ୱିଲହେମ ରଣ୍ଟଜେନ

ଉଇକିପିଡ଼ିଆ‌ରୁ
ୱିଲହେମ ରଣ୍ଟଜେନ
Born
Wilhelm Conrad Röntgen

(1845-03-27)୨୭ ମାର୍ଚ୍ଚ ୧୮୪୫
Died୧୦ ଫେବୃଆରୀ ୧୯୨୩(1923-02-10) (ବୟସ ୭୭)
Munich, Germany
NationalityGerman
Alma mater
Known forX-rays
AwardsNobel Prize in Physics (1901)
ବିଜ୍ଞାନୀ ଜୀବନ
କ୍ଷେତ୍ରPhysics
X-ray astronomy
କର୍ମାନୁଷ୍ଠାନ
ଡକ୍ଟରୀ ଉପଦେଷ୍ଟାAugust Kundt
ଡକ୍ଟରୀ ଛାତ୍ର
Signature

ୱିଲହେମ କନରାଡ ରଣ୍ଟଜେନ (Wilhelm Conrad Röntgen: ୨୭ ମାର୍ଚ୍ଚ ୧୮୪୫ରୁ ୧୦ ଫେବୃଆରୀ) ଜର୍ମାନୀ ଦେଶର ଜଣେ ପଦାର୍ଥ ବିଜ୍ଞାନୀ ଥିଲେ । ସେ ୮ ନଭେମ୍ବର ୧୮୯୫ ମସିହାରେ ଗୋଟିଏ ଇଲେକ୍ଟ୍ରୋମ୍ୟାଗନେଟିକ ୱେଭଲେନ୍ଥ ଆବିଷ୍କାର କଲେ ଯାହା ଅଧୁନା ଏକ୍ସ- ରେ (X-rays or Röntgen rays) ନାମରେ ପରିଚିତ ଓ ଏଥି ନିମନ୍ତେ ୧୯୦୧ ମସିହାରେ ପଦାର୍ଥ ବିଜ୍ଞାନରେ ତାଙ୍କୁ ପ୍ରଥମ ନୋବେଲ ପୁରସ୍କାର ମିଳିଥିଲା[୧] । ତାଙ୍କୁ ସମ୍ମାନ ଜଣେଇ ଆଇ.ୟୁ.ପି.ଏ.ସି. ( International Union of Pure and Applied Chemistry: IUPAC ) ସଂସ୍ଥା ୨୦୦୪ ମସିହାରେ ଗୋଟିଏ ଏଲିମେଣ୍ଟ ୧୧୧କୁ ତାଙ୍କ ନାମାନୁସାରେ ରଣ୍ଟଜେନିଅମ ନାମ ଦିଆଗଲା ।

ଜୀବନୀ[ସମ୍ପାଦନା]

Birthplace of Roentgen in Remscheid-Lennep

ରଣ୍ଟଜେନଙ୍କ ପିତା ଜଣେ ଲୁଗା ପ୍ରସ୍ତୁତକାରୀ ଓ ବେପାରୀ ଥିଲେ ଓ ମାଆଙ୍କ ନାମ ଚାର୍ଲୋଟ (Charlotte Constanze Frowein) ଥିଲା । ଜୁରିକର ଫେଡେରାଲ ପଲିଟେକ୍‌ନିକ୍ ଇନ୍‌ସ୍ଟିଚ୍ୟୁଟରେ ସେ ମେକାନିକାଲ ଇଞ୍ଜିନିଅରିଙ୍ଗ ପାସ କରିଥିଲେ । ସେ ୧୮୬୯ ମସିହାରେ ଜୁରିକ ୟୁନିଭରସିଟିରୁ ପି.ଏଚ୍.ଡି ଲାଭ କରିଥିଲେ । ସେ ୧୮୭୩ ମସିହାରେ ତାଙ୍କର ପ୍ରଫେସର ଅଗଷ୍ଟ କୁଣ୍ଡତଙ୍କ (August Kundt) ପ୍ରିୟ ଛାତ୍ର ହୋଇ ତାଙ୍କ ସହ ସ୍ଟ୍ରାସବର୍ଗ ୟୁନିଭରସିଟିକୁ ଆସିଥିଲେ[୨] । ସେ ୧୮୭୪ ମସିହାରେ ସ୍ଟ୍ରସବର୍ଗ ୟୁନିଭରସିଟିରେ ଲେକ୍‌ଚରର୍ ରୂପେ ଯୋଗ ଦେଇଥିଲେ ଓ ୧୮୭୫ ମସିହାରେ ହୋହେନ୍‌ହେମ୍‌ଠାରେ ଏକାଡେମି ଅଫ ଏଗ୍ରିକଲଚର ଅନୁଷ୍ଠାନରେ ପ୍ରଫେସର ହୋଇଥିଲେ ।
ଆନ୍ନା ବର୍ଥା ଲୁଡବିଗ ତାଙ୍କର ପତ୍ନୀ ଥିଲେ ଓ ତାଙ୍କର ଜୋସେଫାଇନ ନାମରେ ଗୋଟିଏ ପାଳିତା କନ୍ୟା ଥିଲା ଯିଏ ଜୋସେଫାଇନଙ୍କି ଭାଇଙ୍କ ଝିଅ ଥିଲେ । ଅନ୍ତନଳୀ କର୍କଟ ରୋଗରେ ପୀଡ଼ିତ ହୋଇ ରଣ୍ଟଜେନ ୧୮୨୩ ମସିହାରେ ଦେହ ତ୍ୟାଗ କଲେ[୩] । ସେ ସର୍ବଦା ଶିଶାର ପୋଷାକ ପିନ୍ଧୁ ଥିବାରୁ କର୍କଟ ରୋଗ ରାଡିଏସନ ଯୋଗୁ ହେବା କାରଣକୁ ଅସ୍ୱୀକାର କରାଯାଏ ।

