ହିପୋପୋଟାମସ

ଉଇକିପିଡ଼ିଆ‌ରୁ

Common hippopotamus
A hippopotamus in Chobe National Park, Botswana
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ମହାଶ୍ରେଣୀ: ଟେଟ୍ରାପୋଡା
ଗୋଷ୍ଠୀ: ମାମାଲିଆଫୋର୍ମ୍ସ
ଶ୍ରେଣୀ: ମାମାଲିଆ
Family: Hippopotamidae
Genus: Hippopotamus
ଜାତି: H. amphibius
ବାଇନୋମିଆଲ ନାମ
Hippopotamus amphibius
Range map of the African hippopotamus. Historic range is in red while current range is in green.

ସାଧାରଣ ହିପୋପୋଟାମସ (ଇଂରାଜୀ ଭାଷାରେ The common hippopotamus (/ˌhɪpəˈpɒtəməs/ HIP-Ə-POT-Ə-məs;[୨]) ବା ହିପୋପୋଟାମସ ଆମ୍ଫିବିଅସ (Hippopotamus amphibius), ବା କେବଳ ହିପୋ (hippo) ଏକ ବିରାଟକାୟ ସାଧାରଣତଃ ଶାକାହାରୀ (herbivorous), ଚତୁସ୍ପଦ ସ୍ତନ୍ୟପାୟୀ ଓ ଅଙ୍ଗୁଲେଟ (ungulate) ପ୍ରାଣୀ ଯିଏ ସବ-ସାହାର ଆଫ୍ରିକାର (sub-Saharan Africa) ବାସକରେ । ବୈଜ୍ଞାନିକ ହିପୋପୋଟାମିଡି ପରିବାରର ଦୁଇଟି ପ୍ରଜାତି ((extant| species)) ମଧ୍ୟରୁ ଏହା ଗୋଟିଏ । (extant species) ଓ ଅନ୍ୟଟି ପିଗମି ହିପୋପୋଟାମସ (en:pygmy hippopotamus (Choeropsis liberiensis or Hexaprotodon liberiensis)। ପୂରାତନ ଗ୍ରୀକ ଭାଷାର ନ‌ଦୀ ଅଶ୍ୱ ବା ରିଭର ହର୍ସ ("river horse" (ἱπποπόταμος)) ଶବ୍ଦରୁ ଏହି ଶବ୍ଦଟି ଆସିଛି । ହାତୀ ଓ ରାଇନୋ ପରେ ଏହା ତୃତୀୟ ବିରାଟକାୟ ସ୍ଥଳଚର ପ୍ରାଣୀ (third-largest type of land mammal) ଓ ସବୁଠାରୁ ଓଜନ‌ଦାର ପ୍ରାଣୀ (artiodactyl) । ଘୁଷରୀ ଓ ଅନ୍ୟାନ୍ୟ ପ୍ରାଣୀଙ୍କ ସ‌ହିତ ସାଦୃଶ୍ୟ ଥିଲେ ମଧ୍ୟ ଏହାଙ୍କର ସବୁଠାର ଅଦିକ ସାଦୃଶ୍ୟ ସେଟାସି (en:cetaceans ) ପ୍ରାଣୀଙ୍କ (ତିମି, ଡଲଫିନ, ପୋରପେଜ ଇତ୍ୟାଦି) (cetaceans (whales, dolphins, porpoises, etc.) ସ‌ହିତ ଥାଏ ଯାହାଙ୍କଠାରୁ ସେ ୫୫ ନିୟୁତ ବର୍ଷ ପୂର୍ବରୁ ପୃଥକ୍ ହୋଇଥିଲେ ।

