ହରୱନ୍ତ କୌର

ଉଇକିପିଡ଼ିଆ‌ରୁ
ହରୱନ୍ତ କୌର

ହରୱନ୍ତ କୌର (ଜନ୍ମ ୫ ଜୁଲାଇ ୧୯୮୦) ଜଣେ  ଭାରତୀୟ ମହିଳା କ୍ରୀଡ଼ାବିତ୍ । ସେ ଡିସ୍କସ୍ ଥ୍ରୋ (ଚକ୍ରଫିଙ୍ଗା) ଓ ଶଟ୍ ପୁଟ୍ (ଗୋଳାଫିଙ୍ଗା) କ୍ରୀଡ଼ାରେ ଭାଗ ନିଅନ୍ତି । ସେ ୨୦୦୨ ମସିହା ଏସୀୟ କ୍ରୀଡ଼ାରେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଥିଲେ ।[୧] ୨୦୦୩ ଏସିଆ ଚମ୍ପିୟାନଶିପରେ ସେ ଚତୁର୍ଥ ସ୍ଥାନରେ ରହିଥିଲେ ଓ ୨୦୦୬ ମସିହା ରାଷ୍ଟ୍ରମଣ୍ଡଳ କ୍ରୀଡ଼ା ପ୍ରତିଯୋଗିତାରେ ସପ୍ତମ ସ୍ଥାନରେ ରହିଥିଲେ । ସେ ୨୦୦୪ ମସିହା ଅଲିମ୍ପିକ ପାଇଁ ମଧ୍ୟ ଯୋଗ୍ୟତା  ଅର୍ଜନ କରିଥିଲେ । ୨୦୦୪ ଅଲିମ୍ପିକ୍ କ୍ରୀଡ଼ାରେ ସେ ୧୩ଶ ସ୍ଥାନରେ ରହି ବିଦାୟ ନେଇଥିଲେ । ୨୦୧୦ ରାଷ୍ଟ୍ରମଣ୍ଡଳ ଖେଳରେ ସେ ରୌପ୍ୟ ପଦକ ଲାଭ କରିଥିଲେ ।[୨]

ତାଙ୍କର ଶ୍ରେଷ୍ଠ କ୍ଷେପଣ (ଥ୍ରୋ) ୬୩.୦୫ ମିଟର ରହିଥିଲା ଓ ସେ ୨୦୦୮ ବେଜିଂ ଅଲିମ୍ପିକରେ ମାତ୍ର ୫୬.୪୨ ମିଟର ଫିଙ୍ଗି ୧୭ଶ ସ୍ଥାନରେ ରହିଥିଲେ । 

ପୁନଶ୍ଚ ଦେଖଣା [ସମ୍ପାଦନା]

  • Indian Squad for 2008 Olympics

ଆଧାର [ସମ୍ପାଦନା]

  1. Asian Championships – GBR Athletics
  2. "CWG: Poonia leads India's medal sweep in discus throw". NDTV. 11 October 2010. Retrieved 10 July 2013.

ବାହାର ଲିଙ୍କ [ସମ୍ପାଦନା]