ହାଇଡ୍ରୋଫ୍ଲୋରିକ ଏସିଡ ପ୍ରଦାହ

ଉଇକିପିଡ଼ିଆ‌ରୁ
ହାଇଡ୍ରୋଫ୍ଲୋରିକ ଏସିଡ ପ୍ରଦାହ
Hydrofluoric acid toxicity
A hydrofluoric acid burn of the hand
ବିଭାଗToxicology
ଲକ୍ଷଣSevere pain at the site of exposure[୧]
ଆକ୍ରାନ୍ତ ସମୟImmediate or delayed[୧]
କାରଣHydrofluoric acid[୧]
ରୋଗ ନିର୍ଣ୍ଣୟ ପଦ୍ଧତିBased on history of exposure and symptoms[୨]
ଚିକିତ୍ସାRemoving contaminated clothing, washing with water, calcium gluconate[୧]
ପୁନଃପୌନିକRare[୧]

ଏକ ହାଇଡ୍ରୋଫ୍ଲୋରିକ ଏସିଡ ପ୍ରଦାହ ହେଉଛି ହାଇଡ୍ରୋଫ୍ଲୋରିକ ଏସିଡ ଯୋଗୁ ହେଉଥିବା ରାସାୟନିକ ପ୍ରଦାହ । [୧] ଚର୍ମ ସମ୍ପର୍କରେ ଏସିଡ ଆସିଲେ ଯନ୍ତ୍ରଣା, ଫୁଲା, ଲାଲ ରଙ୍ଗ ଏବଂ ଚର୍ମ ନଷ୍ଟ ହୋଇଯାଇଆଏ ।[୧] [୨] ଏହାର ଧୂଆଁ ଆଘ୍ରାଣ କଲେ ଉର୍ଦ୍ଧ୍ୱ ଶ୍ୱାସନଳୀ ଫୁଲିଯାଏ ଏବଂ ରକ୍ତସ୍ରାବ ହୋଇପାରେ ।[୨] ଇଲେକ୍ଟ୍ରୋଲାଇଟ୍, ହୃତ୍‌ପିଣ୍ଡ, ଫୁସଫୁସ, ବୃକ୍‌କ ଏବଂ ସ୍ନାୟୁଗତ ସମସ୍ୟା ହୋଇପାରେ ।[୧] [୨]

କାମ କରିବା ସମୟରେ ଅଧିକାଂଶ ସଂସ୍ପର୍ଶ ହୁଏ ।[୨] ୭%ରୁ କମ୍ ଗାଢ ହୋଇଥିଲେ ଘଣ୍ଟା ଘଣ୍ଟା ଧରି ଲକ୍ଷଣ ଆରମ୍ଭ ହୋଇନପାରେ ଏବଂ ୧୫%ରୁ ଅଧିକ ଗାଢ ହୋଇଥିଲେ ପ୍ରାୟ ତତକ୍ଷଣାତ୍ ଲକ୍ଷଣ ପ୍ରକାଶ ପାଏ । [୧] ଇଲେକ୍ଟ୍ରୋକାର୍ଡିଓଗ୍ରାମ ସହିତ କ୍ୟାଲସିଅମ, ପୋଟାସିଅମ ଏବଂ ମ୍ୟାଗ୍ନେସିଅମ ପାଇଁ ରକ୍ତ ପରୀକ୍ଷା କରି ରୋଗ ନିର୍ଣ୍ଣୟ କରିବା ଉଚିତ । [୧]

ସଂସ୍ପର୍ଶରେ ଆସିବା ସଙ୍ଗେ ସଙ୍ଗେ ପ୍ରାରମ୍ଭିକ ଚିକିତ୍ସାରେ ଦୂଷିତ ପୋଷାକ ହଟାଇବା ଏବଂ ଅତି କମରେ ୩୦ ମିନିଟରୁ ଅଧିକ ସମୟ ପ୍ରଚୁର ପରିମାଣର ଜଳରେ ଧୋଇବାକୁ ହୁଏ । [୧] ଅନ୍ୟ ପଦକ୍ଷେପଗୁଡ଼ିକରେ କ୍ୟାଲସିୟମ୍ ଗ୍ଲୁକୋନେଟ କ୍ରିମ୍ ପ୍ରୟୋଗ କରାଯାଏ । [୧] ଅନୁମାନ କରାଯାଏ ଯେ ବର୍ଷକୁ ପ୍ରାୟ ଏକ ହଜାର ମାମଲା ଘଟେ । [୧] ପ୍ରଭାବିତ ଅଧିକାଂଶ ଲୋକ ବୟସ୍କ ପୁରୁଷ ଅଟନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ Schwerin, DL; Hatcher, JD (January 2019). "Hydrofluoric Acid Burns". StatPearls. PMID 28722859.
  2. ୨.୦ ୨.୧ ୨.୨ ୨.୩ ୨.୪ Wang, X; Zhang, Y; Ni, L; You, C; Ye, C; Jiang, R; Liu, L; Liu, J; Han, C (December 2014). "A review of treatment strategies for hydrofluoric acid burns: current status and future prospects". Burns. 40 (8): 1447–57. doi:10.1016/j.burns.2014.04.009. PMID 24946967.