ଢୋଲ ଆକାରର ଶରୀର ଗଠନରୁ ଏମାନଙ୍କୁ ଚିହ୍ନି ହୁଏ ଓ ଏମାନଙ୍କ ଅତ୍ୟଧିକ ଖୋଲୁଥିବା ପାଟି ଓ ତା ଭିତରେ ଦୃଶ୍ୟ ହେଉଥିବା କେନାଇନ ଦାନ୍ତ, ପ୍ରାୟ ଲୋମ‌ବିହୀନ ଦେହ, ସ୍ତମ୍ଭ ଭଳି ଗୋଡ଼, ବିରାଟ ଆକାର: ବୟଃପ୍ରାପ୍ତ ହାରାହାରୀ ୧୫୦୦ କେଜି (୩୩୧୦ ପାଉଣ୍ଡ) ଅଣ୍ଡିରା ହିପୋ ଓଜନ ଓ ୧୩୦୦ କେଜି (୨୮୭୦ ପାଉଣ୍ଡ) ମାଈ ହିପୋ ଓଜନ ହୋଇଥାଏ । ଏହିଭଳି ବଡ଼ ଆକାର ଥିଲେ ମଧ୍ୟ ଏହା ସ୍ୱଳ୍ପ ଦୂରତାକୁ ଘଣ୍ଟାକୁ ୩୦ କି:ମି: (୧୯ ମାଇଲ) ବେଗରେ ଦୌଡ଼ିପାରେ ।

ସାଧାରଣତଃ ନ‌ଦୀ, ହ୍ରଦ ଓ ପଙ୍କୁଆ ଦଳ ଭିତରେ ସାଧାରଣ ହିପୋପୋଟାମସ‌ ବାସ କରେ । ସେଠାରେ ନ‌ଦୀର କିଛି ଦୂରତା ପର୍ଯ୍ୟନ୍ତ ସ୍ଥାନୀୟ ଷଣ୍ଢ ରାଜତ୍ୱ କରିବା ସ‌ହିତ ୫-୩୦ ମାଈ ଓ ଛୁଆଙ୍କୁ ନେଇ ରହନ୍ତି । ଦିନ ବେଲେ ସେମାନେ ନ‌ଦୀ ବା କର୍ଦ୍ଦମ ଭିତରେ ପଶି ଥଣ୍ଡା ରହନ୍ତି । ଉଭୟ ପ୍ରଜନନ ଓ ଛୁଆ ଜନ୍ମ ପାଣି ଭିତରେ ହୁଏ । ଗୋଧୁଳି ସମୟରେ ସେମାନେ ପାଣିରୁ ବାହାରି ଘାସ ଚରନ୍ତି । ପାଣି ଭିତରେ ସମସ୍ତେ ଏକାଠି ରହିଲେ ମଧ୍ୟ ଘାସ ଚରିବା ବେଳେ ଅଲଗା ଅଲଗା ରହି ଚରନ୍ତି । ସ୍ଥଳଭାଗରେ ତାଙ୍କର କିଛି ନିଜସ୍ୱ କ୍ଷେତ୍ର (territorial) ନଥାଏ । ହିପୋ ପୃଥିବୀର ଏକ ବିପଦଜନ‌କ, ହିଂସ୍ର ଓ ଆକ୍ରମଣକାରୀ ପ୍ରାଣୀ । ଏହି ପ୍ରାଣୀମାନେ ବାସ‌ହାନୀ ଯୋଗୁ, ମାଂସ ଓ ଦାନ୍ତ ପାଇଁ ପାଇଁ ଶିକାର ହେଉଥିବାରୁ ବିପଦଗ୍ରସ୍ଥ ରହୁଛନ୍ତି ।

ହିପୋ ଓ ମାନବ[ସମ୍ପାଦନା]

Hippopotamus ("William"), Egyptian, Middle Kingdom, ca. 1961–1878 B.C.

ହିପୋ ସ‌ହିତ ମାନବର ସମ୍ପର୍କ ୧୬୦,୦୦୦ ବର୍ଷ ପୂର୍ବରୁ ରହିଆସିଛି ଓ ଏହାର ମାଂସ ଖାଇବା ନିମନ୍ତେ ହିପୋକୁ କାଟିବାର ପ୍ରମାଣ ତାହାର ହାଡ଼ର କଟା ଦାଗରୁ ମିଳୁଛି ।[୩] ପରେ ପଥର ମଧ୍ୟ ସାହାରାର ଜାନେଟ‌ଠାରେ ପଥର ଗାତ୍ରରେ ମିଳୁଥିବା ଚିତ୍ର ଓ ପଥର ଖୋଦିତ କଳାରୁ ଜଣାଯାଏ ଯେ ୪,୦୦୦-୫୦୦୦ ବର୍ଷ ପୂର୍ବେ ହିପୋ ଶିକାର ହେଉଥିଲା । ପୂରାତନ ମିଶରୀୟମାନେ ହିପୋକୁ ନୀଳ ନ‌ଦୀ (Nile) ଉପତ୍ୟକାର ଏକ ହିଂସ୍ର ପ୍ରାଣୀ ଭାବରେ ଜାଣିଥିଲେ ଓ ମହାନ୍ ବ୍ୟକ୍ତିମାନଙ୍କ ସମାଧି ଉପରେ ହିପୋର ଚିତ୍ର ଥିବା ଦେଖାଯାଏ । [୪]

