ସୂଚନା ଅଧିକାର ଆଇନ ୨୦୦୫

ଉଇକିପିଡ଼ିଆ ରୁ
Jump to navigation Jump to search
ସୂଚନା ଅଧିକାର ଆଇନ ୨୦୦୫
Emblem of India.svg
It is an act to provide for setting out the practical regime of right to information for citizens to secure access to information under the control of public authorities, in order to promote transparency and accountability in the working of every public authority, the constitution of a Central Information Commission and State Information Commissions and for matters connected therewith or incidental thereto.
ଆଧାରAct No. 22 of 2005
Territorial extentWhole of India except Jammu and Kashmir
ନିୟମାକାରକParliament of India
Date assented to22-June-2005
Date commenced12-October-2005 First RTI application submitted by Shahid Raza Burney to a police station in Pune on 12 October 2005
Status: In force

ଭାରତୀୟ ସମ୍ବିଧାନ ଏକ ଗଣତାନ୍ତ୍ରିକ ସାଧାରଣତନ୍ତ୍ର ସ୍ଥାପନ କରିଛି ।ତେଣୁ ସାଧାରଣତନ୍ତ୍ରରେ ଏହାର ଅଧିକାରୀମାନଙ୍କ କାର୍ଯ୍ୟକାରିତା କେତେ ସ୍ୱଚ୍ଛ, ଦୁର୍ନୀତିମୁକ୍ତ, ସୀମିତ ସମ୍ବଳର ସର୍ବୋଚ୍ଚ ବିନିଯୋଗ କିପରି ହେଉଛି ,ଦୁର୍ନୀତିର ନିରାକରଣ ତଥା ସରକାର ଓ ଏହାର ପରିକରଣଗୁଡିକୁ ଶାସିତମାନଙ୍କ ନିକଟରେ ଉତ୍ତରଦାୟୀ କରିବା ପାଇଁ ସୂଚନା ଅଧିକାର ଆଇନ କାର୍ଯ୍ୟ କରୁଅଛି ।ଜୀବନ, ସ୍ୱତନ୍ତ୍ରତା ଓ ନିରାପତ୍ତାର ଅଧିକାର ହେଉଛି ସର୍ବାଧିକ ଗୁରୁତ୍ତ୍ୱପୂର୍ଣ୍ଣ ଅଧିକାର ଯାହାମଧ୍ୟରେ ଅନ୍ତର୍ଗତ ରହିଛି ସୂଚନା ଅଧିକାର ଭଳି ଅନ୍ୟ କେତକ ଅଧିକାର।ଏହା ଭାରତୀୟ ମୌଳିକ ଅଧିକାର ଅନ୍ତର୍ଗତ ୧୯ ଧାରାରେ ଦିଆଯାଇଥିବା ବଚ଼ନ ଓ ଅଭିବ୍ୟକ୍ତିର ସ୍ୱାଧୀନତାର ଅର୍ନ୍ତଭୁକ୍ତ । ଏହାଦ୍ୱାରା ଜନସାଧାରଣମାନେ କୌଣସି ବିଷୟରେ ମଧ୍ୟ ସୂଚନା ପାଇପାରିବେ ।ସରକାରୀ କର୍ତ୍ତୃପକ୍ଷ ନିୟନ୍ତ୍ରଣରେ ଥିବା ତଥ୍ୟ ସମୂହର ସୂଚନା ସଂଗ୍ରହ ପାଇଁ ନାଗରିକମାନଙ୍କର ଅଧିକାରକୁ ରୂପାୟନ କରାଇ ସେମାନଙ୍କୁ ସୂଚନା ପ୍ରଦାନ କରିବା ଏହି ଅଧିକାରର କାର୍ଯ୍ୟ ।ଏଥିପାଇଁ କେନ୍ଦ୍ର ସୂଚନା ଆୟୋଗ ଏବଂ ରାଜ୍ୟରେ ରାଜ୍ୟ ସୂଚନା ଆୟୋଗ ରହିବେ ।ଏଥିସହ ସଂପୃକ୍ତ ଆନୁସଙ୍ଗିକ ବିଷୟଗୁଡିକ ନିମନ୍ତେ ବ୍ୟବସ୍ଥା କରିବା ପାଇଁ ଏହି ଅଧିନିୟମ ରହିଛି ।

ଯେହେତୁ ବାସ୍ତବ କ୍ଷେତ୍ରରେ ସୂଚନାର ପ୍ରଗତିକର,ଣ ଦକ୍ଷ କାର୍ଯ୍ୟ ସମ୍ପାଦନ, ସୀମିତ ରାଜସ୍ୱ ସମ୍ବଳର ସର୍ବୋତ୍ତମ ଉପଯୋଗ, ସମ୍ବେଦନଶୀଳ ସୂଚନାର ଗୋପନୀୟତା ରକ୍ଷା କରିପାରେ, ତେଣୁ ଇଛୁକ ବ୍ୟକ୍ତି ବିଶେଷକଙ୍କ ନିର୍ଦ୍ଦିଷ୍ଟ କେତକ ସୂଚନା ପ୍ରଦାନ କରିବ ସମୀଚିନ।

