ୟୁକ୍ଲିଡ୍
ୟୁକ୍ଲିଡ୍ Euclid | |
---|---|
![]() ୟୁକ୍ଲିଡ୍ଙ୍କ ମୂର୍ତ୍ତୀ, ଅକ୍ସ୍ଫୋର୍ଡ଼୍ ପ୍ରାକୃତିକ ଇତିହାସ ସଂଗ୍ରହାଳୟରେ | |
ଜନ୍ମ ଓ ଜନ୍ମସ୍ଥାନ | Unknown |
ମୃତ୍ୟୁ | Unknown |
Alexandria, Egypt | |
ପ୍ରସିଦ୍ଧି | Euclidean geometry Euclid's Elements |
ବିଜ୍ଞାନୀ ଜୀବନ | |
କ୍ଷେତ୍ର | Mathematics |
ୟୁକ୍ଲିଡ୍ (/ˈjuːklɪd/; ପ୍ରାଚୀନ ଗ୍ରୀକ: Εὐκλείδης Eukleidēs; ପ୍ରାୟ ଖ୍ରୀ.ପୂ ୩୨୫-ଖ୍ରୀ.ପୂ.୨୬୫) ଜଣେ ଗ୍ରୀକ୍ ଗଣିତଜ୍ଞ ଥିଲେ । ସେ ମିଶରର ଆଲେକ୍ଜାଣ୍ଡ୍ରିଆରେ ଥିଲେ ଓ ଆଲେକ୍ଜାଣ୍ଡ୍ରିଆ ପାଠାଗାରରେ କାମ କରୁଥିଲେ । ତାଙ୍କ ବିଷୟରେ କମ୍ ଜଣାଅଛି, କିନ୍ତୁ ବିଶ୍ୱାସ କରାଯାଏ ଯେ ସେ ଟଲେମି ୧ମ ଙ୍କର ସମସାମୟିକ । ତାଙ୍କର ଜନ୍ମସ୍ଥାନ ଓ ସମୟ ଜଣା ନାହିଁ ।
ଦି ଏଲିମେଣ୍ଟ୍ସ୍[ସମ୍ପାଦନା]
ୟୁକ୍ଲିଡ୍ ଜ୍ୟାମିତିର ସମସ୍ତ ଜଣା ତଥ୍ୟକୁ ଏକାଠି କରିଥିଲେ । ତାଙ୍କ ପୁସ୍ତକଏଲିମେଣ୍ଟ୍ସ୍ ପ୍ରାଚୀନ ଜ୍ୟାମିତିର ଏକ ମୁଖ୍ୟ ଉତ୍ସ । ତାଙ୍କ ବିଷୟରେ ଏବେ ମଧ୍ୟ ପାଠ୍ୟପୁସ୍ତକରେ ପଢ଼ାଯାଉଛି । ଏହି ପୁସ୍ତକରେ ସେ କେତେକ ଅନୁସିଦ୍ଧାନ୍ତରୁ (ଯାହା ସମସ୍ତେ ସତ୍ୟ ବୋଲି ଭାବନ୍ତି) ଆରମ୍ଭ କରିଛନ୍ତି । ୟୁକ୍ଲିଡ୍ ପ୍ରମାଣ କରିଛନ୍ତି ଯେ ଜ୍ୟାମିତିକ ବସ୍ତୁ ଏବଂ ପୂର୍ଣ ସଂଖ୍ୟା ଏହି ଅନୁସିଦ୍ଧାନ୍ତ ଉପରେ ପର୍ଯ୍ୟବେଷିତ ।
ଏଲିମେଣ୍ଟ୍ସ୍ରେ ବିଭିନ୍ନ ଜ୍ୟାମିତିକ ଆକୃତି ବିଷୟରେ ଆଲୋଚନା କରାଯାଇଛି । ଜ୍ୟାମିତି ଛଡ଼ା ସେ ସଂଖ୍ୟା ତତ୍ତ୍ୱ ଉପରେ ମଧ୍ୟ କାମ କରିଛନ୍ତି । ଗରିଷ୍ଟ ସାଧାରଣ ଗୁଣନୀୟକ (ଗସାଗୁ) ବିଷୟରେ ୟୁକ୍ଲିଡ୍ କହିଥିଲେ । ଏ କଥା ଏଲିମେଣ୍ଟସ୍ରେ ଲିଖିତ । ଦୁଇଟି ସଂଖ୍ୟାର ଗସାଗୁ ହେଉଛି ସବୁଠୁ ବଡ଼ ସଂଖ୍ୟା ଯାହା ଉଭୟ ସଂଖ୍ୟାକୁ ବିଭକ୍ତ କରେ ।
ଏଲିମେଣ୍ଟ୍ସ୍ରେ ବର୍ଣିତ ଜ୍ୟାମିତି ଅନେକ ଦିନ ପର୍ଯ୍ୟନ୍ତ ଏକ ମାତ୍ର ଜ୍ୟାମିତି ବୋଲି ଧରା ଯାଉଥିଲା । ୧୯ଶ ଶତାବ୍ଦୀରେ ଆବିଷ୍କୃତ ଅଣ-ୟୁକ୍ଲିଡୀୟ ଜ୍ୟାମିତିରୁ ଅଲଗା କରିବା ପାଇଁ ଏବେ ତାକୁ ୟୁକ୍ଲିଡୀୟ ଜ୍ୟାମିତି କୁହା ଯାଉଛି ।
ଅନ୍ୟାନ୍ୟ କାମ[ସମ୍ପାଦନା]
ଏଲିମେଣ୍ଟ୍ସ୍ ଛଡ଼ା ୟୁକ୍ଲିଡ୍ଙ୍କର ଅନ୍ତତଃ ୫ଟି କାମ ଏବେ ପର୍ଯ୍ୟନ୍ତ ଅଛି । ଏଗୁଡ଼ିକ ମଧ୍ୟ ସଂଜ୍ଞା ଓ ପ୍ରସ୍ତାବନାକୁ ଭିତ୍ତି କରିଥାଆନ୍ତି ।

