ହରଗୋବିନ୍ଦ ଖୁରାନା

ଉଇକିପିଡ଼ିଆ‌ରୁ
ହର ଗୋବିନ୍ଦ ଖୋରାନା
ହର ଗୋବିନ୍ଦ
Born(1922-01-09)ଜାନୁଆରୀ ୯, ୧୯୨୨
Diedନଭେମ୍ବର ୯, ୨୦୧୧(2011-11-09) (ବୟସ ୮୯)
Nationalityଆମେରିକୀୟ
Alma materUniversity of Liverpool (Ph.D)
University of the Punjab (BS/MS)
Known forFirst to demonstrate the role of Nucleotides in protein synthesis
AwardsNobel Prize in Medicine (1968), Gairdner Foundation International Award, Louisa Gross Horwitz Prize, Albert Lasker Award for Basic Medical Research, Padm vibhusan
ବିଜ୍ଞାନୀ ଜୀବନ
କ୍ଷେତ୍ରMolecular Biology
କର୍ମାନୁଷ୍ଠାନMIT (1970 - 2007)
University of Wisconsin, Madison (1960-70)
University of British Columbia (1952-60)
Cambridge University (1950-52)
Swiss Federal Institute of Technology, Zurich (1948-49)

ଭାରତ ଜନ୍ମିତ ଆମେରିକୀୟ ଜୈବ ରସାୟନ ବିଜ୍ଞାନୀ ହରଗୋବିନ୍ଦ ଖୋରାନା ଅଖଣ୍ଡ ଭାରତର ପଞ୍ଜାବ ପ୍ରଦେଶର ରାୟପୁରରେ ୧୯୨୨ ଜାନୁଆରୀ ୯ ତାରିଖରେ ଜନ୍ମଗ୍ରହଣ କରିଥିଲେ । ବ୍ରିଟିଶ ଶାସନାଧିନ ଭାରତରେ ତାଙ୍କ ପିତା ଥିଲେ ଜଣେ କୃଷି ବିଭାଗ କିରାଣି । ଖୋରାନା ମୁଲତାନର ଡିଏଭି ସ୍କୁଲରୁ ବିଦ୍ୟାଶିକ୍ଷା ସମାପ୍ତ କରିବା ପରେ ଲାହୋର ବିଶ୍ୱବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ବୃତ୍ତି ପାଇ ଅଧିକ ଅଧ୍ୟୟନ ନିମନ୍ତେ ଇଂଲଣ୍ଡ ଯାଇ ସେ ଲିଭରପୁଲ ବିଶ୍ୱବିଦ୍ୟାଳୟରୁ ପି.ଏଚ.ଡି ଡିଗ୍ରି ହାସଲ କରି ଭାରତ ଫେରିଥିଲେ । ଭାରତ ସ୍ୱାଧୀନ ହେବାପରେ ୧୯୪୯ରେ ସେ ପୁଣି ଇଂଲଣ୍ଡ ଯାଇ କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ସେ ପ୍ରୋଟିନ ଓ ନ୍ୟୁକ୍ଳିକ ଏସିଡ଼ ଉପରେ ଦୁଇଜଣ ବୈଜ୍ଞାନିକ ଡି.ଡବ୍ଲ୍ୟୁ କେନର ଓ ଏ.ଆର. ଟଡ଼ଙ୍କ ସହ ମିଶି ଗବେଷଣା କଲେ । ପରେ ଅନ୍ୟତମ ବୈଜ୍ଞାନିକ ଡ. ଗର୍ଡ଼ନ ଏମ. ଶ୍ରୁମ ତାଙ୍କୁ ଭାଙ୍କୋଭର ନେଇଗଲେ, ସେଠରେ ଖୁରାନା ସ୍ୱତନ୍ତ୍ର ଭାବେ ପ୍ରୋଟିନ ଓ ନ୍ୟୁକ୍ଳିକ ଏସିଡ଼ ଉପରେ ଅଧିକ ଗବେଷଣା ଆରମ୍ଭ କଲେ । ୧୯୬୦ରେ ସେ ୱିସ୍କନସିନ ବିଶ୍ୱବିଦ୍ୟାଳୟ ଯାଇ ସେଠରେ ଥିବା ଇନଷ୍ଟିଚ୍ୟୁଟ ଅଫ ଏଞ୍ଜାଇମ ରିସର୍ଚ୍ଚରେ ଗବେଷଣା ଆରମ୍ଭ କଲେ । ଖୋରାନାଙ୍କୁ ୧୯୬୮ମସିହାରେ ଚିକିତ୍ସା କ୍ଷେତ୍ରରେ ଅନ୍ୟ ଦୁଇଜଣ ବୈଜ୍ଞାନିକଙ୍କ ମର୍ଶଲ ଡବ୍ଲ୍ୟୁ ନିରେନବର୍ଗ ଏବଂ ରବର୍ଟ ଡବ୍ଲ୍ୟୁ ହୋଲିଙ୍କ ସହିତ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଥିଲା । ରା. ଏନ୍. ଏ.ରେ ନ୍ୟୁକ୍ଳିଓଟାଇଡ଼ ସିକ୍ୱେନ୍ସର ରହସ୍ୟକୁ ଉଦ୍ଘାଟନ କରିବା ଏବଂ ଜେନେଟିକ କୋଡ଼କୁ ଜାଣିବା ପାଇଁ ତାଙ୍କୁ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା । ସେହି ସମୟରେ ସେ ଭିସ୍କୋସିନ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଥିଲେ । ସେ ମା.ଇ.ଟେ.ର ଆଲଫ୍ରେଡ଼ ପି. ସୋଲାନ ପ୍ରଫେସର ଅଫ ବାୟୋଲୋଜି ଆଣ୍ଡ କେମିଷ୍ଟ୍ରିରେ ସେ କିଛି ଦିନ ଅଧ୍ୟାପନା କରିଥିଲେ । ତାଙ୍କୁ ନ୍ୟାସନାଲ ମେଡାଲ ଅଫ ସାଇନ୍ସ ପ୍ରଦାନ କରାଯାଇଥିଲା । ସ୍କ୍ରିପ ରିସର୍ଚ୍ଚ ଇନଷ୍ଟିଚ୍ୟୁଟର ବୋର୍ଡ ଅଫ ସାଇଣ୍ଟିଫିକ ଗଭର୍ଣ୍ଣରର ସେ ସଦସ୍ୟ ଥିଲେ । ୧୯୫୨ରେ ସେ ଏସଦର ଏଲିଜାବେଥ ସିବ୍ଲରଙ୍କୁ ବିବାହ କରିଥିଲେ । ୧୯୬୬ରେ ସେ ଆମେରିକାର ନାଗରିକତ୍ୱ ଗ୍ରହଣ କରିଥିଲେ । ୯ ନଭେମ୍ବର ୨୦୧୧ରେ ସେ ଦେହତ୍ୟାଗ କରିଥିଲେ ।

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]