ୟୁମଲେମ୍ବମ ଗାମ୍ଭିନୀ ଦେବୀ
ୟୁମଲେମ୍ବମ ଗାମ୍ଭିନୀ ଦେବୀ | |
---|---|
ଜନ୍ମ | ୱାଇସ୍କୁଲ ହିରୁହମ୍ବା ଲେଇକାଇ, ମଣିପୁର Manipur, ଭାରତ | ୧ ଜାନୁଆରୀ ୧୯୪୫
ବୃତ୍ତି | ଗାୟିକା ଓ ନର୍ତ୍ତକୀ |
ପ୍ରସିଦ୍ଧି | ନାଟ ସଂକୀର୍ତ୍ତନ, ମଣିପୁରୀ ନୃତ୍ୟ (Manipuri dance) |
ବୈବାହିକ-ସାଥୀ | କୋନସମ ଥୋପି ସିଂହ |
ପିତାମାତା | ୱାଇ. ଗୁଲାପ ସିଂହ |
ପୁରସ୍କାର | ପଦ୍ମଶ୍ରୀ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award) ନୃତ୍ୟ ରତ୍ନ ପୁରସ୍କାର ନାଟ ସଙ୍ଗୀତ ପୁରସ୍କାର |
ୟୁମଲେମ୍ବମ ଗାମ୍ଭିନୀ ଦେବୀ ଇଂରାଜୀ ଭାଷାରେ Yumlembam Gambhini Devi) ଜଣେ ଭାରତୀୟ ମଣିପୁରୀ ନାଟ ସଂକୀର୍ତ୍ତନ ଗାୟିକା (Nata Sankirtana) ଓ ମଣିପୁରୀ ରାସ ନର୍ତ୍ତକୀ (Manipuri Raas) ଅଟନ୍ତି ।[୧] ଜୱାହରଲାଲ ମଣିପୁରୀ ନୃତ୍ୟ ଏକାଡେମୀର ସେ ଜଣେ ଫାକଲ୍ଟି ସଭ୍ୟ[୨] ଓ ସନ ୧୯୮୮ରେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award) ପାଇଛନ୍ତି । [୩] ସନ ୨୯୯୫ରେ ମଣିପୁରୀ ନୃତ୍ୟ ଓ ସଙ୍ଗୀତରେ ତାଙ୍କର ଅବଦାନ ନିମନ୍ତେ ଭାରତ ସରକାର ତାଙ୍କୁ ଚତୁର୍ଥ ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀରେ ସମ୍ମାନିତ କରିଛନ୍ତି । [୪]
ଜୀବନୀ
[ସମ୍ପାଦନା]ସନ ୧୯୪୫ର ପ୍ରଥମ ଦିନ ୱାଇସ୍କୁଲ ହିରୁହମ୍ବା ଲେଇକାଇ, ମଣିପୁର Manipur, ଭାରତର ନାଟ ସଂକୀର୍ତ୍ତନ ପରିବେଶକ ୱାଇ. ଗୁଲାପ ସିଂହ ଔରଷରେ ଗାମ୍ଭିନୀ ଦେବୀ ଜନ୍ମ ଗ୍ରହଣ କରିଥିଲେ ଯିଏ କି ଆଠ ସନ୍ତାନଙ୍କ ମଧ୍ୟରେ ଚତୁର୍ଥ ସନ୍ତାନ ଥିଲେ । [୫] ସେ ମାତ୍ର ୫ ବର୍ଷ ବୟସରେ ସଙ୍ଗୀତ ଓ ନୃତ୍ୟ ଶିକ୍ଷା ଲାଭ କରିବାକୁ ଆରମ୍ଭ କରିଥଲେ । ପରେ ସେ ଜୱାହରଲାଲ ନେହରୁ ମଣିପୁର ନୃତ୍ୟ ଏକାଡେମୀରେ ଶିକ୍ଷା ଲାଭ କରି ରାସରେ ପୋଷ୍ଟ ଗ୍ରାଜୁଏଟ ଡିପ୍ଲୋମା ହାସଲ କରିଥିଲେ । ଏକାଡେମୀରେ ସେ ଖ୍ୟାତନାମା ଅମୁଦୋନ ଶର୍ମା, ମଇସନମ ଅମୁବି ସିଂହ (Maisnam Amubi Singh), ଖାଇଦିମ ଲିକେଶୋର ସିଂହ, କ୍ଷେତ୍ରିତୋମ୍ବି ଦେବୀ, ଗାଙ୍ଗୋମ ଯୋଗେନ୍ଦ୍ର ସିଂହ ଓ ଇବୋପିଶକ ଶର୍ମାଙ୍କଠାରୁ ମଣିପୁରୀ ନୃତ୍ୟ ଓ ନଙ୍ଗମାଇଥେନମ ତୋମ୍ବା ସିଂହ, ଖଣ୍ଡ ମୋଇନ ଦାନ, ଗାଙ୍ଗୋମ ଜୋଗେନ୍ଦ୍ର ସିଂହ ଓ ଥୋକଚୋମ ଗୋପାଲ ସିଂହଙ୍କଠାରୁ ମୋନୋହରସାଇ କିର୍ତ୍ତନ ଶିକ୍ଷା ଲାଭ କରିଥିଲେ । [୧] ମାତ୍ର ୭ ବର୍ଷ ବୟସରୁ ଭାରତ ଓ ଭାରତ ବାହାରେ ଅନେକ ସ୍ଟେଜରେ ସେ ତାଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ଓ ତାହା ସେହି ଦିନଠାରୁ ଚାଲୁ ରହିଛି ।