ୟୁକ୍ଲିଡ୍ଙ୍କ ପ୍ରତି ସମ୍ମାନ[ସମ୍ପାଦନା]
- ୟୁକ୍ଲିଡ୍ଙ୍କ ନାମରେ ନାମିତ ଏକ ଗ୍ରହାଣୁ
- ଜହ୍ନରେ ଏକ ଆଗ୍ନେୟଗିରି ମୁଖ ୟୁକ୍ଲିଡ୍ଙ୍କ ନାମରେ ନାମିତ
ଆଧାର[ସମ୍ପାଦନା]
- ↑ Bill Casselman. "One of the Oldest Extant Diagrams from Euclid". University of British Columbia. Retrieved 2008-09-26. Cite has empty unknown parameter:
|coauthors=
(help)
ବାହାର ଲିଙ୍କ[ସମ୍ପାଦନା]
![]() |
ଉଇକି କଥାରେ ୟୁକ୍ଲିଡ୍ ସମ୍ବନ୍ଧୀୟ ଅନେକ ଲୋକବାଣୀ ରହିଛି |
![]() |
ଉଇକିପାଠାଗାରରେ ଏହି ଲେଖକ ବା କବିଙ୍କ ଲିଖିତ ମୂଳ ରଚନା ଅଛି : ୟୁକ୍ଲିଡ୍ |
![]() |
ଉଇକିମିଡ଼ିଆ କମନ୍ସରେ Euclid ବାବଦରେ ମାଧ୍ୟମ ରହିଛି । |
- Euclid's Elements, All thirteen books, with interactive diagrams using Java. Clark University
- Euclid's Elements, with the original Greek and an English translation on facing pages (includes PDF version for printing). University of Texas.
- Euclid's Elements, books I-VI, in English pdf, in a Project Gutenberg Victorian textbook edition with diagrams.
- Euclid's Elements, All thirteen books, in several languages as Spanish, Catalan, English, German, Portuguese, Arabic, Italian, Russian and Chinese.
- Elementa Geometriae 1482, Venice. From Rare Book Room.
- Elementa 888 AD, Byzantine. From Rare Book Room.
- Euclid biography by Charlene Douglass With extensive bibliography.
- Texts on Ancient Mathematics and Mathematical Astronomy PDF scans (Note: many are very large files). Includes editions and translations of Euclid's Elements, Data, and Optica, Proclus's Commentary on Euclid, and other historical sources.