ହାତ, ପାଦ ଓ ପାଟି ରୋଗ
ହାତ, ପାଦ ଓ ପାଟି ରୋଗ | |
---|---|
![]() ୧୧ ମାସର ଛୁଆର ପାଟିରେ ଏହି ରୋଗ ହୋଇଛି । | |
ବିଭାଗ | Infectious disease |
ଆଇସିଡ଼ି-୧୦ | B08.4 |
ଆଇସିଡ଼ି-୯-ସିଏମ୍ | 074.3 |
ରୋଗ ଡାଟାବେସ | 5622 |
ମେଡ଼ିସିନ-ପ୍ଲସ | 000965 |
ଇ-ମେଡ଼ିସିନ | derm/175 |
Patient UK | ହାତ, ପାଦ ଓ ପାଟି ରୋଗ |
MeSH | D006232 |
ହାତ, ପାଦ ଓ ପାଟି ରୋଗ ରୋଗ ଏକ ସାଧାରଣ ସଂକ୍ରମଣ ଯାହା କେତେକ ପ୍ରକାର ଭୁତାଣୁ ଯୋଗୁ ହୁଏ ।[୧] ପ୍ରାରମ୍ଭରେ ଜ୍ୱର ଓ ରୋଗା ଅନୁଭବ ହୁଏ ।[୧] ଦିନେ ଦୁଇ ଦିନ ପରେ ବିବର୍ଣ୍ଣ ସମତଳ ବା ଉଚ୍ଚ ଦାଗ ଚର୍ମରେ ଦେଖାଯାଏ ଯାହା ଫୋଟକାରେ ପରିଣତ ହୁଏ ଓ ହାତ, ପାଦ ତଥା ପାଟିରେ ବାହାରେ, ବେଳେ ବେଳେ ପିଚା ଓ ଊରୁସନ୍ଧିରେ ବାହାରେ ।[୨][୩][୪] ଭୁତାଣୁର ବିକାଶ ( ୩-୬ ଦିନ) କାଳ ପରେ ସାଧାରଣତଃ ଚିହ୍ନ ଓ ଲକ୍ଷଣ ବାହାରେ ।[୫] ପ୍ରାୟ ଏକ ସପ୍ତାହ ମଧ୍ୟରେ ରାସ୍ ଲୁପ୍ତ ହୋଇଯାଏ ।[୬] କିଛି ସପ୍ତାହ ମଧ୍ୟରେ ହାତ ଓ ପାଦ ନଖ ନଷ୍ଟ ହୋଇଯାଏ ଓ ପରେ ପୁନର୍ବାର ବାହାରେ । [୭]
ହାତ, ପାଦ ଓ ପାଟି ରୋଗର ଭୁତାଣୁ ବ୍ୟକ୍ତିଗତ ସଂସ୍ପର୍ଶରେ ବିସ୍ତାର ଲାଭ କରନ୍ତି, ଯେପରିକି କାଶରୁ ନିର୍ଗତ ବାୟୁରେ ଓ ସଂକ୍ରମିତ ଲୋକର ମଳ ମାଧ୍ୟମରେ । ସଂକ୍ରମିତ ବସ୍ତୁ ମାଧ୍ୟମରେ ମଧ୍ୟ ବ୍ୟାପିଥାଏ ।[୮] ଏହି ରୋଗର ପ୍ରଥମ କାରଣ କକ୍ସାକିଭୁତାଣୁ ଏ୧୬ ଓ ଦ୍ୱିତୀୟ କାରଣ ଏଣ୍ଟେରୋଭୁତାଣୁ ୭୧ ।[୯] କକ୍ସାକିଭୁତାଣୁ ଓ ଏଣ୍ଟେରୋଭୁତାଣୁମାନଙ୍କର ଅନ୍ୟ ପ୍ରଜାତି ମଧ୍ୟ ଏହି ରୋଗ ସୃଷ୍ଟି କରିପାରିବେ ।[୯][୧୦] କେତେକ ଲୋକ ଲକ୍ଷଣ ବିହୀନ ହୋଇ ଏହି ଭୁତାଣୁ ବହନ କରନ୍ତି ।[୧] ଅନ୍ୟ ପଶୁମାନେ ଆକ୍ରାନ୍ତ ହୁଅନ୍ତି ନାହିଁ ।[୮] ଅନେକ ସମୟରେ ଲକ୍ଷଣ ଦେଖି ରୋଗ ନିର୍ଣ୍ଣୟ କରାଯାଏ । ବେଳେ ବେଳେ ଗଳା ଓ ମଳ ସାମ୍ପଲ୍ ନେଇ ଭୁତାଣୁ ଉପସ୍ଥିତି ନିମନ୍ତେ ପରୀକ୍ଷା କରାଯାଏ ।[୧୧]