ବିଶ୍ୱରେ ସୂଚନା ଅଧିକାର ଅଧିନିୟମ[ସମ୍ପାଦନା]

ପ୍ରଥମେ ସ୍ୱିଡେନରେ ୧୭୭୬ ମସିହାରେ ଏହିଭଳି ଆଇନ ପ୍ରଣୀତ ହୋଇଥିଲା । ଏହାର ଦୁଇଶହ ବର୍ଷ ପରେ ଅର୍ଥାତ୍ ୧୯୭୬ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଏହିଭଳି ଆଇନ ପ୍ରଣୟନ ହୋଇଥିଲା । ବର୍ତ୍ତମାନ ସୂଚନାପ୍ରାପ୍ତି ଆଇନ ବିଶ୍ୱର ପ୍ରାୟ ୫୦ ଗୋଟି ଦେଶରେ କାର୍ଯ୍ୟ କରୁଛି।

ଭାରତରେ ସୂଚନା ଅଧିକାର ଅଧିନିୟମ[ସମ୍ପାଦନା]

ଭାରତୀୟ ନାଗରିକମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବା, ବ୍ୟକ୍ତିଗତ ତଥା ସାର୍ବଜନୀନ ସ୍ୱାର୍ଥ ଦୃଷ୍ଟିରୁ ସରକାରୀ ସ୍ତରର ଦୁର୍ନୀତି ଓ ଅନ୍ୟାୟକୁ ପ୍ରତିହତ କରିବା ପାଇଁ ଭାରତରେ ୨୦୦୫ ଜୁନ ୧୫ ତାରିଖରେ ସୂଚନା ଅଧିକାର ଆଇନ କାର୍ଯ୍ୟକାରୀ ହେଉଛି । ୨୦୦୫ ମସିହାରେ ସାଂସଦରେ ଗୃହୀତ ଏହି ଆଇନକୁ ଜୁନ ୧୫ତାରିଖରେ ରାଷ୍ଟ୍ରପତି ସ୍ୱୀକୃତି ଦେଇଥିଲେ।ତାର ୧୨୦ ଦିନ ପରେ ଅର୍ଥାତ୍ ୧୨ ଅକ୍ଟୋବର ୨୦୦୫ରେ ଜମ୍ମୁ ଓ କାଶ୍ମୀରକୁ ବାଦ ଦେଇ ଦେଶର ସମସ୍ତ ରାଜ୍ୟରେ ଏହି ଆଇନର ସମସ୍ତ ଧାରା ଲାଗୁ ହେଲା ।

ଓଡ଼ିଶାରେ ସୂଚନା ଅଧିକାର ଅଧିନିୟମ[ସମ୍ପାଦନା]

୨୦୦୫ ମସିହା ଅକ୍ଟୋବର ୧ ତାରିଖରେ ଓଡ଼ିଶା ରାଜ୍ୟରେ ଏହି ଆଇନ କାଯ୍ୟକାରୀ ହେଲା ।୨୦୦୬ ମଇ ୨୯ରେ ଏହି ଆଇନ ସଂଶୋଧିତ ହୋଇଥିଲା ।

ସୂଚନା ଅଧିକାର ଅର୍ଥ[ସମ୍ପାଦନା]

ସୂଚନା ଅଧିକାର ଅର୍ଥ କୌଣସି ସରକାରୀ କର୍ତ୍ତୃପକ୍ଷ ରଖିଥିବା ବା ତାଙ୍କ ନିୟନ୍ତ୍ରଣରେ ଥିବା ଏପରି କୋଣସି ସୂଚନା, ଯାହାକି ଅଧିନିୟମ ଅନୁସାରେ ପ୍ରାପ୍ତ ହୋଇ ପାରିବ। ଯଥା:

  • କାର୍ଯ୍ୟ, ଦସ୍ତାବିଜ୍, ରେକର୍ଡ ନିରୀକ୍ଷଣ କରିବା
  • ଦସ୍ତାବିଜ୍ ବା ଅଭିଲେଖର ପ୍ରମାଣିତ ନକଲ ଦେବା ।
  • କୌଣସି ଜିନିଷର ପ୍ରମାଣିତ ନମୁନା ଦେବା
  • କମ୍ପ୍ୟୁଟର କିମ୍ବାବୈଦ୍ୟୁତିକ ପଦ୍ଧତିଦ୍ୱାରା ସଂରକ୍ଷିତ ସୂଚନାର ଫ୍ଲାପି, ଟେପ୍, କ୍ୟାସେଟ ଇତ୍ୟାଦି।

ସରକାରୀ କର୍ତ୍ତୁପକ୍ଷଙ୍କ କର୍ତ୍ତବ୍ୟ[ସମ୍ପାଦନା]

