ହଂସା ଜୀବରାଜ ମେହେଟ୍ଟା

ଉଇକିପିଡ଼ିଆ‌ରୁ
ହଂସା ଜୀବରାଜ ମେହେଟ୍ଟା
ହଂସା ମେହେଟ୍ଟା
ଜନ୍ମ(1897-07-03)୩ ଜୁଲାଇ ୧୮୯୭
ମୃତ୍ୟୁ୪ ଅପ୍ରେଲ ୧୯୯୫(1995-04-04) (ବୟସ ୯୭)
ବୈବାହିକ-ସାଥୀଜୀବରାଜ ନାରାୟଣ ମେହେଟ୍ଟା
ପିତାମାତା

ହଂସା ମେହେଟ୍ଟା (୧୮୯୭ରେ ଜନ୍ମ) ବା ହଂସା ଜୀବରାଜ ମେହେଟ୍ଟା ଜଣେ ଭାରତୀୟ ସୁଧାରବାଦୀ, ସାମଜିକ କାର୍ଯ୍ୟକର୍ତ୍ତା, ଶିକ୍ଷାବିଦ, ସ୍ୱାଧୀନତା ସଂଗ୍ରାମୀ, ନାରୀବାଦୀ ତଥା ଲେଖିକା । ୧୯୪୯ରୁ ୧୯୫୮ ଯାଏଁ ବରୋଦା ବିଶ୍ୱବିଦ୍ୟାଳୟର ଭାଇସ ଚାନସେଲର ଭାବେ କାର୍ଯ୍ୟକରି ସେ ଶିକ୍ଷା ଜଗତରେ ତାଙ୍କର ଛାପ ଛାଡିଯାଇଛନ୍ତି ।[୧]

ସଂକ୍ଷିପ୍ତ ଜୀବନୀ[ସମ୍ପାଦନା]

ହଂସା ମହେଟ୍ଟାଙ୍କ ଜନ୍ମ ୩ ଜୁଲାଇ ୧୮୯୭ରେ ଗୁଜରାଟ ସହରର ଏକ ନାଗର ବ୍ରାହ୍ମଣ ପରିବାରରେ । ତାଙ୍କ ପିତା ମନୁଭାଇ ମହେଟ୍ଟା ଥିଲେ ତତକାଳୀନ ବରୋଦା ରାଜ୍ୟର ଦିବାନ । ୧୯୧୮ ମସିହାରେ ସେ ଦର୍ଶନ ଶାସ୍ତ୍ରରେ ସ୍ନାତକ ଡିଗ୍ରୀ ହାସଲ କରିସାରିବା ପରେ ପତ୍ରକାରିତା ଓ ସମାଜ ଶାସ୍ତ୍ର ଅଧ୍ୟୟନ କରିବା ନିମିତ୍ତ ଇଂଲଣ୍ଡ ଚାଲିଗଲେ । ପ୍ରଖ୍ୟାତ ଚିକିତ୍ସକ ତଥା ପ୍ରଶାସକ ଜୀବରାଜ ନାରାୟଣ ମେହେଟ୍ଟାଙ୍କୁ ସେ ବିବାହ କରିଥିଲେ ।

ରାଜନୀତୀ ଓ ଶି଼କ୍ଷାଜଗତ[ସମ୍ପାଦନା]

ଭାରତର ସ୍ୱାଧୀନତା ସଂଗ୍ରାମରେ ଜଣେ ସକ୍ରିୟ କର୍ମୀଭାବେ ସେ ବିଦେଶୀ ଲୁଗା ଓ ମଦ ଦୋକାନ ଆଗରେ ପିକେଟିଂ କରୁଥିଲେ । ଇଂରେଜ ସରକାର ତାଙ୍କ ସ୍ୱାମୀଙ୍କ ସହ ତାଙ୍କୁ ୧୯୩୨ ମସିହାରେ ଗିରଫ କରି ଜେଲକୁ ପଠାଇ ଦେଇଥିଲେ । ପରବର୍ତ୍ତୀ ସମୟରେ ସେ ବମ୍ବେ ବିଧାନ ପରିଷଦର ପ୍ରତିନିଧି ନିର୍ବାଚିତ ହୋଇଥିଲେ । ସ୍ୱାଧୀନ ଭାରତର ସମ୍ବିଧାନ ତିଆରି କରିବା ପାଇଁ ଗଠିତ କମିଟିରେ (Constituent Assembly)ସେ ଥିଲେ ଜଣେ ସଭ୍ୟା । ସ୍ୱାଧୀନ ଭାରତରେ ସେ ମହିଳାଙ୍କ ପାଇଁ ସମାନତା ଏବଂ ସାମାଜିକ ନ୍ୟାୟ ନିମନ୍ତେ ଲଢୁଥିଲେ ।

ଗୁଜରାଟି ଭାଷାରେ ତାଙ୍କ ରଚିତ ଶିଶୁ ସାହିତ୍ୟ ମଧ୍ୟରେ Arunnu Adbhut Swapna (1934), Bablana Parakramo (1929), Balvartavali Part 1-2 (1926, 1929) ଅନ୍ୟତମ । ବାଲ୍ମିକୀ ରାମାୟଣର କେତେକ ଅଂଶ ସେ ଅନୁବାଦ ମଧ୍ୟ କରିଛନ୍ତି । Gulliver's Travels ଭଳି ଅନେକ ଜଣାଶୁଣା ଇଂରାଜୀ ଗଳ୍ପକୁ ସେ ଗୁଜରାଟି ଭାଷରେ ଅନୁବାଦ କରିଛନ୍ତି । ତାଙ୍କ ଲିଖିତ ପ୍ରବନ୍ଧଗୁଡ଼ିକ Ketlak Lekho (1978) ନାମରେ ପ୍ରକାଶିତ ।[୨]

ସମ୍ମାନ[ସମ୍ପାଦନା]

୧୯୫୯ ମସିହାରେ ଭାରତ ସରକାରଙ୍କଦ୍ୱାରା ତାଙ୍କୁ ଭାରତ ବର୍ଷର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣ ପ୍ରଦାନ କରାଯାଇଥିଲା ।।[୩]

ଆଧାର[ସମ୍ପାଦନା]

  1. Jain, Devaki (2005). Women, Development and the UN. Bloomington: Indiana University Press. p. 20.
  2. Wolpert, Stanley (5 April 2001). Gandhi's Passion: The Life and Legacy of Mahatma Gandhi. Oxford University Press. p. 149. ISBN 9780199923922.
  3. "Welcome to Thematic Gallery of Indian Autographs - Detailed autograph information of Hansa Jivraj Mehta at indianautographs.com by Praful Thakkar". www.indianautographs.com. Retrieved 31 January 2020.