ହୋମର
![]() ବ୍ରିଟିଶ ସଂଗ୍ରହାଳୟରେ ଥିବା ହୋମରଙ୍କ ଏକ ଆନୁମାନିକ ପ୍ରତିମୂର୍ତ୍ତୀ | |
ଜନ୍ମ | ଖ୍ରୀଷ୍ଟ ପୂର୍ବ ୮ମ ଶତାବ୍ଦୀ |
---|---|
କାହାଦେଇ ପ୍ରଭାବିତ | |
କାହାକୁ ପ୍ରଭାବିତ କରିଛନ୍ତି |
ହୋମର ଯୂନାନର ଜଣେ ପ୍ରାଚୀନତମ କବି । ତାଙ୍କଦ୍ୱାରା ଲେଖାଯାଇଥିବା କୃତି ସବୁ ଏବେବି ସାଇତା ହୋଇ ରହିଛି । ସେ ନିଜ ସମୟର ସଭ୍ୟତା ତଥା ସଂସ୍କୃତିକୁ ନିଜର ଇଶ୍ୱରଦତ୍ତ କଳା ବଳରେ ମହିମା ମଣ୍ଡିତ କରିପାରିଛନ୍ତି । ଅନ୍ଧ ହୋଇ ବି ତାଙ୍କଦ୍ୱାରା ଦୁଇଗୋଟି ଗ୍ରନ୍ଥ ରଚନା ସମ୍ଭବ ହୋଇ ଅଛି - ଇଲିଆଡ଼ ଏବଂ ଓଡ଼େସୀ ।
ତାଙ୍କ ନିଶ୍ଚିତ ସମୟ ବା କାର୍ଯକାଳ ଈସାଠାରୁ ପ୍ରାୟ ୧୦୦୦ ବର୍ଷ ପୂର୍ବେ ହୋଇଥିବା ଅନୁମାନ କରାଯାଏ । ତେବେ ଏ ବିଷୟରେ ପ୍ରାଚୀନ କାଳରେ ଯେତିକି ବିବାଦ ଥିଲା ଆଜି ବି ସେତିକି ଅଛି । କିଛି ଲୋକ ତାଙ୍କ ସମୟକୁ ଟ୍ରୋଜନ ଯୁଦ୍ଧ ସମୟ ସହିତ ସମ୍ଭନ୍ଧ ଥିବା କୁହନ୍ତି କିନ୍ତୁ ଏହା ନିଶ୍ଚିତ ଯେ ଇତିହାସର ଏକ ପୂରା କାଳ ହୋମର ଯୁଗ ନାମରେ ନାମିତ ଥିଲା । ୮୫୦ ଈସା ପୂର୍ବଠାରୁ ଟ୍ରୋଜନ ଯୁଦ୍ଧର ତାରିଖ ୧୧୯୪-୧୧୮୪ ଈସା ପୂର୍ବ ଯାଏଁ ଲମ୍ବି ଅଛି । ଇଲିଆଡ଼ରେ ଟ୍ରୟ ନଗର ରାଜ୍ୟ ସହିତ ଗ୍ରୀକ ଲୋକଙ୍କ ଯୁଦ୍ଧ ବିଷୟରେ ବର୍ଣ୍ଣନା କରାଯାଇଅଛି । ଏହି ମହାକାବ୍ୟରେ ଟ୍ରୟ ନଗରର ବିଜୟ ଏବଂ ଧ୍ୱଂସର କହାଣୀ ତଥା ଯୂନାନୀ ବୀର ଏକଲିସଙ୍କ ବୀରତା ବିଷୟରେ ଲେଖା ଯାଇ ଅଛି । ଓଡ଼େସୀରେ ଗ୍ରୀକ୍ ବୀର ଓଡ଼େସିଯସଙ୍କ ଟ୍ରୋଜାନ ଯୁଦ୍ଧ ପରେ ଗୃହ ପ୍ରତ୍ୟାବର୍ତ୍ତନ ଏବଂ ରାଜ୍ୟରେ ପହଞ୍ଚି ଶତୃମାନଙ୍କ କବଳରୁ ରାଣୀ ପେନେଲୋପ୍ଙ୍କ ଉଦ୍ଧାର ଆଦି ବିଷୟ ବର୍ଣ୍ଣନା କରାଯାଇଅଛି ।