  • ତାଙ୍କର ସମସ୍ତ ଅଭିଲେଖକୁ ସଠିକ କ୍ରମରେ ତାଲିକାଭୁକ୍ତ କରି ଏପରି ଭାବରେ ସଜାଇ ରଖିବେ ଯେପରି ଏହି ଅଧିନିୟମ ଅନୁଯାୟୀ ତାହା ଯଥାଯଥ ସମୟ ମଧ୍ୟରେ ଉପଲବ୍ଧ ହେବ । ଆବଶ୍ୟକ ହେଲେ ସରକାରୀ ତଥ୍ୟକୁ କମ୍ପୁଟରୀକରଣ କରି ନେଟୱର୍କ ସଂଯୋଗୀକରଣ କରି ସର୍ବସାଧାରଣଙ୍କ ଅବଗତ ନିମନ୍ତେ ସହଜ କରିବେ।
  • ପ୍ରତ୍ୟେକ ସରକାରୀ ବା ବେସରକାରୀ ସଂସ୍ଥାର କାର୍ଯ୍ୟାବଳୀ ଏବଂ କର୍ମଚାରୀମାନଙ୍କର କ୍ଷମତା, କର୍ତ୍ତବ୍ୟ, କାର୍ଯ୍ୟ ସମ୍ପାଦନ ନିମନ୍ତେ ସ୍ଥାପିତ ନିୟମାବଳୀ, ଆକଳନ, ଖର୍ଚ୍ଚ ବିନିମୟ ଓ ଆବଣ୍ଟନ କରାଯାଇଥିବା ଅର୍ଥରାଶି ଏପରି ଯୋଜନାରେ ଉପକୃତ ହୋଇଥିବା ଲୋକମାନଙ୍କ ବିବରଣୀ ।

ସୂଚନା ଅଧିକାର ଅଧିନିୟମ୨୦୦୫[ସମ୍ପାଦନା]

ଅଧ୍ୟାୟ-୧[ସମ୍ପାଦନା]

ପ୍ରାରମ୍ଭିକ[ସମ୍ପାଦନା]

  • ଏହି ଆଇନକୁ "ସୂଚନା ପ୍ରାପ୍ତି ନିମନ୍ତେ ଅଧିକାର ଆଇନ ୨୦୦୫"ବୋଲି କୁହଯାଏ।
  • ଜମ୍ମୁ ଏବଂ କାଶ୍ମୀର ରାଜ୍ୟ ବ୍ୟତୀତ ସମଗ୍ର ଭାରତରେ ଏହି ଅଧିନିୟମ କାର୍ଯ୍ୟକାରୀ ହେବ ।

ସଂଜ୍ଞା[ସମ୍ପାଦନା]

(କ)ଉପଯୁକ୍ତ ସରକାର ବା ସମୁଚିତ ସରକାର :

ଯାହା ସରକାରୀ କର୍ତ୍ତୁପକ୍ଷ କେନ୍ଦ୍ର ସରକାର ବା କେନ୍ଦ୍ର ଶାସିତ ଅଞ୍ଚଳଦ୍ୱାରା ପ୍ରତିଷ୍ଠିତ, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବେ ସରକାରୀ ଆର୍ଥିକ ସହାୟତା ପ୍ରାପ୍ତ । ଯେଉଁ ସରକାରୀ କର୍ତ୍ତୃପକ୍ଷ ରାଜ୍ୟ ସରକାରଙ୍କଦ୍ୱାରା ପ୍ରତିଷ୍ଠିତ ,ରାଜ୍ୟ ସରକାରଙ୍କଦ୍ୱାରା ମାଲିକାନା ପ୍ରାପ୍ତ, ନିୟନ୍ତ୍ରିତ, ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ଆର୍ଥିକ ସହାୟତା ପାଇଥାଏ। (ଖ)କେନ୍ଦ୍ରୀୟ ସୂଚନା ଆୟୋଗ:

ଧାରା ୧୨(୧)ଅନୁଯାୟୀ କେନ୍ଦ୍ରରେ ସୂଚନା ଆୟୋଗ ଗଠିତ ହେବ ଏବଂ ଜଣେ ମୁଖ୍ୟ ସୂଚନା ଆୟୁକ୍ତ ରହିବେ ।

(ଗ)କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ :

ସୂଚନା ଅଧିକାରର ଧାରା ୫(୧)ଅନୁଯାୟୀ କେନ୍ଦ୍ରୀୟ ଲୋକସୂଚନା ଅଧିକାରୀ ନିଯୁକ୍ତ ହେବେ । ଧାରା ୫(୨) ଅନୁଯାୟୀ କେନ୍ଦ୍ରୀୟ ସହାୟକ ଲୋକ ସୂଚନାଧିକାରୀ ରହିବେ ।

(ଘ)ମୁଖ୍ୟ ସୂଚନା ଆୟୁକ୍ତ ଓ ଅନ୍ୟ ସୂଚନା ଆୟୁକ୍ତ:

ସୂଚନା ଅଧିକାର ଅଧିନିୟମର ଧାରା ୧୨(୩)ଅନୁଯାୟୀ ଜଣେ ମୁଖ୍ୟ ସୂଚନା ଆୟୁକ୍ତ ଓ ଅନ୍ୟ ସୂଚନା ଆୟୁକ୍ତ ରହିବେ। ଆବଶ୍ୟକ ସ୍ଥଳେ ଦଶ ଜଣ କେନ୍ଦ୍ରୀୟ ସୂଚନା ଆୟୁକ୍ତ ରହିବେ।

(ଙ)ରାଜ୍ୟ ସୂଚନା ଆୟୋଗ:

ଧାରା ୧୫(୧)ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ଗୋଟିଏ ରାଜ୍ୟ ସୂଚନା ଆୟୋଗ ରହିବ ।

(ଚ)ରାଜ୍ୟ ସୂଚନା ଆୟୁକ୍ତ:

ଧାରା ୧୫(୩) ଅନୁଯାୟୀ ପ୍ରତ୍ୟେକ ରାଜ୍ୟରେ ମୁଖ୍ୟ ରାଜ୍ୟ ସୂଚନା ଆୟୁକ୍ତ ରହିବେ । ଆବଶ୍ୟକ ସ୍ଥଳେ ଦଶଜଣ ରାଜ୍ୟ ସୂଚନା ଆୟୁକ୍ତ ରହିବେ ।

(ଛ)ଲୋକ ସୂଚନା ଅଧିକାରୀ:

ପ୍ରତ୍ୟେକ କାର୍ଯ୍ୟାନୁଷ୍ଠାନରେ ଲୋକସୂଚନା ଅଧିକାରୀ ବା ପି ଆଇ ଓ (ପବ୍ଲିକ୍ ଇନ୍‌ଫର୍‌ମେସନ୍ ଅଫିସର୍) ରହିବେ।ଏମାନେ ତଥ୍ୟ ବା ଦରଖାସ୍ତ ନିମନ୍ତେ ଆବେଦନ ପତ୍ର ଗ୍ରହଣ କରିବେ । ଦଫା ୧୯(୧) ଅନୁଯାୟୀ ପ୍ରେରଣା ଦେବେ । ପି ଆଇ ଓ ଜଣେ ବରିଷ୍ଠ କର୍ମଚାରୀ ଅଟନ୍ତି।

କେନ୍ଦ୍ରୀୟ ସୂଚନା ଆୟୋଗର ଗଠନ[ସମ୍ପାଦନା]

ସୂଚନା ଆଇନ ନିୟମ ଅନୁଯାୟୀ କେନ୍ଦ୍ରରେ ଏକ ସୂଚନା ଆୟୋଗ ରହିବ ।ଦଫା ୧୨(୧) ଅନୁଯାୟୀ କେନ୍ଦ୍ରସରକାର ସରକାରୀ ଗେଜେଟରେ ଅଧିସୂଚନାଦ୍ୱାରା ଏହି ଅଧିନିୟମ ଅନୁଯାୟୀ ଅର୍ପଣ କରାଯାଇଥିବା କ୍ଷମତା ପ୍ରୟୋଗ କରିବା ପାଇଁ ଏକ କେନ୍ଦ୍ରୀୟ ସୂଚନା ଆୟୋଗ ଗଠିତ ହେବ । ଧାରା ୧୨(୨) ଅନୁସାରେ କେନ୍ଦ୍ରୀୟ ସୂଚନା ଆୟୋଗ ନିମ୍ନଲିଖିତ ଭାବେ ଗଠିତ ହେବେ । *ମୁଖ୍ୟ ସୂଚନା ଆୟୁକ୍ତ (ଆର୍ଟି ଆଇ ମୁଖ୍ୟ କମିଶନର) *ଆବଶ୍ୟକ ସ୍ଥଳେ ସର୍ବାଧିକ ଦଶ ଜଣ କେନ୍ଦ୍ରୀୟ ସୂଚନା ଆୟୁକ୍ତ । ଧାରା ୧୨(୩) ମୁଖ୍ୟ ସୂଚନା ଆୟୁକ୍ତ ଓ ଅନ୍ୟ ସୂଚନା ଆୟୁକ୍ତମାନେ ନିମ୍ନଲିଖିତ ଭାବେ ଗଠିତ ଏକ କମିଟିର ସୁପାରିଶ କ୍ରମେ ରାଷ୍ଟ୍ରପତିଙ୍କଦ୍ୱାରା ନିଯୁକ୍ତ ହେବେ। କମିଟି:

  • ପ୍ରଧାନମନ୍ତ୍ରୀ କମିଟିର ଅଧ୍ୟକ୍ଷ
  • ଲୋକ ସଭାର ବିରାଧୀଦଳର ନେତା
  • ପ୍ରଧାନମନ୍ତ୍ରୀଙ୍କଦ୍ୱାରା ମନୋନୀତ ଜଣେ କେନ୍ଦ୍ରୀୟ କ୍ୟାବିନେଟ ମନ୍ତ୍ରୀ।

ଯୋଗ୍ୟତା:[ସମ୍ପାଦନା]

