ଭଜନ ସୋପୋରୀ

ଉଇକିପିଡ଼ିଆ‌ରୁ
(Bhajan Soporiରୁ ଲେଉଟି ଆସିଛି)
ଭଜନ ସୋପୋରୀ
୨୦୧୩ ମସିହାରେ ସୋପୋରୀ
Background information
ଜନ୍ମ ସମୟରେ ନାମଭଜନ ଲାଲ ସୋପୋରୀ
ଜନ୍ମ୧୯୪୮
ଶ୍ରୀନଗର, ଜମ୍ମୁ ଓ କାଶ୍ମୀର
ମୃତ୍ୟୁ୨ ଜୁନ ୨୦୨୨ (ବୟସ ୭୩-୭୪)
ଗୁରୁଗ୍ରାମ, ହରିଆନା
ଶୈଳୀହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଏବଂ ସୁଫୀ ସଙ୍ଗୀତ
ପେଷାସଙ୍ଗୀତଜ୍ଞ
ବାଦ୍ୟଯନ୍ତ୍ରସନ୍ତୁର

ଭଜନ ସୋପୋରୀ ( ୧୯୪୮-୨ ଜୁନ ୨୦୨୨)[୧][୨] ଜଣେ ଭାରତୀୟ ସନ୍ତୁର ବାଦକ ଥିଲେ ।[୩] ଜାମ୍ମୁ ଓ କାଶ୍ମୀର ରାଜ୍ୟ ସହିତ ଭାରତର ଅନ୍ୟରାଜ୍ୟମାନଙ୍କ ସାଂସ୍କୃତିକ ସଂହତିର ସେତୁବନ୍ଧ ଭାବରେ ସେ କାର୍ଯ୍ୟ କରୁଥିଲେ । ତାଙ୍କୁ ୧୯୯୨ ମସିହାରେ ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ଓ ୨୦୦୪ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ୨୦୧୬ ମସିହାର ସାଧାରଣତନ୍ତ୍ର ଦିବସରେ ତାଙ୍କୁ ଜାମ୍ମୁ ଓ କାଶ୍ମୀରରାଜ୍ୟ ତରଫରୁ ଜୀବନବ୍ୟାପୀ ଅବଦାନ ସମ୍ମାନ ପ୍ରଦାନ କରାଯାଇଥିଲା ।[୪]

ବ୍ୟକ୍ତିଗତ ଜୀବନ[ସମ୍ପାଦନା]

ଭଜନ ସୋପୋରୀ, କାଶ୍ମୀରର ସୋପୋରୀ ପରିବାର ସହ ସଂପୃକ୍ତ । ତାଙ୍କ ପୂର୍ବପୁରୁଷମାନେ ସନ୍ତୁର ବାଦ୍ୟଯନ୍ତ୍ରର ବିଶେଷଜ୍ଞ ଥିଲେ । ସେ ଭାରତୀୟ ସାଂସ୍କୃତିକ ସଙ୍ଗୀତର ସୁଫିୟାନା ଘରାନାର ଅଂଶବିଶେଷ ।[୫] ତାଙ୍କ ପୂର୍ବପୁରୁଷମାନେ ୬ ପୁରୁଷଧରି ସନ୍ତୁର ବାଦନ ସହିତ ସଂପୃକ୍ତ ।[୬] ଭଜନ, ନିଜ ବାପା ଏସ ସି ସୋପୋରୀ ଓ ଜେଜେ ବାବା ଶମ୍ଭୁନାଥଙ୍କଠାରୁ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ । ୱାଶିଂଟନ ବିଶ୍ୱବିଦ୍ୟାଳୟରୁ ସେ ପାଶ୍ଚାତ୍ୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଥିଲେ ।

ତାଙ୍କ ପୁତ୍ର ଅଭୟ ରୁସ୍ତମ ସପୋରୀ ମଧ୍ୟ ଜଣେ ସନ୍ତୁର ବାଦକ ।

ସଙ୍ଗୀତଜ୍ଞ ଜୀବନ[ସମ୍ପାଦନା]