ହାତଧୁଆ ଏହି ରୋଗକୁ ପ୍ରତିରୋଧ କରିପାରେ ଓ ସଂକ୍ରମିତ ବ୍ୟକ୍ତି ସ୍କୁଲ, କର୍ମ ଭୂମି ଓ ଅନ୍ୟ ସ୍ଥାନମାନଙ୍କୁ ଯିବା ଉଚିତ ନୁହେଁ ।[୮] କୌଣସି ଭୁତାଣୁରୋଧୀ ଔଷଧ ବା ଟିକା ଏହି ରୋଗ ନିମନ୍ତେ ମିଳୁନାହିଁ କିନ୍ତୁ ଏଥି ନିମନ୍ତେ ପ୍ରଚେଷ୍ଟା ଚାଲିଛି । [୧୨] ଅଧିକାଂଶ ରୋଗୀଙ୍କର କୌଣସି ନିର୍ଦ୍ଦିଷ୍ଟ ଔଷଧ ଆବଶ୍ୟକ ହୁଏନାହିଁ ।[୬] ସାଧାରଣ ଆଇବୁପ୍ରୋଫେନ ଭଳି ଯନ୍ତ୍ରଣା ନିବାରକ ଔଷଧ ବା କାଲୁଆକାରୀ ଜେଲ୍ ବ୍ୟବହାର କରାଯାଇପାରେ । ପିଇ ପାରୁନଥିବା ପିଲାଙ୍କୁ ବେଳେ ବେଳେ ଶୀରାଭ୍ୟନ୍ତର ତରଳ ପଦାର୍ଥ ଦିଆଯାଏ ।[୧୩] କ୍ୱଚିତ୍ ଭୁତାଣୁ ମେନିଞ୍ଜାଇଟିସ୍ ବା ଏନ୍କେଫାଲାଇଟିସ୍ ରୋଗ ଏହାକୁ ଜଟିଳ କରିପକାଏ ।[୭]
ପୃଥିବୀର ସବୁ ସ୍ଥାନରେ ଏହି ରୋଗ ଦେଖିବାକୁ ମିଳେ ।[୧୪] ନର୍ସରୀ ସ୍କୁଲ ଓ କିଣ୍ଡରଗାର୍ଟେନମାନଙ୍କରେ ଏହି ରୋଗ ଛୋଟ ମଡ଼କ ଭାବରେ ଦେଖାଯାଏ ।[୪] ସନ ୧୯୯୭ରୁ ଏସିଆରେ ବଡ଼ ମଡ଼କ ଦେଖାଯାଉଛି । ଶରତ, ବସନ୍ତ ଓ ଗ୍ରଷ୍ମ ଋତୁରେ ଏହି ରୋଗ ହୁଏ ।[୧୪] ପାଞ୍ଚ ବର୍ଷରୁ କମ୍ ପିଲାଙ୍କୁ ସ୍ୱାଭାବିକ ଭାବରେ ଏହି ରୋଗ ହୁଏ କିନ୍ତୁ ବୟଃପ୍ରାପ୍ତ ଲୋକଙ୍କୁ ମଧ୍ୟ ହୁଏ ।[୪][୧] କେବଳ ପାଦ-ଓ-ପାଟି ରୋଗ ନାମକ ଆଉ ଏକ ରୋଗ ଅଛି ଯାହା ଏହାଠାରୁ ଆଉ ଏକ ଅଲଗା ରୋଗ ଯାହା ପଶୁମାନଙ୍କୁ ହୁଏ ।[୧୫]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Hand Foot and Mouth Disease". CDC. August 18, 2015. Retrieved 14 May 2016.
