ସୂର୍ଯ୍ୟଙ୍କ ଗତି

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ

ସକଳ ଶକ୍ତିର ଆଧାର ସୂର୍ଯ୍ୟଙ୍କର ଉତ୍ତରାୟଣ ଓ ଦକ୍ଷିଣାୟନ ଦୁଇଟି ଗତି ଅଛି ୤ ଆଷାଢ଼ ସଂକ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଆରମ୍ଭ ହୁଏ ୤ ସୂର୍ଯ୍ୟଙ୍କର ଦକ୍ଷିଣାୟନ ଗତି ମଧ୍ୟରେ ରହୁଛି ବର୍ଷା, ଶରତ ଏବଂ ହେମନ୍ତ ଋତୁ ୤ ଜୁଲାଇରୁ ସେପ୍ଟେମ୍ବର ଅର୍ଥାତ୍ ଆଷାଢରୁ ଆଶ୍ବିନ ମଝିଆମଝି ପର୍ଯ୍ୟନ୍ତ ବର୍ଷାକାଳ ରହିଥାଏ ୤ ସେପ୍ଟେମ୍ବର ମଧ୍ୟଭାଗରୁ ନଭେମ୍ବର ମଧ୍ୟଭାଗର ସମୟକୁ ଅର୍ଥାତ୍ ଆଶ୍ବିନ ଓ କାର୍ତ୍ତିକକୁ ଶରତ ଋତୁ କୁହାଯାଏ ୤ ଏହା ହେଉଛି ବିସର୍ଗ କାଳ- ଦକ୍ଷିଣାୟନର ଦ୍ବିତୀୟଋତୁ ୤ ମାର୍ଗଶୀର ଓ ପୌଷ ଅର୍ଥାତ ନଭେମ୍ବର ମଝିରୁ ଜାନୁଆରୀ ପର୍ଯ୍ୟନ୍ତ ହେଉଛି ହେମନ୍ତ ଋତୁ ୤ ଦକ୍ଷିଣାୟନ ଏହା ହେଉଛି ଅନ୍ତିମ ଋତୁ ୤ ଏହାପରେ ଆଦାନକାଳ ବା ଉତ୍ତରାୟଣ ଆରମ୍ଭ ହୋଇଯାଏ ଏବଂ ଶୀତ ବା ଶିଶିର ଋତୁ ଆଗମନ କରିଥାଏ ୤ ହେମନ୍ତ ଓ ଶିଶିର ଋତୁ କୁହାଯାଏ ୤ ୨୧ ତାରିଖ, ପ୍ରତି ବର୍ଷକରେ ଥରେ ପଡ଼ୁଥିବା ଏହି ଦିନକୁ ସବୁଠାରୁ ଦୀର୍ଘତମ ଦିନ ବୋଲି କୁହାଯାଏ ୤ କାରଣ ଏହିଦିନ ଭାରତ ସମେତ ବିଶ୍ବର କେତେକ ଦେଶ ବିଷୁବରେଖାର ଠିକ ଉତ୍ତରରେ ରହିଥାନ୍ତି ୤ ଏହାକୁ ଉତ୍ତର ଅୟନାନ୍ତ ବା କର୍କଟକ୍ରାନ୍ତି (summer solstice) ବୋଲି କୁହାଯାଇଥାଏ ୤ ପୃଥିବୀଙ୍କ ଅକ୍ଷ ସୂର୍ଯ୍ୟ ଆଡ଼କୁ ୨୩ ଡିଗ୍ରି ୨୬ ମିନଟ ଢଳି ରହିଥିବାରୁ ଏପରି ହୋଇଥାଏ ୤ ଅୟନାନ୍ତ ଏକ ଅସାଧାରନ ଜ୍ୟୋତିର୍ବିଜ୍ଞାନ ସମ୍ବନ୍ଧୀୟ ଘଟଣା ୤ ଏହା ବର୍ଷକୁ ଦୁଇଥର ଘଟେ ୤ ଭାର ଭଳି ଉତ୍ତର ଗୋଲାର୍ଦ୍ଧରେ ରହୁଥିବା ଦେଶଗୁଡ଼ିକରେ ଜୁନ୨୧ ସବୁଠାରୁ ଦୀର୍ଘତମ ଦିନ ହେଉଥିବା ବେଳେ ଡିସେମ୍ବର ୨୨ ସବୁଠାରୁ ଛୋଟ ଦିନ ହୋଇଥାଏ ୤ କର୍କଟକ୍ରାନ୍ତି ସମୟରେ ଉତ୍ତର ଗୋଲାର୍ଦ୍ଧରେ ରହୁଥିବା ଦେଶଗୁଡ଼ିକରେ ଏହି ଦିନଟି ଦୀର୍ଘତମ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ ସେ ସମୟରେ ମକରକ୍ରାନ୍ତି ହୋଇଥାଏ ୤ ତେଣୁ ସେ ସବୁ ଦେଶରେ ଏହି ଦିନଟି ସବୁଠାରୁ ଛୋଟ ହୋଇଥାଏ ୤ ଏହି ବିଶେଷ ଦିନଟି ପରେ ଦିନ ଓ ରାତି ର ହ୍ରାସ ଓ ବୃଦ୍ଧି ଘଟିଥାଏ ୤ ଅର୍ଥାତ ଦିନ ବଡ଼ ହେଲେ ରାତି ଛୋଟ କିମ୍ବା ରାତି ବଡ଼ ହେଲେ ଦିନ ଛୋଟ ହୋଇଥାଏ ୤ କର୍କଟକ୍ରାନ୍ତି ପରେ ଦିନ ବଡ଼ ହେଉଥିବା ବେଳେ ମକରକ୍ରାନ୍ତି ପରେ ଦିନ ଛୋଟ ହୋଇଥାଏ ୤

ଉତ୍ତରାୟଣ ସୂର୍ଯ୍ୟଙ୍କର ବିଷୁବରେଖାର ଉତ୍ତରରେ ଥିବା ମାର୍ଗ ୤ ଏହା ମକର ସଂକ୍ରାନ୍ତି (୨୩/୨୪ ଡିସେମ୍ବର)ଠାରୁ ଶ୍ରାବଣ ସଂକ୍ରାନ୍ତି (୨୭ଜୁନ) ପର୍ଯ୍ୟନ୍ତ ସମୟ ୤ ଏହା ଦେବତାମାନଙ୍କର ଦିନ ଓ ଅସୁରମାନଙ୍କର ରାତି ଭାବେ ହିନ୍ଦୁମାନଙ୍କ ବିଶ୍ଵାସ ୤