ଧାରା୧୨(୬) ଅନୁଯାୟୀ ବିଧି, ବିଜ୍ଞାନ, ବୈଷୟିକ ବିଦ୍ୟା, ସମାଜ ସେବା, ପରିଚାଳନା, ସାମ୍ବାଦିକତା, ଗଣମାଧ୍ୟମ, ପ୍ରଶାସନ ଓ ଶାସନ କ୍ଷେତ୍ରରେ ଗଭୀର ଜ୍ଞାନ ଥିବା ବ୍ୟକ୍ତିମାନଙ୍କୁ ନିଯୁକ୍ତି ଦିଆଯିବ। *

ଧାରା ୧୨(୭) ଅନୁଯାୟୀ କେନ୍ଦ୍ରୀୟ ସୂଚନା ଆୟୋଗ ମୁଖ୍ୟ କାର୍ଯ୍ୟାଳୟ ଦିଲ୍ଲୀଠାରେ ରହିବ।

ସୂଚନା ଆୟୋଗଙ୍କ କ୍ଷମତା ଓ କାର୍ଯ୍ୟ[ସମ୍ପାଦନା]

ସୂଚନା ଅଧିକାର ଆଇନ ଧାରା୧୮(୧) ଅନୁଯାୟୀ ଏହି ଆଇନ ବ୍ୟବସ୍ଥାରେ ନିମ୍ନଲିଖିତ ବ୍ୟକ୍ତିଙ୍କ ଠାରୁ ଅଭିଯୋଗ ଗ୍ରହଣ କରିବା ବିଧି ଅଛି ।ଏହା କେନ୍ଦ୍ର ସୂଚନା ଆୟୋଗ ଓ ରାଜ୍ୟ ସୂଚନା ଆୟୋଗର କାର୍ଯ୍ୟ ଅଟେ। (କ)ଯଦି କୌଣସି କାର୍ୟାଳୟରେ ପି ଆଇ ଓ ନିଯୁକ୍ତ ହୋଇନାହାନ୍ତି ତେବେ ଦରଖାସ୍ତକାରୀ ଦରଖାସ୍ତଟିକୁ ରାଜ୍ୟ କମିଶନଙ୍କ ନିକଟକୁ ପଠାଇପାରିବେ ।

  • କୋୖଣସି ସୂଚନା ଅଧିକାରୀ ସୂଚନା ଗ୍ରହଣ କରିବାକୁ ମନା କଲେ ଦରଖାସ୍ତ ସୂଚନା କମିଶନଙ୍କ ପାଖକୁ ସିଧାସଳଖ ଯାଇ ପାରିବ ।
  • ସୂଚନା ପାଇଁ ଦରଖାସ୍ତକାରୀ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ପି ଆଇ ଓଙ୍କ ଠାରୁ ସୂଚନା ନ ପାଇଲେ ସିଧାସଳଖ କମିଶନ ପାଖକୁ ଦରଖାସ୍ତ କରି ପାରିବେ।
  • ଯଦି ପି ଆଇ ଓ ସଠିକ ତଥ୍ୟ ନ ଦେଇ ପାରନ୍ତି କିମ୍ବା ଅସମ୍ପୂର୍ଣ୍ଣ ତଥ୍ୟ ଦେଇଥାନ୍ତି, ତେବେ ଦରଖାସ୍ତକାରୀ କମିଶନଙ୍କ ନିକଟରେ ଅପିଲ କରିପରିବେ।

(ଖା)ଆବଶ୍ୟକ ମନେକଲେ କମିଶନ ସଠିକ ତଥ୍ୟ ଜାଣିବା ପାଇଁ ତଦନ୍ତ କରିବେ। (ଗ)କୌଣସି ବିଷୟରେ ତଦନ୍ତ କଲାବେଳେ କମିଶନଙ୍କ ଦେଓ୍ବାନୀ ନ୍ୟାୟାଳୟ କ୍ଷମତା ରହିବା ଉଚିତ ।ଯଥା:*କୌଣସି ବ୍ୟକ୍ତି ହାଜର ହେବା ପାଇଁ ସମନ ଦେଇ ପାରିବେ ।

  • ସତ୍ୟପାଠ ମାଧ୍ୟମରେ ସାକ୍ଷ୍ୟ ଗ୍ରହଣ କରିବେ ।
  • କୌଣସି ଦଲିଲ ଖୋଜି ବାହାର କରିବେ ।

କୌଣସି ଅଫିସ ଅଭିଲେଖ ବା କୋର୍ଟ ଅଭିଲେଖ ମାଗି ପାରିବେ । (ଘ)ସାଂସଦ ବା ରାଜ୍ୟ ବ୍ୟବସ୍ଥାପକଦ୍ୱାରା ପ୍ରଣୀତ ଆଇନରେ କୌଣସି ଅଭିଲେଖ ଯାଞ୍ଚ ପାଇଁ ବାରଣ ଥିଲେ ମଧ୍ୟ କମିଶନ ଏହି ଆଇନ ବଳରେ ସେ ସବୁ ଯାଞ୍ଚ କରନ୍ତି ।

ରାଜ୍ୟ ସୂଚନା ଆୟୋଗ[ସମ୍ପାଦନା]

