Jump to content

ଅଶୋକ ଡି ସିଲ୍‌ଭା

ଉଇକିପିଡ଼ିଆ‌ରୁ
(Asoka de Silva (judge)ରୁ ଲେଉଟି ଆସିଛି)

ଜୋସେଫ ଅଶୋକ ନିହାଲ ଡି ସିଲ୍ଲଭା ବା ଅଶୋକ ଡି ସିଲ୍‌ଭା (ଜନ୍ମ ୧୭ ମଇ ୧୯୪୬) ଶ୍ରୀଲଙ୍କା ସର୍ବୋଚ୍ଚ ନ୍ୟାୟାଳୟର ୪୨ତମ ପ୍ରଧାନ ବିଚାରପତି ଥିଲେ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

କାଣ୍ଡିସ୍ଥିତ ସେଣ୍ଟ ଆନ୍ଥୋନି କଲେଜରୁ ସିଲଭା ତାଙ୍କର ପ୍ରାଥମିକ ଶିକ୍ଷା ଲାଭ କରିଥିଲେ । ୧୯୭୧ ମସିହାରେ ପେରେଡେନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିସେମ୍ବର ୧୯୭୨ରେ ଶ୍ରୀଲଙ୍କା ସର୍ବୋଚ୍ଚ ନ୍ୟାୟାଳୟରେ ଆଡଭୋକେଟ ଭାବରେ ଯୋଗଦାନ କରିଥିଲେ । ଏପ୍ରିଲ ୨, ୧୯୭୪ରେ ସେ ଆଟର୍ଣ୍ଣି ଜେନେରାଲ ଭାବେ ଯୋଗ ଦେଇଥିଲେ । ୧୯୮୭ରେ ସେ ଜଣେ ସିନିୟର ଡେପୁଟି ସଲିସିଟର ଜେନେରାଲ ହୋଇଥିଲେ ଏବଂ ଆଟର୍ଣ୍ଣି ଜେନେରାଲ ଭାବେ ୨୨ ବର୍ଷ କାର୍ଯ୍ୟ କରିବା ପରେ ବିଭାଗଦ୍ୱାରା ତାଙ୍କୁ ୧୨ ଅକ୍ଟୋବର ୧୯୯୫ରେ ଅପିଲ୍ କୋର୍ଟର ବିଚାରପତି ଭାବରେ ନିଯୁକ୍ତ ଦିଆଯାଇଥିଲା । ପ୍ରଧାନ ବିଚାରପତି ଅଶୋକ ଡି ସିଲ୍‌ଭା ଫେବୃଆରୀ ୨୦୦୧ରେ ଅପିଲ୍ କୋର୍ଟର ପୀଠାଧୀଶ ହୋଇଥିଲେ ଏବଂ ପରେ ୧ ଅଗଷ୍ଟ ୨୦୦୧ରେ ସୁପ୍ରିମକୋର୍ଟକୁ ଉନ୍ନୀତ ହୋଇଥିଲେ ।

୩୧ ଜୁଲାଇ ୨୦୧୩ରେ କେନିଆର ନୂତନ ସମ୍ବିଧାନ ଅନୁଯାୟୀ ସେ କେନିଆର ନ୍ୟାୟପାଳିକାରୁ ଅନୁପଯୁକ୍ତ ନ୍ୟାୟିକ ଅଧିକାରୀଙ୍କ ବିଦା ପାଇଁ ପ୍ରତିଷ୍ଠିତ "ଜଜ୍ ଏବଂ ମାଜିଷ୍ଟ୍ରେଟ୍ ପୁନରୀକ୍ଷଣ (ଭେଟିଂ) ବୋର୍ଡ"ର ସଦସ୍ୟ ଭାବରେ ନିଯୁକ୍ତ ହୋଇଥିଲେ ।[]

ଅଶୋକ ଡି ସିଲ୍‌ଭା ୧୯୮୩/୮୪ରେ କଲମ୍ବୋ ବିଶ୍ୱବିଦ୍ୟାଳୟରୁ ପ୍ରଶାସନିକ ଆଇନରେ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି ଏବଂ ଯୁକ୍ତରାଷ୍ଟ୍ରର ଇଲିନୋଇସ୍ ବିଶ୍ୱବିଦ୍ୟାଳୟରେ କ୍ରିମିନୋଲୋଜିରେ ସ୍ନାତକୋତ୍ତର ଡିପ୍ଲୋମା କରିଛନ୍ତି ।

ପଦ ପଦବୀ

[ସମ୍ପାଦନା]
  • ଶ୍ରୀଲଙ୍କା ଆଇନ ମହାବିଦ୍ୟାଳୟରେ ଅଧ୍ୟାପକ
  • କଲମ୍ବୋ ବିଶ୍ୱାବିଦ୍ୟାଳୟରେ ଆଇନ ବିଭାଗରେ ଅଧ୍ୟାପକ
  • 'ବ୍ରାଜିଲରେ ସ୍ଥାୟୀ ବିକାଶ' ସଂପର୍କିତ ଯୁକ୍ତରାଜ୍ୟ ସମ୍ମିଳନୀରେ ଶ୍ରୀଲଙ୍କାର ପ୍ରତିନିଧୀତ୍ୱ କରିଥିଲେ
  • 'ଜାତୀୟ ପରିବେଶ ନୀତି' ତିଆରି କରିବା ସମ୍ବନ୍ଧୀତ ଜାତୀୟ ଟାସ୍କ ଫୋର୍ସର ସଦସ୍ୟ ଥିଲେ
  • ଯୁକ୍ତରାଷ୍ଟ୍ର ସେକ୍ରେଟାରୀ ଜେନେରାଲ କୋଫି ଆନ୍ନାନ୍‌ଙ୍କଦ୍ୱାରା ରୁଆଣ୍ଡା ନିମିତ୍ତ ଅନ୍ତଃରାଷ୍ଟ୍ରୀୟ ଅପରାଧିକ ନ୍ୟାୟାଧୀକରଣରେ ଏକ ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି (3 August 2004). ଅନ୍ତଃରାଷ୍ଟ୍ରୀୟ ଅପରାଧିକ ନ୍ୟାୟାଧୀକରଣରେ ୧୬ ଜଣ ବିଚାରପତିମଧ୍ୟରୁ ଅନ୍ୟତମ ବିଚାରପତି ଭାବେ ସେ କାର୍ଯ୍ୟ ତୁଲାଇଥିଲେ ।[]
  1. "Justice Asoka de Silva takes oath as new Chief Justice - News Photo". web.archive.org. 19 October 2013. Archived from the original on 19 October 2013. Retrieved 8 December 2020.{{cite web}}: CS1 maint: bot: original URL status unknown (link)
  2. "Judges and Magistrates Vetting Board :: Restructuring Of The Board". web.archive.org. 2 February 2014. Archived from the original on 2 February 2014. Retrieved 8 December 2020.
  3. "ICTR News Detail". archive.vn. 16 April 2013. Archived from the original on 16 April 2013. Retrieved 8 December 2020.{{cite web}}: CS1 maint: bot: original URL status unknown (link)