ହନୁମାନ ମନ୍ଦିର , ସାଲଙ୍ଗପୁର
କଷ୍ଟଭଞ୍ଜନ ଦେବ ହନୁମାନ ମନ୍ଦିର | |
---|---|
Religion | |
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ |
District | Botad district |
Location | |
ସ୍ଥାନ | Salangpur |
State | Gujarat |
Country | India |
Architecture | |
Gopalanand Swami |
ହନୁମାନ ମନ୍ଦିର , ଭାରତୀୟ ରାଜ୍ୟ ଗୁଜରାଟର ସାରଙ୍ଗପୁରଠାରେ ଥିବା ଏକ ହିନ୍ଦୁ ମନ୍ଦିର । ଏହା ସ୍ୱାମୀନରାୟନ ସଂପ୍ରଦାଯର ଭଡତଳ ଗାଡି ଅଧୀନରେ ରହିଛି । ଏହା ଏକମାତ୍ର ସ୍ୱାମୀନାରାୟଣ ମନ୍ଦିର ଯେଉଁଠାରେ ସ୍ୱାମୀନାରାୟଣ ବା ଶ୍ରୀକୃଷ୍ଣଙ୍କ ପ୍ରତିମା ମୁଖ୍ୟ ଆରାଧ୍ୟ ଦେବତା[୧] ହିସାବରେ ନାହିଁ ।ଏଠାରେ ହନୁମାନଙ୍କୁ "କଷ୍ଟଭଞ୍ଜନ" ରୂପରେ ଉତ୍ଶର୍ଗିତ କରାଯିଛି । [୨]
ଇତିହାସ
[ସମ୍ପାଦନା]ଏହି ମନ୍ଦିର ସ୍ୱାମୀନାରାୟଣ ସଂପ୍ରଦାଯର ଏକ ମୁଖ୍ୟ ମନ୍ଦିର । ଏଠାରେ ହନୁମାନଙ୍କ ପ୍ରତିମୂର୍ତି ସଦଗୁରୁ ଗୋପାଳନନ୍ଦ ସ୍ୱାମୀଙ୍କଦ୍ୱାରା ସ୍ଥାପିତ ହେଇଥିଲା । ବିଶିଷ୍ଟ ଲେଖକ ରେମଣ୍ଡ ୱିଲିୟମଙ୍କ କଥାନୁସାରେ ଯେତେବେଳେ ସଦଗୁରୁ ଗୋପାଳନନ୍ଦ ସ୍ୱାମୀ ଏହାକୁ ସ୍ଥାପନା କଲେ , ସେ ଏକ ଦଣ୍ଡ ସାହାଯ୍ୟ ରେ ଏହାକୁ ଛୁଇ ଥିଲେ ଓ ମୂର୍ତି ଜୀବନ୍ତ ହେଇଉଠି ଚଳମାନ ହେଇଥିଲା । ଏଠାରେ ତାହା ପରେ ବ୍ୟାଧି ନିରାକରଣ ବିଧିର ପ୍ରଚଳନ ହେଇଥିଲା । ଏଠାରେ ହନୁମାନଙ୍କ ମୂର୍ତି ବିଶାଳ କାୟ ରୂପରେ ବୃହତ ନିଶା ସହ , ପଦରେ ଜଣେ ଦାନବୀକୁ ଦଳନ କରୁଥିବା ଅବସ୍ଥାରେ ବାନର ସହଚରଙ୍କ ଗହଣରେ ଥିବା ରୂପରେ ଦୃଶ୍ୟମାନ କରାଯାଇଛି ।1899 ମସିହାରେ ମନ୍ଦିରର ନବୀକରଣ କାର୍ଯ୍ୟ ହେଇଥିଲା ଓ ନିକଟରେ ଅତିଥି ଆବାସ ନିର୍ମାଣ ସହ ଅଧିକ ସ୍ଥାନ ଆହରଣ କରି ବର୍ତ୍ତମାନର ଅବସ୍ଥାକୁ ଅଣାଯାଇଥିଲା । [୩]
ଅନୁଗତ ପ୍ରଥା
[ସମ୍ପାଦନା]ଆଧାର
[ସମ୍ପାଦନା]- ↑ Raymond Brady Williams (2001). An introduction to Swaminarayan Hinduism. Cambridge University Press. pp. 128, 96. Retrieved May 14, 2009.
- ↑ Philip Lutgendorf (2007). Hanuman's tale. Oxford University Press US. p. 248. Retrieved May 14, 2009.
- ↑ Dave, Kishore (2009). Shastriji Maharaj. Ahmedabad: Swaminarayan Aksharpith. p. 44. ISBN 81-7526-129-3.
ବାହାର ଲିଙ୍କ
[ସମ୍ପାଦନା]- Sarangpur Hanumanji Maha Aarti Archived 2016-11-10 at the Wayback Machine.
- Official website of the temple Archived 2020-01-12 at the Wayback Machine.