ସୋନପୁରର ଶିଳାଲେଖ
ସୋନପୁରର ଶିଳାଲେଖ ଓଡ଼ିଆ ଭାଷା ଓ ଲିପିର ଅଭିଲେଖର ଇତିହାସ ପାଇଁ ସୋନପୁରରୁ ମିଳିଥିବା ଶିଳାଲେଖା ସବୁ ଖୁବ ଗୁରୁତ୍ୱପୂର୍ଣ୍ଣ । ଏଠାରେ ସୋମବଂଶୀ ଯୁଗରୁ ଆରମ୍ଭ କରି ଚୌହାଣ ରାଜୁତି ପର୍ଯ୍ୟନ୍ତ ଏ ଅଞ୍ଚଳର ମାଟିପାତ୍ର, ତମ୍ବା ଫଳକ ତଥା ଶିଳାଲେଖ ଗୁଡ଼ିକରେ ଓଡ଼ିଆ ଭାଷାର ବହୁଳ ବ୍ୟବହାର ହୋଇଛି । ଏଥିରେ ବ୍ୟବହୃତ ଭାଷା ସମ୍ବନ୍ଧରେ ମତ ଦେଇ ଭାଷାତତ୍ତ୍ୱବିଦ ବିଜଯ ଚନ୍ଦ୍ର ମଜୁମଦାର କହନ୍ତି:
It may simply be mentioned that some Western Linguistic forms as are found mixed up with the Eastern Magadhi Forms of the Oriya language can be accounted for by the speech of the early Kosala Guptas who migrated into Orissa from the Chattisgarh Tract of Bilaspur and Raipur.
— B.C.Majumdar [୧]
ହରେକୃଷ୍ଣ ମହତାବ ମଧ୍ୟ ତାଙ୍କର ଓଡ଼ିଶା ଇତିହାସ ଏହି କଥା ଅଭିହିତ କରିଅଛନ୍ତି । ତାଙ୍କର ମତରେ:
- ସୋମବଂଶୀୟ ରାଜମାନଙ୍କର ଯେଉଁ ତାମ୍ର ଶାସନ, ସେଥିରୁ ସ୍ପଷ୍ଟ ଜଣାପଡ଼େ ଯେ, ସେତେବେଳେ ଓଡ଼ିଆ ଭାଷା ଗଠନର ସୂତ୍ରପାତ ହେଲାଣି । କାରଣ ତାମ୍ରଶାସନ ମାନଙ୍କରେ ସଂସ୍କୃତ ଭାଷା ବ୍ୟବହୃତ ହୋଇଥିଲେ ମଧ୍ୟ ଓଡ଼ିଆ ଭାଷାର ଉଚ୍ଚାରଣ ଅନୁସାରେ କେତେକ ଶବ୍ଦ ଲେଖାଯାଇଛି ; ଯଥା – ଜ୍ୟୋତିତ ପରିବର୍ତ୍ତେ ଜୋତିଜ, ଯଯାତି ପରିବର୍ତ୍ତେ ଯଜାତି, ତାମ୍ବ୍ର ପରିବର୍ତ୍ତେ ତାମ୍ର ଲେଖାଯାଇଛି ।|
ତେବେ ସୋନପୁରରେ ରାଜୁତି କରୁଥିବା ସୋମବଂଶୀମାନଙ୍କର ତାମ୍ରଶାସନରେ ଯେ ଓଡ଼ିଆ ଭାଷାର ଆଦିମ ସ୍ୱରୂପ ଫୁଟିଉଠିଛି ଏଥିରେ ସନ୍ଦେହ ନାହିଁ । ଏହା ଛଡ଼ା ଆଉ କେଉଁ ଓଡ଼ିଆ ଅଭିଲେଖ ଯେ ସୋନପୁରରୁ ଅବିଷ୍କୃତ ହୋଇନାହିଁ ତାହା କହିବା ଭୁଲ ହେବ । ବରଂ
ଟୀକା
[ସମ୍ପାଦନା]ଆଧାର
[ସମ୍ପାଦନା]- ନାୟକ, ସୁଦାମ. ସୋନପୁରର ଶିଳାଲେଖ. ଝଙ୍କାର. ମାର୍ଚ ୨୦୦୩. ପୃ. ୧୪୯୩-୧୪୯୭