ଅଙ୍ଗୁଳିମାଳ
Aṅgulimāla | |
---|---|
[[File:|frameless|alt=]] | |
ଧର୍ମ | Buddhism |
ଅନ୍ୟାନ୍ୟ name(s) | Ahiṃsaka, Gagga Mantānīputta |
ବ୍ୟକ୍ତିଗତ | |
ଜାତୀୟତା | Indian |
ଜନ୍ମ | Sāvatthī, Magadha or Aṅga |
ଧାର୍ମିକ ବୃତ୍ତି | |
ଶିକ୍ଷକ | Buddha |
ଅଙ୍ଗୁଳିମାଳ (ଇଂରାଜୀରେAṅgulimāla, ପାଲି ଭାଷାରେ ଆଙ୍ଗୁଠି ମାଳ (Pāli language; lit.'finger necklace')[୧][୨] ଚରିତ୍ର ବୌଦ୍ଧଧର୍ମର ଥେରାଭାଡ଼ା (Theravāda) ପରମ୍ପରାରେ ଏକ ମହତ୍ୱପୂର୍ଣ୍ଣ ଅଂଶ । ଅଙ୍ଗୁଳିମାଳକୁ ଏକ ନିର୍ଦ୍ଦୟୀ ଡାକୁ ଭାବରେ ବର୍ଣ୍ଣନା କରାଯାଇଥିଲା ଯିଏ ସମ୍ପୁର୍ଣ୍ଣରୂପେ ପରିବର୍ତ୍ତିତ ହୋଇ ବୌଦ୍ଧ ଧର୍ମ ଗ୍ରହଣ କରିଥିଲା । ବୁଦ୍ଧଙ୍କ ଶିକ୍ଷାରେ ଚରିତ୍ର ପରିବର୍ତ୍ତନର ସେ ଏକ ଜ୍ୱଳନ୍ତ ଉଦାହାରଣ ଥିଲା ଓ ବୁଦ୍ଧଙ୍କ ଶିକ୍ଷା ଦକ୍ଷତାର ପରିଚୟ ଦେଇଥିଲା । ଦାକ୍ଷିଣାତ୍ୟରେ ଅଙ୍ଗୁଳିମାଳକୁ ଶିଶୁ ଜନ୍ମର ସଂରକ୍ଷକ ସନ୍ଥ ମାନନ୍ତି ଓ ଦକ୍ଷିଣ ତଥା ଦକ୍ଷିଣପୂର୍ବ ଏସିଆରେ ତାଙ୍କ ନାମ ଉର୍ବରତା ସାଥିରେ ଯୋଡ଼ାଯାଏ ।
ଅଙ୍ଗୁଳିମାଳ ଗଳ୍ପ ଅନେକ ଭାଷାରେ ଲିଖିତ ଅଛି ଯେପରିକି ପାଲି, ସଂସ୍କୃତ, ତିବେତ ଓ ଚୀନ ଭାଷାରେ । ଅହିଂସକ ନାମରେ ଅଙ୍ଗୁଳିମାଳ ଜନ୍ମ ଗ୍ରହଣ କରିଥିଲା । ସଭାତ୍ଥିରେ (Sāvatthī) ବଡ଼ ହୋଇ ଏକ ବୁଦ୍ଧିମାନ ଯୁବକ ଭାବରେ ପରିଚିତ ହୋଇଥିଲା ଓ ବିଦ୍ୟାଳୟରେ ସେ ତାଙ୍କ ଶିକ୍ଷକଙ୍କର ପ୍ରିୟ ଛାତ୍ର ଥିଲା । ଇର୍ଷ୍ୟାତୁର ସାଥୀମାନେ ତାଙ୍କୁ ତାଙ୍କ ଶିକ୍ଷକଙ୍କ ବିରୁଦ୍ଧରେ ମତେଇଲେ । ତାଙ୍କ ଶିକ୍ଷକ ତାଙ୍କଠାରୁ ରକ୍ଷା ପାଇବା ପାଇଁ ତାଙ୍କୁ ଏକ ହଜାର କଟା ଅଙ୍ଗୁଳି ଆଣିବାକୁ ନିର୍ଦ୍ଦେଶ ଦେଲେ ଓ ଏହି ଭୟଙ୍କର ଲକ୍ଷ ପୂର୍ଣ୍ଣ କରିପାରିଲେ ତାଙ୍କ ବିଦ୍ୟାଶିକ୍ଷା ସମାପ୍ତ କରିବାରେ ସହାୟକ ହେବାକୁ କହିଲେ । ଏଭଳି ଲକ୍ଷ ପୁରଣ କରିବା ନିମନ୍ତେ ସେ ଅଙ୍ଗୁଳିମାଳ ହୋଇଗଲା ଓ ନିଷ୍ଠୁର ଡାକୁ ହୋଇ ଅନେକ ହତ୍ୟା କରିବା ଫଳରେ ସମୁଦାୟ ଗ୍ରାମମାନଙ୍କରୁ ଲୋକମାନେ ଛାଡ଼ି ପଳେଇଲେ । ଏଥି ଯୋଗୁ ସେଠାକାର ରାଜା ପସେନାଡ଼ି ତାଙ୍କୁ ଧରିବାକୁ ଏକ ସୈନ୍ୟ ଦଳ ପଠେଇଲେ । ଇତିମଧ୍ୟରେ ତାଙ୍କର ମାଆ ଏହି କାମରୁ ତାଙ୍କୁ ନିବୃତ କରିବାକୁ ଚେଷ୍ଟା କରି ପ୍ରାୟ ନିଜ ପୁଅଙ୍କ ହାତରେ ମୃତ୍ୟୁ ବରଣ କରିବା ଅବସ୍ଥା ଆସିଯାଇଥିଲା । ସୌଭାଗ୍ୟକୁ ବୁଦ୍ଧଦେବ ଏହି କାର୍ଯ୍ୟରୁ ତାଙ୍କୁ ନିବୃତ କରିଥିଲେ ଓ ତାଙ୍କର ଶକ୍ତି ପ୍ରୟୋଗ କରି ସଠିକ ମାର୍ଗରେ ଦେଖେଇଦେଲେ । ଏହା ପରେ ଅଙ୍ଗୁଳିମାଳ ବୁଦ୍ଧଦେବଙ୍କ ଅନୁଗାମୀ ହୋଇ ସନ୍ଥା ହୋଇଗଲା ଯାହା ରାଜା ଓ ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟାନ୍ୱିତ କରିଥିଲା । ତଥାପି ଗ୍ରାମବାସୀମାନେ ତାଙ୍କ ଉପରେ କ୍ରୋଧାନ୍ୱିତ ହୋଇଥିଲେ ଯେତେବେଳେ ସେ ଛୁଆ ଜନ୍ମ କରିବାରେ ଏକ ମାତାକୁ ସାକାକ୍ରିୟାଦ୍ୱାରା (act of truth) ସାହାଯ୍ୟ କରିଥିଲା ।
ଅଙ୍ଗୁଳିମାଳର ପରିବର୍ତ୍ତନ ପୂର୍ବରୁ ସେ ଏକ ଭୟାନକ ପନ୍ଥ ସଂସ୍ପର୍ଶରେ ଆସିଥିବା ବିଦ୍ୱାନମାନେ ବିଶ୍ୱାସ କରନ୍ତି । ଭାରତବିତ୍ ରିଚାର୍ଡ଼ ଗୋମ୍ବ୍ରିଚଙ୍କ ମତ ଅନୁସାରେ ସେ ପୁର୍ବତନ ତନ୍ତ୍ର ଶକ୍ତିର ପ୍ରଭାବରେ ବୋଧହୁଏ ଆସିଥିଲା କିନ୍ତୁ ଏହି ମତକୁ ଅନ୍ୟମାନେ ମାନିନଥିଲେ । ବୋଦ୍ଧଧର୍ମାବଲମ୍ବୀମାନେ ଅଙ୍ଗୁଳିମାଳକୁ ପରିବର୍ତ୍ତନର ଏକ ପ୍ରତୀକ ଭାବରେ ବିବେଚନା କରନ୍ତି ଓ ତାଙ୍କ କାହାଣୀ ଏକ ଶିକ୍ଷା ଯାହା ସମସ୍ତଙ୍କୁ ଜୀବନ ପରିବର୍ତ୍ତନ କରିବାରେ ସାହାଯ୍ୟ କରିବ ବୋଲି ନିଶ୍ଚିତ ହୁଅନ୍ତି । ଏହାଦ୍ୱାରା ଇଂଲଣ୍ଡର ସରକାରୀ ବୌଦ୍ଧିକ ଜେଲର ଅଫିସରମାନେ ପ୍ରେରିତ ହୋଇ ତାଙ୍କ ନାମରେ ନାମକରଣ କରିଥିଲେ । ନ୍ୟାୟ ଓ ପୁନର୍ବସତିର ବୌଦ୍ଧିକ ଚିଚାର ବିମର୍ଷରେ ଅଙ୍ଗୁଳିମାଳର କାହାଣୀ ଉଲ୍ଲେଖ ହୁଏ । ହିନ୍ଦୀ ଓ ଥାଇଲ୍ୟାଣ୍ଡ ଭାଷାରେ ଅଙ୍ଗୁଳିମା ଅନେକ ଚଳଚ୍ଚିତ୍ର କାହାଣୀ ତିଆରି ହୋଇଛି । ସାରା ପୃଥିବୀରେ ଆତଙ୍କର ପ୍ରଭାବ ଦେଖି ସତିଶ କୁମାରଙ୍କର (Satish Kumar) ବୁଦ୍ଧ ଓ ଆତଙ୍କବାଦୀ ବହି ଲେଖି ଏହାକୁ ପୃଥିବୀର ଆତଙ୍କ ଉପରେ ଯୁଦ୍ଧ (Global War on Terror) ନାମରେ ଲେଖାଯାଇଥିଲା ।
ଆଧାର
[ସମ୍ପାଦନା]- ↑ Buswell, Robert E. Jr.; Lopez, Donald S. Jr. (2013). "Aṅgulimāla" (PDF). Princeton Dictionary of Buddhism. Princeton University Press. ISBN 978-0-691-15786-3.
- ↑ Gombrich 2006, p. 135 n.1.