ସୁଷମା ସିଂ

ଉଇକିପିଡ଼ିଆ‌ରୁ
ସୁଷମା ସିଂ
ପୂର୍ବ ମୁଖ୍ୟ ସୂଚନା ଆୟୁକ୍ତ
କାର୍ଯ୍ୟକାଳ
6 ଡିସେମ୍ବର 2013 – 21 ମଇ 2014
ପୂର୍ବ ଅଧିକାରୀଦୀପକ ସନ୍ଧୁ
ପର ଅଧିକାରୀରାଜୀବ ମାଥୁର
ବ୍ୟକ୍ତିଗତ ସବିଶେଷ
ଜନ୍ମ (1949-05-22) ୨୨ ମଇ ୧୯୪୯ (ବୟସ ୭୪)

ସୁଷମା ସିଂ (ଜନ୍ମ 22 ମଇ 1949) ଭାରତର ମହିଳା ମୁଖ୍ୟ ସୂଚନା ଆୟୁକ୍ତ ଥିଲେ । ସେ ଏହି ପଦରେ ରହିଥିବା ଭାରତର ଦ୍ୱିତୀୟ ମହିଳା ଅଟନ୍ତି ।[୧][୨]22 ମଇ2014ରେ ତାଙ୍କର ଅବସର ପରେ ଏବେ ଏହି ପଦରେ ରାଜୀବ ମାଥୁର କାର୍ଯ୍ୟରତ ଅଛନ୍ତି ।[୩]

ପ୍ରାରମ୍ଭିକ ଜୀବନ[ସମ୍ପାଦନା]

ସୁଷମାଙ୍କ ଜନ୍ମ 22 ମଇ1949 ମସିହାରେ ରାଞ୍ଚୀରେ ହୋଇଥିଲା । ତାଙ୍କର ପ୍ରାରମ୍ଭିକ ଶିକ୍ଷା ରାଞ୍ଚୀରେ ହୋଇଥିଲା । ସେ ରାଞ୍ଚୀ ବିଶ୍ୱବିଦ୍ୟାଳୟରେ ସ୍ନାତକ ପାଠ ପଢ଼ା ଶେଷ କରିବା ପରେ ପବ୍ଲିକ ଆଡ଼ମିନିଷ୍ଟ୍ରେସନରେ ପିଜି ଡିପ୍ଲୋମା କଲେ । ତା'ପରେ ଭାରତୀୟ ପ୍ରଶାସନିକ ସେବାର ସଦସ୍ୟ ଏବଂ ଝାରଖଣ୍ତରେ 1972 ମଧ୍ୟରେ ଆଇ.ଏ.ଏସ ଅଧିକାରୀ ହୋଇଥିଲେ ।[୪]

କ୍ୟାରିଅର[ସମ୍ପାଦନା]

ସୁଷମା ନିଜ କ୍ୟାରିଅରର ଆରମ୍ଭ ବିହାରରୁ କରିଥିଲେ ଏବଂ ସର୍ବ ପ୍ରଥମେ କୃଷି ଉତ୍ପାଦର ଆୟୁକ୍ତ ହୋଇଥିଲେ । ଏହାପରେ ସେ ପ୍ରାଥମିକ ଶିକ୍ଷା, ମାଧ୍ୟମିକ ଏବଂ ଉଚ୍ଚ ଶିକ୍ଷା ବିଭାଗ ଓ ସୋସିଆଲ ୱାଲଫେୟାର ବିଭାଗର ସଚିବଙ୍କ ସହିତ ବହୁ ବିଭାଗରେ ମୁଖ୍ୟ ସଚିବର ପଦଭାର ଗ୍ରହଣ କରିଥିଲେ । ବିହାରରୁ ଝାରଖଣ୍ତ ଅଲଗା ଅଲଗା ରାଜ୍ୟ ହେବା ପରେ ସେ ରାଜ୍ୟର ପ୍ରଥମ ଗୃହ ସଚିବ ରୂପେ ନିଯୁକ୍ତ ହେଲେ । ଏହାପରେ ସେ କେନ୍ଦ୍ର ସରକାରଙ୍କ ଜଳସମ୍ପଦ ମନ୍ତ୍ରାଳୟରେ ଅତିରିକ୍ତ ସଚିବ ତଥା ଗ୍ରାମୀଣ ବିଭାଗ ମନ୍ତ୍ରାଳୟର ସଂଯୁକ୍ତ ସଚିବ ରୂପେ ନିଯୁକ୍ତ ହେଲେ । ସେ ଭାରତ ପଞ୍ଚାୟତିରାଜ ମନ୍ତ୍ରାଳୟର ସଚିବ ତଥା ବିକାଶ ମନ୍ତ୍ରାଳୟରେ ନର୍ଥ-ଇଷ୍ଟ କ୍ଷେତ୍ରର ସଚିବର ପଦ ସମ୍ଭାଳିଲେ । ଏହାପରେ ସେ କେନ୍ଦ୍ର ସରକାରର ସଚିବ ହେଲେ ।[୫]

ଆଧାର[ସମ୍ପାଦନା]

  1. "ରାଞ୍ଚୀର ସୁଷମା ସିଂ ମୁଖ୍ୟ ସୂଚନା ଆୟୁକ୍ତ". ନିଉଜ ବି ସିସି. 6 ଡିସେମ୍ବର2013. Archived from the original on 2018-12-25. Retrieved 06 ଡିସେମ୍ବର2013. {{cite web}}: Check date values in: |accessdate= and |date= (help)
  2. "ସୁଷମା ଚିଫ ଇନଫରମେସନ କମିଶନର". ନବଭାରତ ଟାଇମ୍ସ. 6 ଡିସେମ୍ବର 2013. Archived from the original on 2013-12-22. Retrieved 06 ଡିସେମ୍ବର2013. {{cite web}}: Check date values in: |accessdate= (help)
  3. "ରାଷ୍ଟ୍ରପତି ମୁଖ୍ୟ ସୂଚନା ଆୟୁକ୍ତଙ୍କୁ ପଦର ଶପଥ ଦେଇଥିଲେ". ପତ୍ର ସୂଚନା କାର୍ଯ୍ୟାଳୟ, ଭାରତ ସରକାର. 22 ମଇ 2014. Retrieved 23 ମଇ 2014.
  4. "କେନ୍ଦ୍ରୀୟ ଆୟୁକ୍ତ ସୁଷମା ସିଂ ପ୍ରୋଫାଇଲ". ବେବ ଦୁନିଆ. Retrieved 06 ଡିସେମ୍ବର2013. {{cite web}}: Check date values in: |accessdate= (help)
  5. "ସୂଚନା ଆୟୁକ୍ତ ସୁଷମା ସିଂ ହ୍ରବେ ନୂଆ ମୁଖ୍ୟ ସୂଚନା ଆୟୁକ୍ତ". ଲାଇଭ ହିନ୍ଦୁସ୍ତାନ. 5 ଡିସେମ୍ବର2013. Retrieved 06 ଡିସେମ୍ବର2013. {{cite web}}: Check date values in: |accessdate= and |date= (help)