୨୦୨୧ ଶିମିଳିପାଳ ଜାତୀୟ ଉଦ୍ୟାନ ଅଗ୍ନି ବିତ୍ପାତ

ଉଇକିପିଡ଼ିଆ‌ରୁ

ଶିମିଳିପାଳ ଜାତୀୟ ଉଦ୍ୟାନ ଅଗ୍ନି ବିତ୍ପାତ, ୨୦୨୧ ମସିହା ଫେବୃଆରୀ-ମାର୍ଚ୍ଚ ମାସରେ ଓଡ଼ିଶାର ମୟୁରଭଞ୍ଜ ଜିଲ୍ଲାସ୍ଥିତ, ଶିମିଳିପାଳ ଜାତୀୟ ଉଦ୍ୟାନରେ ଲାଗିଥିବା ନିଆଁ ଉପରେ ପର୍ଯ୍ୟବସିତ ।[୧][୨]

ନିଆଁ ବ୍ୟାପିବାର କାରଣ[ସମ୍ପାଦନା]

ଶିମିଳପାଳ ଜଙ୍ଗଲରେ ବିଭିନ୍ନ କାରଣ ବଶତଃ ନିଆଁ ଲାଗିଥାଏ:[୩]

  • ପ୍ରାକୃତିକ
    • ବିଜୁଳି/ଚଡ଼କ ପଡି଼ବାଦ୍ୱାରା
    • ଖରାଦିନରେ ଶୁଖିଲା ପତ୍ର/ଡାଳ ଘଷିହୋଇ
  • ମନୁଷ୍ୟକୃତ
    • ମହୂଲ ଫୁଲ ତଳୁ ଗୋଟାଇବାପାଇଁ ସ୍ଥାନୀୟ ଅଧିବାସୀ ଶାଳ ଗଛର ଶୁଖିଲା ପତ୍ରରେ ନିଅଁ ଲଗାଇ ସଫା କରିଦିଅନ୍ତି ।
    • ବଣୁଆ ଜନ୍ତୁ ଶିକାର ପାଇଁ ଶିକାରୀମାନେ ବନ୍ୟଜନ୍ତୁ ରହୁଥିବା ଗୋଟିଏ ପାର୍ଶ୍ବରେ ନିଆଁ ଲଗେଇଦେଇଥାନ୍ତି ।

ଏହି ନିଆଁ ଉଭୟ ମନୁଷ୍ୟକୃତ ଏବଂ ଶୁଖିଲା ପାଣିପାଗଯୋଗୁଁ ଖୁବ ତୀବ୍ରଗତିରେ ବ୍ୟାପୁଥିବାର ଅନୁମାନ କରାଯାଉଥିଲା ।[୪]

ନିଆଁର ପ୍ରକୋପ[ସମ୍ପାଦନା]

ଶିମିଳିପାଳ ଜାତୀୟ ଉଦ୍ୟାନ ୨,୭୫୦ ବର୍ଗକିଲୋମିଟର କ୍ଷେତ୍ରରେ ଅବସ୍ଥିତ । ୩ ମାର୍ଚ୍ଚ ୨୦୨୧ ସୁଦ୍ଧା ମୋଟ ୨୧ଟି ଜଙ୍ଗଲ ଶ୍ରେଣୀରୁ ୮ଟିରେ ନିଆଁ ବ୍ୟାପିଯାଇଥିଲା ।[୫][୬]

ଅଗ୍ନି ପ୍ରଶମନ[ସମ୍ପାଦନା]

ସାଧାରଣତଃ ନିଆଁ ଲିଭାଇବାପାଇଁ ନିମ୍ନଲିଖିତ ପଦକ୍ଷେପମାନ ନିଆଯାଇଥାଏ:[୪]

  • ଏହିପ୍ରକାର ନିଆଁ ସାଧାରଣତଃ ପ୍ରାକୃତିକ ବର୍ଷା ହେଲେ ଆପେ ଆପେ ଲିଭିଯାଇଥାଏ ।
  • ନିଆଁ ଲାଗିବାର ସମୟକୁ ଆଗୁଆ ଆକଳନ କରାଯାଇ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ପୂର୍ବ ପ୍ରସ୍ତୁତି ହୋଇଥାଏ ।
  • ଗୋବର କିମ୍ବା ଜୈବଗ୍ୟାସ ଥିବା ସ୍ଥାନକୁ ଆଗୁଆ ସଫା କରାଯାଇ
  • ବଣ୍ୟଜନ୍ତୁ ଶିକାରୀମାନଙ୍କୁ କରାୟତ୍ତ କରି କିମ୍ବା
  • ନିଆଁ ରୋକିବାକୁ ଅଗ୍ନି ରେଖା (ଫାୟାର ଲାଇନ) କରାଯାଇ ନିଆଁକୁ ବ୍ୟାପିବାକୁ ଦିଆଯାଇନଥାଏ । ଯାହାକି ଜଙ୍ଗଲକୁ ବିଭିନ୍ନ ଶ୍ରେଣୀରେ ବିଭକ୍ତ କରି ପକାଯାଇଥାଏ ।

୨୦୨୧ ମସିହାରେ ୧୨୦୦ରୁ ଅଧିକ ପୃଷ୍ଠଭୂମି କର୍ମଚାରୀ, ୨୨୫ ଅଗ୍ନି ପର୍ଯ୍ୟବେକ୍ଷଣକାରୀ ଏବଂ ୨୪୦ଜଣ ଅଗ୍ନି ନିର୍ବାପନକାରୀ କାମ କରିଥିଲେ ।[୧]

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ Barik, Satyasundar (2021-03-03). "Massive fire threatens to cause colossal damage to Similipal Biosphere". The Hindu (in Indian English). ISSN 0971-751X. Retrieved 2021-03-08.
  2. https://www.newindianexpress.com/states/odisha/2021/mar/08/fire-fighting-forest-dept-seeks-community-help-2273754.html
  3. https://www.outlookindia.com/website/story/india-news-a-raging-forest-fire-that-no-one-talks-about/376412
  4. ୪.୦ ୪.୧ https://indianexpress.com/article/explained/simplipal-forest-fire-explained-7213375/
  5. https://www.indiatoday.in/india/story/wildfire-rages-on-in-odisha-s-similipal-tiger-reserve-cm-orders-action-1775363-2021-03-04
  6. https://www.hindustantimes.com/india-news/nasa-satellites-show-fires-still-raging-over-similipal-rest-of-odisha-101614927032452.html