ସୋଟାଲୋଲ

ଉଇକିପିଡ଼ିଆ‌ରୁ
ସୋଟାଲୋଲ
Clinical data
Trade namesBetapace, Sorine, other
AHFS/Drugs.commonograph
MedlinePlusa693010
Pregnancy
category
  • AU: C
  • US: B (No risk in non-human studies)
Routes of
administration
By mouth
Drug classBeta blocker
ATC code
Legal status
Legal status
Pharmacokinetic data
Bioavailability90–100%[୧]
MetabolismNot metabolized[୧]
Elimination half-life12 hours
ExcretionKidney
Mammary gland (In lactating females) [୧]
Identifiers
  • (RS)-N-{4-[1-hydroxy-2-(propan-2-ylamino)ethyl]phenyl}methanesulfonamide
CAS Number
PubChem CID
IUPHAR/BPS
DrugBank
ChemSpider
UNII
KEGG
ChEMBL
Chemical and physical data
FormulaC12H20N2O3S
Molar mass272.3624 g/mol
3D model (JSmol)
ChiralityRacemic mixture
  • O=S(=O)(Nc1ccc(cc1)C(O)CNC(C)C)C
  • InChI=1S/C12H20N2O3S/c1-9(2)13-8-12(15)10-4-6-11(7-5-10)14-18(3,16)17/h4-7,9,12-15H,8H2,1-3H3 checkY
  • Key:ZBMZVLHSJCTVON-UHFFFAOYSA-N checkY
  (verify)

ସୋଟାଲୋଲ (ଇଂରାଜୀ ଭାଷାରେ Sotalol) ଏକ ଔଷଧ ଯାହା ଅନିୟମିତ ହୃତ୍ ସ୍ପନ୍ଦନର (abnormal heart rhythms) ଚିକିତ୍ସା ଓ ପ୍ରତିଷେଧ ନିମନ୍ତେ ବ୍ୟବ‌ହୃତ ହୁଏ । .[୨] ଉଲ୍ଲେଖନୀୟ ଅନିୟମିତ ହୃତ୍ ସ୍ପନ୍ଦନ ଥିଲେ ଓ ସମ୍ଭାବ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ଆଶଙ୍କା ଥିଲେ ଏହି ଔଷଧ ଦେବେକୁ ସୁପାରିସ କରାଯାଏ ।[୨] ଦୀର୍ଘକାଳୀନ ବ୍ୟବ‌ହାର ଫଳରେ ଏହି ରୋଗ ଯୋଗୁ ହେଉଥିବା ମୃତ୍ୟୁ ସଙ୍କଟ କମିବା ପ୍ରମାଣ ମିଳୁନି ।[୨] ଏହା ପାଟିରେ ବା ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[୨]

ସୋଟାଲୋଲର ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଧୀର ହୃଦ୍‌ଗତି (slow heart rate), ଛାତି ଯନ୍ତ୍ରଣା (chest pain), ଅଳ୍ପ ରକ୍ତ ଚାପ (low blood pressure), ଥକ୍କା ଅନୁଭବ, ମୁଣ୍ଡ ଓଜନିଆ, ଅଣନିଶ୍ୱାସୀ, ଦୃଷ୍ଟି ସମସ୍ୟା, ବାନ୍ତି ଓ ଫୁଲା (swelling) ହୋଇପାରେ ।[୨] ଅନ୍ୟାନ୍ୟ ସାଂଘାତିକ ପ୍ରତିକ୍ରିୟା ହେଲେ ପ୍ରଲମ୍ବିତ କ୍ୟୁଟି ବା ବ୍ରୋଙ୍କୋସ୍ପାଜ୍ମ ହୋଇପାରେ । [୩] ସୋଟାଲୋଲ ଏକ ବିଟା ବ୍ଲକର ନନ୍ ସିଲେକ୍ଟିଭ ଏଜେଣ୍ଟ (beta-adrenergic receptor blocker), ଯାହାର କ୍ଲାସ ୨ (class II) ଓ କ୍ଲାସ ୩ (class III antiarrhythmic) ଗୁଣ ଥାଏ । [୨]

ସୋଟାଲୋଲ ସନ ୧୯୬୪ରେ ବର୍ଣ୍ଣନା କରାଯାଇଥିଲା ଓ ସନ ୧୯୭୪ରେ ଡାକ୍ତରୀ ବ୍ୟବ‌ହାର ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ୱୀକୃତ ହୋଇଥିଲା ।[୪] ଏହା ଜେନେରିକ ଔଷଧ ନାମରେ (generic medication) ବିକ୍ରୟ ହୁଏ ।[୩] ସନ ୨୦୧୯ରେ ସଂଯୁକ୍ତ ରାଷ୍ଟ୍ରରେ (United Kingdom) ଏନଏଚଏସକୁ (NHS) ଏହାର ଏକ ମାସର ଡୋଜ ପିଛା ପ୍ରାୟ ୫ ପାଉଣ୍ଡ ଖର୍ଚ୍ଚ କରିବାକୁ ପଡ଼ୁଥିଲା ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ଏକ ମାସ ଡୋଜର ହୋଲସେଲ ମୂଲ୍ୟ ୧୧ ଆମେରିକୀୟ ଡଲାର ଥିଲା ।[୫] ସନ ୨୦୧୬ରେ ଏହାର ୧ ନିୟୁତରୁ ଅଧିକ ପ୍ରେସକ୍ରିପସନ ହୋଇ ସର୍ବାଧିକ ପ୍ରେସକ୍ରିସନ ତାଲିକାର ୨୭୦ତମ ସ୍ଥାନରେ ଥଲା ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ U.S. Food and Drug Administration (July 2009). "Sotalol: Full Prescribing Information" (PDF). Retrieved 23 April 2015.
  2. ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Sotalol Hydrochloride Monograph for Professionals". Drugs.com (in ଇଂରାଜୀ). American Society of Health-System Pharmacists. Retrieved 18 March 2019.
  3. ୩.୦ ୩.୧ ୩.୨ British national formulary : BNF 76 (76 ed.). Pharmaceutical Press. 2018. p. 108. ISBN 9780857113382.
  4. Fischer, Jnos; Ganellin, C. Robin (2006). Analogue-based Drug Discovery (in ଇଂରାଜୀ). John Wiley & Sons. p. 460. ISBN 9783527607495.
  5. "NADAC as of 2019-02-27". Centers for Medicare and Medicaid Services (in ଇଂରାଜୀ). Archived from the original on 2019-03-06. Retrieved 3 March 2019.
  6. "The Top 300 of 2019". clincalc.com. Retrieved 22 December 2018.

ବାହ୍ୟ ଲିଙ୍କ[ସମ୍ପାଦନା]