ସ୍ୱାତୀ କୁମାରୀ

ଉଇକିପିଡ଼ିଆ‌ରୁ
ସ୍ୱାତୀ କୁମାରୀ
ଜନ୍ମ ଓ ଜନ୍ମସ୍ଥାନକାନପୁର, ଉତ୍ତର ପ୍ରଦେଶ, ଭାରତ
ବୃତ୍ତିଲେଖିକା, ହୋଲିଷ୍ଟିକ୍ ଡିଲର୍
ଶିକ୍ଷାନ୍ୟାସଲାନ୍ ସ୍କୁଲ୍ ଅଫ୍ ବିଜିନେସ୍
ଶୈଳୀକାଳ୍ପନିକ, ରୋମାନ୍ସ, ବାସ୍ତବବାଦୀ ଉପନ୍ୟାସ
ସାହିତ୍ୟ କୃତିହାପିଲି ମେରେଡ୍ ହାପିଲି ଡିଭୋର୍ସଡ୍, ଉଇଦ୍ଆଉଟ୍ ଏ ଗୁଡ୍ ବାଏ, ଅମାୟାରା- ଦ ଏସେନ୍ସ ଅଫ୍ ଲାଇଫ୍
କାର୍ଯ୍ୟକାଳ୨୦୧୩ - ଏବେଯାଏଁ
ୱେବସାଇଟ
swatikumari.com

ସ୍ୱାତୀ କୁମାରୀ ଜଣେ ଭାରତୀୟ ଲେଖିକା ଏବଂ ସ୍ତମ୍ଭକାର ।[୧][୨] ସେ ହାପିଲି ମେରେଡ୍ ହାପିଲି ଡିଭୋର୍ସଡ୍, ଉଇଦ୍ଆଉଟ୍ ଏ ଗୁଡ୍ ବାଏ[୩] ଏବଂ ଅମାୟାରା- ଦ ଏସେନ୍ସ ଅଫ୍ ଲାଇଫ୍ ଭଳି ତିନୋଟି ଉପନ୍ୟାସ ରଚନା କରିଛନ୍ତି ।[୪] ତାଙ୍କ ରଚିତ ଅମାୟାରା- ଦ ଏସେନ୍ସ ଅଫ୍ ଲାଇଫ୍ ବହିକୁ ଇଣ୍ଟରନ୍ୟାସନାଲ୍ ଆସୋସିଏସନ୍ ଫର୍ ସୁଇସାଇଡ୍ ପ୍ରିଜରଭେସନ୍ ସଂଘଦ୍ୱାରା ସ୍ୱାଗତ କରାଯାଇଥିଲା । ସ୍ୱାତୀ ଜଣେ ହୋଲିଷ୍ଟିକ୍ ହିଲର୍ ଏବଂ ସେ ଲୋକମାନଙ୍କର ସମସ୍ୟାର ସମାଧାନ ପାଇଁ ବିଭିନ୍ନ ପ୍ରକାରର ପରାମର୍ଶ ଦେଇଥାନ୍ତି । ଏତଦ୍ ବ୍ୟତୀତ ୨୦୨୦ ମସିହାରେ ତାଙ୍କର ଦୁଇଟି କ୍ଷୁଦ୍ର ଉପନ୍ୟାସ ଆମାଜନ୍‌ର କିଣ୍ଡଲ ଆପ୍‌ରେ ପ୍ରକାଶ ପାଇଥିଲା ।

ପ୍ରାରମ୍ଭିକ ଜୀବନ ଓ ଶିକ୍ଷା[ସମ୍ପାଦନା]

