ସୁରୀନ୍ଦର କୌର

ଉଇକିପିଡ଼ିଆ‌ରୁ

ସୁରୀନ୍ଦର କୌର, (ଜନ୍ମ ୧୨ ଜୁଲାଇ , ୧୯୮୨) ଜଣେ ଭାରତୀୟ ଜାତୀୟ ମହିଳା ହକି ଖେଳାଳି ।ତାଙ୍କର ଜନ୍ମ ହରିୟାଣା ରାଜ୍ୟର କୁରୁକ୍ଷେତ୍ର ଜିଲ୍ଲାରେ ଶହବାଦ ମରକନ୍ଦାଠାରେ ହେଇଥିଲା । ନୂଆ ଦିଲ୍ଲୀଠାରେ ହେଇଥିବା ଏସିଆ କପ ମହିଳା ହକି ପ୍ରତିଯୋଗୀତାରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଥିବା ଦଳରେ ସେ ୨୦୦୪ ମସିହାରେ ଖେଳିଥିଲେ । ଏହା ସହ ସେ ୨୦୦୬ ମସିହାରେ ଦୋହାଠାରେ ହେଇଥିବା ଏସିଆ କପ ଓ ୨୦୦୨ ମସିହାରେ ଜୋହାନ୍ସବର୍ଗଠାରେ ହେଇଥିବା ଚମ୍ପିୟାନ ଚେଲେଞ୍ଜ ହକି ପ୍ରତିଯୋଗୀତାରେ ଭାରତୀୟ ମହିଳା ଦଳରେ ସାମିଲ ଥିଲେ । 

ଆଧାର [ସମ୍ପାଦନା]