ୟୁରାଲ ନଦୀ

ଉଇକିପିଡ଼ିଆ‌ରୁ
ୟୁରାଲ ନଦୀ
ୟୁରାଲ ନଦୀ, ମୌଖିକ କଜାଖସ୍ତାନ (ଅରାଳସ୍କ) ଏବଂ ଅଟ୍ୟାରାୟୁ, କଜାଖସ୍ତାନ ମଧ୍ୟରେ ଏକ ବିମାନ
Countryକଜାଖସ୍ତାନ, ଋଷିଆ
Basin
Main sourceୟୁରାଲ ପାହାଡ଼
River mouthକାସ୍ପିଆନ ସମୁଦ୍ର
Basin size231,000 km2 (89,000 sq mi)
Physical characteristics
Length2,428 km (1,509 mi)
Discharge
  • Average rate:
    400 m3/s (14,000 cu ft/s)

ୟୁରାଲ ନଦୀ (ଇଂଗ୍ରାଜି: Ural), ୟୁରାଲ ନଦୀ (ଋସୀ: Урал) କିମ୍ବା ଝାୟକ ନଦୀ (ଋସୀ: Жайық) ଋସ ଏବଂ କଜାଖସ୍ତାନରୁ ବୋହୁଥିବା ଏକ ନଦୀ ଅଟେ । ଏହା ୟୁରାଲ ପାହାଡ଼ର ଦକ୍ଷିଣ ଭାଗରେ ଉତ୍ପନ୍ନ ହୋଇଥାଏ ଏବଂ ୧,୫୧୧ କିମିର ଲମ୍ବା ଯାତ୍ରା ପରେ କାସ୍ପିଆନ ସମୁଦ୍ରରେ ମିଳୁଥିଲା । ବୋଲ୍ଗା ନଦୀ ଏବଂ ଡ଼େନ୍ୟୁବ ନଦୀ ପରେ ଏହା ୟୁରୋପର ତୃତୀୟ ସବୁଠାରୁ ଲମ୍ବା ନଦୀ ଅଟେ । କାସ୍ପିଆନ ସମୁଦ୍ର ପାଇଁ ଏହି ବୋଲ୍ଗ ନଦୀ ପରେ ଦ୍ୱିତୀୟ ସବୁଠାରୁ ମୁଖ୍ୟ ଜଳସ୍ରୋତ ଅଟେ, ଏବଂ ଏସିଆର ୧୮ବିଂ ସବୁଠାରୁ ଲମ୍ବା ନଦୀ ଅଟେ । ୟୁରାଲ ନଦୀକୁ ପାରମ୍ପାରିକ ରୂପେ ୟୁରୋପ ଏବଂ ଏସିଆ ମହାଦ୍ୱିପ ମଧ୍ୟ ସୀମାର ଅଂଶ ବୋଲି ଜଣାଯାଏ ।

ନଦୀ ମାର୍ଗ[ସମ୍ପାଦନା]

