ହାଦିକ କିଆନି

ଉଇକିପିଡ଼ିଆ‌ରୁ
Hadiqa Kiani
حدیقہ کیانی
Hadiqa Kiani, 2016
ଜନ୍ମ
Hadiqa Kiani

(1974-08-11) ୧୧ ଅଗଷ୍ଟ ୧୯୭୪ (ବୟସ ୪୯)[୧][୨] [୩]
Rawalpindi, Punjab, Pakistan
ବୃତ୍ତିସମୂହ
  • Singer
  • Songwriter
  • Actress
  • Television presenter
  • Philanthropist
ସକ୍ରିୟ ବର୍ଷ1995–present
Musical career
ଶୈଳୀ
ବାଦ୍ୟଯନ୍ତ୍ର
  • Vocals
ଲେବଲ
ଅନ୍ୟ ଅଂଶଗ୍ରହଣ

ହାଦିକ କିଆନି (Punjabiରେ and ଉର୍ଦ୍ଦୁ: حدیقہ کیانی , TI(c) ଜଣେ ପାକିସ୍ଥାନୀ ଗାୟିକା, ଗୀତ ଲେଖକ, ଗିଟାର ବାଦକ, ସଙ୍ଗୀତ କମ୍ପୋଜର, ଅଭିନେତ୍ରୀ ଓ ଲୋକ‌ହିତକାରୀ ଅଟନ୍ତି । ସେ ଅନେକ ସ୍ଥାନୀୟ ଓ ଆନ୍ତର୍ଜାତୀୟ ପୁରସ୍କାର ପାଇଛନ୍ତି ଓ ରୟଲ ଆଲବର୍ଟ ହଲ ତ‌ଥା କେନେଡ଼ି ସେଣ୍ଟରରେ ପ୍ରଦର୍ଶନ କରିଛନ୍ତି ।[୪][୫][୬][୭][୮] ଉର୍ଦ୍ଦୁ ଭାଷାପଞ୍ଜାବୀ ଭାଷା ବ୍ୟତୀତ ସେ ପାସ୍ତୋ ଭାଷାରେ ମଧ୍ୟ ଅନେକ ଗୀତ ଗାଇଛନ୍ତି । [୯]

୨୦୦୬ ମସିହାରେ ପାକିସ୍ଥାନରେ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ନିମନ୍ତେ ତାଙ୍କୁ ପାକିସ୍ଥାନର ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ 'ତମଘା-ଏ=ଇମିତିଆଜ' ଦିଆଯାଇଥିଲା ।[୫] ୨୦୧୦ ମସିହାର ମିଳିତ ଜାତିସଂଘର ଡେଭଲପମେଣ୍ଟ ପ୍ରୋଗ୍ରାମର ଗୁଡଉଇଲ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଯାଇଥିଲେ ଓ ସେ ମିଳିତ ଜାତିସଂଘର ପ୍ରଥମ ମହିଳା ଥିଲେ ଯାହାଙ୍କୁ ଏହି ସମ୍ମାନ ଦିଆଯାଇଥିଲା ।[୧୦][୧୧][୧୨]

୨୦୧୬ ମସିହାରେ ଦେଶର ମୂଖ୍ୟ ସମ୍ବାଦ ସଂସ୍ଥା 'ଜଙ୍ଗ ଗ୍ରୁପ ନିଉଜପେପର' ପାୱାର ଏଡିସନ ତରଫରୁ ତାଙ୍କୁ ପାକିସ୍ଥାନର ସର୍ବୋଚ୍ଚ ଶକ୍ତିଶାଳୀ ଓ ପ୍ରଭାବଶାଳୀ ମାନ୍ୟତା ଦିଆଯାଇଥିଲା । [୧୩][୧୪]

ପ୍ରାକ୍ ଜୀବନ ଓ ବୃତ୍ତି[ସମ୍ପାଦନା]

