ଆଉରୁନ
ଆଉରୁନ | |
---|---|
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ | |
ସାମ୍ରାଜ୍ୟ: | ପ୍ରାଣୀ ସାମ୍ରାଜ୍ୟ |
ଗୋଷ୍ଠୀ: | ବାଇଲାଟେରିଆ |
ପର୍ବ: | କୋର୍ଡାଟା |
ମହାଶ୍ରେଣୀ: | ଟେଟ୍ରାପୋଡା |
ଗୋଷ୍ଠୀ: | ଡାଇନୋସରିଆ |
ଗୋଷ୍ଠୀ: | ଥେରୋପୋଡ଼ା |
Clade: | Tyrannoraptora |
Genus: | †Aorun Choiniere et al., 2013 |
ଆଉରୁନ (Aorun) ଏକ ମାଂସାଶୀ ଥ୍ରୀଓପଡ ଡାଇନୋସର ଥିଲା । ଏହାର ଜୀବାଶ୍ମ ୨୦୦୬ରେ ମିଳିଥିଲା ।[୧] ଏହା ପ୍ରାୟ ୧୬.୧୫ କୋଟି ବର୍ଷ ପୂର୍ବେ ଜୁରାସିକ ଯୁଗର ଶେଷ ଆଡେ ବସବାସ କରୁଥିଲା ।
ଆବିଷ୍କାର
[ସମ୍ପାଦନା]ଆଉରୁନର ଜୀବାଶ୍ମ ଜୀବ ବିଜ୍ଞାନ ପ୍ରଫେସର ଜେମ୍ସ କ୍ଲାର୍କ, ତାଙ୍କ ଛାତ୍ର ଜୋନାହ କୋଇନିଏର ଓ ଅନ୍ୟାନ୍ୟ ଗବେଷକଙ୍କଦ୍ୱାରା ଚାଇନାର ଜିନ୍ଜିଆଙ୍ଗ ଅଞ୍ଚଳରୁ ୨୦୦୬ରେ ମିଳିଥିଲା । ସେମାନେ ଉପରୁ ଦେଖାଯାଉଥିବା ଗୋଟେ ଗୋଡର ହାଡ ପାଖରେ ଖୋଳିବାରୁ ମାଟି ତଳୁ ଦାନ୍ତ ସହ ଖପୁରୀ, କିଛି ମେରୁହାଡ ଓ କିଛି ଗୋଡର ହାଡ ପାଇଥିଲେ ।[୨]
କୋଇନିଏର, କ୍ଲାର୍କ ଓ ଅନ୍ୟମାନେ ୨୦୧୩ରେ ଏହାର ନାମକରଣ ଓ ବର୍ଣ୍ଣନା ଦେଇଥିଲେ । ଆଉରୁନ ଏକ ଚୀନା ଭାଷାର ଶବ୍ଦ ଯାହାକି ଗୋଟେ କିମ୍ବଦନ୍ତୀର ଜୀବ । ଜାତିର ନାଁ ଝାଓଇ, ଜୀବାଶ୍ମ ବିଜ୍ଞାନୀ ପ୍ରଫେସର ଝାଓ ଜିଜିନଙ୍କ ନାମରୁ ଆସିଛି ।[୩][୪]
ବର୍ଣ୍ଣନା
[ସମ୍ପାଦନା]ମିଳିଥିବା ଜୀବାଶ୍ମ ହୋଲୋଟାଇପରେ ଗୋଟେ ଖପୁରୀ, ମାଢି, ଗୋଟେ ବେକର ମେରୁହାଡ, ଗୋଟେ ପଶ୍ଚାତ ମେରୁହାଡ, ତିନିଟି ଲାଙ୍ଗୁଡ ମେରୁହାଡ, ବାଁ ପାଖ ଅଲ୍ନା ଓ ହାତ, ଦୁଇଟିଯାକ ଜଘନାସ୍ଥି (Pubes) ଓ ଦୁଇଟିଯାକ ଗୋଡ ରହିଛି । ଜୀବଟି ଆନୁମାନିକ ଭାବେ ୧ ମିଟର ଲମ୍ବା ଓ ୨ କି.ଗ୍ରା ଭାରି ଥିଲା ।[୫] ତୃତୀୟ ଓ ଚତୁର୍ଥ କରଭିକାସ୍ଥି (metacarpals) ବେଶ ପତଳା ଓ କୋଏଲୁରୋସର ଗୋଷ୍ଠୀ ପରି ଲାଗେ ।[୬]
ଦାନ୍ତ ସଂଖ୍ୟା ୪୧ରୁ ୪୬ ପାଖାପାଖି । ଊର୍ଦ୍ଧ୍ୱ ହନୁହାଡରେ ୧୨ଟି ଦାନ୍ତ ଥିବାରୁ କଙ୍କାଳଟି ଛୁଆ ଡାଇନୋସରର ବୋଲି ବିଶେଷଜ୍ଞଙ୍କ ମତ (ପ୍ରାପ୍ତବୟସ୍କ କୋଏଲୁରୋସରର ଊର୍ଦ୍ଧ୍ୱ ହନୁହାଡରେ ୧୫ଟି ଦାନ୍ତ ଥାଏ) ।
ଆକାର
[ସମ୍ପାଦନା]କଙ୍କାଳ ସଂରଚନାରୁ ଅନୁମାନ ଏହା ଗୋଟେ ଦୁଇଗୋଡିଆ ମାଂଶାସୀ ପ୍ରାଣୀ ଥିଲା । ଆକାର ପ୍ରାୟ ୧ମିଟର ଲମ୍ବା ଓ ୧.୫ କି.ଗ୍ରା ଓଜନ । କୋଇନିଏରଙ୍କ ଅଣୁବୀକ୍ଷଣ ପରୀକ୍ଷା ଅନୁସାରେ ନମୁନାଟିର ବୟସ ୧ ବର୍ଷ ।
ବିତରଣ
[ସମ୍ପାଦନା]ଚାଇନାର ଜିନ୍ଜିଆଙ୍ଗ ରାଜ୍ୟର ଉକାଇୱାନ ଅଞ୍ଚଳର ଜୁଙ୍ଗାର ନଦୀ ଉପତ୍ୟକାର ଶିଶୁଗୋଉ ସଂରଚନାରୁ କଙ୍କାଳ ଆବିଷ୍କୃତ ହୋଇଥିଲା । ରେଡିଓମେଟ୍ରିକ ଡେଟିଂ ବିଧି ଅନୁସାରେ ଏହା ୧୬.୧୨ କୋଟି ବର୍ଷ ପୂର୍ବ ଜୁରାସିକ ଯୁଗର । କଙ୍କାଳଟି ବର୍ତ୍ତମାନ ଚାଇନାର ବେଜିଙ୍ଗସ୍ଥିତ Institute of Vertebrate Paleontology and Paleoanthropologyରେ ରହିଛି ।[୩]
