ହୋସନେ ଆରା ପୁତୁଲ
ହୋସନେ ଆରା ପୁତୁଲ | |
---|---|
ଫାଇଲ:Putul.jpg | |
ଜାତୀୟତା | ବଙ୍ଗଳାଦେଶୀ |
ଅନ୍ୟ ନାମ | ପୁତୁଲ |
ବୃତ୍ତି(ସମୂହ) | ମଡେଲ, ଅଭିନେତ୍ରୀ |
ସକ୍ରିୟ ବର୍ଷ | ୧୯୯୦-ଏବେଯାଏଁ |
ହୋସନେ ଆରା ପୁତୁଲ (ବଙ୍ଗଳା: হোসনে আরা পুতুল; ହୋସନେରା ପୁତୁଲ ଭାବରେ ମଧ୍ୟ ଜଣା) ହେଉଛନ୍ତି ଜଣେ ବଙ୍ଗଳାଦେଶୀ ଅଭିନେତ୍ରୀ ଏବଂ ମଡେଲ । ପତୁଲ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ୧୯୯୪ ମସିହାରେ ଅଭିନୟ ଆରମ୍ଭ କରିଥିଲେ । ଏହା ପୂର୍ବରୁ ସେ ୧୯୯୦ ମସିହାରେ ଏକ ଛୋଟ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ, ଯେଉଁଠୁ ତାଙ୍କର ଅଭିନୟର ଯାତ୍ରା ଆରମ୍ଭ ହୋଇଥିଲା । ସେ ୧୯୯୪ ମସିହାରେ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମ୍ମାନ ପାଇଥିଲେ ଏବଂ ଏଥି ସହିତ ପରବର୍ତ୍ତୀ ସମୟରେ ଅନେକ ପୁରସ୍କାରଦ୍ୱାରା ମଧ୍ୟ ସମ୍ମାନୀତ ହୋଇଛନ୍ତି ।
ପେଶା
[ସମ୍ପାଦନା]ହୋସନେ ଆରା ପୁତୁଲ ୧୯୯୦ ମସିହାରୁ ଅଭିନୟ କରିବା ଆରମ୍ଭ କରିଥିଲେ । ସେ ପ୍ରଥମେ ବଙ୍ଗଳାଦେଶର ଏକ କ୍ଷୁଦ୍ର ଦୂରଦର୍ଶନ ଧାରାବାହିକ କୋଥାଓ କେଉରୁ ଅଭିନୟ କାର୍ଯ୍ୟ ଆରମ୍ଭ କରିଥିଲେ । ଏହାପରେ କିଛି ଛୋଟ ଛୋଟ ଧାରାବାହିକ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ କାର୍ଯ୍ୟ କରିବା ପରେ ୧୯୯୪ ମସିହାରେ ସେ ବଙ୍ଗଳାଦେଶୀ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ତାଙ୍କ ଅଭିନୀତ ପ୍ରଥମ ବଙ୍ଗଳାଦେଶୀ କଥାଚିତ୍ର ଥିଲା ଆଗୁନେର ପରଶମନି । ତାଙ୍କର ଏହି ପ୍ରଥମ କଥାଚିତ୍ରଟି ବଙ୍ଗଳାଦେଶରେ ଅନେକ ସଫଳତା ପାଇବା ସହ ତାଙ୍କୁ ଏହି ଚଳଚ୍ଚିତ୍ର ପାଇଁ ବଙ୍ଗଳାଦେଶର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଶ୍ରେଷ୍ଠ ନବାଗତା ପୁରୁସ୍କାର ମିଲିଥିଲା ।
୧୯୯୮ ମସିହାରେ ହୋସନେ ଅନ୍ୟ ଏକ ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକରେ କାର୍ଯ୍ୟ କରିଥିଲେ, ଯାହାର ଶୀର୍ଷକ ଥିଲା ଗୃହସୁଖ ପ୍ରାଇଭେଟ ଲିମିଟେଡ୍ । ଏହାପରେ ହୋସନେ ୨୦୦୪ ମସିହାରେ ବଙ୍ଗଳାଦେଶୀ ଚଳଚ୍ଚିତ୍ର ଶ୍ୟାମଳ ଛାୟାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ମଧ୍ୟ ଅନେକ ସଫଳତା ପାଇଥିଲା, ତେଣୁ ଏହି ଚଳଚ୍ଚିତ୍ରଟି ବଙ୍ଗଳାଦେଶ ତରଫରୁ ୭୮ତମ ଆକାଡେମୀ ପୁରସ୍କାର ଉତ୍ସବ ପାଇଁ 'ଫରେନ୍ ଲାଙ୍ଗୁଏଜ୍ କାଟାଗୋରି'ରେ ଅଂଶଗ୍ରହଣ କରିବାପାଇଁ ପଠାଯାଇଥିଲା ।
