ସ୍ପୋଣ୍ଡିଲୋଲିସ୍ଥେସିସ

ଉଇକିପିଡ଼ିଆ‌ରୁ
Spondylolisthesis
Olisthesis
X-ray of the lateral lumbar spine with a grade III anterolisthesis at the L5-S1 level.
ଉଚ୍ଚାରଣ
ବିଭାଗOrthopedics
ଲକ୍ଷଣBack pain, sciatica[୧]
କାରଣDegenerative, isthmic, traumatic, dysplastic, pathologic[୧]
ବିପଦ କାରକObesity, certain sports[୧]
ରୋଗ ନିର୍ଣ୍ଣୟ ପଦ୍ଧତିMedical imaging[୧]
ସଠିକ ରୋଗ ନିର୍ଣ୍ଣୟDegenerative disc disease, myofascial pain[୧]
ଚିକିତ୍ସାPain medication, physiotherapy, steroid injections, surgery[୨]
ପୁନଃପୌନିକ12% (USA)[୨]

ସ୍ପୋଣ୍ଡିଲୋଲିସ୍ଥେସିସ ରୋଗରେ ଏକ ମେରୁଅସ୍ଥିର ବିସ୍ଥାପନ ହୁଏ [୧] ମୁଖ୍ୟ ଲକ୍ଷଣଗୁଡ଼ିକ ମଧ୍ୟରେ ପିଠି ଯନ୍ତ୍ରଣା କିମ୍ବା ସିଆଟିକା ହୋଇପାରେ, ଯଦିଓ କେତେକଙ୍କର କୌଣସି ଲକ୍ଷଣ ନ ଥାଇପାରେ ।[୧] [୩] ଅଧକ ବିସ୍ଥାପନ ହେଲେ ଲକ୍ଷଣଗୁଡ଼ିକ ଅଧିକ ଖରାପ ହୋଇପାରେ ।[୧] ଚାଲିବାରେ ଅସୁବିଧା, ଛୋଟେଇବା ଏବଂ ଗୋଡ଼ର ଦୁର୍ବଳତା ହୋଇପାରେ ।[୧] ରୋଗ ଜଟିଳ ହେଲେ କ୍ୱଚିତ୍ ଅନ୍ତନଳୀ କିମ୍ବା ମୂତ୍ରାଶୟ ଅନିୟନ୍ତ୍ରିତ ହୋଇପାରେ ।[୧]

ଏହାର କାରଣ ଗୁଡ଼ିକ ମଧ୍ୟରେ ଡିଜେନେରେସନ ବା ତନ୍ତୁ କ୍ଷୟ, ଇସ୍ଥମସ ଜନିତ, ଆଘାତଜନିତ, ଡିସପ୍ଲାଷ୍ଟିକ୍ କିମ୍ବା ରୋଗ ଜନିତ ହୋଇପାରେ ।[୧] କୁସ୍ତି କିମ୍ବା ଜିମ୍ନାଷ୍ଟିକ୍ ଖେଳରେ ପାର୍ସ ଇଣ୍ଟରଆର୍ଟିକୁଲାରସ୍ କ୍ଷତିଗ୍ରସ୍ତ ହୋଇପାରେ ଯାହା ଯୋଗୁ ସାମାନ୍ୟ ଆଘାତରେ ଏହା ବାରମ୍ବାର ହୋଇପାରେ ।[୧] ଫାସେଟ ଗଣ୍ଠିର ଏକତ୍ରିକରଣ ତୃଟି ଜନ୍ମଗତ ହୋଇପାରେ କିମ୍ବା ପରବର୍ତ୍ତୀ ଜୀବନରେ ହାସଲ ହୋଇପାରେ ।[୧] ରୋଗ ମଧ୍ୟରେ କନେକ୍ଟିଭ୍ ଟିସୁ ବ୍ୟାଧି, କର୍କଟ ବା ଅସ୍ତ୍ରୋପଚାର ପରବର୍ତ୍ତୀ ରୋଗ ହୋଇପାରେ ।[୧] ରୋଗ ନିର୍ଣ୍ଣୟ ସାଧାରଣତ ରଞ୍ଜନରଶ୍ମି ସାହାଯ୍ୟରେ ହୋଇଥାଏ ।[୧] ସାଧାରଣତଃ ନିମ୍ନ କଟିଦେଶର ଲମ୍ବର ମେରୁଦଣ୍ଡ ପ୍ରଭାବିତ ହୁଏ; ଯଦିଓ ବେକ ମେରୁଦଣ୍ଡରେ ହୋଇପାରେ [୧]

