ହାଇଡ୍ରୋକ୍ଲୋରିକ ଅମ୍ଳ

ଉଇକିପିଡ଼ିଆ ରୁ
Jump to navigation Jump to search
ହାଇଡ୍ରୋକ୍ଲୋରିକ ଅମ୍ଳ
3D model of hydrogen chloride
3D model of water
3D model of the chloride anion
3D model of the hydronium cation
Sample of hydrochloric acid in a bottle
Except where noted otherwise, data are given for materials in their standard state (at 25 °C (77 °F), 100 kPa)
Infobox references

ହାଇଡ୍ରୋକ୍ଲୋରିକ ଅମ୍ଳ‌ ଏକ ରାସାୟନିକ ଯୌଗୀକ ଅଟେ । ଏହା ହାଇଡ୍ରୋଜେନ କ୍ଲୋରାଇଡ (HCl) ଗ୍ୟାସର ଏକ ଘୋଳ ଅଟେ ଯାହା ସହଜରେ ପାଣିରେ ମିଶିଯାଏ । ଅତୀତରେ ଏହାକୁ (muriatic acid) ମ୍ୟୁରିଏଟିକ ଅମ୍ଳ କୁହାଯାଉଥିଲା । ଏହା ବ୍ୟାପକ ଋପେ ଉଦ୍ୟୋଗରେ ବ୍ୟବହାର କରାଯାଏ ଏବଂ ଏହା ଭୋଜନର ପାଚକ କ୍ରୀୟାରେ ସାହାଯ୍ୟ କରିବା ପାଇଁ ପେଟଦ୍ୱାରା ମଧ୍ୟ ତିଆରି ହୋଇଥାଏ । ହାଇଡ୍ରୋକ୍ଲୋରିକ ଅମ୍ଳ‌, ସମସ୍ତ ଏସିଡ ପରି ଲବଣ (କ୍ଲୋରାଇଡ)ର ଉତ୍ପାଦନ ପାଇଁ ଆଧାର ସହିତ ପ୍ରତିକ୍ରୀୟା କରିଥାଏ ।

ପୂରାତନ ପୂର୍ବ ବ୍ୟବସ୍ଥିତ ନାମ "ମ୍ୟୁରେଟିକ ଏସିଡ"ର ଉତ୍ପତ୍ତି ଗୋଟିଏ ଅଟେ ; ମ୍ୟୁରେଟିକର ଅର୍ଥ "ଲୁଣ (ଲବଣ)ଦ୍ୱାରା ସମ୍ବନ୍ଧିତ" , ଏଥିପାଇଁ ମ୍ୟୁରେଟିକର ଅର୍ଥ "ହାଇଡ୍ରୋକ୍ଲୋରାଇଡ", ଓ ଏହି ନାମ ଏବେ ମଧ୍ୟ ବେଳେ ବେଳେ ବ୍ୟବହାର କରାଯାଏ ।[୧][୨] ହାଇଡ୍ରୋକ୍ଲୋରିକ ଅମ୍ଳର ନାମ ୧୮୧୪ ମସିହାରେ ଫ୍ରାନ୍ସ ରସାୟନୀକଜ୍ଞ "ଜୋସେଫ ଲୁଈ ଗେ-ଲୁସାକ"ଙ୍କ ଦ୍ୱାରା ଗଠନ କରାଯାଇଥିଲା ।[୩]

ନିର୍ମାଣ[ସମ୍ପାଦନା]