ସ୍ୱାତୀ କୁମାରୀ ଉତ୍ତର ପ୍ରଦେଶର କାନପୁରରେ ଜନ୍ମଗ୍ରହଣ କରିଥିଲେ । ସେ କାନପୁରର ଏଚ୍. ଏ. ଏଲ୍ ବିଦ୍ୟାଳୟରେ ପଢ଼ୁଥିଲେ ଏବଂ ସେଠାରେ ହିଁ ତାଙ୍କର ସ୍କୁଲ ଶିକ୍ଷା ଶେଷ କରିଥିଲେ । ଏହାପରେ ସେ ମଗଧ ବିଶ୍ୱ ବିଦ୍ୟାଳୟରେ ପଢ଼ିଥିଲେ । ୨୦୧୦ ମସିହାରେ ସ୍ୱାତୀ କମ୍ପ୍ୟୁଟର ଆପ୍ଲିକେସନସ୍‌ରେ ସ୍ନାତକ ସମାପ୍ତ କରିଥିଲେ । ଏହାପରେ ସେ ବାଙ୍ଗାଲୋରର ନ୍ୟାସ୍‌ଲାନ୍ ସ୍କୁଲ୍ ଅଫ୍ ବିଜିନେସ୍‌ରେ ପଢ଼ିଥିଲେ, ଯେଉଁଠି ସେ ସ୍ନାତକୋତ୍ତର ଶେଷ କରିଥିଲେ । ଏହାପ ସେ ପଉ, ଫ୍ରାନ୍ସରେ ଇକୋଲ୍ ସୁପେରିଅର୍ ଦେ କମର୍ସ ପଢ଼ିଥିଲେ, ଯେଉଁଠି ସେ ମାର୍କେଟିଂ ଆଣ୍ଡ ଇଣ୍ଟରନ୍ୟାସ୍‌ନାଲ୍ ମ୍ୟାନେଜ୍‌ମେଣ୍ଟ ବିଷୟରେ ପଢ଼ିଥିଲେ ।

ସେ ପ୍ରାଇମେରି ବିଦ୍ୟାଳୟ ସମୟରୁ ଲେଖା ଲେଖି ପ୍ରତି ଆକୃଷ୍ଟ ହୋଇଥିଲେ । ୨୦୧୩ ମସିହାରେ ସେ ବେମାର ପଡ଼ିବା ଫଳରେ ତାଙ୍କର ଚାକିରୀ ଛାଡ଼ି ପାଟନା ଫେରି ଆସିଥିଲେ । ଏହାର କିଛି ମାସ ପରେ ତାଙ୍କ ମାଆ ଆତ୍ମହତ୍ୟା କରିଥିଲେ । ତାଙ୍କ ମାଆଙ୍କର ମୃତ୍ୟୁପରେ ସେ ଜଣେ ଲେଖିବା ଭାବରେ ତାଙ୍କର ପେଶା ଆରମ୍ଭ କରିଥିଲେ । ସେ ତାଙ୍କ ରଚନା ମାଧ୍ୟମରେ ଆତ୍ମହତ୍ୟା ବିରୋଧରେ ସାରା ଭାରତ ବର୍ଷରେ ଜନ ଜାଗରଣ ସୃଷ୍ଟି କରିବା ପାଇଁ କାର୍ଯ୍ୟ କରୁଛନ୍ତି ।

୨୦୧୫ ମସିହାରେ ତାଙ୍କ ରଚିତ ପ୍ରଥମ ପୁସ୍ତକ ଉଇଦ୍ଆଉଟ୍ ଏ ଗୁଡ୍ ବାଏ ପ୍ରକାଶ ପାଇଥିଲା, ଯେଉଁଥିରେ ସେ ତାଙ୍କ ମାଆଙ୍କର ଆତ୍ମହତା ବିଷୟରେ ଲେଖିଥିଲେ । ଏହାପରେ ତାଙ୍କର ୨ୟ ପୁସ୍ତକ ଅମାୟାରା- ଦ ଏସେନ୍ସ ଅଫ୍ ଲାଇଫ୍ ପ୍ରକାଶ ପାଇଥିଲା, ଯେଉଁଥିରେ ସେ ଆତ୍ମହତ୍ୟା ବିରୋଧରେ ରଚନା କରିଥିଲେ । ଏହି ପୁସ୍ତକଟିକୁ ଅନେକ ଲୋକ ପ୍ରସଂଶା କରିଥିଲେ ।