ପ୍ରାରମ୍ଭିକ ଚିକିତ୍ସାରେ ଏହି ଅଞ୍ଚଳରେ ଯନ୍ତ୍ରଣା ନିବାରକ ଔଷଧ, ଫିଜିଓଥେରାପି ଏବଂ ସ୍ଥାନୀୟ ଷ୍ଟେରଏଡ ଇଞ୍ଜେକ୍ସନ ଦିଆଯାଇପାରେ | [୨] ଅନ୍ୟାନ୍ୟ ପଦକ୍ଷେପଗୁଡ଼ିକରେ ଓଜନ ହ୍ରାସ କରାଯାଇପରେ ।[୧] ଯଦି ଏହା ଯଥେଷ୍ଟ ପ୍ରଭାବଶାଳୀ ନୁହେଁ ତେବେ କିଛି ଲୋକ ଅସ୍ତ୍ରୋପଚାରଦ୍ୱାରା ଉପକୃତ ହୋଇପାରନ୍ତି; ତଥାପି, କେଉଁ ପ୍ରକାରର ଅସ୍ତ୍ରୋପଚାର ଲାଭଦାୟକ ତାହା ଅସ୍ପଷ୍ଟ ।[୨]

ସ୍ପୋଣ୍ଡିଲୋଲିସ୍ଥେସିସ ଯୁକ୍ତରାଷ୍ଟ୍ରର ପ୍ରାୟ ୧୨% ଲୋକଙ୍କୁ ପ୍ରଭାବିତ କରିଥାଏ ।[୨] ପୁରୁଷଙ୍କ ଅପେକ୍ଷା ମହିଳାମାନଙ୍କଠାରେ ତନ୍ତୁ କ୍ଷୟ ବା ଡିଜେନେରେଟିଭ ରୋଗ ଅଧିକ ଦେଖାଯାଏ । [୩] ପ୍ରଥମେ ୧୭୮୨ ମସିହାରେ ବେଲଜିୟମର ପ୍ରସୂତି ବିଶେଷଜ୍ଞ 'ହରବିନାକ୍ସ'ଦ୍ୱାରା ସ୍ପୋଣ୍ଡିଲୋଲିସ୍ଥେସିସ ରୋଗର ବର୍ଣ୍ଣନା କରାଯାଇଥିଲା ।[୪]

ଆଧାର[ସମ୍ପାଦନା]

  1. ୧.୦୦ ୧.୦୧ ୧.୦୨ ୧.୦୩ ୧.୦୪ ୧.୦୫ ୧.୦୬ ୧.୦୭ ୧.୦୮ ୧.୦୯ ୧.୧୦ ୧.୧୧ ୧.୧୨ ୧.୧୩ ୧.୧୪ ୧.୧୫ ୧.୧୬ Tenny, S; Gillis, CC (January 2022). "Spondylolisthesis". PMID 28613518. {{cite journal}}: Cite journal requires |journal= (help)
  2. ୨.୦ ୨.୧ ୨.୨ ୨.୩ ୨.୪ Chan, AK; Sharma, V; Robinson, LC; Mummaneni, PV (July 2019). "Summary of Guidelines for the Treatment of Lumbar Spondylolisthesis". Neurosurgery clinics of North America. 30 (3): 353–364. doi:10.1016/j.nec.2019.02.009. PMID 31078236.
  3. ୩.୦ ୩.୧ "Spondylolisthesis - Musculoskeletal and Connective Tissue Disorders". Merck Manuals Professional Edition (in କାନାଡିୟ ଇଂରାଜୀ). Archived from the original on 30 October 2021. Retrieved 3 April 2022.
  4. Newman PH (1955). "Spondylolisthesis, its cause and effect". Annals of the Royal College of Surgeons of England. 16 (5): 305–23. PMC 2377893. PMID 14377314.