୨୦୦୬ ମସିହାରେ ବଙ୍ଗଳାଦେଶୀ ଦୂରଦର୍ଶନ ଧାରାବାହିକ ବୋବର୍ ହଟ୍ରେ ହୋସନେ ଅଭିନୟ କରିଥିଲେ, ଯେଉଁଥିରେ ତାଙ୍କ ଚରିତ୍ରର ନାମ ଥିଲା ଖୁସ୍ବୁ । ଏହା ବ୍ୟତୀତ ସେ ୧୪ ଇନ୍ଚ-ଏ ଶବ୍ଦ କଲୋ ଧାରାବାହିକରେ ମଧ୍ୟ ଅଭିନୟ କରିଥିଲେ ।
ଏହାପରେ ୨୦୧୪ ମସିହାର ଆରମ୍ଭରେ ସେ ଜୋନାକିର ଆଲୋ ନାମକ ବଙ୍ଗଳାଦେଶୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯାହାକି ସଫଳ ହେବା ସହ ୮୭ତମ ଆକାଡେମୀ ପୁରସ୍କାର ପାଇଁ ବଙ୍ଗଳାଦେଶରୁ ବଛାଯାଇଥିଲା, କିନ୍ତୁ ଏହି ଚଳଚ୍ଚିତ୍ରଟି ମନୋନୀତ ହୋଇପାରିନଥିଲା । ସେହି ବର୍ଷ ସେ ରୂପକଥାର ଗଳ୍ପ କଥାଚିତ୍ରରେ ଅଭିନୟ କରିଥିଲେ । ପରବର୍ତ୍ତୀ ସମୟରେ ସେ ୨୦୦୮ ମସିହାରେ ବଙ୍ଗଳାଦେଶୀ କଥାଚିତ୍ର ଆମାର ଆଛେ ଜଲ ଏବଂ ୨୦୧୪ ମସିହାରେ ଜୋନାକିର ଆଲୋରେ ଅଭିନୟ କରିଥିଲେ ।
ବ୍ୟକ୍ତିଗତ ଜୀବନ
[ସମ୍ପାଦନା]ହୋସନେ ଆରା ପୁତୁଲ ବଙ୍ଗଳାଦେଶୀ ବ୍ୟବସାୟୀ ମତିନଙ୍କୁ ବିବାହ କରିଛନ୍ତି । ଏହି ଦମ୍ପତ୍ତିଙ୍କର ଗୋଟିଏ ପୁତ୍ର ଓ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି ।[୧]
ପୁରସ୍କାର
[ସମ୍ପାଦନା]ହୋସନେଙ୍କୁ ୧୯୯୪ ମସିହାରେ ତାଙ୍କର ପ୍ରଥମ କଥାଚିତ୍ର ଆଗୁନେର ପରଶମନି ପାଇଁ ବଙ୍ଗଳାଦେଶୀ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଏକ ସତନ୍ତ୍ର ପୁରସ୍କାର ମିଳିଥିଲା ।[୨]
ଆଧାର
[ସମ୍ପାଦନା]- ↑ "পুত্র সন্তানের মা হলেন পুতুল". Dhaka Times. 14 November 2015. Archived from the original on 3 November 2019. Retrieved 13 November 2018.
- ↑ "Putul under Shabnam Parvin's direction for first time". thedailynewnation.com. The Daily New Nation. 14 Mar 2014. Archived from the original on 16 May 2018. Retrieved 16 May 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ହୋସନେ ଆରା ପୁତୁଲ
- Hosne Ara Putul at Filmow