କାଲକାନିଆଲ ଅସ୍ଥି ଭଗ୍ନ

ଉଇକିପିଡ଼ିଆ‌ରୁ
(Calcaneal fractureରୁ ଲେଉଟି ଆସିଛି)
କାଲକାନିଆଲ ଅସ୍ଥି ଭଗ୍ନ (Calcaneal fracture)
Heel bone fracture,[୧] lover's fracture, Don Juan fracture
ଭାଙ୍ଗିଥିବା କାଲକାନିଅସ (calcaneus) ଅସ୍ଥିର ଏକ୍ସ-ରେ (X-ray) ଚିତ୍ର of a fractured calcaneus
ବିଭାଗଅସ୍ଥିଶଲ୍ୟ ବିଭାଗ (Orthopedics), ଆଶୁ ଚିକିତ୍ସା ବିଭାଗ (emergency medicine)
ଲକ୍ଷଣଯନ୍ତ୍ରଣା, ବ୍ରୁଇସିଙ୍ଗ, ଚାଲିବାରେ ଅସୁବିଧା, କୁରୁପ ଗୋଇଠି (heel)[୧]
କାରଣଉଚ୍ଚତାରୁ ପାଦ ଉପରେ ପତନ, ମୋଟୋର ଗାଡ଼ି ଧକ୍କା (motor vehicle collision)[୨][୧]
ରୋଗ ନିର୍ଣ୍ଣୟ ପଦ୍ଧତିଲକ୍ଷଣ ଅନୁଯାୟୀ।, ଏକ୍ସ-ରେ (X-ray), ସିଟି ସ୍କାନ (CT scan)[୧]
ଔଷଧଏନଏସଏଆଇଡି (NSAIDs), ଓପିଓଏଡ (opioids)[୧]
ଚିକିତ୍ସାପ୍ଲାସ୍ଟର କାଷ୍ଟ (Casting), ଅପରେଶନ[୧]
Prognosisସୁସ୍ଥା ହେବାକୁ ୩ ମାସରୁ ୨ ବର୍ଷ ପର୍ଯ୍ୟନ୍ତ ଲାଗିପାରେ । [୧]
ପୁନଃପୌନିକ~ସମୁଦାୟ ଅସ୍ଥି ଭଙ୍ଗାର ୨% [୨]

କାଲକାନିଆଲ ଅସ୍ଥି ଭଗ୍ନ (calcaneal fracture) ନାମ ଦିଆଯାଏ ଯେତେବେଳେ କାଲକାନିଅସ (calcaneus) ବା ଗୋଇଠି ଅସ୍ଥି ଭାଙ୍ଗିଯାଏ (break) ।[୧] ଏହି ଭଙ୍ଗା ହେଲେ ଯନ୍ତ୍ରଣା, ବ୍ରୁଇସିଙ୍ଗ, ଚାଲିବାରେ ଅସୁବିଧା, କୁରୁପ ଗୋଇଠି (heel) ଆଦି ଲକ୍ଷଣ ଦେଖାଯାଏ ।[୧] ଏହା ଭଙ୍ଗା ସ‌ହିତ ହିପ ଅସ୍ଥି ଭାଙ୍ଗିବା (hip) ବା ମେରୁ ଅସ୍ଥି ଭାଙ୍ଗିବା (back) ସମ୍ଭାବନା ମଧ୍ୟ ଥାଏ । [୧]

ଆଘାତ ପ୍ରାପ୍ତ ଲୋକର ଉଚ୍ଚତାରୁ ପାଦ ଉପରେ ପତନ, ମୋଟୋର ଗାଡ଼ି ଧକ୍କା (motor vehicle collision) ହୋଇଥିବା ଇତିହାସ ଥିଲେ ଏହି ଭଙ୍ଗା ସନ୍ଦେହ କରାଯାଏ ।[୨][୧] ରୋଗୀର ଲକ୍ଷଣ ଦେଖି ସନ୍ଦେହ କରାଯାଏ ଓ ଏକ୍ସ-ରେ (X-ray) ବା ସିଟି ସ୍କାନ (CT scan) କରି ନିଶ୍ଚିତ କରାଯାଏ ।[୧]

ଅସ୍ଥି ଆଲାଇନମେଣ୍ଟ ବା ସଠିକ ଲାଇନରେ ଥିଲେ ପ୍ଲାସ୍ଟର କାଷ୍ଟ (Casting) ଦିଆଯାଏ ଓ ସେହି ଗୋଡ଼ ଉପରେ ୮ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ବା ଓଜନ ରଖିବାକୁ ମନା କରାଯାଏ ।[୧] ସଠିକ ଆଲାଇନମେଣ୍ଟ ନଥିଲେ ଅପରେଶନ କରିବା ଆବଶ୍ୟକ ହୁଏ । [୧] ଅସ୍ଥି ତା ପୂର୍ବାବସ୍ଥାକୁ ଫେରିଲେ ଫଳାଫଳ ଉତ୍ତମ ହୁଏ ।[୨] ସେଠାର ଚର୍ମ ଅବସ୍ଥା ଠିକ ଥିଲେ ଅଳ୍ପ କିଛି ଦିନ ଡେରିରେ ଅପରେଶନ କରାଯାଇପାରେ । [୧]

ଦେହର ସମୁଦାୟ ଅସ୍ଥି ଭଙ୍ଗାର ପ୍ରାୟ ୨% ଓ ଟାର୍ସାଲ ଅସ୍ଥି ଭଙ୍ଗାର (mid foot bones) ପ୍ରାୟ ୬୦% କେବଳ ଏହି କାଲକାନିଆଲ ଭଙ୍ଗା ହୁଏ । [୨] ସ୍ଥାନ ଚ୍ୟୁତ ହୋଇନଥିଲେ ୩ ମାସ ମଧ୍ୟରେ ଏହା ଭଲ ହୋଇଯାଏ ଓ ସ୍ଥାନ ଚ୍ୟୁତ ହୋଇଥିଲେ ଭଲ ହେବାକୁ ପ୍ରାୟ ୨ ବର୍ଷ ଲାଗେ ।[୧] ଆର୍ଥ୍ରାଇଟିସ, ଗୋଇଠିରେ ଚଳନ ସୀମା ହ୍ରାସ ମଧ୍ୟ ଚିକିତ୍ସା ପରେ ରହିପାରେ ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ "Calcaneus (Heel Bone) Fractures-OrthoInfo - AAOS". orthoinfo.aaos.org. January 2016. Archived from the original on 18 June 2017. Retrieved 12 October 2017.
  2. ୨.୦ ୨.୧ ୨.୨ ୨.୩ ୨.୪ Palmersheim, K; Hines, B; Olsen, BL (April 2012). "Calcaneal fractures: update on current treatments". Clinics in podiatric medicine and surgery. 29 (2): 205–20, vii. doi:10.1016/j.cpm.2012.01.007. PMID 22424485.

Bibliography[ସମ୍ପାଦନା]

External links[ସମ୍ପାଦନା]

ଶ୍ରେଣୀବିଭାଗ
ବାହାର ଉତ୍ସ