Jump to content

ସୋନା ମହାପାତ୍ର

ଉଇକିପିଡ଼ିଆ‌ରୁ
ସୋନା ମହାପାତ୍ର
Background information
ଜନ୍ମ (1978-06-17) ୧୭ ଜୁନ ୧୯୭୮ (ବୟସ ୪୮)
ବିଶାଖାପାଟଣା, ଆନ୍ଧ୍ର ପ୍ରଦେଶ
ପେଷାଗାୟିକା, ଗୀତ ଲେଖିକା
ବାଦ୍ୟଯନ୍ତ୍ରକଣ୍ଠ ସଙ୍ଗୀତ

ସୋନା ମହାପାତ୍ର (ଜନ୍ମ: ୧୭ ଜୁନ ୧୯୭୮) ଜଣେ ଭାରତୀୟ ଗାୟିକା ଓ ଗୀତ ଲେଖିକା ।[୧] ଭାରତରେ ଜଣାଶୁଣା,[୨] ସେ ଭାରତ ଓ ଭାରତ ବାହାରେ ଅନେକ ମଞ୍ଚ ସଙ୍ଗୀତ କାର୍ଯ୍ୟକ୍ରମରେ ଓ ସଙ୍ଗୀତ ଆଲବମ, ଏକକ ସଙ୍ଗୀତ ପରିବେଷଣ, ମଞ୍ଚ ପରିବେଷଣ, ସଙ୍ଗୀତ ଭିଡ଼ିଓ, ବଲିଉଡ଼ କଥାଚିତ୍ର ଆଦିରେ ଗୀତ ବୋଲିଛନ୍ତି ।[୩][୪][୫][୬] ସେ ମଧ୍ୟ ଡେଭିଡ଼ ବୋଇ, ଲେଟ୍ସ ଡାନ୍ସ (ଡେଭିଡ଼ ବୋଇଙ୍କ ସଙ୍ଗୀତ)ରେ, ତଥା INXSରେ "ଆଫଟର ଗ୍ଲୋ (INXS ସଙ୍ଗୀତ)ରେ କଣ୍ଠଦାନ କରିଛନ୍ତି ଯାହା ସୁପରିଚିତ ହୋଇଥିଲା ।[୭]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ସୋନା ମହାପାତ୍ରଙ୍କ ପିତାମାତା ଉଭୟ ଓଡ଼ିଆ ଓ ସେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାରେ ଜନ୍ମିତ[୮][୯] ସେ ଭାରତର ବିଭିନ୍ନ ସ୍ଥାନରେ ଏବଂ ଆଫ୍ରିକାରେ ପିଲାଦିନ କଟାଇଥିଲେ ।[୧୦]

ସଙ୍ଗୀତ

[ସମ୍ପାଦନା]

୨୦୦୭ରେ ମହାପାତ୍ର ତାହାଙ୍କର ପ୍ରଥମ ଆଲବମ ସୋନି ରେକର୍ଡ଼ସରେ ସୋନା ପ୍ରକାଶ କରିଥିଲେ ଯେଉଁଥିରେ ନାନାଦି ପ୍ରକାରର ରକ ସଙ୍ଗୀତ, ରିଦିମ ଓ ବ୍ଲୁ, ଫ୍ଲେମେଙ୍କୋ, ହିନ୍ଦୁସ୍ଥାନି ଶାସ୍ତ୍ରୀୟ ସଙ୍ଗୀତ, ବାଉଲ ଓ ରୋମାନି ସଙ୍ଗୀତBaul and Romani music.[୪][୧୧] ୨୦୦୯ରେ ସେ ଦିଲ ଜଲେ ନାମକ ଏକକ ଆଲବମ ପ୍ରକାଶ କରିଥିଲେ । ସେ ଅମୀର ଖାଁ ପ୍ରଯୋଜିତ ଡେଲି ବେଲି କଥାଚିତ୍ରରେ ବେଦରଦୀ ରାଜା ବୋଲିଥିଲେ [୧୨] ଓ ଏଥିରେ ଏକ ଅତିଥି ଭୂମିକାରେ ଅଭିନୟ କରିଛନ୍ତି ।

  1. ↑ "On a different note". The Indian Express Group. 19 April 2010. Retrieved 19 July 2010.
  2. ↑ Colaco, Jana (24 June 2010). "Monthly live web-certs". Hindustan Times. Archived from the original on 3 January 2013. Retrieved 19 July 2010.
  3. ↑ Ojha, Abhilasha (28 November 2009). "Bold designs". Retrieved 19 July 2010.
  4. 1 2 Rashid, Zayna (24 August 2009). "First Look at Sona's Video 'Diljale'". DesiHits. Archived from the original on 8 July 2010. Retrieved 19 July 2010.
  5. ↑ Shah, Gouri (23 June 2010). "Now, upload your music on the Web and perform live". California Chronicle. Retrieved 19 July 2010.
  6. ↑ "Simbu is a talented singer: Kumaran". Times of India. 27 June 2010. Retrieved 19 July 2010.
  7. ↑ Jassi, Pallavi (20 August 2008). "American Twang". The Indian Express Group. Archived from the original on 6 October 2012. Retrieved 19 July 2010.
  8. ↑ "Today's rising Talents of Odisha, Stars of tomorrow". Archived from the original on 2011-12-05. Retrieved 2011-11-24.
  9. ↑ Sona Mohapatra - The Pride of Odisha 28 July 2011
  10. ↑ "Slow Cafe with Sona Mohapatra". www.youtube.com. you tube. Archived from the original on 11 October 2020. Retrieved 11 October 2020.
  11. ↑ Radio & Music Reporter (13 September 2006). "Sony BMG launches a new album 'Sona'". IndianTelevision.com. Retrieved 19 July 2010.
  12. ↑ "Delhi Belly". Times Of India. 2011-05-29. Retrieved 2011-07-16.[permanent dead link]

ବାହାର ଲିଙ୍କ

[ସମ୍ପାଦନା]