ସେନା ଗ୍ଲାଇକୋସାଇଡ

ଉଇକିପିଡ଼ିଆ‌ରୁ
ସେନା ଗ୍ଲାଇକୋସାଇଡ
Clinical data
Trade namesଏକ୍‌ସ୍ ଲାକ୍ସ, ସେନୋକୋଟ ଓ ଅନ୍ୟାନ୍ୟ ନାମ । [୧]
AHFS/Drugs.commonograph
Pregnancy
category
Routes of
administration
ପାଟି (ପିଓ) ଓ ମଳାଶୟ (ପିଆର)
ATC code
Legal status
Legal status
Pharmacokinetic data
Onset of actionMinutes (PR), 6 to 12 hours (PO)[୨]
Identifiers
ChemSpider
 ☒NcheckY (what is this?)  (verify)

ସେନା ଗ୍ଲାଇକୋସାଇଡ ବା ସେନୋସାଇଡ ବା କେବଳ ସେନା ଏକ ଔଷଧ ଯାହା କୋଷ୍ଠ କାଠିନ୍ୟରେ (constipation) ଦିଆଯାଏ କିମ୍ବା ଅପରେଶନ ପୂର୍ବରୁ ବୃହଦନ୍ତ୍ର ଖାଲି କରିବାକୁ ଦିଆଯାଏ । [୧] ଏହି ଔଷଧ ପାଟିବାଟେ ଦିଆଯାଏ ବା ମଳାଶୟରେ ଭର୍ତ୍ତିକରିଦିଆଯାଏ । [୧][୩] ମଳାଶୟରେ ଭର୍ତ୍ତି କରିଦେଲେ କିଛି ମିନିଟ ମଧ୍ୟରେ ଓ ପାଟିରେ ଦେଲେ ୧୨ ଘଣ୍ଟାରେ କାର୍ଯ୍ୟକ୍ଷମ ହୁଏ । [୨] ବିସାକୋଡ଼ିଲ କିମ୍ବା ଜଡ଼ା ତେଲ ଅପେକ୍ଷା ଏହା କମ କାର୍ଯ୍ୟକ୍ଷମ ।[୧]

ମାଂସପେଶୀରେ କ୍ରାମ୍ପ ହେବା ଏହାର ଏକ ସାଧାରଣ ପାର୍ଶ୍ୱପ୍ରତିକ୍ରିୟା । [୨] ଏହାକୁ ଦୀର୍ଘକାଳୀନ ଭିତ୍ତିରେ ଦେବାକୁ ସୁପାରିସ କରାଯାଏ ନାହିଁ; ଦେବା ଫଳରେ ଖାଦ୍ୟନଳୀ କର୍ମ କମିଯାଏ ଓ ଇଲେକ୍ଟ୍ରୋଲାଇଟ ସମସ୍ୟା ଦେଖାଯାଏ । ସ୍ତନ୍ୟପାନ ସମୟରେ କୌଣସି କ୍ଷତିର ଇତିହାସ ନ ଥିଲେ ମଧ୍ୟ ଦେବାକୁ ଉପଦେଶ ଦିଆଯାଏ ନାହିଁ । ସ୍ୱାଭାବିକ ଭାବରେ ଏହା ପିଲାଙ୍କୁ ଦିଆଯାଏ ନାହିଁ । ଏହି ଔଷଧ ନେଲେ ପରିସ୍ରା ଲାଲ ଦେଖାଯାଏ । ସେନା ଡେରିଭେଟିଭ ଏକ ପ୍ରକାର ଝାଡ଼ା ଉତ୍ତେଜକ । ଏହାର କାର୍ଯ୍ୟକାରୀତା ସ୍ପଷ୍ଟ ଜଣା ନଥିଲେ ମଧ୍ୟ ଅନ୍ତନଳୀରେ ଅଧିକ ତରଳ ପଦାର୍ଥ ସ୍ରାବ ହୁଏ ଓ ବୃହଦନ୍ତ୍ର ସଙ୍କୁଚିତ ହୁଏ । [୧]

ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ । [୪] ଏହି ଔଷଧ ଦାମିକା ନୁହେଁ ଓ ଜେନେରିକ ନାମରେ ମିଳେ । [୧][୩] ଗୋଟିଏ ପିଲ୍‌ର(ବଟିକା) ଦାମ ପ୍ରାୟ 0.0୧ ଆମେରିକୀୟ ଡଲାର । [୫] ସେନା ନାମକ ଗଛରୁ ସେନୋସାଇଡ ତିଆରି ହୁଏ । [୨] ସନ ୭୦୦ରୁ ଏହା ଗଛ ଆକାରରେ ବ୍ୟବ‌ହୃତ ହୋଇଆସୁଛି ।[୬]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ American Society of Health-System Pharmacists (January 1, 2008). "Senna". Drugs.com. Retrieved 11 August 2015.
  2. ୨.୦ ୨.୧ ୨.୨ ୨.୩ Navti, Phyllis (2010). Pharmacology for pharmacy and the health sciences : a patient-centred approach. Oxford: Oxford University Press. p. 337. ISBN 9780199559824.
  3. ୩.୦ ୩.୧ Hamilton, Richard J. (2010). Tarascon pharmacopoeia (2010 ed.). Sudbury, Mass.: Jones and Bartlett. p. 181. ISBN 9780763777685.
  4. "WHO Model List of Essential Medicines" (PDF). World Health Organization. October 2013. Retrieved 22 April 2014.
  5. "Senna". International Drug Price Indicator Guide. Archived from the original on 10 March 2020. Retrieved 11 August 2015.
  6. Khare, C.P. (2004). Indian Herbal Remedies Rational Western Therapy, Ayurvedic and Other Traditional Usage, Botany. Berlin, Heidelberg: Springer Berlin Heidelberg. p. 133. ISBN 9783642186592.