ହାଇଡ୍ରୋଜେନ ଓ କ୍ଲୋରିନର ସଳଖ ସଂଯୋଜନରେ ଏହା ତିଆରି ହୋଇପାରେ । କେତେକ ସ୍ଥାନରେ ବ୍ୟାପାରର ହାଇଡ୍ରୋକ୍ଲୋରିକ ଅମ୍ଳ ଏହି ବିଧିରେ ତିଆରି ହୋଇଥାଏ । ଏହି କ୍ରୀୟା ସାମାନ୍ୟ ଉତ୍ତାପରେ ହୋଇ ନଥାଏ । ସୂର୍ଯ୍ୟ ପ୍ରକାଶରେ ଅଥବା ୨୫୦ ଡିଗ୍ରୀରେ ଗରମ କରିବାଦ୍ୱାରା ଏହି ସଂଯୋଜନ ବିଷ୍ଫୋଟ ସହିତ ହୋଇଥାଏ । ସାଧାରଣତଃ ଲୁଣରେ ଅନ୍ଧକାମ୍ଳର କ୍ରୀୟାଦ୍ୱାରା ଏହାର ନିର୍ମାଣ ହୋଇଥାଏ । ସାମାନ୍ୟ ଉତ୍ତାପଦ୍ୱାରା ହାଇଡ୍ରୋଜେନ କ୍ଲୋରାଇଡ ଓ ସୋଡିୟମ ବାଇସଲଫେଟ ତିଆରି ହୋଇଥାଏ ଓ ଉଚ୍ଚ ଉତ୍ତାପରେ ହାଇଡ୍ରୋଜେନ କ୍ଲୋରାଇଡ ଏବଂ ସୋଡିୟମ ସଲଫେଟ ତିଆରି ହୋଇଥାଏ ।

NaCl + H2SO4 = Na H S O4 (ସୋଡିୟମ ବାଇସଲଫେଟ) + 2HCl

2 NaCl + H2SO4 = Na2SO4 (ସୋଡିୟମ ସଲଫେଟ) + 2HCl

"ଲ ବ୍ଲୋକ" ବିଧିରେ ଧାବନ ସୋଡାର ନିର୍ମାଣରେ ଏହି ଉଚ୍ଚ ଉତ୍ତାପ ଯୁକ୍ତ ବିଧି ପ୍ରଯୁକ୍ତ ହୋଇଥାଏ ଏବଂ ଏଠାରେ ହାଇଡ୍ରୋଜେନ କ୍ଲୋରାଇଡ ସହ-ଉତ୍ପାଦ ଋପେ ପ୍ରାପ୍ତ ହୋଇଥାଏ ।

ହାଇଡ୍ରୋଜେନ କ୍ଲୋରାଇଡର ନିର୍ମାଣରେ ପାର୍ସୀଲେନ କିମ୍ବା କାଚର ପାତ୍ରରେ ସୁବିଧା ଜନକ ହୋଇଥାଏ କାରଣ ସାମାନ୍ୟ ଧାତୁ ଗୁଡିକ ଏହି ଅମ୍ଳଦ୍ୱାରା ଆକ୍ରାନ୍ତ ହୋଇଯାଏ । ପରନ୍ତୁ ଏବେ ଏପରି କିଛି ଧାତୁ ଓ ମିଶ୍ର ଧାତୁ ପ୍ରାପ୍ତ ହୋଇଛି, ଯାହାର ପାତ୍ରର ବ୍ୟବହାର ହୋଇପାରେ କାରଣ ଏହି ଅମ୍ଳର ଅତ୍ୟଧିକ ପ୍ରତିରୋଧ କରିଥାଏ ।

ଶୁଦ୍ଧ ହାଇଡ୍ରୋକ୍ଲୋରିକ ଅମ୍ଳ ବର୍ଣ୍ଣହୀନ ହୋଇଥାଏ କିନ୍ତୁ ବ୍ୟାପାର ଅମ୍ଳ ଲୁହା ଏବଂ ଅନ୍ୟ ଉପଦ୍ରବ୍ୟ କାରଣରୁ ହଳଦିଆ ରଙ୍ଗର ହୋଇଥାଏ । ନିଲୟନରେ ୨୮%ରୁ ୩୬% ଅମ୍ଳ ରହିଥାଏ । ବ୍ୟାପାର ଅମ୍ଳ ପ୍ରାଧାନ ଭାବେ ତିନୋଟି ଶ୍ରେଣୀର ହୋଇଥାଏ, ୧୮ ବୌମେକା (HCl, 27.92 ପ୍ରତିଶତ, ବିଶିଷ୍ଟ ଗୁରୁତ୍ତ୍ୱ ୧.୧୪୧୭), ୨୦ ବୌମିକା (HCl, 33.145 ପ୍ରତିଶତ, ବିଶିଷ୍ଟ ଗୁରୁତ୍ତ୍ୱ ୧.୧୬୦୦) ଓ ୨୨ ବୌମିକା (HCl, 35.21 ପ୍ରତିଶତ, ବିଶିଷ୍ଟ ଗୁରୁତ୍ତ୍ୱ ୧.୧୭୮୯) ।

