ହେନା ଫୁଲ

ଉଇକିପିଡ଼ିଆ ରୁ
Jump to navigation Jump to search
ହେନା ଫୁଲ
Raatrani (Marathi- रातराणी) (3296872379).jpg
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ
ଜଗତ: Plantae
ଅଶ୍ରେଣୀକୃତ: Angiosperms
ଅଶ୍ରେଣୀକୃତ: Eudicots
ଅଶ୍ରେଣୀକୃତ: Asterids
ଗଣ: Solanales
କୁଳ: Solanaceae
ପ୍ରଜାତି: Cestrum
ଜାତି: C. nocturnum
ବାଇନୋମିଆଲ ନାମ
Cestrum nocturnum
L.
ହେନା ଫୁଲର କଢ଼
ହେନା ଗଛର ଫଳ

ହେନା ଫୁଲ (ଜୀବବିଜ୍ଞାନ ନାମ Cestrum nocturnum, ଈଂରାଜୀରେ night-blooming jasmine ବା night-blooming cestrum ଏବଂ ହିନ୍ଦୀରେ रातरानी) ସେଷ୍ଟ୍ରମ୍ ପ୍ରଜାତି ଓ ସୋଲେନେସିଆ ପରିବାରର ଏକ ଉଦ୍ଭିଦ । ଏହି ଫୁଲଗଛ ପଶ୍ଚିମ ଭାରତୀୟ ଦ୍ୱୀପପୁଞ୍ଜର ସ୍ଥାନୀୟ ବୃକ୍ଷ କିନ୍ତୁ ଦକ୍ଷିଣ ଏସିଆରେ ଏହା ପ୍ରାକୃତିକ ଭାବେ ବଢ଼ିଥାଏ ।[୧]

ଉଦ୍ଭିଦର ବର୍ଣ୍ଣନା[ସମ୍ପାଦନା]

ହେନା ଫୁଲର ଗଛ ବୁଦାଳିଆ, ଚିରହରିତ୍ ଓ ଏହା ପ୍ରାୟ ୪ ମିଟର୍ (୧୩ ଫୁଟ୍) ଉଚ୍ଚତା ପର୍ଯ୍ୟନ୍ତ ବଢ଼ିଥାଏ । ଏହାର ପତ୍ର ପତଳା, ୬-୨୦ ସେ.ମି. (୨.୪-୭.୯ ଇଞ୍ଚ୍) ଲମ୍ବା, ୨-୪.୫ ସେ.ମି. (୦.୭୯-୧.୭୭ ଇଞ୍ଚ୍) ଓସାରର ଏବଂ ଚିକ୍କଣିଆ । କାହାଳୀ ସଦୃଶ ପାଞ୍ଚଟି ପାଖୁଡ଼ାବିଶିଷ୍ଟ ଫୁଲଗୁଡ଼ିକ ଈଷତ୍ ସବୁଜ-ଶ୍ୱେତ ରଙ୍ଗର, ୨-୨.୫ ସେ.ମି. (୦.୭୯-୦.୯୮ ଇଞ୍ଚ୍) ଲମ୍ବା, ସମ୍ପୂର୍ଣ୍ଣ ରୂପେ ଫୁଟିଥିବା ପାଖୁଡ଼ାର ଉପର ପାଖର ଗୋଲେଇ ବ୍ୟାସ ପ୍ରାୟ ୧୦-୧୩ ମି.ମି. (୦.୩୯-୦.୫୧ ଇଞ୍ଚ୍) । ଏହି ଫୁଲ ରାତିରେ ଫୁଟେ ଓ ଏକ ଅପୂର୍ବ ସୁଗନ୍ଧ ନିର୍ଗତ ହୋଇଥାଏ ଯାହା ଆଖପାଖର ପରିବେଶକୁ ଚହଟାଇ ଦିଏ । ଏହି ଗଛର ଫଳ ବା କୋଳି ୧୦ ମି.ମି. (୦.୩୯ ଇଞ୍ଚ୍) ଲମ୍ବା, ୫ ମି.ମି. (୦.୨୦ ଇଞ୍ଚ୍) ବ୍ୟାସ ବିଶିଷ୍ଟ ଏବଂ ବାଇଗଣୀ କିମ୍ବା ସବୁଜ-ହଳଦିଆ ମିଶା ଧଳା ରଙ୍ଗର । ଆଉ ଏକ ପ୍ରଜାତିର ହେନା ଫଲର ରଙ୍ଗ ହଳଦିଆ ହୋଇଥାଏ । କେତେକ ସ୍ଥାନରେ ଏହାର ପତ୍ର ଓ ଫଳ ବିଷାକ୍ତ ହୋଇପାରେ, କାରଣ ଏହାର ବିଷାକ୍ତତାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ଓ ତଥ୍ୟ ମିଳିଛି ।[୨][୩]

