ସୁଶର୍ମା

ଉଇକିପିଡ଼ିଆ‌ରୁ

ସୁଶର୍ମା (ସଂସ୍କୃତ: सुशर्मा) ହିନ୍ଦୁ ମହାକାବ୍ୟ ମହାଭାରତର ଏକ ଚରିତ୍ର । ମହାଭାରତର ବର୍ଣ୍ନନା ଅନୁଯାୟୀ ସୁଶର୍ମା ତ୍ରିଗର୍ତ୍ତ ଦେଶର ରାଜା ଥିଲେ । ସେ ଜଣେ ମହାନ ଯୋଦ୍ଧା ଏବଂ ଅର୍ଜୁନଙ୍କର ଜଣେ ପ୍ରତିଦ୍ୱନ୍ଦ୍ୱୀ ଥିଲେ । ସେ ଥିଲେ ଭାନୁମତିଙ୍କ ସମ୍ପର୍କୀୟ ଭାଇ ।

ମହାଭାରତ ଅନୁଯାୟୀ, ସୁଶର୍ମା, ମତ୍ସ୍ୟ ଦେଶର ରାଜା ବିରାଟଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରିଥିଲେ । କାରଣ ନିର୍ବାସନର ଶେଷ ବର୍ଷରେ ସମସ୍ତ ପାଣ୍ଡବ ତାଙ୍କ ରାଜ୍ୟରେ ଛଦ୍ମବେଶରେ ରହୁଥିଲେ । କୌରବମାନେ ସସୈନ୍ୟ ବିରାଟରାଜ୍ୟ ଆକ୍ରମଣ କରିବାରୁ ବିରାଟ—ତନୟ ଉତ୍ତରଙ୍କ ରଥରେ ବୃହନ୍ମଳା ନାମଧାରୀ ଅର୍ଜୁନ ସାରଥି ରୂପରେ ଗଲେ ଓ ଅର୍ଜୁନଙ୍କ ବୀରତ୍ୱ ଯୋଗୁଁ ମହାଭୀରୁ ଉତ୍ତର ମଧ୍ୟ ଜୟଲାଭ କରି ଫେରି ଆସିଲେ । ଏହି ସମୟରେ ବିରାଟରାଜାଙ୍କ ଆଗରେ ଯୁଧିଷ୍ଠିର ଉତ୍ତରର ପ୍ରଶଂସା ନ କରି ବାରମ୍ଭାର 'ବ଼ୃହନ୍ନଳା'ର ପ୍ରଶଂସା କରିବାରୁ ବିରାଟ କ୍ରୋଧ ହୋଇ ପଶାକାଠିଦ୍ୱାରା କଙ୍କ ନାମଧାରୀ ଯୁଧିଷ୍ଠିରଙ୍କୁ ଏପରି ଆଘାତ କଲେ ଯେ ତାଙ୍କ ମୁଣ୍ଡରୁ ରକ୍ତ ବୋହିଲା, ତଥାପି ଯୁଧିଷ୍ଠିର ଧର୍ମକୁ ଜଗି ଆଶ୍ରୟଦାତାଙ୍କ ପ୍ରତି କ୍ରୋଧ ପ୍ରକାଶ କଲେ ନାହିଁ ।

କୁରୁକ୍ଷେତ୍ର ଯୁଦ୍ଧର ତ୍ରୟୋଦଶ ଦିନରେ ଅର୍ଜୁନଙ୍କୁ ବିଭ୍ରାନ୍ତ କରିବା ପାଇଁ ସୁଶର୍ମା ଦାୟୀ ଥିଲେ । ଯୁଦ୍ଧର ତ୍ରୟୋଦଶ ଦିନରେ, ଦ୍ରୋଣାଚାର୍ଯ୍ୟ ଏକ ଚକ୍ରବ୍ୟୁହ ଗଠନ କଲେ ଯାହାଦ୍ୱାରା ଯୁଧିଷ୍ଠିର ବ୍ୟୁହ ମଧ୍ୟରେ ଫସିଯିବେ । ଅର୍ଜୁନ ଏବଂ କୃଷ୍ଣ ଏହି ବ୍ୟୁହକୁ କିପରି ଭାଙ୍ଗିବେ ଜାଣିଥିଲେ ତେଣୁ ସୁଶର୍ମା ସେମାନଙ୍କୁ ବିଭ୍ରାନ୍ତ କରି ଚକ୍ରବ୍ୟୁହର ଅନ୍ୟ ପାର୍ଶ୍ୱକୁ ନେଇଗଲେ ।[୧] ମହାଭାରତ ଯୁଦ୍ଧର ସପ୍ତଦଶ ଦିନରେ ଅର୍ଜୁନ ତାଙ୍କୁ ହତ୍ୟା କରିଥିଲେ ।[୨] ସେହି ଦିନ ଅର୍ଜୁନଙ୍କ ଯୁଦ୍ଧରେ ଭାଇ ସୁଶର୍ମା ତାଙ୍କ ଭାଇମାନଙ୍କ ସହିତ ନିହତ ହୋଇଥିଲେ ।

ଆଧାର[ସମ୍ପାଦନା]

  1. "The Mahabharata, Book 8: Karna Parva: Section 53". www.sacred-texts.com. Retrieved 27 January 2021.
  2. "FAMILY TREE KURU DYNASTY". vahini.org. Retrieved 27 January 2021.