ଗୁଣ[ସମ୍ପାଦନା]

ଭୌତିକ ଗୁଣ[ସମ୍ପାଦନା]

ହାଇଡ୍ରୋଜେନ କ୍ଲୋରାଇଡ ବର୍ଣ୍ଣହୀନ, ତୀବ୍ର ଗନ୍ଧଯୁକ୍ତ ଗ୍ୟାସ ଅଟେ । ୦ ଡିଗ୍ରୀ ଏବଂ ୧ ବାୟୁମଣ୍ଡଳୀୟ ଚାପଦ୍ୱାରା ଏକ ଲିଟର ଗ୍ୟାସର ଭାର ୧.୬୩୯ ଗ୍ରାମ ହୋଇଥାଏ । ଦ୍ରବର ଫୁଟନ୍ତା ବିନ୍ଦୁ ୮୫ ଡିଗ୍ରୀରୁ ହିମାଙ୍କ ୧୧୪ ଡିଗ୍ରୀ, କ୍ରାନ୍ତିକ ତାପ ୫୨ ଡିଗ୍ରୀରୁ କ୍ରାନ୍ତିକ ଚାପ ୯୦ ବାୟୁମଣ୍ଡଳୀୟ ହୋଇଥାଏ । ଏହା ଜଳରେ ଅମିତବ୍ୟୟୀ ଅଟେ । ୦ ଡିଗ୍ରୀରୁ ଏକ ଆୟତନ ପ୍ରତି ଜଳ ୫୦୬ ଆୟତନ ଗ୍ୟାସ ଓ ୨୦ ଡିଗ୍ରୀରୁ ପ୍ରତି ୪୭୭ ଆୟତନ ମିଶିଥାଏ । ଗ୍ୟାସ ମିଶିବାଦ୍ୱାରା ଉଷ୍ମ ବାହାରିଥାଏ । ଆଦ୍ର ବାୟୁରେ ଏହା ଧୂଆଁ ଦେଇଥାଏ । ଏହାର ବିଲୟନ ସ୍ଥାୟୀ ଫୁଟନ୍ତା ବିନ୍ଦୁ ଯୁକ୍ତ ଦ୍ରବ, ଫୁଟନ୍ତା ବିନ୍ଦୁ ୧୧୦ ଡିଗ୍ରୀ ତିଆରି ହୋଇଥାଏ । ଏହିପରି ଦ୍ରବ୍ୟରେ ହାଇଡ୍ରୋଜେନ କ୍ଲୋରାଇଡ ୨୦.୨୪ ପ୍ରତିଶତ ରହିଥାଏ ।

ସାନ୍ଦ୍ରତା ଧନତ୍ତ୍ୱ ମୋଲରତା ପିଏଚ (pH) ସାନ୍ଦ୍ରତା ବିଶିଷ୍ଟ
ଉଷ୍ମ
ବାଷ୍ପଚାପ ଫୁଟନ୍ତା ବିନ୍ଦୁ ଦ୍ରବଣକ
kg HCl/kg  kg HCl/m3 ବୌମେ (Baumé) kg/L mol/dm3 mPa·s kJ/(kg·K) kPa °C °C
10% 104.80 6.6 1.048 2.87 −0.5 1.16 3.47 1.95 103 −18
20% 219.60 13 1.098 6.02 −0.8 1.37 2.99 1.40 108 −59
30% 344.70 19 1.149 9.45 −1.0 1.70 2.60 2.13 90 −52
32% 370.88 20 1.159 10.17 −1.0 1.80 2.55 3.73 84 −43
34% 397.46 21 1.169 10.90 −1.0 1.90 2.50 7.24 71 −36
36% 424.44 22 1.179 11.64 −1.1 1.99 2.46 14.5 61 −30
38% 451.82 23 1.189 12.39 −1.1 2.10 2.43 28.3 48 −26
ଏହି ସାରଣୀ ପାଇଁ ସନ୍ଦର୍ଭ ଉତ୍ତାପ କ୍ରମଶଃ 20 °C ତଥା 1 ବାୟୁମଣ୍ଡଳ (101.325 kPa) ଅଟେ ।