ରାତିରେ ଫୁଟୁଥିବା ହେନା ଫୁଲର ଅପୂର୍ବ ସୁଗନ୍ଧ ପାଇଁ ଉପ-କ୍ରାନ୍ତୀୟ ଅଞ୍ଚଳରେ ବିଭିନ୍ନ ଘର ଗମଳା, ଉଦ୍ୟାନ ଇତ୍ୟାଦିରେ ହେନା ଫୁଲ ଗଛ ରୋପଣ କରାଯାଇଥାଏ । ସାମାନ୍ୟରୁ ଆର୍ଦ୍ର ବାଲିମିଶା ଢିଲା (୬.୬-୭.୫ pH) ମାଟିରେ ଏହି ଗଛ ଭଲ ଭାବେ ବଢ଼ିଥାଏ ।

ରସାୟନିକ ଉପାଦାନ[ସମ୍ପାଦନା]

ହେନା ଫୁଲର ଅର୍କ ବା ତେଲର ରସାୟନିକ ଉପାଦାନଗୁଡ଼ିକ ହେଲେ – ୨୭% ଫିନାଇଲ୍ ଇଥାଇଲ୍ ଆଲ୍‍କହଲ୍, ୧୨% ବେଞ୍ଜାଇଲ୍ ଆଲ୍‍କହଲ୍, ୫.୬% ଐକୋସିନ୍, ୫.୬% ୟୁଗେନୋଲ୍, ୪.୪% ଏନ୍-ଟେଟ୍ରାକୋସିନ୍, ୩.୧% କ୍ୟାରିଓଫାଇଲିନ୍ ଅକ୍ସାଇଡ୍, ୨.୭% ୧-ହେକ୍ସାଡେକାନଲ୍, ୨.୪୫% ମିଥୋକ୍ସିୟୁଗେନୋଲ୍, ୨.୩୨% ବେଞ୍ଜାଲ୍‍ଡିହାଇଡ୍ ।[୪] ହେନା ଫୁଲରୁ ଆଲ୍‍କହଲ୍ (ମଧୁମଦ୍ୟ) ବାହାର କରାଯାଇ ତାହାର ପରୀକ୍ଷଣରୁ ସେଥିରେ ସାଇଟୋଟକ୍ସିକ୍ ଷ୍ଟେରଏଡ୍ ଥିବା ଜଣା ପଡ଼ିଛି ।[୫]

ଚିତ୍ର ଗ୍ୟାଲେରୀ[ସମ୍ପାଦନା]

ଆଧାର[ସମ୍ପାଦନା]

  1. Hortus Third Cornell University, Western Garden Book 2007 Ed
  2. Medicinal and Poisonous Plants of Southern and Eastern Africa – Watt & Breyer-Brandwijk (1962)
  3. Erowid Cestrum Vaults : Cestrum Health Concerns. Erowid.org (2008-08-27). Retrieved on 2011-07-10.
  4. Al-Reza, Int J Food Sci Tech 44:1176 2009 doi: 10.1111/j.1365-2621.2009.01939.x
  5. Wu, Evid Based CAM 1456786 2017 PubMed https://www.ncbi.nlm.nih.gov/pmc/articles/pmid/28250789/

ଆହୁରି ପଢ଼ନ୍ତୁ[ସମ୍ପାଦନା]