- ↑ Frydenberg, A; Starr, M (August 2003). "Hand, foot and mouth disease". Australian family physician. 32 (8): 594–5. PMID 12973865.
- ↑ Ooi, MH; Wong, SC; Lewthwaite, P; Cardosa, MJ; Solomon, T (2010). "Clinical features, diagnosis, and management of enterovirus 71". Lancet Neurology. 9 (11): 1097–1105. doi:10.1016/S1474-4422(10)70209-X. PMID 20965438.
- ↑ ୪.୦ ୪.୧ ୪.୨ Kaminska, K; Martinetti, G; Lucchini, R; Kaya, G; Mainetti, C (2013). "Coxsackievirus A6 and Hand, Foot, and Mouth Disease: Three Case Reports of Familial Child-to-Immunocompetent Adult Transmission and a Literature Review". Case Reports in Dermatology. 5 (2): 203–209. doi:10.1159/000354533. PMID 24019771.
- ↑ Hoy, NY; Leung, AK; Metelitsa, AI; Adams, S (2012). "New concepts in median nail dystrophy, onychomycosis, and hand, foot and mouth disease nail pathology". ISRN Dermatology. 2012 (680163): 680163. doi:10.5402/2012/680163. PMID 22462009.
{{cite journal}}
: CS1 maint: unflagged free DOI (link) - ↑ ୬.୦ ୬.୧ Longo, Dan L. (2012). Harrison's principles of internal medicine (18th ed.). New York: McGraw-Hill. ISBN 978-0-07174889-6.
- ↑ ୭.୦ ୭.୧ "Hand, Foot, and Mouth Disease (HFMD) Complications". CDC. August 18, 2015. Retrieved 14 May 2016.
- ↑ ୮.୦ ୮.୧ ୮.୨ "Causes & Transmission". CDC. August 18, 2015. Retrieved 15 May 2016.
- ↑ ୯.୦ ୯.୧ Repass GL, Palmer WC, Stancampiano FF (September 2014). "Hand, foot, and mouth disease: Identifying and managing an acute viral syndrome". Cleve Clin J Med. 81 (9): 537–43. doi:10.3949/ccjm.81a.13132. PMID 25183845.
{{cite journal}}
: CS1 maint: multiple names: authors list (link) - ↑ Li, Y; Zhu, R; Qian, Y; Deng, J (2012). "The characteristics of blood glucose and WBC counts in peripheral blood of cases of hand foot and mouth disease in China: a systematic review". PLOS ONE. 7 (1): e29003. doi:10.1371/journal.pone.0029003. PMID 22235257.
{{cite journal}}
: CS1 maint: unflagged free DOI (link) - ↑ "Diagnosis". CDC. August 18, 2015. Retrieved 15 May 2016.
- ↑ Pourianfar HR, Grollo L (February 2014). "Development of antiviral agents toward enterovirus 71 infection". J Microbiol Immunol Infect. S1684-1182 (13): 00236–3. doi:10.1016/j.jmii.2013.11.011. PMID 24560700.
- ↑ "Prevention & Treatment". CDC. August 18, 2015. Retrieved 15 May 2016.
- ↑ ୧୪.୦ ୧୪.୧ "Outbreaks". CDC. August 18, 2015. Retrieved 15 May 2016.
- ↑ "Foot and Mouth Disease update: further temporary control zone established in Surrey". Defra. 2007-08-14. Archived from the original on 2007-09-27. Retrieved 2007-08-14.