ସ୍ନିଗ୍ଧା ଆକୋଲକର
ଦେଖଣା
ସ୍ନିଗ୍ଧା ଆକୋଲକର | |
---|---|
ଜନ୍ମ | ସ୍ନିଗ୍ଧା ଆକୋଲକର |
ବୃତ୍ତି | ମଡେଲ୍/ଅଭିନେତ୍ରୀ |
ସକ୍ରିୟ ବର୍ଷ | ୨୦୦୫-ଏବେଯାଏଁ |
ସ୍ନିଗ୍ଧା ଆକୋଲକର ଜଣେ ଭାରତୀୟ ଅଭିନେତ୍ରୀ ଏବଂ ମଡେଲ । ସେ ହିନ୍ଦୀ ଓ ତାମିଲ କଥାଚିତ୍ରରେ ଅଭିନୟ କରିବା ସହିତ ହିନ୍ଦୀ ଧାରାବାହିକରେ ଅଭିନୟ କରିଛନ୍ତି ।
ପେଷା
[ସମ୍ପାଦନା]ସେ ଜଣେ ମଡେଲ ଭାବରେ ୭୦ରୁ ଅଧିକ ବିଜ୍ଞାପନରେ କାମ କରିଛନ୍ତି; ଯେଉଁଥିରେ ୱାଇଲ୍ଡ ଷ୍ଟୋନ୍ ଡିଓଡ୍ରେଣ୍ଟ, ପାରାସୁଟ୍, ଲାଇଫ୍ବୟ ହ୍ୟାଣ୍ଡ ୱାସ୍ ଭଳି ଜଣାଶୁଣା ସଂସ୍ଥା ଅନ୍ତର୍ଭୁକ୍ତ ।
ହରେ କାଞ୍ଚ୍ କି ଚୁଡ଼ିୟାଁ ଶୀର୍ଷକ ହିନ୍ଦୀ ଦୂରଦର୍ଶନ ଧାରାବାହିକରେ ଅଭିନୟ କରିବା ପରେ ସେ ଲୋକପ୍ରିୟତା ପାଇଥିଲେ । ସେ କିଛି ତାମିଲ କଥାଚିତ୍ରରେ ଅଭିନୟ କରିବା ସହିତ ଲଭ୍ ୟୁ... ମି. କଲାକାର ଭଳି ହିନ୍ଦୀ କଥାଚିତ୍ରରେ କାମ କରିଛନ୍ତି ।[୧][୨] ସେ ବିକ୍ରମ ଭଟ୍ଟଙ୍କ ୱେବ୍ ସିରିଜ୍ ଜଖ୍ମିରେ ମଧ୍ୟ କାମ କରିଛନ୍ତି ।[୩]
ଅଭିନୀତ କଥାଚିତ୍ର/ଧାରାବାହିକ
[ସମ୍ପାଦନା]କଥାଚିତ୍ର
[ସମ୍ପାଦନା]ବର୍ଷ | କଥାଚିତ୍ର | ଭୂମିକା | ଭାଷା | ମନ୍ତବ୍ୟ |
---|---|---|---|---|
୨୦୦୮ | ଅଞ୍ଜାଥେ | ନୃତ୍ୟଶିଳ୍ପୀ | ତାମିଲ୍ | ଅତିଥି କଳାକାର |
୨୦୦୯ | ରାଜାଧି ରାଜା | ନିକିତା | ତାମିଲ୍ | ନାୟିକା |
୨୦୧୦ | ନନ୍ଦଲାଲା | ଅଞ୍ଜଳି | ତାମିଲ୍ | ବିଜୟ ଆୱାର୍ଡ଼ସ୍ରେ ଶ୍ରେଷ୍ଠ ସହାୟକ ଅଭିନେତ୍ରୀ ପାଇଁ ମନୋନୀତ |
୨୦୧୧ | ଲଭ୍ ୟୁ... ମି. କଲାକାର | ଚାରୁ | ହିନ୍ଦୀ | |
୨୦୧୬ | ଆପାଭିନ୍ ମେସାଇ | ପୋନ୍ନା | ତାମିଲ୍ |
ଦୂରଦର୍ଶନ
[ସମ୍ପାଦନା]- ୨୦୦୫ - ହରେ କାଞ୍ଚ୍ କି ଚୁଡିଆଁ
- ୨୦୦୬ - ବୈଦେହୀ
- ୨୦୧୪–୨୦୧୫ - ବୃନ୍ଦାବନ
- ୨୦୧୫–୨୦୧୬ - ସିୟା କେ ରାମ
- ୨୦୧୭–୨୦୧୮ - କର୍ମଫଲ ଦାତା ଶନି
ଆଧାର
[ସମ୍ପାଦନା]- ↑ Singh, Prasanna (13 June 2008). "Anjaathe 100th day celebration". Retrieved 13 February 2010.[dead link]
- ↑ "Irresistable [sic] duo comes again". Indiaglitz. 17 October 2008. Archived from the original on 29 March 2010. Retrieved 13 February 2010.
- ↑ "Siya Ke Ram actress Snigdha Akolkar ties the knot in private ceremony. See pics". India Today (in ଇଂରାଜୀ). 29 August 2019. Retrieved 11 May 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସ୍ନିଗ୍ଧା ଆକୋଲକର