କିଆନି ରାୱଲପିଣ୍ଡରେ ଜନ୍ମ ଗ୍ରହଣ କରିଥିଲେ ଓ ତାଙ୍କଠାରୁ ବଡ଼ ଭାଇ ଇରଫାନ କିଆନି ଓ ଭଉଣୀ ସଶା ଥିଲେ । ସେ ତିନି ବର୍ଷ ବୟସର ଶିଶୁ ହୋଇଥିଲା ବେଳେ ତାଙ୍କ ପିତା ମୃତ୍ୟୁ ବରଣ କରିଥିଲା । ତାଙ୍କ ମାତା ଖ‌ୱର କିଆନି ସରକାରୀ ଗାର୍ଲସ ସ୍କୁଲର ପ୍ରିନସିପାଲ ଥିଲେ । ଝିଅର ସଙ୍ଗୀତ ଆଗ୍ରହ ଦେଖି ତାଙ୍କୁ ପାକିସ୍ଥାନ ନ୍ୟାସନାଲ କାଉନସିଲ ଅଫ ଦି ଆର୍ଟସରେ ନାମ ଲେଖାଇଦେଲେ ।[୧୫] ତାଙ୍କର ଶିକ୍ଷୟିତ୍ରୀ ମ୍ୟାଡାମ ନରଗିସ ନହୀଦଙ୍କଠାରୁ ସଙ୍ଗୀତର ପ୍ରାକ୍ ଶିକ୍ଷା ଲାଭ କରିଥିଲେ ।[୧୬][୧୭]

ଭିକାର-ଉନ-ନିଶା ଗାର୍ଲସ ସ୍କୁଲରେ ପଢ଼ିଲା ବେଳେ ତୁର୍କୀ, ଜୋର୍ଡ଼ାନ, ବୁଲଗେରିଆ ଓ ଗ୍ରୀସରେ ଅନଷ୍ଠିତ ଆନ୍ତର୍ଜାତୀୟ ଶିଶୁ ମହୋତ୍ସବରେ କିଆନି ପାକିସ୍ଥାନ ତରଫରୁ ଭାଗ ନେଇ ହଜାର ସଂଖ୍ୟକ ପ୍ରଦର୍ଶନ କରି ଅନେକ ମେଡାଲ ଜିତିଥିଲେ । ପାକିସ୍ଥାନ ଟିଭିରେ ସୋହାଇଲ ରାନାଙ୍କ ପ୍ରସ୍ତୁତ ସାପ୍ତାହିକ ଶିଶୁମାନଙ୍କ ପାଇଁ "ରଙ୍ଗ ବରଙ୍ଗି ଦୁନିଆ"ରେ ଭାଗ ନେଉଥିଲେ ।[୧୮]

ଅଷ୍ଟମ ଶ୍ରେଣୀରେ ପାଠ ପଢ଼ିଲା ବେଳେ ସେ ତାଙ୍କ ଜନ୍ମ ସ୍ଥାନ ରାୱଲପିଣ୍ଡିରୁ ଲାହୋର ଚାଲିଗଲେ ଓ ସେଠାରେ ଉସ୍ତାଦ ଫିଜ ଅହମଦ ଖାନ ଓ ୱାଜିଦ ଅଲି ନାଶାଦଙ୍କଠାରୁ କ୍ଲିସିକାଲ ପ୍ରଶିକ୍ଷଣ ଗ୍ରହଣ କରିଥିଲେ । ପାକିସ୍ଥାନର ମୂଖ୍ୟ ଅନୁଷ୍ଠାନ 'କିନ୍ନେୟାର୍ଡ଼ କଲେଜ ଫର ଓମେନ ୟୁନିଭରସିଟି'ରୁ ମନୋବିଜ୍ଞାନରେ ବ୍ୟାଚେଲର ଡିଗ୍ରୀ ଓ ଲାହୋରର ଐତିହାସିକ ସରକାରୀ କଲେଜ ୟୁନିଭରସିଟିରୁ ମନୋବିଜ୍ଞାନରେ ମାଷ୍ଟର ଡିଗ୍ରୀ ପ୍ରାପ୍ତ ହୋଇଥିଲେ ।[୧୮][୧୯][୨୦]

ନବେ ଦଶକର ଆରମ୍ଭରେ ଅଦନାନ ସମି ଖାନ ଅଭିନିତ ଓ ସଙ୍ଗୀତରେ ବିଖ୍ୟାତ ପାକିସ୍ଥାନୀ ଚଳଚ୍ଚିତ୍ର 'ସରଗମ'ରେ କିଆନି ପ୍ରଚ୍ଛଦପଟ ଗାୟିକା ଭାବରେ ଗୀତ ଗାଇବା ଆରମ୍ଭ କରିଥିଲେ । ସେହି ବର୍ଷ ସେ ଅନ୍ୟାନ୍ୟ ପୁରସ୍କାର ସ‌ହିତ ପ୍ରଚ୍ଛଦପଟ ଗାୟିକା ଭାବରେ ମହତ୍ତ୍ୱପୂର୍ଣ୍ଣ ନିଗାର ପୁରସ୍କାର ଲାଭ କରିଥିଲେ ।[୨୧]

