ଆଉରୁନ

ଉଇକିପିଡ଼ିଆ‌ରୁ
ଆଉରୁନ
ଜୀବାଶ୍ମ କାଳ: Late Jurassic 161.5 Ma
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ e
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ଡାଇନୋସରିଆ
ଗୋଷ୍ଠୀ: ଥେରୋପୋଡ଼ା
Clade: Tyrannoraptora
Genus: Aorun
Choiniere et al., 2013

ଆଉରୁନ (Aorun) ଏକ ମାଂସାଶୀ ଥ୍ରୀଓପଡ ଡାଇନୋସର ଥିଲା । ଏହାର ଜୀବାଶ୍ମ ୨୦୦୬ରେ ମିଳିଥିଲା । [୧] ଏହା ପ୍ରାୟ ୧୬.୧୫ କୋଟି ବର୍ଷ ପୂର୍ବେ ଜୁରାସିକ ଯୁଗର ଶେଷ ଆଡେ ବସବାସ କରୁଥିଲା ।

ଆବିଷ୍କାର[ସମ୍ପାଦନା]

ଆଉରୁନର ଜୀବାଶ୍ମ ଜୀବ ବିଜ୍ଞାନ ପ୍ରଫେସର ଜେମ୍ସ କ୍ଲାର୍କ, ତାଙ୍କ ଛାତ୍ର ଜୋନାହ କୋ‍ଇନିଏର ଓ ଅନ୍ୟାନ୍ୟ ଗବେଷକଙ୍କଦ୍ୱାରା ଚାଇନାର ଜିନ୍‍ଜିଆଙ୍ଗ ଅଞ୍ଚଳରୁ ୨୦୦୬ରେ ମିଳିଥିଲା । ସେମାନେ ଉପରୁ ଦେଖାଯାଉଥିବା ଗୋଟେ ଗୋଡର ହାଡ ପାଖରେ ଖୋଳିବାରୁ ମାଟି ତଳୁ ଦାନ୍ତ ସହ ଖପୁରୀ, କିଛି ମେରୁହାଡ ଓ କିଛି ଗୋଡର ହାଡ ପାଇଥିଲେ । [୨]

କୋ‍ଇନିଏର, କ୍ଲାର୍କ ଓ ଅନ୍ୟମାନେ ୨୦୧୩ରେ ଏହାର ନାମକରଣ ଓ ବର୍ଣ୍ଣନା ଦେଇଥିଲେ । ଆଉରୁନ ଏକ ଚୀନା ଭାଷାର ଶବ୍ଦ ଯାହାକି ଗୋଟେ କିମ୍ବଦନ୍ତୀର ଜୀବ । ଜାତିର ନାଁ ଝାଓ‍ଇ, ଜୀବାଶ୍ମ ବିଜ୍ଞାନୀ ପ୍ରଫେସର ଝାଓ ଜିଜିନଙ୍କ ନାମରୁ ଆସିଛି । [୩][୪]

ବର୍ଣ୍ଣନା[ସମ୍ପାଦନା]

ମିଳିଥିବା ଜୀବାଶ୍ମ ହୋଲୋଟାଇପରେ ଗୋଟେ ଖପୁରୀ, ମାଢି, ଗୋଟେ ବେକର ମେରୁହାଡ, ଗୋଟେ ପଶ୍ଚାତ ମେରୁହାଡ, ତିନିଟି ଲାଙ୍ଗୁଡ ମେରୁହାଡ, ବାଁ ପାଖ ଅଲ୍ନା ଓ ହାତ, ଦୁଇଟିଯାକ ଜଘନାସ୍ଥି (Pubes) ଓ ଦୁଇଟିଯାକ ଗୋଡ ରହିଛି । ଜୀବଟି ଆନୁମାନିକ ଭାବେ ୧ ମିଟର ଲମ୍ବା ଓ ୨ କି.ଗ୍ରା ଭାରି ଥିଲା । [୫] ତୃତୀୟ ଓ ଚତୁର୍ଥ କରଭିକାସ୍ଥି (metacarpals) ବେଶ ପତଳା ଓ କୋଏଲୁରୋସର ଗୋଷ୍ଠୀ ପରି ଲାଗେ । [୬]

ଦାନ୍ତ ସଂଖ୍ୟା ୪୧ରୁ ୪୬ ପାଖାପାଖି । ଊର୍ଦ୍ଧ୍ୱ ହନୁହାଡରେ ୧୨ଟି ଦାନ୍ତ ଥିବାରୁ କଙ୍କାଳଟି ଛୁଆ ଡାଇନୋସରର ବୋଲି ବିଶେଷଜ୍ଞଙ୍କ ମତ (ପ୍ରାପ୍ତବୟସ୍କ କୋଏଲୁରୋସରର ଊର୍ଦ୍ଧ୍ୱ ହନୁହାଡରେ ୧୫ଟି ଦାନ୍ତ ଥାଏ) ।

ଆକାର[ସମ୍ପାଦନା]

