେକ ଲୋକଙ୍କର ପ୍ଲୀହା ଫାଟିଯାଏ (Splenic rupture), ଅଗ୍ନାଶୟ (pancreatic) ବା କ୍ଷୁଦ୍ରାନ୍ତ୍ରରେ (small bowel) ଆଘାତ ହୁଏ ବା ମେସେଣ୍ଟେରି (mesenteric) ଛିଣ୍ଡିଯାଏ । [୩][୯] ଖାଦ୍ୟନଳୀ ଆଘାତ ପ୍ରଥମ ଦିନ ଜଣାଯାଇନପାରେ ।[୧୦]

ସାଧାରଣତଃ ସାମନା ସାମନି ଗାଡ଼ି ଧକ୍କା (motor vehicle collision) ହେଲେ ଗୋଟିଏ ଲ୍ୟାପ ବେଲ୍ଟ (lap belt) ପିନ୍ଧିଥିବା ଲୋକ ଏହି ଆଘାତ ପାଇବା ଦେଖାଯାଏ ।[୨] ଉଦରରେ ମାଡ଼ ହେଲେ ମଧ୍ୟ ଏହି ଆଘାତ ହୁଏ ଯେପରିକି ଗଛ ପଡ଼ିଲେ ବା ଉପରୁ ଖସିପଡ଼ିଲେ ଏହି ଆଘାତ ହୁଏ ।[୧୧][୮] ମେରୁଦଣ୍ଡର ତିନି ଶ୍ରେଣୀ ଭାଙ୍ଗିଯାଏ (ଆଣ୍ଟିରିଅର, ପୋଷ୍ଟିରିଅର ଓ ମଧ୍ୟ ଭାଗ) ।[୬][୫] ଥୋରାସିକ ଭର୍ଟିବ୍ରାର (thoracic) ତଳ ଭାଗ ଓ ଲମ୍ବର ଭର୍ଟିବ୍ରାର (lumbar spine) ଉପର ଭାଗ ବେଶି ଆଘାତପ୍ରାପ୍ତ ହୁଏ ।[୫] ଉଦର ଆଘତ ଜାଣିବା ନିମନ୍ତେ ସିଟି ସ୍କାନ (CT scan) କରାଯାଏ ।[୯] ଏହି ଭଙ୍ଗା ଅଧିକ ଅନସ୍ଟେବଲ (unstable) ରହେ (ଦୃଢ଼ ରହେନି) ।[୧]

ବ୍ରେସ (brace) ସାହାଯ୍ୟରେ ଏହାର କଞ୍ଜରଭେଟିଭ ଚିକିତ୍ସା (conservative) କରାଯାଏ ଓ ଆବଶ୍ୟକ ସ୍ଥଳେ ଅପରେଶନ କରାଯାଏ ।[୧] ଆଜିକାଲି ଏହି ଧରଣର ଭଙ୍ଗା କ୍ୱଚିତ ଦେଖିବାକୁ ମିଳୁଛି ।[୬] ସନ ୧୯୪୮ରେ ଜି.କ୍ୟୁ.ଚାନ୍ସ ନାମକ ମାଞ୍ଚେଷ୍ଟରର, ଇଂଲଣ୍ଡର (Manchester) ଜଣେ ରେଡିଓଲୋଗି ବିଶେଷଜ୍ଞ ଏହି ବିଷୟ ପ୍ରଥମେ ବର୍ଣ୍ଣନା କରିଥିଲେ ।[୩][୧୨] ୧୯୫୦ ଓ ୧୯୬୦ ଦଶକରେ ଏହି ଭଙ୍ଗା ଅଧିକ ଦେଖାଯାଉଥିଲା ଯେତେବେଳେ ସିଟବେଲ୍ଟ (shoulder harnesses) ବ୍ୟବସ୍ଥା ଗାଡ଼ିରେ ନଥିଲା । [୩][୯]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ "Wheeless' Textbook of Orthopaedics". Wheeless Online. Retrieved 29 May 2018.
  2. ୨.୦ ୨.୧ ୨.୨ "Fractures of the Thoracic and Lumbar Spine". OrthoInfo - AAOS. Retrieved 29 May 2018.
  3. ୩.୦ ୩.୧ ୩.୨ ୩.୩ Yochum, Terry R.; Rowe, Lindsay J. (2004). essentials of skeletal radiology (in ଇଂରାଜୀ). Lippincott Williams & Wilkins. p. 674.
  4. ୪.୦ ୪.୧ Eberhardt, CS; Zand, T; Ceroni, D; Wildhaber, BE; La Scala, G (May 2016). "The Seatbelt Syndrome-Do We Have a Chance?: A Report of 3 Cases With Review of Literature". Pediatric Emergency Care. 32 (5): 318–22. doi:10.1097/PEC.0000000000000527. PMID 26087444.
  5. ୫.୦ ୫.୧ ୫.୨ Provenzale, James M.; Nelson, Rendon C.; Vinson, Emily N. (2012). Duke Radiology Case Review: Imaging, Differential Diagnosis, and Discussion (in ଇଂରାଜୀ). Lippincott Williams & Wilkins. p. 247. ISBN 9781451180602.
  6. ୬.୦ ୬.୧ ୬.୨ Marincek, Borut; Dondelinger, Robert F. (2007). Emergency Radiology: Imaging and Intervention (in ଇଂରାଜୀ). Springer Science & Business Media. p. 152. ISBN 9783540689089.
  7. Masudi, T; McMahon, HC; Scott, JL; Lockey, AS (2017). "Seat belt-related injuries: A surgical perspective". Journal of Emergencies, Trauma, and Shock. 10 (2): 70–73. doi:10.4103/0974-2700.201590. PMC 5357874. PMID 28367011.{{cite journal}}: CS1 maint: unflagged free DOI (link)
  8. ୮.୦ ୮.୧ Pope, Thomas L. (2012). Harris & Harris' Radiology of Emergency Medicine (in ଇଂରାଜୀ). Lippincott Williams & Wilkins. p. 290. ISBN 9781451107203.
  9. ୯.୦ ୯.୧ ୯.୨ Patel, Vikas V.; Burger, Evalina; Brown, Courtney W. (2010). Spine Trauma: Surgical Techniques (in ଇଂରାଜୀ). Springer Science & Business Media. p. 67. ISBN 9783642036941.
  10. Hopkins, Richard; Peden, Carol; Gandhi, Sanjay (2009). Radiology for Anaesthesia and Intensive Care (in ଇଂରାଜୀ). Cambridge University Press. p. 114. ISBN 9781139482486.
  11. Hsu, John D.; Michael, John W.; Fisk, John R.; Surgeons, American Academy of Orthopaedic (2008). AAOS Atlas of Orthoses and Assistive Devices (in ଇଂରାଜୀ). Elsevier Health Sciences. p. 142. ISBN 978-0323039314.
  12. Chance, GQ (September 1948). "Note on a type of flexion fracture of the spine". The British Journal of Radiology. 21 (249): 452–453. doi:10.1259/0007-1285-21-249-452. PMID 18878306.

ବାହ୍ୟ ଲିଙ୍କ[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