Grave of Wilhelm Röntgen at Alter Friedhof (old cemetery) in Gießen

ରଣ୍ଟଜେନ ତାଙ୍କର କୌଣସି ଆବିଷ୍କାରକୁ ପେଟେଣ୍ଟ କରୁ ନ ଥିଲେ । ନୋବେଲ ପୁରସ୍କାର ଅର୍ଥକୁ ସେ ଉର୍ଜବର୍ଗ ୟୁନିଭରସିଟିକୁ ଦାନ କରିଦେଇଥିଲେ । ତାଙ୍କ ଶେଷ ଜୀବନରେ ସେ ବ୍ୟାଙ୍କରପ୍ଟ ହୋଇଯାଇଥିଲେ ଓ ମ୍ୟୁନିକ ପାଖରେ ଥିବା ବେଲ୍‌ହେମଠାରେ ତାଙ୍କର ନିଜ ଗ୍ରାମ ଘରେ ରହୁଥିଲେ[୪] । ତାଙ୍କର ଉଇଲ ଅନୁସାରେ ତାଙ୍କର ବ୍ୟକ୍ତିଗତ ଓ ବୈଜ୍ଞାନିକ ପତ୍ରାଳାପ ସବୁ ନଷ୍ଟ କରିଦିଆଯାଇଥିଲା ।

ଆଧାର[ସମ୍ପାଦନା]

  1. Novelline, Robert. Squire's Fundamentals of Radiology. Harvard University Press. 5th edition. 1997. ISBN 0-674-83339-2 p. 1.
  2. Trevert, Edward (1988). Something About X-Rays for Everybody. Madison, WI: Medical Physics Publishing Corporation. p. 4. ISBN 0-944838-05-7.
  3. Glasser, Otto (1933). Wilhelm Conrad Röntgen and the Early History of the Roentgen Rays. London: John Bale, Sons and Danielsson, Ltd. p. 305. OCLC 220696336.
  4. Nitske, Robert W., The Life of W. C. Röntgen, Discoverer of the X-Ray, University of Arizona Press, 1971.

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • ରମଫୋର୍ଡ ମେଡାଲ (Rumford Medal - ୧୮୯୬ ମସିହା)
  • ମ୍ୟାଟେଉଉସି ମେଡାଲ (Matteucci Medal - ୧୮୯୬ ମସିହା)
  • ଏଲିଅଟ କ୍ରେସନ୍ ମେଡାଲ (Elliott Cresson Medal - ୧୮୯୭ ମସିହା)
  • ନୋବେଲ ପୁରସ୍କାର (Nobel Prize for Physics - ୧୯୦୧ ମସିହା)
  • ଆଇ.ୟୁ.ପି.ଏ.ସି. ( International Union of Pure and Applied Chemistry: IUPAC ) ସଂସ୍ଥା ୨୦୦୪ ମସିହାରେ ଗୋଟିଏ ଏଲିମେଣ୍ଟ ୧୧୧କୁ ତାଙ୍କ ନାମାନୁସାରେ ରଣ୍ଟଜେନିଅମ ନାମ ଦିଆଗଲା ।