ପୂରାତନ ଗ୍ରୀକ୍ ଓ ରୋମାନମାନଙ୍କ (Greeks and Romans) ଅମଳରୁ ହିପୋ ଜଣାଶୁଣା ଥିଲା । ଗ୍ରୀକ୍ ଐତିହାସିକ ହେରୋଡୋଟସ ତାଙ୍କର ହେରୋଡୋଟସ ଇତିହାସରେ (The Histories) ହିପୋର ବର୍ଣ୍ଣନା କରିଥିଲେ ଓ ରୋମାନ ପ୍ରକୃତିବାଦୀ ପ୍ଲିନି ଦି ଏଲଡର ହିପୋ ବିଷୟରେ ତାମଲ ବିଶ୍ୱକୋଷରେ (Naturalis Historia) (ସିର୍କା ସନ ୭୭) ଲେଖିଥିଲେ । [୫] ୟୋରୁବା ଲୋକମାନେ (Yoruba people) ହିପୋକୁ ଏରିନମି କ‌ହୁଥିଲେ ଯାହାର ଅର୍ଥ ଜଳ ହସ୍ତୀ ।[୬] ସିଂହ ଅପେକ୍ଷା ହିପୋ ଅଧିକ ସାହସୀ ଥିବାରୁ ଜୁଲୁ (Zulu) ଯୋଦ୍ଧାମାନେ ସାହସୀମାନଙ୍କୁ ହିପୋ ଭଳି ସାହସୀ କ‌ହୁଥିଲେ ।[୭] ଜୁଲୁମାନେ ତାଙ୍କ ନେତାଙ୍କୁ ଲକ୍ଷ କରି କ‌ହୁଥିଲେ, "ସେ ଗୋଟିଏ ସିଂହ, ହଁ, ସେ ସିଂହଠାରୁ ଅଧିକ- ସେ ଗୋଟିଏ ହିପୋପୋଟାମସ .[୮]

ଆଧାର[ସମ୍ପାଦନା]

  1. "ITIS on Hippopotamus amphibius". Integrated Taxonomic Information System. Archived from the original on 26 August 2014. Retrieved 29 July 2007.
  2. "hippopotamus". Dictionary.com Unabridged. Random House. Retrieved ୯ ଅଗଷ୍ଟ ୨୦୧୯. {{cite web}}: Check date values in: |access-date= (help)
  3. Clark, JD; Beyene, Y; WoldeGabriel, G; Hart, WK; Renne, PR; Gilbert, H; Defleur, A; Suwa, G; et al. (2003). "Stratigraphic, chronological and behavioural contexts of Pleistocene Homo sapiens from Middle Awash, Ethiopia". Nature. 423 (6941): 747–52. doi:10.1038/nature01670. PMID 12802333.
  4. Atiya, Farid (2008). Ancient Egypt. The American University in Cairo Press. p. 164. ISBN 978-9771744399.
  5. Herodotus. "Chapter 71, Book II". The Histories. ISBN 978-0-19-521974-6. (English translation)
  6. Drewal, Margaret Thompson (1992). Yoruba Ritual: Performers, Play, Agency. Indiana University Press. p. 74. ISBN 978-0253112736.
  7. Ingonyama – he is a lion!. Scouting.org.za. Retrieved on 29 March 2011.
  8. Orans, Lewis P. (17 June 1997). "Scouting in South Africa 1884–1890". Pinetreeweb.com. Archived from the original on 28 July 2014. Retrieved 29 March 2011.