କେନ୍ଦ୍ରରେ ଯେପରି କେନ୍ଦ୍ରୀୟ ସୂଚନା ଆୟୋଗ ରହିଅଛି ଠିକ୍ ସେହିପରି ରାଜ୍ୟରେ ରାଜ୍ୟ ସୂଚନା ଆୟୋଗ ରହିବ।

  • *ସୂଚନା ଅଧିକାରର ଧାରା ୧୫(୨)(କ) କେନ୍ଦ୍ରରେ ଜଣେ ମୁଖ୍ୟ ସୂଚନା ରହିବେ ।
  • ଆବଶ୍ୟକ ବିବେଚନା ସ୍ଥଳେ ଦଶ ଜଣ ରାଜ୍ୟ ସୂଚନା ଆୟୋଗରେ ରହିବ।

କମିଟି:[ସମ୍ପାଦନା]

ସୂଚନା ଅଧିକାର ଧାରା ୧୫(୩) ଅନୁସାରେ ନିମ୍ନଲିଖିତ କମିଟିଦ୍ୱାରା ନିଯୁକ୍ତ ହେବେ।

  • ମୁଖ୍ୟମନ୍ତ୍ରୀ କମିଟିର ଅଧକ୍ଷ ।
  • ବିଧାନ ସଭାର ବିରାଧୀ ଦଳର ନେତା ।
  • ମୁଖ୍ୟମନ୍ତ୍ରୀଙ୍କଦ୍ୱାରା ମନୋନୀତ ଜଣେ କ୍ୟାବିନେଟ ମନ୍ତ୍ରୀ।

ସୂଚନା ପାଇବାର ପ୍ରକ୍ରିୟା[ସମ୍ପାଦନା]

  • ଜଣେ ନାଗରିକ କୌଣସି ସୂଚନା ପାଇବାକୁ ଚାହୁଁଥିଲେ ସେ ଆବଶ୍ୟକ ମୂଲ୍ୟ ସହ ଫର୍ମ 'କ'ରେ ଆବେଦନ କରିପାରିବେ । ଟଙ୍କାକୁ ନଗଦ ପ୍ରଦାନ କରିପାରିବେ କିମ୍ବା ଆଇ ପି ଓ ଆକାରରେ ପ୍ରଦାନ କରିପାରିବେ ।
  • ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତିମାନଙ୍କୁ କୌଣସି ମୂଲ୍ୟ ଦେବାକୁ ପଡିବ ନାହିଁ । ଏପରି ସ୍ଥଳେ ସେ ଫର୍ମ 'କ' ସହ ନିଜର ବି ପି ଏଲ୍ କାର୍ଡର ନକଲ ପ୍ରଦାନ କରିବେ ।
  • ଦରଖାସ୍ତକାରୀ ପରିଚୟ ପାଇଁ ନିଜର ଭୋଟର ଆଇ ଡିର ନକଲ ଦରଖାସ୍ତ ସହ ସଂଯୋଗ କରିବେ।
  • ସୂଚନା ପ୍ରଦାନ ପାଇଁ ଦରଖାସ୍ତକାରୀଙ୍କୁ କେତେ ଟଙ୍କା ଦେବାକୁ ପଡିବ ତାହା ଯଥା ସମ୍ଭବ ପି ଆଇ ଓ ଦରଖାସ୍ତ 'ଖ'ରେ ପ୍ରଦାନ କରିବେ ।
  • ଯଦି ନିର୍ଦ୍ଧାରିତ ମୂଲ୍ୟକୁ ଦରଖାସ୍ତକାରୀ ୧୫ ଦିନ ମଧ୍ୟରେ ଦାଖଲ ନ କଲେ ଦରଖାସ୍ତଟି ନାକଚ ହେବ।
  • ଦରଖାସ୍ତଟି ନାକଚ ହେଲେ ପି ଆଇ ଓ ଦରଖାସ୍ତ 'ଘ'ରେ ଦରଖାସ୍ତକାରୀଙ୍କୁ ନାକଚର କାରଣ ଜଣାଇବେ କିମ୍ବା ତଥ୍ୟଗୁଡିକ ଓ୍ବେବସାଇଟରେ ଉପଲବ୍ଧ ହେଉଥିଲେ ତାହା ଓ୍ବେବସାଇଟରୁ ସଂଗ୍ରହ କରିବା ପାଇଁ ଦରଖାସ୍ତ 'ଘ'ରେ ଜଣାଇବେ ।

ଆବେଦନ କରିବାର ପ୍ରକ୍ରିୟା[ସମ୍ପାଦନା]

ଦରଖାସ୍ତକାରୀ ଯେଉଁ ଭଳି ଭାବେ ସୂଚନା ମାଗିଥିଲେ ଯଦି ପି ଆଇ ଓ ସେଭଳି ସୂଚନା ଦେଲେନାହିଁ ତେବେ ପି ଆଇ ଓଙ୍କ କାର୍ଯ୍ୟାଳୟରେ ଥିବା ପ୍ରଥମ ଆବେଦନ ଅଧିକାରୀଙ୍କ ନିକଟରେ ଆବେଦନ କରିବା ପାଇଁ ଉଦ୍ଦିଷ୍ଟ ଦରଖାସ୍ତ 'ଘ'ରେ ଆବେଦନ କରିବେ । ଏଥିପାଇଁ ୨୦

