ସୋନାଲ ଚୌହାନ

ଉଇକିପିଡ଼ିଆ‌ରୁ
ସୋନାଲ ସିଂହ ଚୌହାନ
୨୦୧୬ର ଫିଲ୍ମ‌ଫେୟାର ଆଣ୍ଡ ଗ୍ଲାମର ଆୱାର୍ଡ଼ରେ ସୋନାଲ
Born (1987-05-16) ୧୬ ମଇ ୧୯୮୭ (ବୟସ ୩୬)[୧]
Occupation(s)ଅଭିନେତ୍ରୀ, ମଡେଲ, ଗାୟିକା
Years active୨୦୦୫-ଏବେଯାଏଁ
Titleଫେମିନା ମିସ୍ ୱାରଲ୍ଡ ଟୁରିଜିମ୍ ୨୦୦୫
ମିସ୍ ୱାରଲ୍ଡ ଟୁରିଜିମ୍ ୨୦୦୫

ସୋନାଲ ସିଂହ ଚୌହାନ (ଜନ୍ମ: ୧୬ ମଇ ୧୯୮୭)[୧] ଜଣେ ଭାରତୀୟ କଥାଚିତ୍ର ଅଭିନେତ୍ରୀ । ସେ ମୁଖ୍ୟତଃ ହିନ୍ଦୀ ଏବଂ ତେଲୁଗୁ କଥାଚିତ୍ରରେ ଅଭିନୟ କରନ୍ତି ।[୨] ସେ ଚଳଚ୍ଚିତ୍ରରେ ଅଭିନୟ କରିବା ପୂର୍ବରୁ କିଛି ସୁନ୍ଦରତା ପ୍ରତିଯୋଗୀତାରେ ଭାଗନେଇଥିଲେ । ସେ ୨୦୦୮ରେ ଜନ୍ନତ ଚଳଚ୍ଚିତ୍ର ଜରିଆରେ ହିନ୍ଦୀ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[୩] ସୋନାଲ ହିନ୍ଦୀ ସ‌ହ ତେଲୁଗୁ, ତାମିଲ ଏବଂ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ କରିଛନ୍ତି ।

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସୋନାଲ ୧୬ ମଇ ୧୯୮୭ରେ ନୂଆ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ସେ ନୋଇଡ଼ାର ଦିଲ୍ଲୀ ପବ୍ଲିକ୍ ସ୍କୁଲରେ ପଢ଼ିଥିଲେ ।[୪] ଏବଂ ପରେ ନୂଆଦିଲ୍ଲୀର ଗାର୍ଗୀ କଲେଜରେ ଦର୍ଶନଶାସ୍ତ୍ରରେ ସ୍ନାତକ ହାସଲ କରିଥିଲେ ।[୫]

ଅଭିନୟ ଜୀବନ[ସମ୍ପାଦନା]

ମଡେଲିଂ[ସମ୍ପାଦନା]

ସୋନାଲଙ୍କୁ ୨୦୦୫ରେ ସାର‌ୱାକ୍, ମାଲେସିଆରେ ମିସ୍ ୱାର୍‌ଲ୍ଡ ଟୁରିଜିମ୍‌ ଭାବରେ ଅଭିଷିକ୍ତ କରାଯାଇଥିଲା ।[୬] ମିସ୍ ୱାରଲ୍ଡ ଟୁରିଜିମ୍‌ରେ ଅଭିଷିକ୍ତ ହୋଇଥିବା ପ୍ରଥମ ଭାରତୀୟ ହେଉଛନ୍ତି ସୋନାଲ ।[୭] ସେ ଡିସ୍ ଟିଭି, ପଣ୍ଡସ୍ ଏବଂ ନୋକିଆ ଭଳି ବ୍ରାଣ୍ଡର ମୁଖ୍ୟ ପ୍ରଚାରିକା ଥିଲେ ।[୮] ଏଥି ସ‌ହିତ ସେ କିଛି ଅନ୍ୟାନ୍ୟ ଗ‌ହଣାର ବିଜ୍ଞାପନରେ ଅଭିନୟ କରିଥିଲେ ।[୯][୧୦]

ଚଳଚ୍ଚିତ୍ର[ସମ୍ପାଦନା]