୧୬ କୋଟି ବର୍ଷ ପୂର୍ବେ ତତ୍କାଳୀନ ପରିବେଶ ଉଷ୍ମ ଓ ଶୁଷ୍କ ଥିଲା । ଉକାଇୱାନ ଅଞ୍ଚଳରୁ ଆହୁରି ଅନେକ ଡାଇନୋସର କଙ୍କାଳ ମିଳିଛି [୭] ଯେଉଁଥିରୁ କିଛି ଥ୍ରୀଓପଡ ମଧ୍ୟ ଅଛନ୍ତି । ସେମାନେ କିନ୍ତୁ ଆଉରୁନର ସମସାମୟିକ ନୁହନ୍ତି । ଏହା ଛୋଟ ଝିଟିପିଟି ଓ ସ୍ତନପାୟୀମାନଙ୍କ ଶିକାର କରୁଥିଲା ।
ଆଧାର
[ସମ୍ପାଦନା]- ↑ Nosowitz D (3 May 2013). "New Dinosaur Species Found In China". POPSCI. Popular Science, A Bonnier Corporation Company. Archived from the original on 2013-05-05. Retrieved 2013-05-04.
- ↑ Gatin L (3 May 2013). "George Washington University Biologist Discovers New Dinosaur in China". Media Relations. George Washington University, Washington, D.C. Archived from the original on 2014-08-12. Retrieved 2013-05-04.
- ↑ ୩.୦ ୩.୧ Choiniere J.N., Clark J.M., Forster C.M., Norella M.A., Eberth D.A., Erickson G.M., Chu H, Xu X (2013). "A juvenile specimen of a new coelurosaur (Dinosauria: Theropoda) from the Middle–Late Jurassic Shishugou Formation of Xinjiang, People's Republic of China". Journal of Systematic Palaeontology. online. doi:10.1080/14772019.2013.781067.
{{cite journal}}
: Invalid|ref=harv
(help)CS1 maint: multiple names: authors list (link) - ↑ George Washington University (3 May 2013). "New dinosaur fossil discovered in China: Meat-eating dinosaur from late Jurassic period was less than a year old". ScienceDaily. ScienceDaily LLC. Retrieved 2013-05-04.
- ↑ "AORUN". Dinochecker.com. Retrieved 19 May 2013.
- ↑ Gishlick, A. D. & Gauthier, J. A. 2007. On the manual morphology of Composognathus longipes and its bearing on the diagnosis of Compsognathidae. Zoological Journal of the Linnean Society, 149, 569–581.
- ↑ Xu, X., Clark, J. M., Mo, J., Choiniere, J., Forster, C. A., Erickson, G. M., Hone, D. W. E., Sullivan, C., Eberth, D.A., Nesbitt, S., Zhao,Q., Hernandez, R., Jia, C.-K., Han, F.-l.&Guo, Y. 2009a. A Jurassic ceratosaur from China helps clarify avian digital homologies. Nature, 459, 940–944.
ବହି ଆଧାର
[ସମ୍ପାଦନା]- Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
- Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.