Jump to content

ହୁମାଇମା ମଲିକ

ଉଇକିପିଡ଼ିଆ‌ରୁ
ହୁମାଇମା ମଲିକ
ସୀଡିନୀ, ଅଷ୍ଟ୍ରେଲିଆରେ ହୁମା
ଜନ୍ମ
ହୁମାଇମା ମଲିକ

(1987-11-18) ୧୮ ନଭେମ୍ବର ୧୯୮୭ (ବୟସ ୩୮)[୧]
ବେଲୁଚିସ୍ତାନ, ପାକିସ୍ତାନ
ପେଷାsମଡେଲ, ଅଭିନେତ୍ରୀ
କାର୍ଯ୍ୟକାଳ୨୦୦୯ – ଏବେଯାଏଁ
ସମ୍ପର୍କୀୟଫିରୋଜ ଖାନ (ଭାଇ)

ହୁମାଇମା ମଲିକ (ଉର୍ଦ୍ଦୁ: حمایمہ ملک; ଜନ୍ମ: ୧୮ ନଭେମ୍ବର ୧୯୮୭) ଜଣେ ପାକିସ୍ତାନୀ ମଡେଲ ଯିଏକି ପାକିସ୍ତାନୀ ଚଳଚ୍ଚିତ୍ର ସ‌ହ ଭାରତୀୟ ହିନ୍ଦୀ କଥାଚିତ୍ର ଏବଂ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଛନ୍ତି । ପାକିସ୍ତାନର ବେଲୁଚିସ୍ତାନରେ ଜନ୍ମଗ୍ରହଣ କରିଥିବା ହୁମା ସ୍ଥାନୀୟ ସରକାରୀ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ପରେ ତାଙ୍କର ବାପାଙ୍କର ଅବସର ପରେ ସେମାନେ କରାଚୀକୁ ସ୍ଥାନାନ୍ତର ହୋଇଯାଇଥିଲେ । ତାଙ୍କର ଦୁଇ ଭାଇ ଏବଂ ତିନି ଭଉଣୀ ଅଛନ୍ତି ।[୨] ୨୦୦୮ରେ ପାକିସ୍ତାନୀ ଦୂରଦର୍ଶନର ଧାରାବାହିକରେ ଅଭିନୟ କରିଥିବା ହୁମା ୨୦୧୧ରେ ପାକିସ୍ତାନୀ କଥାଚିତ୍ରରେ ଅଭିନୟ ଆରମ୍ଭ କରିଥିଲେ । ପରେ ସେ ୨୦୧୪ରେ ହିନ୍ଦୀ କଥାଚିତ୍ର ରାଜା ନଟବରଲାଲ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ହୁମାଇମା ମିଲକ ୧୮ ନଭେମ୍ବର ୧୯୮୭ରେ ପାକିସ୍ତାନର ବେଲୁଚିସ୍ତାନର କୋଟାଠାରେ ଜନ୍ମଗ୍ରହଣ କରିଥିଲେ ।[୧]

ସେ ସେହି କୋଟର ଏକ ସ୍ଥାନୀୟ ବିଦ୍ୟାଳୟରୁ ତାଙ୍କର ବିଦ୍ୟାଳୟ ଶିକ୍ଷା ଶେଷ କରିବା ପରେ କୋଟାର ଏକ ସରକାରୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ହୁମାଙ୍କର ଦୁଇ ଭାଇ ଏବଂ ତିନି ଭଉଣୀ ଅଛନ୍ତି । ହୁମାଙ୍କର ଭାଇ ଫିରୋଜ ଖାନ ମଧ୍ୟ ଜଣେ ଅଭିନେତା । ହୁମାଙ୍କର ବାପାଙ୍କର ଅବସର ପରେ ସେମାନେ କରାଚୀକୁ ସ୍ଥାନାନ୍ତରିତ ହୋଇଯାଇଥିଲେ ।

ଅଭିନୟ ଜୀବନ

[ସମ୍ପାଦନା]

୧୪ ବର୍ଷ ବୟସରେ ହୁମା ଜଣେ ମଡେଲ ଭାବରେ କାମ କରିବା ଆରମ୍ଭ କରିଥିଲେ । ଇଉନିଲିଭ ପାକିସ୍ତାନ କାର୍ଯ୍ୟକ୍ରମ ଜରିଆରେ ସେ ମଡେଲିଂରେ ପ୍ରବେଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସେ ରାମ୍ପରେ ପ୍ରଥମଥର ପାଇଁ ଚାଲିଥିଲେ ଏବଂ ଏହାପରଠାରୁ ସେ ବିଭିନ୍ନ ଫ୍ୟାସନ ସୋ'ରେ ଭାଗନେଇଥିଲେ । ୨୦୦୮ରେ ସେ ଏକ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ । ପରେ ପରେ ସେ କିଛି ଦୂରଦର୍ଶନ ଧାରାବାହିକରେ ଅଭିନୟ କରିଥିଲେ ।

୨୦୧୧ରେ ସେ ପାକିସ୍ତାନୀ କଥାଚିତ୍ର ବୋଲ୍ ଜରିଆରେ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ୨୦୧୪ରେ ସେ ହିନ୍ଦୀ କଥାଚିତ୍ର ରାଜା ନଟବରଲାଲ ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ । ଏହି କଥାଚିତ୍ରରେ ହୁମାଙ୍କ ସ‌ହ ଅଭିନେତା ଇମ୍ରାନ ହାସିମ ଏବଂ ପରେଶ ରାୱଲ ମଧ୍ୟ ଅଭିନୟ କରିଥିଲେ ।[୩]

ଅଭିନୀତ କଥାଚିତ୍ର

[ସମ୍ପାଦନା]
  • ୨୦୧୧: ବୋଲ୍
  • ୨୦୧୩: ଇସ୍କ ଖୁଦା
  • ୨୦୧୪: ରାଜା ନଟବରଲାଲ
  • ୨୦୧୫: ଦେଖ୍ ମଗର୍ ପ୍ୟାର୍ ସେ
  • ୨୦୧୭: ଆର୍ଥ ୨

ଦୂରଦର୍ଶନ

[ସମ୍ପାଦନା]
  • ୨୦୦୮: ମିଲି ଅଲି କୋ ମିଲି
  • ୨୦୦୯: ଇସ୍କ ଜୁନୁନ୍ ଦିବାଙ୍ଗି
  • ୨୦୦୯: ବାରିଶ କାଏ ଅନସୋ
  • ୨୦୧୦: ତୟାର-ଏ-ଲହୋତି
  • ୨୦୧୦: ଆଜ୍ ମୈ ତେନୁ ପ୍ୟାର୍ କରା
  • ୨୦୧୦: ତଲାକ୍
  • ୨୦୧୧: ଆକବରି ଆସଘରି
  1. 1 2 "Humaima Malik signs bollywood film opposite Emran Hashmi". 13 August 2013. Archived from the original on 25 December 2018. Retrieved 15 May 2017 – via Aaj TV.
  2. ↑ "Humaima Malick and brother Feroze Khan set out on spiritual journey to holy land". The Express Tribune. 16 June 2016.
  3. ↑ "Humaima Malick lands triple film deal in Bollywood". Dawn (newspaper). 27 August 2014.

ଅଧିକ ତ‌ଥ୍ୟ

[ସମ୍ପାଦନା]