୨୦୧୯ ମସିହାରେ ସ୍ୱାତୀଙ୍କ ରଚିତ ହାପିଲି ମେରେଡ୍ ହାପିଲି ଡିଭୋର୍ସଡ୍ ପ୍ରକାଶ ପାଇଥିଲା, ଯେଉଁଥିରେ ସେ ଏକ ଝିଅର ନିଜସ୍ୱ ଇଚ୍ଛା ଓ ପିତାମାତାଙ୍କର ଇଚ୍ଛା ସହ ବିବାହ ପରେ ଅସୁବିଧା ଏବଂ ଏହା ପରର ଫଇସଲା ବିଷୟରେ ଲେଖିଥିଲେ । ୨୦୨୦ ମସିହାରେ ସ୍ୱାତୀଙ୍କର ଦୁଇଟି ପୁସ୍ତକ ପ୍ରକାଶ ପାଇଛି । ୧୦ ଜାନୁଆରୀ ୨୦୨୦ରେ ତାଙ୍କର ଏକ କ୍ଷୁଦ୍ର ଇ-ଉପନ୍ୟାସ ଦ୍ୟାଟ୍ ରେନି ନାଇଟ୍ ଆମାଜନ୍ କିଣ୍ଡଲରେ ପ୍ରକାଶ ପାଇଥିଲା । ଏହାପରେ ୧୦ ଫେବୃଆରୀରେ ଲଭ୍ ଆଟ୍ ଫାର୍ସ୍ଟ ନାଇଟ୍ ନାମକ ଅନ୍ୟ ଏକ ପ୍ରେମ ଭିତ୍ତିକ କ୍ଷୁଦ୍ର ଇ-ଉପନ୍ୟାସ ଆମାଜନ୍ କିଣ୍ଡଲ୍‌ରେ ପ୍ରକାଶ ପାଇଥିଲା ।

ରଚିତ ପୁସ୍ତକ[ସମ୍ପାଦନା]

  • ଉଇଦ୍ଆଉଟ୍ ଏ ଗୁଡ୍ ବାଏ (୨୦୧୫)
  • ଅମାୟାରା- ଦ ଏସେନ୍ସ ଅଫ୍ ଲାଇଫ୍ (୨୦୧୬)
  • ହାପିଲି ମେରେଡ୍ ହାପିଲି ଡିଭୋର୍ସଡ୍ (୨୦୧୯)
  • ଦ୍ୟାଟ୍ ରେନି ନାଇଟ୍ (୨୦୨୦)
  • ଲଭ୍ ଆଟ୍ ଫାର୍ସ୍ଟ ନାଇଟ୍ (୨୦୨୦)

ପୁରସ୍କାର ଏବଂ ସମ୍ମାନ[ସମ୍ପାଦନା]

  • 'ଓମେନ୍ ଆଚିଭର୍ସ' ଅଫ୍ ବିହାର- ୨୦୧୮"- ବିହାରର ମହିଳା ସଶକ୍ତିକରଣର ଚେହେରା ପାଇଁ ଇନ୍ଦ୍ରିରା ଆଇଭିଏଫ୍ ଗ୍ରୁପ୍ଦ୍ୱାରା ପୁରସ୍କୃତ

ଆଧାର[ସମ୍ପାଦନା]

  1. "Striking That Emotional Chord". PatnaBeats. Archived from the original on 2 February 2017. Retrieved 25 January 2017.
  2. "छोटे कस्बे की लड़की ने अंग्रेजी में किया ऐसा काम, दुनियाभर में हो रही है तारीफ". Dainik Bhaskar. 17 May 2016. Retrieved 25 January 2017.
  3. Aniruddha Pathak. "Tea Talks: Without A Goodbye By Swati Kumari!". Retrieved 25 January 2017.[permanent dead link]
  4. Hamna Hisam (11 August 2016). "This Suicide Survivor Will Tell You How Terrible It Is To Live With The Guilt Of Losing A Loved One". Archived from the original on 2 February 2017. Retrieved 25 January 2017.

ବାହାର ଆଧାର[ସମ୍ପାଦନା]