[୫] ତାଙ୍କର ଶିକ୍ଷୟିତ୍ରୀ ଜୀବନ ମାତୃ ସଂସ୍ଥାରେ ଆରମ୍ଭ ହୋଇଥିଲା ଯେଉଁଠାରେ ସେ ଫାକଲ୍ଟି ସଭ୍ୟ ଭାବରେ ସନ ୨୦୦୫ରେ ଅବସର ନେବା ପର୍ଯ୍ୟନ୍ତ କାମ କରୁଥିଲେ । ଏକାଡେମୀରେ ସେ ଅତିଥି ବରିଷ୍ଠ ଗୁରୁ ଭାବରେ କାମ କରିଚାଲିଲେ ଓ ଅଲ ଇଣ୍ଡିଆ ରେଡିଓର (All India Radio) ଇମ୍ଫାଲ (Imphal) ଷ୍ଟେସନରେ ସେ ଟପ ଗ୍ରେଡ କଳାକାର ମାନ୍ୟତା ପାଇଥିଲେ ଯାହା ସେ ସମୟରେ ପ୍ରଥମ ମହିଳା ଭାବରେ ସେ ପାଇଥିଲେ । [୧] ସେ ୱାଇଜିଆର, ନାଟ ସଂକୀର୍ତ୍ତନ ଶେଇନମ ଶାଙ୍ଗ ନାମକ ଏକ ସଙ୍ଗୀତ ଶିକ୍ଷା ନିକେତନର ସ୍ଥାପୟିତା ଥିଲେ ।[୫] ରବୀନ୍ଦ୍ର ଭାରତୀ ବିଶ୍ୱବିଦ୍ୟାଳୟର (Rabindra Bharati University) ସିଲେକସନ କମିଟି, ଦୂରଦର୍ଶନ ଅଡିସନ ବୋର୍ଡ଼, ଭାରତୀୟ ଟେଲିଭିଜନ ନେଟୱର୍କର ପୂର୍ବତନ ସଭ୍ୟ ଥିଲେ । ଦୁଇଟି ଆଲବମରେ ତାଙ୍କର ସଂଗୀତ ସଂଗୃହିତ ହୋଇରହିଛି ଓ ବସକ ଗୀତ ଆଧାରିତ ଏକ ପୁସ୍ତକ ବସକ ନାମରେ ପ୍ରକାଶିତ ହୋଇଛି ।[୬]
ଗାମ୍ଭିନୀ ଦେବୀଙ୍କୁ ସନ ୧୯୭୯ରେ ମଣିପୁରୀ ସାହିତ୍ୟ ପରିଷଦ (Manipuri Sahitya Parishad) ପକ୍ଷରୁ ନୃତ୍ୟ ରତ୍ନ ପୁରସ୍କାର ଓ ସନ ୧୯୮୦ରେ ମଣିପୁର ପ୍ରଦେଶ କଳା ଏକାଡେମୀ ପକ୍ଷରୁ ନାଟ ସଂଗୀତ ପୁରସ୍କାର ଦିଆଯାଇଥିଲା । [୫] ସନ ୧୯୮୮ରେ ନାଟ ସଂକୀର୍ତ୍ତନ ନିମନ୍ତେ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର (Sangeet Natak Akademi Award) ପାଇଥିଲେ,[୩] ଓ ସେହି ବର୍ଷ ମିନିଷ୍ଟ୍ରି ଅଫ ହ୍ୟୁମାନ ରିଶୋର୍ଷ ଡେଭଲପମେଣ୍ଟ (ଇଣ୍ଡିଆ)ର (Ministry of Human Resource Development) ଡିପାର୍ଟମେଣ୍ଟ ଅଫ କଲଚର ଅଧିନରେ ବରିଷ୍ଠ ଫେଲୋସିପ ନିମନ୍ତେ ସେ ବଛା ହୋଇଥିଲେ । [୧] ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ନାଗରିକ ସମ୍ମାନରେ ପୁରସ୍କୃତ କରିଥିଲେ । [୪]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ Donny Luwang Meisnam (2015). "Yumlembam Gambhini Devi - Padmashree Awardee - 2005". E Pao. Retrieved 4 December 2015.
- ↑ "JNMDA - Present Teaching Staff". Sangeet Natak Akademi. 2015. Retrieved 4 December 2015.
- ↑ ୩.୦ ୩.୧ "Sangeet Natak Akademi Award winners". Sangeet Natak Akademi. 2015. Retrieved 4 December 2015.
- ↑ ୪.୦ ୪.୧ "Padma Awards" (PDF). Ministry of Home Affairs, Government of India. 2015. Archived from the original (PDF) on 15 October 2015. Retrieved 21 July 2015.
- ↑ ୫.୦ ୫.୧ ୫.୨ ୫.୩ "Yumlembam Gambhini Devi - India Online". India Online. 2015. Archived from the original on 8 December 2015. Retrieved 5 December 2015.
- ↑ Ẏuṃlembama Gambhinī Debī (2012). Bāsaka. p. 135. OCLC 813301482.