ଶାସ୍ତିବିଧାନ[ସମ୍ପାଦନା]

ସୂଚନା ପ୍ରଦାନ ଜନିତ ନିମ୍ନଲିଖିତ ତ୍ରୁଟି ଦେଖାଦେଲେ ଜଣେ ସୂଚନା ଅଧିକାରୀ (ପି ଆଇ ଓ)ଙ୍କୁ ଦିନ ପ୍ରତି ୨୫୦ ଟଙ୍କା କରି ସର୍ବଧିଧ ୨୫,୦୦୦ ଟଙ୍କା ଜୋରିମାନା ଦେବାକୁ ହୋଇପାରେ।ସେଗୁଡ଼ିକ ହେଲା:

  • ଆବେଦନ ପତ୍ର ଗ୍ରହଣ ନ କଲେ;
  • ଯୁକ୍ତିଯୁକ୍ତ କାରଣ ନ ଥାଇ ସୂଚନା ପ୍ରଦାନରେ ବିଳମ୍ବ କଲେ;
  • ମନ୍ଦ ଉଦେଶ୍ୟ ରଖି ସୂଚନା ଦେବାକୁ ମନା କଲେ;
  • ଜାଣିଶୁଣି ଅସମ୍ପୂର୍ଣ୍ଣ, ଭୁଲ, ତଥା ବିଭ୍ରାଟ ତଥ୍ୟ ଦେଲେ;
  • ମଗାଯାଇଥିବା ସୂଚନା ବା ତଥ୍ୟ ନଷ୍ଟ କଲେ;

କେନ୍ଦ୍ର ଓ ରାଜ୍ୟ ସ୍ତରରେ ସମ୍ପୃକ୍ତ ସୂଚନା ଆୟୋଗ ଏହି ଜୋରିମାନା ଧାର୍ଯ୍ୟ କରିପାରିବେ। ପୁନଶ୍ଚ ଲଗାତର ଆଇନ ଭଂଗ କାଲେ ଜନ ସୂଚନା ଅଧୀକାରୀ ମାନଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ସେମାନେ ସୁପାରିଶ କରିପାରିବେ।

ପ୍ରତ୍ୟାସାମୂଳକ ପ୍ରକାଟନା[ସମ୍ପାଦନା]

ସୂଚନା ଅଧୀକାର ଆଇନ ଅନୁସାରେ ସରକାରୀ ବା ସର୍ବସାଧାରଣ କର୍ତ୍ତୃପକ୍ଷ ପ୍ରତ୍ୟାସାମୂଳକ ଭାବେ ନିମ୍ନ ସୂଚନା ପ୍ରକାଶ କରିବେ।ଏହି କାର୍ଯ୍ୟ ତୁରନ୍ତ ଓ ଅତିବେସିରେ ଆଇନ ପ୍ରଣୟନ ହେବାର ୧୨୦ଦିନ ମଧ୍ୟରେ କରାଯିବ ଏବଂ ତାପରେ ପ୍ରତିବର୍ଷ ତାହାକୁ ସଦ୍ୟତମ ସୂଚନା ଦ୍ୱାର ସମ ଉପଯୋଗୀ କରାଯିବ ବିଧେୟ।