ରାସାୟନିକ ଗୁଣ[ସମ୍ପାଦନା]

ରସାୟନ ଦୃଷ୍ଟିରୁ ଏହା ଏକ ପ୍ରବଳ ଅମ୍ଳ ଅଟେ । ଅନେକ ଧାତୁ, ଯଥା: ସୋଡିୟମ, ଲୌହ, ଦସ୍ତା, ବ୍ରୋଞ୍ଜ ଆଦିକୁ ଆକ୍ରାନ୍ତ କରି କ୍ଲୋରାଇଡ ତିଆରି ହୋଇଥାଏ ଏବଂ ହାଇଡ୍ରୋଜେନ ଉନ୍ମୁକ୍ତ କରିଥାଏ । ଧାତୁ ଗୁଡିକର ଅକ୍ସାଇଡ ଓ ହାଇଡ୍ରୋକ୍ସାଇଡକୁ ଆକ୍ରାନ୍ତ କରି ଧାତୁ ଗୁଡିକର କ୍ଲୋରାଇଡ ବନେଇଥାଏ ଏବଂ ଜଳ ଉନ୍ମୁକ୍ତ କରିଥାଏ । ଏହା ସରଳତାରେ କ୍ଲୋରିନ ମୁକ୍ତ କରିଥାଏ । ମାଙ୍ଗାନିଜ ଡାଇଅକ୍ସାଇଡର କ୍ରୀୟାଦ୍ୱାରା କ୍ଲୋରିନ ବାହାରିଥାଏ ।

ନାଇଟ୍ରିକ ଅମ୍ଳ ସହିତ ମିଶି (HNO3 : HCl :: (3:1 ଅନୁପାତରେ) ଏହା ଅମ୍ଳରାଜ (aquaregia) ତିଆରି କରିଥାଏ ଯେଉଁଥିରେ ନାଇଟ୍ରୋସିଲ କ୍ଲୋରାଇଡ (NOCl) ରହିଥାଏ ଯାହା ଅନ୍ୟ ଧାତୁ ସହିତ ପ୍ଲାଟିନମ ଓ ସୁନାକୁ ମଧ୍ୟ ଆକ୍ରାନ୍ତ କରିଥାଏ । ଏହି ଦୁଇ ଉତ୍କୃଷଟ ଧାତୁ ଅନ୍ୟ କୌଣସି ଏକ ଅମ୍ଳଦ୍ୱାରା ଆକ୍ରାନ୍ତ ହୋଇ ନଥାନ୍ତି ।

ଆଧାର[ସମ୍ପାଦନା]

  1. "Hydrochloric Acid". Archived from the original on 15 October 2010. Retrieved 16 September 2010. Unknown parameter |url-status= ignored (help)
  2. "Muriatic Acid" (PDF). PPG Industries. 2005. Archived from the original (PDF) on 2 July 2015. Retrieved 10 September 2010. Unknown parameter |url-status= ignored (help)
  3. Gay-Lussac (1814) "Mémoire sur l'iode" (Memoir on iodine), Annales de Chemie, 91 : 5–160. From page 9: " … mais pour les distinguer, je propose d'ajouter au mot spécifique de l'acide que l'on considère, le mot générique de hydro; de sorte que le combinaisons acide de hydrogène avec le chlore, l'iode, et le soufre porteraient le nom d'acide hydrochlorique, d'acide hydroiodique, et d'acide hydrosulfurique; … " ( … but in order to distinguish them, I propose to add to the specific suffix of the acid being considered, the general prefix hydro, so that the acidic combinations of hydrogen with chlorine, iodine, and sulfur will bear the name hydrochloric acid, hydroiodic acid, and hydrosulfuric acid; … )