କଙ୍କାଳ ସଂରଚନାରୁ ଅନୁମାନ ଏହା ଗୋଟେ ଦୁଇଗୋଡିଆ ମାଂଶାସୀ ପ୍ରାଣୀ ଥିଲା । ଆକାର ପ୍ରାୟ ୧ମିଟର ଲମ୍ବା ଓ ୧.୫ କି.ଗ୍ରା ଓଜନ । କୋ‍ଇନିଏରଙ୍କ ଅଣୁବୀକ୍ଷଣ ପରୀକ୍ଷା ଅନୁସାରେ ନମୁନାଟିର ବୟସ ୧ ବର୍ଷ ।

ବିତରଣ[ସମ୍ପାଦନା]

ଚାଇନାର ଜିନ୍‍ଜିଆଙ୍ଗ ରାଜ୍ୟର ଉକାଇୱାନ ଅଞ୍ଚଳର ଜୁଙ୍ଗାର ନଦୀ ଉପତ୍ୟକାର ଶିଶୁଗୋ‍ଉ ସଂରଚନାରୁ କଙ୍କାଳ ଆବିଷ୍କୃତ ହୋ‍ଇଥିଲା । ରେଡିଓମେଟ୍ରିକ ଡେଟିଂ ବିଧି ଅନୁସାରେ ଏହା ୧୬.୧୨ କୋଟି ବର୍ଷ ପୂର୍ବ ଜୁରାସିକ ଯୁଗର । କଙ୍କାଳଟି ବର୍ତ୍ତମାନ ଚାଇନାର ବେଜିଙ୍ଗସ୍ଥିତ Institute of Vertebrate Paleontology and Paleoanthropologyରେ ରହିଛି । [୩]

୧୬ କୋଟି ବର୍ଷ ପୂର୍ବେ ତତ୍କାଳୀନ ପରିବେଶ ଉଷ୍ମ ଓ ଶୁଷ୍କ ଥିଲା । ଉକାଇୱାନ ଅଞ୍ଚଳରୁ ଆହୁରି ଅନେକ ଡାଇନୋସର କଙ୍କାଳ ମିଳିଛି [୭] ଯେଉଁଥିରୁ କିଛି ଥ୍ରୀଓପଡ ମଧ୍ୟ ଅଛନ୍ତି । ସେମାନେ କିନ୍ତୁ ଆଉରୁନର ସମସାମୟିକ ନୁହନ୍ତି । ଏହା ଛୋଟ ଝିଟିପିଟି ଓ ସ୍ତନପାୟୀମାନଙ୍କ ଶିକାର କରୁଥିଲା ।

ଆଧାର[ସମ୍ପାଦନା]

  1. Nosowitz D (3 May 2013). "New Dinosaur Species Found In China". POPSCI. Popular Science, A Bonnier Corporation Company. Retrieved 2013-05-04.
  2. Gatin L (3 May 2013). "George Washington University Biologist Discovers New Dinosaur in China". Media Relations. George Washington University, Washington, D.C. Archived from the original on 2014-08-12. Retrieved 2013-05-04.
  3. ୩.୦ ୩.୧ Choiniere J.N., Clark J.M., Forster C.M., Norella M.A., Eberth D.A., Erickson G.M., Chu H, Xu X (2013). "A juvenile specimen of a new coelurosaur (Dinosauria: Theropoda) from the Middle–Late Jurassic Shishugou Formation of Xinjiang, People's Republic of China". Journal of Systematic Palaeontology. online. doi:10.1080/14772019.2013.781067. {{cite journal}}: Invalid |ref=harv (help)CS1 maint: multiple names: authors list (link)
  4. George Washington University (3 May 2013). "New dinosaur fossil discovered in China: Meat-eating dinosaur from late Jurassic period was less than a year old". ScienceDaily. ScienceDaily LLC. Retrieved 2013-05-04.
  5. "AORUN". Dinochecker.com. Retrieved 19 May 2013.
  6. Gishlick, A. D. & Gauthier, J. A. 2007. On the manual morphology of Composognathus longipes and its bearing on the diagnosis of Compsognathidae. Zoological Journal of the Linnean Society, 149, 569–581.
  7. Xu, X., Clark, J. M., Mo, J., Choiniere, J., Forster, C. A., Erickson, G. M., Hone, D. W. E., Sullivan, C., Eberth, D.A., Nesbitt, S., Zhao,Q., Hernandez, R., Jia, C.-K., Han, F.-l.&Guo, Y. 2009a. A Jurassic ceratosaur from China helps clarify avian digital homologies. Nature, 459, 940–944.

ବହି ଆଧାର[ସମ୍ପାଦନା]

  • Walters, M. & J. Paker (1995). Dictionary of Prehistoric Life. Claremont Books. ISBN 1-85471-648-4.
  • Weishampel, D.B., P. Dodson & H. Osmólska (eds.) (2004). The Dinosauria, Second Edition. University of California Press. ISBN 0-520-24209-2.

ଆହୁରି ପଢନ୍ତୁ[ସମ୍ପାଦନା]

ବାହାର ଲିଙ୍କ[ସମ୍ପାଦନା]