୨୦୧୮ ମସିହାର କିଆନି "୩ ବାହାଦୂର: ରାଇଜ ଅଫ ୱାରିଅର"ର ଶିର୍ଷକ ଭୂମିକାର ଯୋଗ ଦେଇଥିଲେ । ପାକିସ୍ଥାନର ଏହି ଆନିମେସନ ଚଳଚ୍ଚିତ୍ର ପ୍ରଥମ ଏକାଡେମୀ ପୁରସ୍କାର ବିଜେତା ହୋଇଥିଲା ।[୨୨]

ଆଧାର[ସମ୍ପାଦନା]

  1. "Hadiqa Kiani's Biography". Archived from the original on 2016-01-13. Retrieved 2022-02-08.
  2. "Hadiqa Kiani's Official Twitter".
  3. "Jang News Paper, Pakistan".
  4. "Hadiqa, Aisam become UNDP's goodwill envoys". News in English. Dawn. 9 November 2010. Retrieved 12 July 2012.
  5. ୫.୦ ୫.୧ "Pride of Pakistan:Hadiqa Kiani". Dailytimes.com.pk. Retrieved 29 December 2015.
  6. "Top 10 Best Pakistani Singers". TheTopTens.com. Retrieved 29 December 2015.
  7. "Top Ten Most Popular Pakistani Female Singers". Passion.Pk. Archived from the original on 25 December 2018. Retrieved 29 December 2015.
  8. Hataf Siyal (26 May 2011). "Hadiqa Kiyani to construct 150 approx houses for flood victims". Pakium.pk. Archived from the original on 25 December 2018. Retrieved 29 December 2015.
  9. Janan - Hadiqa Kiani fi Irfan Khan HD (in ଇଂରାଜୀ), archived from the original on 2021-12-21, retrieved 2021-10-02ଛାଞ୍ଚ:Cbignore
  10. Hadiqa, becomes UNDP goodwill envoys Archived 11 November 2010 at the Wayback Machine.
  11. "Aisam, Hadiqa appointed UNDP Goodwill Ambassador". Express Tribune. 8 November 2010. Retrieved 11 November 2010.
  12. "Hadiqa, Aisam appointed UNDP Goodwill Ambassadors". APP:Associated Press of Pakistan. Archived from the original on 20 July 2011. Retrieved 11 November 2010.
  13. "The News Women". women.thenews.com.pk. Archived from the original on 20 January 2018. Retrieved 8 March 2016.
  14. "TheNews e-paper [Beta Version]". e.thenews.com.pk. Archived from the original on 12 March 2016. Retrieved 8 March 2016.
  15. "PTV Global Official Website". Global.ptv.com.pk. Archived from the original on 5 March 2016. Retrieved 29 December 2015.
  16. "An Interview With Hadiqa Kiyani". PakistaniMusic.com. Archived from the original on 6 January 2009. Retrieved 29 December 2015.
  17. Arif, Aayan (15 March 2020). "Hadiqa Kiani Biography". Musicians of Pakistan.{{cite web}}: CS1 maint: url-status (link)
  18. ୧୮.୦ ୧୮.୧ "|\/|otherhood – Pakistan's First Parenting Magazine". Motherhood.com.pk. Archived from the original on 4 March 2016. Retrieved 29 December 2015.
  19. "VC recalls famous alumni as GCU turns 150". Dailytimes.com.pk. Archived from the original on 13 January 2016. Retrieved 29 December 2015.
  20. "Famous Pop Singer from Pakistan-Hadiqa Kiyani". Pakistan 360 degrees. 2 December 2012. Archived from the original on 23 January 2016. Retrieved 29 December 2015.
  21. "Hadiqa Kiani – Voyage to stardom in the world of music". Reviewit.pk. Retrieved 29 December 2015.
  22. Crilly, Rob (27 February 2012). "Oscars 2012: Pakistan celebrates first Oscars win". Daily Telegraph (in ବ୍ରିଟିଶ୍‌ ଇଂରାଜୀ). ISSN 0307-1235. Retrieved 13 December 2018.