ବଙ୍ଗଳାଦେଶ ଜାତୀୟ ସଂଗ୍ରହାଳୟ
ବଙ୍ଗଳାଦେଶ ଜାତୀୟ ସଂଗ୍ରହାଳୟ (ବଙ୍ଗାଳୀ: বাংলাদেশ জাতীয় জাদুঘর, ରୋମାନାଇଜଡ୍: Bānlādēśa jātīẏa jādughara) ହେଉଛି ବଙ୍ଗଳାଦେଶର ସରକାରୀ ସଂଗ୍ରହାଳୟ ।[୧] ସଂଗ୍ରହାଳୟଟିରେ ବିଭିନ୍ନ ବିଭାଗ ଯଥା ଇତିହାସ ଏବଂ ଶାସ୍ତ୍ରୀୟ କଳା ବିଭାଗ, ପ୍ରାକୃତିକ ଇତିହାସ ବିଭାଗ ଏବଂ ସମସାମୟିକ ତଥା ବିଶ୍ୱ ସଭ୍ୟତା ବିଭାଗ ତଥା ଅନ୍ୟାନ୍ୟ ବିଭାଗର ପ୍ରଦର୍ଶନୀଗୁଡିକ କ୍ରମାନୁସାରେ ସ୍ଥାନିତ ହୋଇଛି | ସଂଗ୍ରହାଳୟରେ ଏକ ସମୃଦ୍ଧ ସଂରକ୍ଷଣ ଲାବୋରେଟୋରୀ ମଧ୍ୟ ଅଛି | ୧୯୧୪ରୁ ୧୯୪୭ ମସିହା ମଧ୍ୟରେେ ନଳୀନି କଣ୍ଟା ଭଟ୍ଟାସାଲି ଏହି ଜାତୀୟ ସଂଗ୍ରହାଳୟର ପ୍ରଥମ କ୍ୟୁରେଟର ଭାବରେ କାର୍ଯ୍ୟ କରିଥିଲେ |
ଇତିହାସ
[ସମ୍ପାଦନା]ବଙ୍ଗଳାଦେଶ ଜାତୀୟ ସଂଗ୍ରହାଳୟ ମୂଳତଃ ୨୦ ମାର୍ଚ୍ଚ ୧୯୧୩ ମସିହାରେ ଅନ୍ୟ ନାମରେ (ଡାକା ସଂଗ୍ରହାଳୟ) ପ୍ରତିଷ୍ଠିତ ହୋଇଥିଲା ଏବଂ ଆନୁଷ୍ଠାନିକ ଭାବରେ ୭ ଅଗଷ୍ଟ ୧୯୧୩ ରେ ବଙ୍ଗଳା ରାଜ୍ୟପାଳ ଲର୍ଡ କାର୍ମାଇକେଲଙ୍କ ଦ୍ଵାରା ଉଦ୍ଘାଟିତ ହୋଇଥିଲା । ଜୁଲାଇ ୧୯୧୫ ରେ ଏହାକୁ ଢାକାର ନାଏବ ନାଜିମଙ୍କୁ ହସ୍ତାନ୍ତର କରାଯାଇଥିଲା । ଢାକା ସଂଗ୍ରହାଳୟର ମିଶ୍ରଣ ମାଧ୍ୟମରେ ବଙ୍ଗଳାଦେଶ ଜାତୀୟ ସଂଗ୍ରହାଳୟ ଗଠନ କରାଯାଇଥିଲା ଏବଂ ଏହାକୁ ୧୭ ନଭେମ୍ବର ୧୯୮୩ରେ ବାଂଲାଦେଶର ଜାତୀୟ ସଂଗ୍ରହାଳୟ ଭାବରେ ପରିଣତ କରାଯାଇଥିଲା । ଏହା ଢାକାସ୍ଥିତ ଶାହାବାଗରେ ଅବସ୍ଥିତ । ୧୯୭୮ରୁ ଏହାର ପ୍ରଥମ ପ୍ରକାଶନ ଭାବେ "ବାଂଲାଦେଶରେ ଇସଲାମିକ୍ ଆର୍ଟ, କାଟାଲଗ୍" ପ୍ରକାଶିତ ହୋଇଥିଲା ।
ପରିଚାଳନା
[ସମ୍ପାଦନା]ବଙ୍ଗଳାଦେଶ ଜାତୀୟ ସଂଗ୍ରହାଳୟ ହେଉଛି ଆଇନାନୁମୋଦିତ ଏକ ସ୍ୱୟଂଶାସିତ ଅନୁଷ୍ଠାନ ଏବଂ ଟ୍ରଷ୍ଟି ବୋର୍ଡ ଦ୍ୱାରା ନିୟନ୍ତ୍ରିତ | ତେବେ ସରକାରଙ୍କ ଦ୍ୱାରା ନିଯୁକ୍ତ ଜଣେ ମହାନିର୍ଦ୍ଦେଶକ ସଂଗ୍ରହାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଭାବରେ ସାମଗ୍ରିକ ଦାୟିତ୍ଵ ଗ୍ରହଣ କରିଛନ୍ତି । ବର୍ତ୍ତମାନ ବାଂଲାଦେଶ ଜାତୀୟ ସଂଗ୍ରହାଳୟରେ ୩୩୦ ଅଧିକାରୀ ଏବଂ କର୍ମଚାରୀ କାର୍ଯ୍ୟ କରୁଛନ୍ତି ।