  • ସରକାରୀ ବା ସର୍ବସାଧାରଣ କର୍ତ୍ତୃପକ୍ଷଙ୍କ ସଙ୍ଗଠନ, ତାହାର କାର୍ଯ୍ୟ ଓ କର୍ତବ୍ୟ ;
  • ତାହାର ଅଧିକାର ଓ କର୍ମଚାରୀ ବ୍ରୁନ୍ଦଙ୍କ କ୍ଷମତା ଓ କ୍ରତ୍ୟବ୍ୟ;
  • ତତ୍ୱବଧାନ ଓ ଉତ୍ତରଦାୟିତ୍ୱର ପ୍ରଣାଳିଗୁଡ଼ିକ ସମେତ ଅନୁସୃତ ହେଉଥିବା ନିଷ୍ପତି ଗ୍ରହଣ ପ୍ରକ୍ରିୟା ।
  • ତାହାର କାର୍ଯ୍ୟ ସମ୍ପାଦନ ନିମନ୍ତେ ଧାଯ୍ୟ ରୀତି।
  • କାର୍ଯ୍ୟ ସମ୍ପାଦନ ନିମନ୍ତେ ତାହାର କର୍ମଚାରୀମାନଙ୍କଦ୍ୱାରା ବ୍ୟବହୃତ ବିନୟମ(regulations), ଅନୁଦେସ (instructions), ନିୟମ ବହି(manuals) ଓ ନଥି ପତ୍ରର ସୂଚନା।
  • ତାହା ଦ୍ୱାର ଅଥବା ତାହା ଅଧୀନରେ ଥିବା ବିଭିନ ପ୍ରକାର ଦଳିଲିର ବିବରଣୀ।
  • ନୀତି ନିର୍ଦ୍ଧାରଣ ସମ୍ପର୍କରେ ଜନସଧାରଣଙ୍କ ଦ୍ୱାର ପରାମର୍ଶ ଅଥବା ପ୍ରତିବେଦନ ନିମନ୍ତେ ଥିବା ବ୍ୟବସ୍ଥା ବିଷୟରେ ସୂଚନା।
  • ଦୁଇ ବା ତତୋଧୀକ ବ୍ୟକ୍ତିଙ୍କୁ ନେଇ ଗଠିତ ବୋର୍ଡ ,ପରିଷଦ ,ସମିତି ଓ ଅନ୍ୟ ସଂସ୍ଥାମାନଙ୍କ ଦ୍ୱାର ପ୍ରଦତ୍ତ ପରାମର୍ଶ।ଅଧୀକନ୍ତୁ ଏହି ସଂସ୍ଥାମାନଙ୍କର ସ୍ଭାଗୁଡିକ ଅଥବା ସେଗୁଡିକର ସଂକ୍ଷିପ୍ତ ବିବରଣୀ ଜନସାଧାରଣଙ୍କ ନିମନ୍ତେ ମୁକ୍ତ କି ନୁହେଁ ତାହାର ବିବରଣୀ।
  • ତାହାର ଅଧୀକାରୀ ଓ କର୍ମଚାରୀମାନଙ୍କ ଏକ ତାଲିକା।
  • ତାହାର ବିନୟମ(regulations)ରେ ପ୍ରଦତ୍ତ କ୍ଷତିପୂରଣ ବ୍ୟବସ୍ଥା ସମେତ ତାହାର ପ୍ରତ୍ୟକ ଅଧୀକାରୀ ଓ କର୍ମଚାରୀ ପାଉଥିବା ମାସିକ ପ୍ରାପ୍ୟ।
  • ସମସ୍ତ ଯୋଜନା ,ପ୍ରସ୍ତାବିତ ବ୍ୟୟ ଓ ବେତନ ବିତରଣରା ବିବରଣୀ ସୂଚିତ କରୁଥାଇ ତାହାର ପ୍ରତେକ ଅଭିକର୍ତ୍ତାଙ୍କୁ ଆବଣ୍ଟିତ ବଜେଟ।
==ପ୍ରକଟନରୁ ଅବ୍ୟାହତ ==
ସୂଚନା ଅଧୀକାର ଆଇନ ଅନୁସାରେ ନିମ୍ନ ସୂଚନା ଗୁଡ଼ିକ ପ୍ରକଟନ କରିବାରୁ ଅବ୍ୟହିତ ଦିଆଯାଇଛି ଅଥବା ସେଗୁଡିକୁ ନିଷିଦ୍ଧ ସୂଚନା (forbidden information )ବୋଲି ଦର୍ଶାଯାଇଛି।
*ଭାରତ ଅଥବା କୌଣସି ବିଦେଶୀ ରାଷ୍ଟ୍ରର  ସାର୍ବଭୋୖମତ ,ଅଖଣ୍ଡତା ,ନିରାପତ୍ତା ,ବୈଜ୍ଞାନିକ ,ଅଥବା ଅର୍ଥନୈତିକ ସ୍ୱାର୍ଥ ଓ  ସମ୍ପର୍କକୁ ପ୍ରଭବିତ କରୁଥିବା  ସୂଚନା।
  • ଅପରାଧ ଘଟାଇବା ଭଳ ସୂଚନା।

କୌଣସି ଅଦାଲତ ଅଥବା ଟ୍ରିବୁନାଲ ଦ୍ୱାର ନିଷିଦ୍ଧହୋଇଥିବ ଅଥବା ଅଦାଲତର ଅବମାନନା ସମ୍ଭବ ରଖୁଥିବା ସୂଚନା।

  • ସଂସଦ କିମ୍ବା ରାଜ୍ୟ ବ୍ୟବସ୍ଥାପିକା ଅଧୀକାର ଭଂଗ କରୁଥିବା ସୂଚନା।
  • ତୃତୀୟ ପକ୍ଷର ପ୍ରତିଯୋଗୀ ସ୍ଥିତିଙ୍କୁ କ୍ଷତି କରୁଥିବା ବ୍ୟବସାୟିକ ଓ ବାଣିଜ୍ୟ ରହସ୍ୟ ,ବୌଧୀକ ସମ୍ପତି ।
  • କୌଣସି ବିଦେଶୀ ସରକାରଙ୍କ ଠାରୁ ଗୋପନରେ ପ୍ରାପ୍ତ ସୂଚନା।
  • କୌଣସି ବ୍ୟକ୍ତିରା ଜୀବନ ଓ ଶାରୀରିକ ନିରାପତ୍ତା ବିପଣ୍ନ କରୁଥିବା ସୂଚନା।