Jump to content

ବେଡାକୁଇଲିନ

ଉଇକିପିଡ଼ିଆ‌ରୁ
(Bedaquilineରୁ ଲେଉଟି ଆସିଛି)
ବେଡାକୁଇଲିନ
Clinical data
Trade namesSirturo
SynonymsBedaquiline fumarate,[] TMC207,[] R207910, AIDS222089
AHFS/Drugs.commonograph
data
Pregnancy
category
  • US: B (No risk in non-human studies)
    Routes of
    administration
    by mouth
    ATC code
    Legal status
    Legal status
    • ℞ (Prescription only)
    Pharmacokinetic data
    Protein binding>99.9% []
    MetabolismLiver, by CYP3A4[]
    Elimination half-life5.5 months []
    Excretionfecal[]
    Identifiers
    • (1R,2S)-1-(6-Bromo-2-methoxy-3-quinolyl)-4-dimethylamino-2-(1-naphthyl)-1-phenylbutan-2-ol
    CAS Number
    PubChem CID
    ChemSpider
    UNII
    ChEBI
    ChEMBL
    Chemical and physical data
    FormulaC32H31BrN2O2
    Molar mass555.5 g/mol
    3D model (JSmol)
    • Brc1ccc2nc(OC)c(cc2c1)[C@@H](c3ccccc3)[C@](O)(c5c4ccccc4ccc5)CCN(C)C
    • InChI=1S/C32H31BrN2O2/c1-35(2)19-18-32(36,28-15-9-13-22-10-7-8-14-26(22)28)30(23-11-5-4-6-12-23)27-21-24-20-25(33)16-17-29(24)34-31(27)37-3/h4-17,20-21,30,36H,18-19H2,1-3H3/t30-,32-/m1/s1
    • Key:QUIJNHUBAXPXFS-XLJNKUFUSA-N

    ବେଡାକୁଇଲିନ (ଇଂରାଜୀ ଭାଷାରେ Bedaquiline, ବିକ୍ରୟ ନାମ ସିରଟୁରୋ Sirturo) ଏକ ଔଷଧ ଯାହା ଯକ୍ଷ୍ମା ରୋଗର ଚିକିତ୍ସା ନିମନ୍ତେ ଦିଆଯାଏ ।[] ମଲ୍ଟିଡ୍ରଗ ରେଜିସ୍ଟାଣ୍ଟ ଯକ୍ଷ୍ମା (multidrug-resistant tuberculosis ବା MDR-TB) ରୋଗରେ କୌଣସି ଔଷଧ କାମ ନ କରୁଥିଲେ ଏହି ଔଷଧ ଦିଆଯାଏ । ଅତି କମ୍‌ରେ ଅନ୍ୟ ତିନୋଟି ଯକ୍ଷ୍ମା ଔଷଧ (medications for tuberculosis) ସ‌ହିତ ଏହି ଔଷଧ ଦିଆଯାଏ ।[][] ଏହି ଔଷଧ ପାଟିରେ ଦିଆଯାଏ । []

    ଏହି ଔଷଧର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ଗଣ୍ଠି ଯନ୍ତ୍ରଣା (joint pains), ମୁଣ୍ଡବଥା ଓ ଛାତି ଯନ୍ତ୍ରଣା ହୋଇପାରେ । ସାଂଘାତିକ ପ୍ରତିକ୍ରିୟାରେ ଦୀର୍ଘ କ୍ୟୁଟି (QT prolongation) ହୁଏ, ଯକୃତ ସମସ୍ୟା, ଓ ମୃତ୍ୟୁ ସଙ୍କଟ ଅଧିକ ହୁଏ ।[] ଗର୍ଭାବସ୍ତାରେ କ୍ଷତି ହେବା ଜଣାଯାଇନଥିଲେ ମଧ୍ୟ ଏହା ଉପରେ ଅଧିକ ଅନୁଶୀଳନ ହୋଇନାହିଁ ।[] ଏହା ଡାଏରୀକୁଇନୋଲିନ ଆଣ୍ଟିମାଇକୋବ୍ୟାକ୍ଟେରିଆ (diarylquinoline antimycobacterial) ଶ୍ରେଣୀର ଔଷଧ । ମାଇକୋବ୍ୟାକ୍ଟେରିଅମ ଟ୍ୟୁବରକୁଲୋସିସ (M. tuberculosis) ଜୀବାଣୁର ଏଟିପି ପ୍ରସ୍ତୁତ କରିବା ଶକ୍ତିକୁ ଏହି ଔଷଧ ଅବରୋଧ କରେ ।[]

    ସନ ୨୦୧୨ରେ ଯୁକ୍ତରାଷ୍ଟ୍ର ଆମେରିକାରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ବେଡାକୁଇଲିନ ସ୍ୱୀକୃତ ହେଲା ।[] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[] ଛଅ ମାସର ଔଷଧ ଖର୍ଚ୍ଚ ସ୍ୱଳ୍ପ ଆୟ ଦେଶମାନଙ୍କରେ ୯୦୦, ମଧ୍ୟମ ଆୟକାରୀ ଦେଶମାନଙ୍କରେ ୩୦୦୦ ଓ ଉଚ୍ଚ ଆୟକାରୀ ଦେଶମାନଙ୍କରେ ୩୦,୦୦୦ ଆମେରିକୀୟ ଡଲାର ଖର୍ଚ୍ଚ ହୁଏ ।[]

    1. 1 2 3 4 5 6 "Bedaquiline Fumarate". The American Society of Health-System Pharmacists. Retrieved 8 December 2016.
    2. Diacon AH, Pym A, Grobusch M, et al. (2009). "The diarylquinoline TMC207 for multidrug-resistant tuberculosis". N Engl J Med. 360 (23): 2397–405. doi:10.1056/NEJMoa0808427. PMID 19494215.
    3. "Sirturo: Clinical Pharmacology". Retrieved 28 April 2014.
    4. 1 2 3 "Bedaquiline". Archived from the original on 20 May 2013. Retrieved 28 April 2014.
    5. 1 2 3 The selection and use of essential medicines: Twentieth report of the WHO Expert Committee 2015 (including 19th WHO Model List of Essential Medicines and 5th WHO Model List of Essential Medicines for Children) (PDF). World Health Organization. 2015. p. vii, 29. ISBN 9789241209946. Retrieved 10 December 2016.
    6. "Bedaquiline (Sirturo) Use During Pregnancy". www.drugs.com. Retrieved 10 December 2016.
    7. "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.