ୟୁନାନ (ଗ୍ରୀସ) ର ସେଇ ସମୟର ସାମାଜିକ, ରାଜନୈତିକ ଓ ଧାର୍ମିକ ପରିସ୍ଥିତି ବିଷୟରେ ଜାଣିବା ପାଇଁ ଭରସାଯୋଗ୍ୟ ଏକମାତ୍ର ସାଧନ ହିସାବରେ ଦୁଇଟି ମହାକାବ୍ୟ ଉପଲବ୍ଧ— ଇଲିଆଡ୍ ଓ ଓଡେସି । ଏହା ବ୍ୟତୀତ ଅନେକ ଧାର୍ମିକ କାବ୍ୟ ରଚନା ଗୁଡିକ ରହିଛି ଯାହାକୁ ପରେ ଅନ୍ୟ କବିମାନଙ୍କ ଦ୍ୱାରା ରଚିତ ବୋଲି ଦର୍ଶାଯାଇଛି । ଏହା ମଧ୍ୟ କୁହାଯାଏ ଯେ ଇଲିଆଡ୍ ଓ ଓଡେସିର ପ୍ରାରମ୍ଭିକ ରୂପ ମୌଖିକ ଥିଲା ଏବଂ ପୁରୁଣା ଗ୍ରୀସର ଗାୟକମାନେ ସେଗୁଡ଼ିକୁ ଗାଉଥିଲେ ।[୧] ସେମାନେ ଗାଉଥିବାବେଳେ ନିଜର ରଚିତ କିଛି ଶ୍ଳୋକ ବି ଯୋଡ଼ି ଦେଉଥିଲେ । ଏହି କାରଣରୁ ଏଗୁଡ଼ିକୁ ସମ୍ପୂର୍ଣ୍ଣ ଭାବେ ହୋମରଙ୍କ ରଚନା ଭାବରେ ମାନିବା ଠିକ୍ ନୁହେଁ । ଏହି ଆଧାରରେ କେହି କେହି ମାନନ୍ତି ଯେ 'ହୋମର' କେବଳ ଗୋଟିଏ ବ୍ୟକ୍ତି ନୁହେଁ, ବରଂ ଇଲିଆଡ୍ ଓ ଓଡେସିର ସମୂହ ରଚୟିତାମାନଙ୍କୁ ଦର୍ଶାଏ ।[୨][୩]
ହୋମର ଦ୍ୱାରା ଚାରି ଦିଗରୁ ଆସୁଥିବା ପବନକୁ ଭିନ୍ନ ଭିନ୍ନ ନାମ ଦିଆଯାଇଥିଲା: ୧. ପୂର୍ବ ଦିଗରୁ ଆସୁଥିବା ହାଲକା ଓ ଉଷ୍ଣ ପବନକୁ 'ହ୍ୟୁରସ୍' ନାମ ଦିଆଯାଇଥିଲା । ୨. ପଶ୍ଚିମ ଦିଗରୁ ଆସୁଥିବା ପବନକୁ 'ଜେଫେରସ୍' ନାମ ଦିଆଯାଇଥିଲା ଓ ଏହାକୁ ତୂଫାନୀ ବୋଲି ବର୍ଣ୍ଣନା କରାଯାଇଥିଲା । ୩. ଉତ୍ତର ଦିଗରୁ ଆସୁଥିବା ଥଣ୍ଡା ଓ ତୀବ୍ର ପବନକୁ 'ବୋରେସ୍' ନାମ ଦିଆଯାଇଥିଲା । ୪. ଦକ୍ଷିଣ ଦିଗରୁ ଆସୁଥିବା ଆର୍ଦ୍ର ଓ ତୀବ୍ର ପବନକୁ 'ନୋଟ୍ସ୍' ନାମ ଦିଆଯାଇଥିଲା ।"
ଆଧାର
[ସମ୍ପାଦନା]![]() | ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
- ↑ Ahl, Frederick; Roisman, Hanna (1996). The Odyssey Re-formed (in ଇଂରାଜୀ). Cornell University Press. ISBN 978-0-8014-8335-6.
- ↑ जी. एस. किर्क, द इलियड: अ कमेंट्री, वॉल्यूम १, १९८५, कैंब्रिज। ISBN 0-521-28171-7
- ↑ वेस्ट, मार्टिन (१९९९). "दि इन्वेंशन ऑफ होमर". क्लासिकल क्वार्टरली. ४९ (३६४).
{{cite journal}}
: Check date values in:|date=
(help)