ୟୁରାଲ ନଦୀ, ୟୁରାଲ ପର୍ବତର କୃଗଲାୟ ପାହାଡ଼ରୁ ଆରମ୍ଭ ହୋଇଥାଏ ଯାହା ରାଜନୈତିକ ଋପେ ଋସର ବଶ୍କୋରତୋସ୍ତାନ ପ୍ରାନ୍ତରେସ୍ଥିତ ହୋଇଥାଏ । ଏହାର ଚଉଡା ୬୦-୮୦ ମିଟର ହୋଇଥାଏ । ପରେ ଏହା ତଳେ ୟାଇକ ପଙ୍କ କ୍ଷେତ୍ରରେ ଆସିଥାଏ , ଯେଉଁଠାରେ ଏହାର ଚଉଡା ବଢ଼ି ୫ କିମି ହୋଇଯାଏ । ପରେ ଏହା ଋସର ମାଗ୍ନୀତୋଗୋର୍ସ୍କ ସହର ଦେଇ ଯାଇଥାଏ ଯାହା ଚେଲ୍ୟାବିନସ୍କ ଓବ୍ଲାସ୍ତରେ ରହିଛି । ଏହାର କୂଳ ଏବେ ପଥର ଯୁକ୍ତ ଏବଂ ବହୁ ଗଭିର ହୋଇଯାଏ । ପରେ ଏହା ଓରେନବୁର୍ଗ ଓବ୍ଲାସ୍ତର ଓସର୍କ ସହରରୁ ଗତିକରି ଅଚାଙ୍କ ପଶ୍ଚିମ ଆଡକୁ ଯାଇଥାଏ ଏବଂ ଗୁବରଲିନସ୍କ ପାହାଡରେ ଏକ ତଙ୍ଗ ଘାଟୀରୁ ବାହାରିଥାଏ ଯାହା ପରେ ଏହା କାଜାଖସ୍ତାନର ୟୁରାଲ (ୟୁରାଲସ୍କ) ସହରରୁ ବାହାରି ଥାଏ । ଏହା ପରେ ଏହା ସିଧା ଦକ୍ଷୀଣ ଆଡକୁ ଯାଇ ପଶ୍ଚିମ କାଜାଖସ୍ତାନ ପ୍ରାନ୍ତ ଏବଂ ଅତିରାଉ ପ୍ରାନ୍ତରୁ ଗତିକରିଥାଏ । ଏବେ ଏହାର ଧାରା ବାଣ୍ଟିହୋଇ ବହୁ ଉପଧାରା ଏବଂ ଝରଣା ତିଆରି ହୋଇଥାଏ , ଯେଉଁଥିରେ ୟାଇକ ଧାରା ଏବଂ ଜଳୋତୟୋ ଧାରା ପ୍ରମୁଖ ଅଟେ । ଏହି ଦ୍ୱୟରୁ ଏଠାରେ ଏକ ବିଶାଳ ଆନ୍ଧ୍ର ଅଞ୍ଚଳ (ଘାଷ ଏବଂ ପତ୍ରଦ୍ୱାରା ଭରିହୋଇଥିବା କ୍ଷେତ୍ର ଯେଉଁଠାରେ ବହୁ କମ ଗଭିର ପାଣି ଖେଳି ହୋଇଥାଏ ) ତିଆରି ହୋଇଥାଏ । ଏଥିରେ ବହୁତ ପକ୍ଷୀ, ପଶୁ, ମାଛ ଏବଂ ବନସ୍ପତି ରହିଥାଏ । କାସ୍ପିୟନ ସାଗରରେ ୟୁରାଲ ନଦୀର ଡେଲ୍ଟାର ଏକ ଅଜିବ-ଗରିବ ଲମ୍ବା ଆଙ୍ଗୁଠି ପରି ଆକାର ରହିଥାଏ ।[୧]

ଇତିହାସ[ସମ୍ପାଦନା]

୧୦ବିଂରୁ ୧୬ବିଂ ଶତାବ୍ଦୀରେ , ସାରା-ଜକ୍କ (ସରିଚିକ, ଯାହାର ଅର୍ଥ "ଛୋଟ ସରୟ"), ୟୁରାଲ ନଦୀରେ (ଏବେ କଜାଖସ୍ତାନର ଅତାଳୁ ପ୍ରାନ୍ତରେ) ସିଲ୍କ ରୋଡରେ ଏକ ମହତ୍ୱପୁର୍ଣ ବ୍ୟାପାର କେନ୍ଦ୍ର ଥିଲା । ୧୩ବିଂ ଶତାବ୍ଦୀରେ ଏହା ଗୋଲ୍ଡେନ ହାର୍ଡର ଏକ ଗଡ଼ ତିଆରି ହୋଇଗଲା । ତୀମୁର ସେନା ମାନଙ୍କଦ୍ୱାରା ୧୩୯୫ ମସିହାରେ ନଷ୍ଟ ହୋଇଗଲା କିନ୍ତୁ ପରେ ୧୫ବିଂ ଏବଂ ୧୬ବିଂ ଶତାବ୍ଦୀରେ ନୋଗାଈ ଗିରୋହର ରାଜଧାନୀ ହେବାପାଇଁ ପୁନଃନିର୍ମାଣ କରାଗଲା । ଏଥିରେ ଅନ୍ତତଃ ୧୫୮୦ ମସିହାରେ ୟୁରାଲ କୋସକ୍ସଦ୍ୱାରା ଏକ ଗ୍ରାମରେ ବଦଳ ହୋଇଗଲା ।[୨]

ଗ୍ୟାଲେରି[ସମ୍ପାଦନା]

ଆଧାର[ସମ୍ପାଦନା]

  1. The Caspian Sea Environment­, A. G. Kosti︠a︡noĭ and A. Kosarev, Birkhäuser, 2005, ISBN 978-3-540-28281-5, ... In the delta of the Ural River, the principal node of its channel network is represented by the site of splitting the river into two major channels - the Yaik Channel consisting of a system of individual streams and the Zolotoi Channel ...
  2. Paul Brummell (2008). Bradt Kazakhstan. Bradt Travel Guides. p. 316. ISBN 1-84162-234-6.