ସୋନାଲ ହିମେଶ ରଶମୈୟାଙ୍କ ଆଲବମ୍ ଆପ୍‌କା ସୁରୁର୍‌ର ଅଭିନୟ କରିଥିଲେ ।[୧୧] ଏହାପରେ ସେ ୨୦୦୮ରେ ଅଭିନେତା ଇମ୍ରାନ ହାସିମ୍‌ଙ୍କ ସ‌ହ ଜନ୍ନତ ଚଳଚ୍ଚିତ୍ରରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ ।[୧୨][୧୩] ଏହାପରେ ସେ ତେଲୁଗୁ, ତାମିଲ ଏବଂ କନ୍ନଡ଼ କଥାଚିତ୍ର ଜଗତରେ ଅଭିନୟ କରିଥିଲେ ।

ଅଭିନୀତ କଥାଚିତ୍ର[ସମ୍ପାଦନା]

  • ୨୦୦୮: ଜନ୍ନତ (ହିନ୍ଦୀ)
  • ୨୦୦୮: ରେନ୍‌ବୋ (ତେଲୁଗୁ)
  • ୨୦୧୦: ଚେଲ୍ଲୁଭୟେ ନିନ୍ନେ ନୋଡାଲୁ
  • ୨୦୧୧: ବୁଡ୍ଢା ହୋଗା ତେରା ବାପ୍ (ହିନ୍ଦୀ/ତେଲୁଗୁ)
  • ୨୦୧୨: ପେହେଲା ପ୍ୟାର (ହିନ୍ଦୀ)
  • ୨୦୧୩: ୩ଜି (ହିନ୍ଦୀ)
  • ୨୦୧୪: ଲିଜେଣ୍ଡ (ତେଲୁଗୁ)
  • ୨୦୧୫: ପାଣ୍ଡାଗା ଚେସ୍‌କୋ (ତେଲୁଗୁ)
  • ୨୦୧୫: ଶେର୍ (ତେଲୁଗୁ)
  • ୨୦୧୫: ସାଇଜ୍ ଜିରୋ (ତେଲୁଗୁ)
  • ୨୦୧୫: ଇଞ୍ଜି ଇନ୍ଦୁପାଝାଗି (ତାମିଲ)
  • ୨୦୧୬: ଡିକ୍ଟେଟର (ତେଲୁଗୁ)

ଆଧାର[ସମ୍ପାଦନା]

  1. ୧.୦ ୧.୧ Sonal Chauhan – Sonal Chauhan Biography. Koimoi.com (16 May 1987). Retrieved on 22 May 2017.
  2. "Sonal Chauhan to do an Urmila in Balayya's next".
  3. "Doing intimate scenes with Emraan is easier: Sonal Chauhan – The Times of India". The Times of India.
  4. "Sonal Chauhan interview". Telugu Cinema. 3 June 2008. Archived from the original on 24 March 2012. Retrieved 22 May 2017.
  5. "Sonal Chauhan interview". The Times of India. 11 October 2009. Archived from the original on 6 June 2012. Retrieved 22 May 2017.
  6. Raul Dias (26 July 2005). "She's all that!". The Times of India. Retrieved 22 May 2017.
  7. Raul Dias (27 July 2005). "Indian girl is Miss World Tourism". The Times of India. Archived from the original on 27 September 2012. Retrieved 22 May 2017.
  8. "Sonal Chauhan video interview". Retrieved 22 May 2017.
  9. "Iijw 2011: Ys 18". The Times of India.
  10. Loading Archived 2016-04-16 at the Wayback Machine.. Bollywoodaajtak.com. Retrieved on 22 May 2017.
  11. "Sonal Chauhan comes to town". www.oneindia.in. 8 December 2008. Archived from the original on 18 February 2013. Retrieved 22 May 2017.
  12. "Sonal Chauhan sings in her new film 3G". London: Daily Mail. 8 March 2013. Retrieved 22 May 2017.
  13. "Jannat- Sonal Chauhan's ticket to Bollywood". www.indiaprwire.com. 30 April 2008. Retrieved 22 May 2017.

ଅଧିକ ତ‌ଥ୍ୟ[ସମ୍ପାଦନା]