ସଂଗ୍ରହାଳୟରେ ଥିବା ସମସ୍ତ ଜିନିସ ମୋଟ ତିନୋଟି ମହଲାରେ ସଜ୍ଜିତ ହୋଇଅଛି । ହାରାହାରି ୨୦୦୦ରୁ ଅଧିକ ପରିଦର୍ଶକ ପ୍ରତିଦିନ ବଙ୍ଗଳାଦେଶ ଜାତୀୟ ସଂଗ୍ରହାଳୟ ପରିଦର୍ଶନ କରିବାକୁ ଆସନ୍ତି | ବୟସ୍କଙ୍କ ପାଇଁ ପରିଦର୍ଶକ ଫି ୪୦ ଟଙ୍କା ଏବଂ ନାବାଳକ/ନାବାଳିକାଙ୍କ ପାଇଁ ୨୦ ଟଙ୍କା | ବିଦେଶୀମାନଙ୍କ ପାଇଁ ୫୦୦ ଟଙ୍କା ଏବଂ SAARC ଦେଶରୁ ପରିଦର୍ଶକମାନଙ୍କ ପାଇଁ ୩୦୦ ଟଙ୍କା |[୨] ତେବେ ୦୩ ବର୍ଷରୁ କମ୍ ପିଲା ଏବଂ ଶାରୀରିକ ଭାବରେ ଅକ୍ଷମ ବ୍ୟକ୍ତିଙ୍କ ପାଇଁ ଟିକେଟ୍ ଫି ଛାଡର ବ୍ୟବସ୍ଥା ରହିଛି ।
ପ୍ରଥମ ମହଲା
[ସମ୍ପାଦନା]ପ୍ରଥମ ମହଲାର ପ୍ରଥମ କୋଠରୀରେ ବାଂଲାଦେଶ ଏବଂ ଏହାର ୬୪ ଟି ଜିଲ୍ଲାର ଏକ ବଡ଼ ମାନଚିତ୍ର ପ୍ରଦର୍ଶିତ ହୋଇଛି | ଦ୍ୱିତୀୟ କୋଠରୀରେ ଏକ ମହାବଳ ବାଘର ବଡ଼ ପ୍ରତିମୂର୍ତ୍ତି ରହିଛି । ତୃତୀୟରୁ ଦଶମ କୋଠରୀଗୁଡ଼ିକ ବାଂଲାଦେଶରେ ମିଳୁଥିବା ପ୍ରାକୃତିକ ସୌନ୍ଦର୍ଯ୍ୟକୁ ପ୍ରଦର୍ଶନ କରନ୍ତି | ଅନ୍ୟ କୋଠରୀଗୁଡ଼ିକରେ ୧୯୦୦ ମସିହା ପର୍ଯ୍ୟନ୍ତ ବଙ୍ଗଳାଦେଶର କିଛି ଐତିହାସିକ ସ୍ମରଣିକା ସ୍ଥାନ ପାଇଛି । ସେଠାରେ ଏକ କୋଠରୀ ଅଛି ଯାହା ବଙ୍ଗଳାଦେଶ ଗ୍ରାମାଞ୍ଚଳର ଲୋକମାନେ ବ୍ୟବହାର କରୁଥିବା ବିଭିନ୍ନ ଡଙ୍ଗାକୁ ଦର୍ଶାଉଛି |
ଦ୍ଵିତୀୟ ମହଲା
[ସମ୍ପାଦନା]ଦ୍ୱିତୀୟ ମହଲାରେ ପ୍ରସିଦ୍ଧ ବ୍ୟକ୍ତିଙ୍କ ଫଟୋଚିତ୍ର ରହିଛି ଏବଂ ବାଂଲାଦେଶ ମୁକ୍ତି ସଂଗ୍ରାମ ଏବଂ ୧୯୫୨ ର ଭାଷା ଆନ୍ଦୋଳନ ପ୍ରଦର୍ଶିତ ହୋଇଛି । ଏହା ବ୍ୟତୀତ ଯୁଦ୍ଧରେ ବ୍ୟବହୃତ ପୋଷ୍ଟର, ନିର୍ଯାତନା ଯନ୍ତ୍ର ଏବଂ ଦୁଇଟି ଲାଇବ୍ରେରୀ ମଧ୍ୟ ଅଛି |
ତୃତୀୟ ମହଲା
[ସମ୍ପାଦନା]ତୃତୀୟ ମହଲାରେ ପ୍ରଦର୍ଶିତ ହେଉଅଛି ଅନ୍ତର୍ଜାତୀୟ ରାଜନେତା, କଳାକାର, ବୈଜ୍ଞାନିକ, ପ୍ରସିଦ୍ଧ ଚିତ୍ର ଏବଂ ଚାରୋଟି ଆନ୍ତର୍ଜାତୀୟ ଗ୍ୟାଲେରୀ - ଚାଇନିଜ୍, କୋରିଆନ୍, ଇରାନ ଏବଂ ସ୍ୱିସ୍ |[୩]
ଗ୍ୟାଲେରୀ
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ "Novera's exhibition begins at National Museum". www.thedailystar.net. Retrieved 2 November 2024.
- ↑ "ବାଂଲାଦେଶ ଜାତୀୟ ଜାଦୁଘର". bangladeshmuseum.gov.bd. Retrieved 2 November 2024.
- ↑ "Gallery Floor Plan". web.archive.org. 30 August 2014. Archived from the original on 30 August 2014. Retrieved 2 November 2024.
{{cite web}}
: CS1 maint: bot: original URL status unknown (link)