୧୦ ବର୍ଷ ବୟସରେ ଭଜନ ସୋପୋରୀ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରେ ନିଜ ଜୀବନର ପ୍ରଥମ ମଞ୍ଚ ପ୍ରଦର୍ଶନ କରିଥିଲେ ।[୫] ନିଜେ ସଙ୍ଗୀତ ଶିକ୍ଷା କରିଥିବା ୱାଶିଂଟନ ବିଶ୍ୱବିଦ୍ୟାଳୟରେ, ସେ ପରେ ସଙ୍ଗୀତ ଶିକ୍ଷାଦାନ କରିଥିଲେ । ତାଙ୍କ ସଙ୍ଗୀତକୁ ବିଶ୍ୱବ୍ୟାପୀ ସାମାପା ( ସୋପୋରୀ ଏକାଡ଼େମୀ ଫର ମ୍ୟୁଜିକ ଆଣ୍ଡା ପରଫରମିଙ୍ଗ ଆକ୍ଟ ) ନାମରେ ଏକ ସଙ୍ଗୀତ ଅନୁଷ୍ଠାନ ପ୍ରତିଷ୍ଠା କରି ସେ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଦାନ କରନ୍ତି ।[୭] ଏହି ଅନୁଷ୍ଠାନ ଜେଲବାସୀମାନଙ୍କୁ ମଧ୍ୟ ସଙ୍ଗୀତ ଶିକ୍ଷାଦେଇ ତାଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବାକୁ ଚେଷ୍ଟା କରିଥାଏ ।[୮] ୨୦୧୧ ମସିହାରେ ଏହି ଅନୁଷ୍ଠାନକୁ ଡୋଗରୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୯] ୨୦୧୫ ମସିହାରୁ ଏହି ଅନୁଷ୍ଠାନଦ୍ୱାରା ସାମାପା ପୁରସ୍କାର ମଧ୍ୟ ପ୍ରଦାନ କରାଯାଉଛି ।[୧୦]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • ସଙ୍ଗୀତ ନାଟକ ଏକାଡ଼େମୀ ସମ୍ମାନ - ୧୯୯୨[୧୧]
  • ପଦ୍ମଶ୍ରୀ - ୨୦୦୪[୧୨]
  • ବାବା ଆଲାଉଦ୍ଦିନ ଖାନ ସମ୍ମାନ - ୨୦୦୯[୧୩]
  • ଏମ ଏନ ମାଥୁର ସମ୍ମାନ - ୨୦୧୧[୧୪]
  • ଜାମ୍ମୁ ଓ କାଶ୍ମୀର ରାଜ୍ୟ ଜୀବନବ୍ୟାପୀ ଅବଦାନ ସମ୍ମାନ - ୨୦୧୬[୪]

ଆଧାର[ସମ୍ପାଦନା]

  1. Santoor maestro Pandit Bhajan Sopori passes away
  2. "Bhajan Sopori". Indian Arts. 24 June 2012. Archived from the original on 3 December 2013.
  3. "Sangeet Natak Akademi Awards – Hindustani Music – Instrumental". Sangeet Natak Akademi. Archived from the original on 19 May 2009. Retrieved 16 May 2009.
  4. ୪.୦ ୪.୧ "State awards for Jammu and Kashmir announced". Only Kashmir. 26 January 2016. Archived from the original on 31 January 2016. Retrieved 25 January 2016.
  5. ୫.୦ ୫.୧ "Bhajan Lal Sopori". Planet Radio City. 24 June 2012. Archived from the original on 2 February 2010.
  6. "Santoor Player Abhay Rustom Sopori plays tomorrow". Mumbai Mirror. 26 February 2011. Archived from the original on 29 January 2013.
  7. "J&K to be Cultural Capital of the country". Ground report. 5 February 2012. Archived from the original on 7 June 2013. Retrieved 15 July 2012.
  8. "SaMaPa to start music classes in Jails in J&K". Deccan Herald. 15 February 2012. Retrieved 4 July 2020.
  9. "Trinidad envoy jams with Kashmiri Sufi band". Thaindian. 15 September 2011. Archived from the original on 27 February 2014. Retrieved 15 July 2012.
  10. "Santoor Maestro Bhajan Sopori announces SaMaPa awards". Indian Express. 18 November 2015. Retrieved 14 April 2018.
  11. "Sangeet Natak Akademi Awards – Hindustani Music – Instrumental". Sangeet Natak Akademi. Archived from the original on 19 May 2009. Retrieved 16 May 2009.
  12. "Padma Awards". Ministry of Communications and Information Technology (India). Archived from the original on 21 May 2009. Retrieved 16 May 2009.
  13. "Pandit Bhajan Sopori awarded again". Indian Express. 13 February 2009. Retrieved 4 July 2020.
  14. "Bhajan Sopori gets M N Mathur Award". Early Times. 3 March 2011. Retrieved 4 July 2020.